ISSN (Print) - 0012-9976 | ISSN (Online) - 2349-8846

ସାଧାରଣ ଆଲୋଚନା ସବୁ ସମୟରେ ଲିଙ୍ଗଗତ ସମାନତା ଓ ନ୍ୟାୟବ୍ୟବସ୍ଥା ଚାରିପଟେ ଘୁରି ବୁଲେ

Public discourse has consistently skirted around the core issues of gender equality and justice.

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

୧୯୮୦ରେ ରୂପ କନୱାର ଓ ସାହା ବାନୋ ଘଟଣା ଘଟିବାର ତିନି ଦଶନ୍ଧୀ ପରେ ମଧ୍ୟ କେତେକ ଘଟଣାରେ ସେପରି କିଛି ପରିବର୍ତ୍ତନ ଆସିଥିବା ପରି ଜଣା ପଡୁନାହିଁ । ବିଭିନ୍ନ ସ୍ଥାନରେ ଚାଲିଥିବା  ଖୋଲା ବିତର୍କରେ ଏହି ମହିଳାମାନଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଯେତେ ଆଲୋଚନା ହେଉଛି ଏବଂ ସେମାନେ ବି ଜଣେ ବ୍ୟକ୍ତି  ତଥା  ନାଗରିକ ଭାବରେ ସେମାନଙ୍କର ଅଧିକାର ଉପରେ ଯେତିକି ଆଲୋଚନା ହେଉ ନାହିଁ , ସେମାନଙ୍କ ପରିବାର ସମ୍ପ୍ରଦାୟ, ଧର୍ମ ରାଜନୀତି, ପ୍ରଥା ଓ ସଂସ୍କୃତିକୁ ନେଇ ତାଠାରୁ ବେଶି ଆଲୋଚନା ହେଉଛି ।

୧୯୮୫ରେ ଜଣେ ବୟସ୍କା, ଦାରିଦ୍ର୍ୟ ପ୍ରପୀଡିତ,ପରିତ୍ୟକ୍ତା ଓ ପରେ ଛାଡପତ୍ର ପାଇଥିବା ମହିଳାଙ୍କର ତାଙ୍କର ଓକିଲ ପତିଙ୍କଠାରୁ ସାମାନ୍ୟ କିଛି ଭରଣ ପୋଷଣ ଦାବି କରିବା ମାମଲା ଏକ ଗରମାଗରମ ରାଜନୈତିକ ବିଷୟବସ୍ତୁ ପାଲଟି ଗଲା ଯେଉଁଥିରେ ଧାର୍ମିକ ସ୍ୱାଧିନତା, ପରିଚୟ ଓ ନ୍ୟାୟ ବ୍ୟବସ୍ଥା ମଧ୍ୟ ସାମିଲ ହୋଇଥିଲା । ୧୯୮୭ ମସିହାରେ ଜଣେ ୧୮ ବର୍ଷର ମହିଳାଙ୍କର ମାତ୍ର ସାତମାସ ତଳେ ବିବାହ କରିଥିବା ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ପରେ ସ୍ୱାମୀଙ୍କ  ଜଳନ୍ତା ଜୁଇରେ ବସି ମୃତ୍ୟୁବରଣ କରିବା  ଘଟଣାଟି ତାଙ୍କ ସମ୍ପ୍ରଦାୟ ଲୋକଙ୍କ ପାଇଁ ଏକ ପୁରୁଣା କାଳିଆ ବେଆଇନ ପ୍ରଥାକୁ ପୁଣି ଥରେ ଜୀବିତ କରିବାର ରାଜନୈତିକ ସୁଯୋଗ ଆଣି ଦେଇଥିଲା ଏବଂ ଏବେ ୨୦୧୭ ମସିହାରେ ହାଦିୟା, ଜଣେ ଯୁବତୀଙ୍କର ତାଙ୍କ ଇଚ୍ଛାନୁସାରେ ବିବାହ କରିବାର ସାମ୍ବିଧାନିକ ଅଧିକାର ଟିକକକୁ ଧାର୍ମିକ କଟ୍ଟରବାଦ, ଉଗ୍ରବାଦ ଓ ଜାତୀୟ ସୁରକ୍ଷା ଆଦି ରାଜନୈତିକ ଛକାପଂଝା ଭିତରେ ଭତ୍ତି କରି ଦିଆଯାଇଛି । ଏ ସମସ୍ତ କଥାର ମୂଳରେ ରହିଛିି ଜଣେ  ମହିଳାଙ୍କର ସ୍ଥିତି ଏବଂ ଜଣେ ନାଗରିକ ଭାବରେ ତାଙ୍କର ଅଧିକାର । କିନ୍ତୁ ସାଧାରଣରେ ଯାହା ଆଲୋଚନା ହେଉଛି ତାହା ହେଉଛି ଲଙ୍ଗଗତ ସମାନତା ଓ ନ୍ୟାୟ କଥା ।

ହାଦିୟା ଘଟଣାରେ ନଭେମ୍ବର ୨୭ ତାରିଖରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣୀ ବେଳେ ଳିଙ୍ଗ ହେଉଛି ମୁଖ୍ୟ ବିଷୟ ଏକଥା କେହି ଗ୍ରହଣ କରିବାକୁ ମନା କରୁ ନ ଥିଲେ ବି ରାଜି ହୋଇ ପାରୁ ନ ଥିଲେ । ଅକ୍ଟୋବରରେ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ ଯେ ହାଦିୟାଙ୍କୁ କୋର୍ଟରେ ପେଶ କରାଯାଉ ଯାହା ଫଳରେ କୋର୍ଟ ଜାଣି ପାରିବେ ଯେ ତାଙ୍କର ମୁସଲିମ ଧର୍ମକୁ ପରିବର୍ତ୍ତନ ଓ ସାଫିନ ଜାହାନଙ୍କୁ ବିବାହ ତାଙ୍କ ନିଜ ଇଚ୍ଛାନୁସାରେ ହୋଇଛି କି ନାହିଁ । ସେମାନେ ହାଦିୟାଙ୍କ ନିଜ ମୁଁହରୁ ତାଙ୍କର ଇଚ୍ଛା ଓ ପସନ୍ଦ ବିଷୟରେ ଶୁଣିବାକୁ ଚାହୁଁଥିଲେ । ଗୋଟିଏ ମାସ ପରେ ଯେତେବେଳେ ହାଦିୟାଙ୍କୁ କୋର୍ଟରେ ପେଶ କରାଗଲା ସେତେବେଳେବିଚାରପତିମାନଙ୍କ ଭିତରେ ହାଦିୟାଙ୍କର କେତେବେଳେ ଓ କେଉଁଠି ଶୁଣାଣି କରାଯିବ ତାକୁ ନେଇ ମତଭେଦ ହୋଇଥିଲା ଯେ ତାଙ୍କୁ ତାଙ୍କ ନିଜ କଥାକୁ ଏକ ଲମ୍ବା ଭାଷଣମାଧ୍ୟମରେ କହିବାକୁ ଦିଆଯିବ ନା ସେ ଓକିଲଙ୍କ ମାଧ୍ୟମରେ ନିଜ କଥା ରଖିବେ । ଏଥିରେ ଅତିରିକ୍ତ ସଲିସିଟର ଜେନେରାଲ କହିଥିଲେ ଯେ ଯଦି ହାଦିୟା ପୁରୁଷ ଲୋକ ହୋଇଥାଆନ୍ତେ ତାହେଲେ କ’ଣ ଏଇ ବିଚାର କରାଯାଇଥାଆନ୍ତା? ଏହାକୁ ନାପସନ୍ଦ କରି ମୁଖ୍ୟ ବିଚାରପତି ପ୍ରଶ୍ନ କରିଥିଲେ ଯେ ଏଠାରେ ଲିଙ୍ଗକୁ ନେଇ କାହିଁକି ପ୍ରଶ୍ନ ଉଠିଲା?

 ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଲିଙ୍ଗ କଥାଟି ନ ଆସିବ କେମିତି? ନିଜେ ନ୍ୟାୟାଳୟ  କହୁଛନ୍ତି ଯେ ୨୪ ବର୍ଷର ଝିଅଟିଏ ଦୁର୍ବଳ ତେଣୁ ଅନେକ ବାଟରେ ଶୋଷିତ ହୋଇଯାଇପାରେ,  ସେ ଭୋଲି ( ବା ବୋକୀ) ହୋଇଥିବାରୁ ଜୀବନରେ କ’ଣ ଚାହୁଁଛି ତା ଉପରେ ନିଷ୍ପତ୍ତି ନେବାକୁ ତାକୁ ଛାଡିଦେବାଟା ନିରାପଦ ନୁହେଁ, ଭାରତୀୟ ପରମ୍ପରାରେ ଜଣେ ଅବିବାହିତା କନ୍ୟାର ସୁରକ୍ଷା ଦାୟିତ୍ୱ ସେ ଠିକ ଭାବରେ ବିବାହ କରିବା ପର୍ଯ୍ୟନ୍ତ ତାଙ୍କ ପିତିମାତାଙ୍କ ଉପରେ ନ୍ୟସ୍ତ ଥାଏ । ଯେତେବେଳେ କୋର୍ଟ ଏ କଥା କହୁଛନ୍ତି ଓ ସଂଘ ପରିବାର ପକ୍ଷରୁ ଚାଲିଥିବା  ଲଭ ଜିହାଦ ଯେତେବେଳେ ବଳବତ୍ତର ରହିଛି ଯେଉଁଥିରେ କୁହାଯାଉଛି ଯେ ମହିଳାଙ୍କର ନିଜର ମସ୍ତିଷ୍କ ନାହିଁ ତେଣୁ ସେମାନେ ନିଜର ଭଲ ମନ୍ଦର ବିଚାର ନିଜେ କରି ପାରନ୍ତି ନାହିଁ ତେଣୁ ବିବାହ ନାମରେ ଭୁଲାଇ ଫସାଇ ସେମାନଙ୍କର ଧର୍ମାନ୍ତିକରଣ କରି ଦିଆଯାଇଥାଏ । କିନ୍ତୁ ବାସ୍ତବିକତା ହେଉଛି ଏକଥାର ହାଦିୟା ଘଟଣା ସହ କୌଣସି ସମ୍ପର୍କ ନାହିଁ କାରଣ ହାଦିୟା ତାଙ୍କ ନିଜ ଇଚ୍ଛାରେ ଏହି ବିବାହ କରିଛନ୍ତି ଓ ବିବାହର ଏକ ବର୍ଷ ପୂର୍ବରୁ ସେ ତାଙ୍କର ଧର୍ମ ପରିବର୍ତ୍ତନ କରିବା କଥା ସର୍ବସାଧାରଣରେ ଘୋଷଣା କରି ସାରିଥିଲେ । ଗୋଟିଏ ମାସ ପୂର୍ବରୁ ଏକ ମୁସଲିମ ୱେବସାଇଟ ଜରିଆରେ ସେ ଜାହାନଙ୍କ ସହିତ ସମ୍ପର୍କରେ ଆସିବା ପରେ ତାଙ୍କୁ ବିବାହ କରିବାପାଇଁ ଏକ ଧର୍ମାନ୍ତିକରଣ ପ୍ରମାଣପତ୍ର ହାସଲ କରିଥିଲେ ।

ଏଠାରେ ଲିଙ୍ଗଗତ ବୈଷମ୍ୟ କଥାଟି କିପରି ନ ଆସିବ? ଜଣେ ମହିଳା ଦୁଇବର୍ଷ ଧରି କୋର୍ଟରେ ଏବଂ କୋର୍ଟ ବାହାରେ ଯେତେବେଳେ ବି ସୁଯୋଗ ପାଇଛନ୍ତି ନିରବିଚ୍ଛନ୍ନ ଭାବରେ ସେହି ଗୋଟିଏ କଥା କହି ଆସିଥିଲେ ମଧ୍ୟ ତାଙ୍କୁ ଜଣେ ସାବାଳକ ରୂପେ ଦେଖା ଯାଉନାହିଁ କି ସେ ଯାହା କହୁଛନ୍ତି ତାକୁ ସେ ଭଲଭାବେ ବୁଝି ସୁଝି କହୁଛନ୍ତି ବୋଲି ବିଚାର କରାଯାଇ ପାରୁନାହିଁ । ସେ ତାଙ୍କ ମତରେ କେତେ ସୁଦୃଢ ତାହା କ’ଣ ଏଇଥିରୁ ପ୍ରମାଣିତ ହେଉ ନାହିଁ ଜଣେ ମହିଳାଙ୍କୁ ମାସ ମାସ ଧରି ପୋଲିସର କଡା ପହରାରେ ନଜରବନ୍ଦୀ ଭଳି ଅବସ୍ଥାରେ ରଖିବା ପରେ ଓ ତାଙ୍କୁ କେବଳ ତାଙ୍କ ପରିବାର ଲୋକଙ୍କ ବ୍ୟତୀତ ଆଉ କାହାରି ସହିତ ସାକ୍ଷାତ କରିବାକୁ ସୁଯୋଗ ନ ଦିଆଯିବା ପରେ ତଥା ତାଙ୍କୁୁ ବିଭିନ୍ନ ପ୍ରକାରର ମାନସିକ ନିଅ୍ୟାତନା ଦିଆଯିବା ପରେ ମଧ୍ୟ ସେ ଧୀର ସ୍ଥିର ଚିତ୍ତରେ ସେହି ଗୋଟିଏ କଥା କହି ଚାଳଇଛନ୍ତି ଯେ ସେ ତାଙ୍କ ଭଲ ପାଇବା ଓ ବିବାହ ବିଷୟରେ ଯାହା ବି ନିଷ୍ପତ୍ତି ନେଇଛନ୍ତି ତାହା ସେ ବୁଝି ବିଚାରି ନେଇଛନ୍ତି ଓ ସେ ତାଙ୍କ ଜୀବନକୁ ଅବାଧରେ ଏବଂ ତାଙ୍କୁ ସୁହାଇବା ଭଳି ଅବସ୍ଥାରେ ନିଷ୍ପତ୍ତି ନେଇଛନ୍ତି । ସେ କେବେବି ବା କେଉଁଠି ହେଲେ ଭିନ୍ନ ମତ ଦେଇ ନାହାନ୍ତି ।

 ଏଠାରେ ଲିଙ୍ଗଗତ ବୈଷମ୍ୟ କଥା କିପରି ନ ଉଠିବ ଯେତେବେଳେ ଜଣେ ଯୁବତୀ ନିଜର ସ୍ୱାଧୀନତା କଥା କହୁଛନ୍ତି ସେତେବେଳେ ତାଙ୍କୁ ସାମୟିକ ଭାବରେ ସ୍ୱାଧୀନତା ଦିଆଯିବା କଥା କୁହାଯାଉଛି ଓ ସେ କେବଳ କଲେଜ ଛାତ୍ରାବାସରେ ଛାତ୍ରାବାସର ସମସ୍ତ ନିୟମ କାନୁନକୁ ପାଳନ କରି ରହି ତାଙ୍କର ଇଣ୍ଟର୍ଣ୍ଣସିପ ଶେଷକରି ପାରିବେ ବୋଲି କୁହାଯାଉଛି ।

ଯଦିଓ କଲେଜର ଡିନ ତାଙ୍କର ଅବିଭାବକ ହେବାକୁ ନେଇ କୋର୍ଟରୁମରେ ବେଶ ଆଲୋଚନା ହେଉଥିବା କଥା ଦେଖିବାକୁ ମିଳୁଥିଲା ହେଲେ ଏକଥାଟି ନ୍ୟାୟାଳୟର ଚୂଡାନ୍ତ  ନିର୍ଦ୍ଦେଶନାମାରେ ପ୍ରତିଫଳିତ ହୋଇନାହିଁ କେବଳ ଡିନ୍ଙ୍କର ଏବଂ ହାଦିୟାଙ୍କ ବିବିନ୍ନ ବିବୃତ୍ତିରୁ ଯାହା ଜଣାପଡୁଛି ଯେ ହାଦିୟା କ’ଣ କରିବେ ନ କରିବେ, କେଉଁଠାକୁ ଯିବେ ନ ଯିବେ,କାହାକୁ କେଉଁ ପରିସ୍ଥିରେ ଭେଟିବେ ନ ଭେଟିବେ  ସେକଥାର ନିଷ୍ପତ୍ତି  ଡିନ୍ ନେବେ । କେବଳ ହାଦିୟା ନୁହନ୍ତି, ହାଦିୟାଙ୍କ ପିତା ମଧ୍ୟ ହାଦିୟାଙ୍କୁ ଯେତିକି ସ୍ୱାଧିନତା ଦିଆଯାଇଛି ସେଥିରେ ସନ୍ତୁଷ୍ଟ  ନହୋଇ କୋର୍ଟକୁ ଯିବା କଥା କହିଲେଣି । ତେଣୁ ଏଠାରେ କେବଳ ଲିଙ୍ଗଗତ ବେଷମ୍ୟ କଥା ଉଠୁ ନାହିଁ ତା ବାହାରେ ମଧ୍ୟ ଅନେକ କଥା ରହିଛି ଯେମିତିକି ସାମ୍ପ୍ରଦାୟିକ ରାଜନୀତି, ଇସଲାମ ଆତଙ୍କ, ସାଧାରଣରେ ଥିବା ଆତଙ୍କବାଦର ଭୂତ ଏବଂ ଏହାକୁ ନେଇ ନ୍ୟାୟାଳୟର ମତ ଆଦିର ପ୍ରଭାବ ରହିଛି । କିନ୍ତୁ ମୂଳ ବିଷୟଟି ହେଉଛି ହାଦିୟା ଆଜି ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାର ମୂଳ କାରଣଟି ହେଉଛି ଯେ ସେ ଜଣେ ମହିଳା ।

 

Back to Top