ISSN (Print) - 0012-9976 | ISSN (Online) - 2349-8846

ପୁଣି ଥରେ ‘କ୍ୱାଡ୍’

ଏସିଆ-ପାସିଫିକ ଅଞ୍ଚଳରେ ଆମେରିକାର ଦାଦାଗିରିକୁ ରୁଲ୍ସ-ବେସ୍ଡ-ଅର୍ଡର  ନାମରେ ଅଷ୍ଟ୍ରେଲିଆ, ଭାରତ ଓ ଜାପାନର ସମର୍ଥନ 

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗତ ମଧ୍ୟ ନଭେମ୍ବର ବେଳକୁ ମାନିଲାଠାରେ ହୋଇଥିବା ଇଷ୍ଟ-ଏସିଆ ଶୀର୍ଷ ସମ୍ମିଳନୀରେ ଅଷ୍ଟ୍ରେଲିଆ, ଭାରତ, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଏକ ଉଚ୍ଚସ୍ତରୀୟ ସରକାରୀ ସ୍ତରୀୟ ବା ଅଫିସିଆଲ ବୈଠକ ହୋଇଥିଲା । ଯେଉଁଠାରେ ଏହି ଦେଶମାନେ ଶପଥ କରିଥିଲେ ଯେ ଚାଇନାକୁ(ଯାହାର କି ସେମାନେ ନାଁ ମଧ୍ୟ ନେଇ ନଥିଲେ) ଭାରତ-ପ୍ରଶାନ୍ତ ମହାସାଗରୀୟ ବା ଇଣ୍ଡୋ-ପାସିଫିକ ଦେଶ ସମୂହର ନିୟମ ଆଧାରିତ ବ୍ୟବସ୍ଥା (ରୁଲ ବେସ୍ଡ ଅର୍ଡର), ଅନ୍ତରାଷ୍ଟ୍ରୀୟ ଆଇନକୁ ମାନିବା, ସମୁଦ୍ରରେ ଓ ଆକାଶରେ ଅବାଧ ଚଳାଚଳ ପାଇଁ ସମସ୍ତଙ୍କୁ ସୁବିଧା ପ୍ରଦାନ କରିବା ଆଦିକୁ ମାନିବାକୁ କୁହାଯିବ । ଅଷ୍ଟ୍ରେଲିଆର  ବିଦେଶ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ଚାରୋଟି ଦେଶ ପକ୍ଷରୁ ଭାରତ-ପ୍ରଶାନ୍ତ ମହାସାଗରୀୟ ସୁରକ୍ଷାକୁ ବଜାୟ ରଖିବାପାଇଁ କାର୍ଯ୍ୟ କରାଯିବ । ଏହା ସହିତ ଉତ୍ତର କୋରିଆର ଆଣବିକ ଏବଂ ପ୍ରକ୍ଷେପାସ୍ତ୍ର କାର୍ଯ୍ୟକ୍ରମଯୋଗୁ ସୃଷ୍ଟି ହୋଇଥିବା ବିପଦକୁ ମଧ୍ୟ ପ୍ରତିହତ କରାଯିବ ।

ସାଧାରଣତଃ ‘କ୍ୱାଡ’ ନାମରେ ଜଣାଶୁଣା ଏହି ଚାରିଦେଶୀୟ ଗୋଷ୍ଠୀ ଦାବୀ କରିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ ଆଇନ ଏବଂ ନିୟମ ଆଧାରିତ ବ୍ୟବସ୍ଥା ମାନିବାର ଆବଶ୍ୟକତାରୁ ହିଁ ତାଙ୍କ ଗୋଷ୍ଠୀର ସୃଷ୍ଟି । କିନ୍ତୁ ବାସ୍ତବରେ ଯୁକ୍ତରାଷ୍ଟ୍ର ଆମେରିକା ଏଭଳି ଅନ୍ତରାଷ୍ଟ୍ରୀୟ ନିୟମକୁ ମାନିବା ସପକ୍ଷରେ କେବେ ଥିବା ପରି ଜଣା ପଡିନାହିଁ । ଅନ୍ତରାଷ୍ଟ୍ରୀୟ ଅପରାଧିକ କୋର୍ଟ ପ୍ରତି ଆମେରିକା ସମ୍ପୂର୍ଣ୍ଣ ଉଦାସୀନ । ଆମେରିକା ଧରି ନେଇଛି ଯେ ଜାତିସଂଘର ଅନୁମୋଦନ ଥାଉ କି ନଥାଉ ଏହା ଯେ କୌଣସି ଦେଶକୁ ଏହାର ସୈନ୍ୟବଳ ପଠାଇ ସେ ଦେଶ ଉପରେ ଦାଦାଗିରି କରି ପାରିବ, ଆମେରିକା ଯାହାକୁ ଇଚ୍ଛା ତାକୁ ସନ୍ତ୍ରାସବାଦୀର ଆଖ୍ୟା ଦେଇ ଡ୍ରୋନ ଚାଳିତ ରକେଟ କ୍ଷେପଣ କରି ମାରି ଦେଇ ପାରିବ, ଯା ଫଳରେ ବହୁ ବେସାମରିକ ବ୍ୟକ୍ତିବିଶେଷ ମଧ୍ୟ ଅସମୟରେ ମୃତ୍ୟୁମୁଖରେ ପଡି ସାରିଲେଣି । ଅଥଚ ଆମେରିକା ଏହାକୁ ଦ୍ୱିପାକ୍ଷିକ କ୍ଷତି ବୋଲି କହୁଛି । ଏହା ପରେ ପ୍ରଶ୍ନ ଉଠୁଛି ଯେ ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନର ନାଗରିକମାନେ ସେମାନଙ୍କ ସରକାରମାନଙ୍କୁ ଏଭଳି ଏକ ହିଂସାତ୍ମକ ସାମ୍ରାଜ୍ୟବାଦୀ ଶକ୍ତିର ମହକିଲ ଦେଶ ହୋଇ ରହିବାକୁ ଦେବେ କି? 

ପ୍ରକୃତରେ କ୍ୱାଡର ସୃଷ୍ଟି ୨୦୦୭ରୁ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ତତକାଳୀନ ଉପରାଷ୍ଟ୍ରପତି ଡିକ ଚେନୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଅଷ୍ଟ୍ରେଲିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜନ ହାୱାର୍ଡ ଓ ଭାରତର ତତକାଳୀନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହ ଏହାକୁ ସମର୍ଥନ କରିବାକୁ ରାଜି ହୋଇଥିଲେ । ସୋଭିଏତ ଦେଶର ବିଘଟନ ପରେ ପରେ ଆମେରିକା ଓ ଭାରତ ଏକତ୍ରିତ ଭାବରେ ୧୯୯୨ ରେ ସେମାନଙ୍କ ନୌସେନାର ମିଳିତ ସମରାଭ୍ୟାସ ‘ଏକ୍ସରସାଇଜ ମାଲାବାର’ ନାମରେ ଚଲାଇଥିଲେ । ୨୦୦୭ରେ ସେମାନଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଜାପାନର  ମ୍ୟାରୀଟାଇମ ସେଲ୍ଫ-ଡିଫେନ୍ସ ଫୋର୍ସ ମିଶି ଜାପାନର ଏକ ଦ୍ୱିପ ଓକିନାୱା ନିକଟରେ ଏହାକୁ ଚଳାଇଥିଲେ । ପରେ ପରେ ଅଷ୍ଟ୍ରେଲିଆ ଓ ସିଙ୍ଗାପୁର ମଧ୍ୟ ବଙ୍ଗୋପସାଗରରେ ଏହାକୁ କେବଳ ଏକ ଦ୍ୱିପାକ୍ଷିକ ପ୍ରୟୋଗ ବ୍ୟତୀତ ଆହୁରି ଅନେକ କିଛି  ବୋଲି ପ୍ରମାଣିତ କରାଇ ଦେଇଥିଲେ । କିନ୍ତୁ ୨୦୦୮ରେ ଅଷ୍ଟ୍ରେଲିଆ ଏହି ମାଲାବାର ପ୍ରୟୋଗ ଓ କ୍ୱାଡରୁ ଓହରି ଯାଇଥିଲା । କିନ୍ତୁ ଏହା ଆମେରିକା ସହିତ ଅନ୍ୟାନ୍ୟ ସ୍ଥାନରେ ଥିବା ଏହାର ସାମରିକ ସହଯୋଗରୁ ଓହରି ନ ଥିଲା । ୨୦୧୫ ଠାରୁ ଜାପାନ ଏକ୍ସରସାଇଜ ମାଲାବାରର ଏକ ସ୍ଥାୟୀ  ସଦସ୍ୟ ହୋଇ ଯାଇ ସାରିଲାଣି । ଏବେ ପୁଣି ଥରେ କ୍ୱାଡ ରାଷ୍ଟ୍ରମାନେ ଏକାଠି ହୋଇଥିବା ଯୋଗୁ ଆଶା କରାଯାଉଛି ଯେ ଭାରତ ଏହାର ସମାରାଭ୍ୟାସରେ ଅଷ୍ଟ୍ରେଲିଆକୁ ମଧ୍ୟ ସାମିଲ କରିନେବ ।

ଏବେ ଟ୍ରମ୍ପ ପ୍ରଶାସନ ୱାଶିଂଟନର ସାମରିକ-ଅଂଶୀଦାର ଭାବରେ ଜାପାନ ଓ ଅଷ୍ଟ୍ରେଲିଆ ସହିତ ଭାରତକୁ କିପରି ଦେଖୁଛି ତାହା ଦେଖିବାର କଥା ଓ ଏଠାରେ ଆମେରିକାର ସେକ୍ରେଟାରୀ ଅଫ ଷ୍ଟେଟ ରେକ୍ସ ଟିଲରସନଙ୍କ ୱାଶିଙ୍ଗଟନ ଡିସିରେ ସେଣ୍ଟର ଫର ଷ୍ଟ୍ରାଟେଜିକାଲ ଷ୍ଟଡିଜ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜରେ  ଗତ ଅକ୍ଟୋବରରେ ‘ଆଗାମୀ ଶତାବ୍ଦୀ ପାଇଁ ଆମର ଭାରତ ସହିତ ସମ୍ପର୍କ’ ବିଷୟ ଉପରେ ଦେଇଥିବା ଭାଷଣକୁ ଅନୁୂୁଧ୍ୟାନ କରାଯିବା ଆବଶ୍ୟକ । ଟିଲରସନ ସେଥିରେ  ଗୋଟିଏ କଥା କହିଥିଲେ ଯେ ଚାଇନାକୁ ଅଟକାଇବାପାଇଁ ସମ୍ପ୍ରତି ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ଓ ଜାପାନର ଯେଉଁ ଯୋଜନା ଚାଲିଛି ସେଥିରେ ଅଷ୍ଟ୍ରେଲିଆକୁ ସାମିଲ କରିବାକୁ ହେବ । ଭାରତ କ୍ୱାଡ ଦେଶ ସମୂହର ପୁନରୁତ୍ଥାନ ଓ ସାମରିକ ରଣନୀତି ପାଇଁ ପୁରା ରାଜି ତେବେ ଏହା କିପରି କାର୍ଯ୍ୟକାରୀ ହେବ ତାରି ଉପରେ କଥା ଅଟକିଛି । ସବୁଠୁ ବଡ କଥା ହେଉଛି ଭାରତ ବର୍ତ୍ତମାନ ଆମେରିକାର ସବୁଠାରୁ ବଡ ସାମରିକ ସହଯୋଗୀ ଯା ଫଳରେ ଏହା ଆମେରିକାର ସାମରିକ ଉଦ୍ୟୋଗରୁ  ଅସ୍ତ୍ରଶସ୍ତ୍ର କିଣିବାରେ ଲାଗି ପଡିଛି । ଏଥିପାଇଁ ଏକ ଲଜିଷ୍ଟିକ୍ସ ଏକ୍ସଚେଞ୍ଜ ମେମୋରାଣ୍ଡମ ଅଫ ଆଗ୍ରୀମେଣ୍ଟରେ ମଧ୍ୟ ଦସ୍ତଖତ କରି ସାରିଛି ଯାହା ଯୋଗୁ ଭାରତୀୟ ସାମରିକ ଘାଟି ଗୁଡିକୁ ଆମେରିକାର ଯୁଦ୍ଧ ବିମାନ ଓ ଯୁଦ୍ଧଜାହାଜ ମାନଙ୍କ ବ୍ୟବହାର ପାଇଁ ମୁକ୍ତ କରି ଦିଆଯାଇଛି ।

ଏଠାରେ ଗୋଟିଏ, ପ୍ରଶ୍ନ ପଚରାଯାଇପରେ ଯେ ଭାରତ କାହିଁକି ଚୀନ୍କୁ ଅଟକାଇବାପାଇଁ ୱାଶିଂଗଟନର ଅନ୍ୱେଷଣରେ ସାମିଲ ହେବ? ଚାଇନାର ଅର୍ଥନୈତିକ ଉତ୍ଥାନ ଏହାର ସାମରିକ ଓ ଜିଓପଲିଟିକାଲ ଶକ୍ତି ସହିତ ସମାନ ଭାବରେ ଉତ୍ଥାନ କରି ନାହିଁ ।  କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା ନିଶ୍ଚିତ ଭାବରେ ଏସିଆ-ପାସିଫିକ ଅଞ୍ଚଳରେ ତଥା ବିଶ୍ୱରେ ଏକ ମହାଶକ୍ତି ପାଲଟିଛି । ଅନ୍ୟ କୌଣସି ଦେଶ ଏହାର ସାମରିକ ବଜେଟ୍ , ଏହାର ସାମରିକ ଏବଂ ଆଣବିକ ଶକ୍ତି, ଏବଂ ଏହାର ବିଦେଶରେ ଥିବା ସାମରିକ ଘାଟୀ ସହିତ ତୁଳନୀୟ ନୁହେଁ । ତେବେ ଏକଥା ମଧ୍ୟ ମାନିବାକୁ ହେବ ଯେ ଏକ ଅର୍ଥନୈତିକ ଶକ୍ତି ଭାବରେ ଚୀନ୍ର ଉତ୍ଥାନ ଏବଂ ଏବେ  ରାଜନୈତିକ ଦୃଷ୍ଟିରୁ ଘଟୁଥିବା ଚୀନର ଯେପରି ବିକାଶ ଘଟୁଛି ସେଥିରେ ଏସିଆ-ପାସିଫିକ ଅଞ୍ଚଳରେ ଯୁକ୍ତରାଷ୍ଟ୍ର ଆମେରିକାର ଆଧିପତ୍ୟ କମୁଛି । ଯଦିଓ ଏହା ଦ୍ୱାରା ଆମେରିକାର ସୁରକ୍ଷା ବ୍ୟବସ୍ଥା କୌଣସି ମତେ ପ୍ରଭାବିତ ହୋଇ ନାହିଁ ।

ସମ୍ପ୍ରତି ଦକ୍ଷିଣ ଚୀନ ଓ ଉତ୍ତର ଚୀନ ସମୁଦ୍ର ମଧ୍ୟରେ ଯେଉଁ ବିବାଦ ଚାଲିଛି ସେଥିରେ କେହି ନିର୍ଦ୍ଦୋଷ ନୁହନ୍ତି, ଅନ୍ୟ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ହୋଇଛନ୍ତି ସେମାନେ ମଧ୍ୟ ସେତିକି ପରିମାଣରେ ଦାୟୀ ଯେତିକି କି ଚୀନ୍ । କିନ୍ତୁ ଏଥିରେ ଆମେରିକା ସବୁଠୁ ବେଶୀ ପ୍ରତିବାଦର ସ୍ୱର ଉଠାଉଥିଲେ ବି ଜାତିସଂଘ ପକ୍ଷରୁ ସମୁଦ୍ରକୁ ନେଇ ଯେଉଁ ଚଳାଚଳ ନିୟମ ଉପରେ ସମ୍ମେଳନ କରାଯାଇଥିଲା ତାହାକୁ ଆମେରିକା ପକ୍ଷରୁ ଏଯାବତ୍ ଅନୁମୋଦନ ଦିଆଯାଇ ନାହିଁ । ନୌପରିବହନ ନେଇ ହୋଇଥିବା ଅନ୍ତରାଷ୍ଟ୍ରୀୟ ଆଇନକୁ  ଅନୁମୋଦନ ନକରିବାର ଅର୍ଥ ହେଉଛି ଆମେରିକା ଯେତେବେଳେ ଚାହିଁବ ସାମରିକ ଶକ୍ତି ସହାୟତାରେ ସମୁଦ୍ରରେ ଚୀନର ଜାହାଜ ଚଳାଚଳ ତଥା ବାଣିଜ୍ୟ ସାମଗ୍ରୀ ପରିବହନକୁ  ରୋକି ଦେଇ ପାରିବ । ଯାହା ଫଳରେ ଚୀନର ବାଣିଜ୍ୟିକ ସାମଗ୍ରୀ ପରିବହନ ପ୍ରଭାବିତ ହେବ ଓ ଏହାର ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ । ଏବେ ଯାହା କୁହାଯାଉଛି ଯେ  ଚୀନ୍ ପକ୍ଷରୁ ଅନ୍ୟର ବାଣିଜ୍ୟିକ ପରିବହନକୁ ରୋକିବା ପାଇଁ ଉଦ୍ୟମ ହେଉଛି ସେଥିରେ ସାମାନ୍ୟତମ ସତ୍ୟତା ଏଇଥିପାଇଁ ନାହିଁ ଯେ ଚୀନ କେବେେହେଲେ ଉତ୍ତର ଚୀନ ବା ଦକ୍ଷିଣ ଚୀନରେ କୌଣସି ଦେଶର ବାଣିଜ୍ୟ ପରିବହନକୁ ରୋକିବାକୁ ଚାହିଁବ ନାହିଁ । କାରଣ ଏଥିରେ ଚୀନର ନିଜର ବାଣିଜ୍ୟିକ ସ୍ୱାର୍ଥ କ୍ଷୁର୍ଣ୍ଣ ହେବାର ଆଶଙ୍କା ଅଛି ଯାହାକୁ କି ଚୀନ କେବେହେଲେ କରିବ ନାହିଁ ।

ସତକଥା କହିବାକୁ ଗଲେ ଅନ୍ତରାଷ୍ଟ୍ରୀୟ ନିୟମର ସୁରକ୍ଷା ନାଆଁରେ ଭାରତ,ଜାପାନ,ଅଷ୍ଟ୍ରେଲିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଯାହା କରାଯିବା କଥା କୁହାଯାଉଛି ତାହା ପଛରେ ଏସିୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମ୍ରାଜ୍ୟବାଦୀ ଆଧିପତ୍ୟକୁ  ବଢାଇବା ପାଇଁ ଏହା ଏକ ଉଦ୍ୟମ ବ୍ୟତୀତ ଆଉ କିଛି ନୁହେଁ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top