ISSN (Print) - 0012-9976 | ISSN (Online) - 2349-8846

ଆମେ ୬ ଡିସେମ୍ବରକୁ ମନେ ରଖିଛୁ କାହିଁକି

ବାବରୀ ମସଜିଦ୍ ଧ୍ୱଂସର ପ୍ରଭାବ ଏବେବି ରହିଛି 

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି ହିନ୍ଦୁତ୍ୱ ବ୍ରିଗେଡକୁ ପ୍ରସ୍ତୁତ ରହିବାପାଇଁ କୁହାଯିବା କଥାଟି ଏକ ତୂର୍ଯ୍ୟନିନାଦଠାରୁ କୌଣସି ଗୁଣରେ କମ ନୁହେଁ । ଠିକ ୨୪ ନଭେମ୍ବର ୨୦୧୭ ତାରିଖରେ ରାଷ୍ଟୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ୍ ଘୋଷଣା କଲେ ଯେ ଅଯୋଧ୍ୟାରେ ହିଁ ରାମମନ୍ଦିର ତିଆରି ହେବ । ତାଙ୍କ କହିବା ଅନୁଯାୟୀ ଏହା ହିଁ ହେଉଛି ଧ୍ୃବ ସତ୍ୟ ଓ ଏଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ, ଏହା ସମ୍ଭବ ହେବାର ସମୟ ପଖେଇ ଆସିଲାଣି ଓ ଏହା ଯେପରି ସମ୍ଭବ ହୋଇ ପାରିବ ତା ପାଇଁ ଉଦ୍ୟମ ହେବା ଆବଶ୍ୟକ ।

ଏହି ବକ୍ତବ୍ୟରେ ଆଶ୍ଚର୍ଯ୍ୟ ହେବା ଭଳି କିଛି ନାହିଁ । ଏହା କେଉଁଠାରେ ହେବ ତାହା କର୍ଣ୍ଣାଟକର ଉଡୁପିଠାରେ ବିଶ୍ୱ ହିନ୍ଦୁ ପରିଷଦର ଏକ ବୈଠକରେ ନିଷ୍ପତ୍ତି ହୋଇ ସାରିଛି । କେବଳ ଦେଖିବାର କଥାଟି ହେଉଛି ସମୟ । ୬ ଡିସେମ୍ବର ୧୯୯୨ ରେ ଅଯୋଧ୍ୟାର  ବାବରୀ ମସଜିଦ୍  ଭଙ୍ଗାଯିବାର ୨୫ ବର୍ଷ ପୁରିବାର ଠିକ ପନ୍ଦର ଦିନ  ପୂର୍ବରୁ  ଏହି ନିଷ୍ପତ୍ତି ନିଆଯାଇଛି । ଏହା ମଧ୍ୟ ବାବରୀ ମସଜିଦ/ ରାମ ଜନ୍ମଭୂମି ଉପରେ ଆଲ୍ହାବାଦ ହାଇକୋର୍ଟ ଦେଇଥିବା ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିବାର ଗୋଟଏ, ଦିନ ପୂର୍ବରୁ ଘଟିଛି । ଆଲାହାବାଦ ହାଇକୋର୍ଟ ଏହି ବିବାଦିତ ୨.୭୭ ଏକର ଜମିକୁ ତିନିଭାଗ କରି ସୁନ୍ନି ୱାକଫ ବୋର୍ଡ, ରାମ ଳଲା(ଯାହାଙ୍କୁ ଏଠାକାର ମୁଖ୍ୟ ଦେବତା ଭାବରେ ଦେଖାଯାଉଛି) ଓ ନିର୍ମୋହୀ ଆଖଡା ମଧ୍ୟରେ ବାଣ୍ଟିଦେବାପାଇଁ ଯେଉଁ ଫୈସଲା ଦିଆ ଯାଇଥିଲା ତାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ।

ଠିକ୍ ଗୁଜୁରାଟ ବିଧାନସଭା ଭୋଟ ପୂର୍ବରୁ ରାମମନ୍ଦିର ବିଷୟକୁ ଉଠାଇ ମୋହନ ଭାଗବତ ଶାସକ ଦଳକୁ  ଏକ ସ୍ପଷ୍ଟ ସନ୍ଦେଶ  ଦେବାକୁ ଚାହାନ୍ତି ଯେ ବିଜେପି ସରକାର ଏ କଥାଟିକୁ ଭୁଲିଯିବା ଉଚିତ୍ ନୁହେଁ ଯେ ରାମମନ୍ଦିର ପାଇଁ ସାରା ଦେଶରେ ଯେଉଁ କାର୍ଯ୍ୟକ୍ରମ କରାଯାଇଥିଲା ସେଥିରେ ବିଜେପିର କ୍ଷମତାକୁ ଆସିବାର ରାସ୍ତା ଖୋଲିଥିଲା । ୨୦୧୪ ଠାରୁ ଭାରତୀୟ ଜନତା ପାର୍ଟି ଆଉ ରାମମନ୍ଦିର ମାମଲାକୁ ଏକ ନିର୍ବାଚନୀ ରଣନୀତି ହିସାବରେ ବ୍ୟବହାର କରି ନାହିଁ, କିନ୍ତୁ ଯଦି ବିକାଶ ବିଷୟଟି କାମ ନକଲା ତେବେ ହିନ୍ଦୁତ୍ୱକୁ ହିଁ ରଣନୀତି ଭାବରେ ବ୍ୟବହାର କରାଯିବ । ଏହି କଥାଟି ଗୁଜୁରାଟରେ ଦେଖିବାକୁ ମିଳିଥିଲା । ଭାଗବତଙ୍କ କଥାରୁ ଏକଥାର ମଧ୍ୟ ସ୍ପଷ୍ଟ ଆଭାସ ମିଳୁଛି ଯେ ରାମଜନ୍ମଭୂମି ମାମଲାରେ ଆରଏସଏସ ଏବଂ ବିଜେପି ମଧ୍ୟରେ କୌଣସି ବିବାଦ ନାହିଁ । ଏକଥା ୬ ଡିସେମ୍ବର ୧୯୯୨ରୁ ସ୍ପଷ୍ଟ ହୋଇ ଯାଇଥିଲା ଯେତେବେଳେ ଶହ ଶହ କରସେବକ ଗଇଁତି ଓ ଲୁହାରଡ ନେଇ ପୋଲିସ, ରାଜନୀତିଜ୍ଞ ଏବଂ ଗଣମାଧ୍ୟମ ସମ୍ମୁଖରେ ୧୬ଶ ଶତାବ୍ଦୀର ଏକ ମସିଜିଦ ଉପରେ ଚଢି ତାକୁ ଭାଙ୍ଗି ଧୂଳିରେ ମିଶାଇ ଦେଲେ । ସେମାନେ ସେତେବେଳେ ଘୋଷଣା କରିଥିଲେ ଯେ ସେମାନେ ଏକ ଏ÷ତିହାସିକ ଭୁଲର ପ୍ରତିଶୋଧ ନେଇଥିଲେ । କିନ୍ତୁ ଏହା କରି ସେମାନେ ସ୍ୱାଧୀନ ଭାରତର ସାମ୍ପ୍ରତିକ ଇତିହାସକୁ ଅପରିବର୍ତ୍ତନୀୟ ଭାବେ  ବଦଳାଇ ଦେଇଥିଲେ ।

 ୧୯୯୨ ମସିହା ଡିସେମ୍ବର ୬ ତାରିଖକୁ ମନେ ପକାଇବାର ଅର୍ଥ ହେଉଛି ଇତିହାସରେ ଏପରି କେତୋଟି ପରବର୍ତ୍ତନର ବିନ୍ଦୁ ଅଛି ଯାହାକୁ ଆମେ ଏହା ଫଳରେ ଆସିଥିବା ପରିବର୍ତ୍ତନ ଆସିସାରିବା ପରେ ଯାଇ ଜାଣିପାରୁ । ସେତେେବେଳ ସମ୍ପ୍ରତି ଭାରତରେ ଚାଲିଥିବା କାନଫଟା ଟିଭି ଚାନେଲମାନେ ନଥିଲେ ମଧ୍ୟ ସେଦିନ ବିବିସିର ଏକ ଲାଇଭ କାର୍ଯ୍ୟକ୍ରମ ପ୍ରସାରିତ ହେଲା ବେଳେ ଆଶଙ୍କା ଥିଲା ଯେ ଦେଶର ସବୁ ଆଡେ ହୁଏତ ଦଙ୍ଗା ବା ସେହିଭଳି କିଛି ସମସ୍ୟା ଦେଖା ଦେଇପାରେ । କିନ୍ତୁ ଆମେ ସେତେବେଳେ ଜାଣି ନଥିଲୁ ଯେ କିଛି ଲୋକ ଯେଉଁମାନେ ଚାହୁଁଛନ୍ତି ଯେ ଇତିହାସ ପୃଷ୍ଠାରୁ କେତେକ ଲେଖାକୁ ସବୁଦିନ ପାଇଁ ଲିଭାଇ ଦେବେ  ଓ ଯାହା ଫଳରେ ସେମାନେ ସେଠାରେ ନୂଆ ଇତିହାସ ଲେଖିପାରିବେ ସେମାନଙ୍କ ଏଭଳି ସମ୍ବେଦନହୀନ ଓ ଧ୍ୱଂସମୁଖୀ କାର୍ଯ୍ୟ ଆମେ ଗତ କେତେ ଦଶନ୍ଧୀ ଧରି ଦେଖି ନଥିବା ନିଷ୍ଠୁରତାକୁ ଆମ ଆଗରେ ତୋଲି ଧରିଛି ।  ସେତେବେଳେ ବମ୍ବେ ରୂପେ ପରିଚିତ ଥିବା ମୁମ୍ବାଇ ନଗରୀରେ ଏହାର ପରିଣାମ ପ୍ରବଳ  ମାନସିକ ଧକ୍କା ପହୁଞ୍ଚାଇବା ପରି ଦୃଶ୍ୟ ସବୁକୁ ସୃଷ୍ଟି କରିଥିଲା ।  ପୂର୍ବରୁ ଏହି ସହରଟି  ଏକ ମହାନଗରୀ ବା କସମୋପଲିଟାନ ସହର ଭାବେ ପରିଚିତ ଥିଲା । ଯେଉଁଠି ହିନ୍ଦୁ ଓ ମୁସଲମାନ ମାନେ ଏକତ୍ର ରହି ପାରୁଥିଲେ, ଏକତ୍ର ଜୀବନର ସବୁ ଦୁଖକୁ ସହନ କରୁଥିଲେ, ସବୁ ସହରୀ ସମସ୍ୟାକୁ ସାମ୍ନା କରୁଥିଲେ । କିନ୍ତୁ ୬ ଡିସେମ୍ବର ପରେ ଯାହା ଘଟିଲା ସେଥିରେ ସମସ୍ତଙ୍କର ବିଶ୍ୱାସ ତୁଟି ଯାଇଥିଲା । ପଚିଶ ବର୍ଷ ପରେ ବି ଆଜି ପର୍ଯ୍ୟନ୍ତ ଯେଉଁମାନେ ଏହି ମସଜିଦ୍ଟିକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ ସେମାନେ ଓ ଯେଉଁମାନେ ପରବର୍ତ୍ତୀ ସମୟରେ ହିଂସାକାଣ୍ଡ ଭିଆଇ ବହୁ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଥିଲେ ସେମାନେ କେହି ହେଲେ ଦଣ୍ଡିତ ହୋଇ ନାହାନ୍ତି ।  ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଏହାର ଶେଷ ନାହିଁ । ଯେଉଁମାନେ ଏସବୁ ପରେ ସରକାରକୁ ଆସିଲେ ସେମାନେ ସବୁ ବିଭିନ୍ନ ଦଳର ହୋଇ ମଧ୍ୟ ଅପରାଧୀଙ୍କୁ ଦଣ୍ଡିତ କରିବାର ମାନସିକତା ପ୍ରଦର୍ଶନ କଲେ ନାହିଁ । ଯା ଫଳରେ ଗତ ୨୫ ବର୍ଷ ଧରି କେବଳ ବହୁସଂଖ୍ୟକବାଦ ଓ ଗୋଷ୍ଠୀବାଦର ବୃଦ୍ଧି ପାଇଁ କ୍ଷେତ୍ର ପ୍ରସ୍ତୁତି ଚାଲିଛି ।

ଗତ ୨୫ ବର୍ଷ ଭିତରେ କେବଳ  ବିଜେପିର କ୍ଷମତା ରାଜନୀତିରେ ବୃଦ୍ଧି ଘଟିଛି ବୋଲି ନୁହେଁ, ସାମ୍ପ୍ରଦାୟୀକ ଘୃଣା ଓ ଭୟ ବୃଦ୍ଧିପାଇ ଏପରି ଅବସ୍ଥାରେ ପହଞ୍ôଚଛି ଯେ ମୁସଲିମମାନେ ଏବେ ସର୍ବସାଧାରଣରେ ଖୋଲାଖୋଲିଭାବେ ସେମାନଙ୍କ ପରିଚୟ ଦେଇ ପାରୁ ନାହାନ୍ତି । ଏବେ ଏବେ ଉତ୍ତର ପ୍ରଦେଶରେ ତିନିଜଣ ମୁସଲମାନ ଯୁବକ  ନମାଜ ଟୋପି ପିନ୍ଧି ରେଳରେ ଯାଉଥିବାରୁ ସେମାନଙ୍କୁ  ପ୍ରବଳ ମାଡ ଖାଇବାକୁ ପଡିଛି । ଆକ୍ରମଣକାରୀମାନେ ସେମାନଙ୍କୁ କହିଥିଲେ-ଟୋପି ପିନ୍ଧିଛ? ଆସ ତୁମକୁ ଆମେକୁ ଟୋପି କେମିତି ପିନ୍ଧା ହୁଏ ଶିଖାଇ ଦେଉଛୁ । ଏହା ପୂର୍ବରୁ ୧୬ ବର୍ଷର ଜୁନେଦ ଖାନକୁ ଏଇଥିପାଇଁ ମରିବାକୁ ହେଲା ଯେ ସେ ଜଣେ ମୁସଲମାନ ବୋଲି ଜଣା ପଡିଯାଇଥିଲା । ଗୋଟିଏ ଢାଞ୍ଚାକୁ  ଭାଙ୍ଗିଦେବା ଯେତିକି ଯନ୍ତ୍ରଣାଦାୟକ ଥିଲା ତାହା ଠାରୁ ଏହି ଘଟଣାର  ପରବର୍ତ୍ତୀ ଅବସ୍ଥାରେ ଦେଖା ଦେଇଥିବା ମରଣାନ୍ତକ ଘୃଣା ବେଶି ଭୟଙ୍କର ହୋଇ ଯାଇଛି ।

ତେଣୁ ଏବେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏବେ ସମସ୍ତ ଯୁକ୍ତି, ସାଂସ୍କୃତିକ ସ୍ମୃତି, ପରମ୍ପରା ଏବଂ ଐତିହାସିକ ତଥ୍ୟ ସବୁକୁ ନଷ୍ଟ କରି ଦିଆଯିବାର ଉଦ୍ୟମ କେବଳ ଜାରି ରହିଛି । ଐତିହାସିକ ହରବାନ ମୁକିଅ।।ଙ୍କ କହିବାନୁଯାୟୀ ଯେଉଁ ପ୍ରକ୍ରିୟାରେ ଏ କଥାଟିକୁ ବିଶ୍ୱାସ କରିବାକୁ କୁହାଯାଉଛି ତା’ରି ଫଳରେ ଏ କଥାଟି ବି ଲୋକଙ୍କୁ ଅସ୍ପଷ୍ଟ ବା ଅବିଶ୍ୱସନୀୟ ଳାଗୁଛି ଯେ ଯେଉଁଠାରେ ବାବରୀ ମସଜିଦର ଢାଞ୍ଚା ଥିଲା ସେଠାରେ ଦିନେ ରାମମନ୍ଦିରଟିଏ ଥିଲା  । ଏହା ପରମ୍ପରା ଓ ଐତିହାସିକ ତଥ୍ୟ ଭିତରେ ଏକ ଅସ୍ପଷ୍ଟ ରେଖା ଟାଣିଦେଇ ସାରିଛି । ବର୍ଷ ୨୦୧୭ରୁ  ଏକଥା ସ୍ପଷ୍ଟ ହୋଇଛି (ଯାହା ରାଜନୀତି ବିଜ୍ଞାନୀ ଜୋୟା ହାସନ କହନ୍ତି) ଯେ ୬ ଡିସେମ୍ବରରେ ି ସାଧାରଣ କ୍ଷେତ୍ରରେ ହିନ୍ଦୁତ୍ୱର ଅନୁଭବ  ଓ ସଂଖ୍ୟଲଘୁମାନଙ୍କୁ ପଦାନତ କରି ରଖିବା କଥାଟି ଏକ ଭିନ୍ନ ପର୍ଯ୍ୟାୟରେ ପହଞ୍ôଚଛି । ଏବେ ମୁମ୍ବାଇରେ ସେହି ଦଳ ଶାସନ କରୁଛି ଯାହାକୁ କି ନ୍ୟାୟିକ ଯାଞ୍ଚ ଆୟୋଗ ହିଂସା ପାଇଁ ଦାୟୀ କହିଥିଲେ । ଆୟାଗ  ଯାହାକୁ ଅପରାଧୀ କହିଥିଲେ ସେମାନଙ୍କ ମଧ୍ୟରୁ କେହି ଗିରଫ ହୋଇ ନାହାନ୍ତି । ପରିଣାମ ସ୍ୱରୂପ ୬ ଡିସେମ୍ବରର ବହୁ ବର୍ଷ ପରେବି ବାବରୀ ମସଜିଦ ଆଲୋଚନା ଜାରୀ ରହିଛି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top