ISSN (Print) - 0012-9976 | ISSN (Online) - 2349-8846

ଗୁରୁତ୍ୱହୀନ ଜୀବନ ବଂଚିବାକୁ ବାଧ୍ୟ ହେଉଥିବା ଲୋକ

ତୃତୀୟଲିଙ୍ଗୀ ଲୋକମାନଙ୍କ ପାଇଁ ହେବାକୁ ଥିବା ପ୍ରସ୍ତାବିତ ବିଧେୟକ ଯେତିକି ସମ୍ବେଦନହୀନ ସେତିକି ଅପମାନଜନକ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ସମ୍ପ୍ରତି ଘଟିଥିବା ଗୋଟିଏ ଘଟଣା ଯାହାକି ଭାରତରେ  ତୃତୀୟଲିଙ୍ଗୀ  ସମ୍ପ୍ରଦାୟ ଓ ଯୌନ-ସଂଖ୍ୟାଲଘୁଙ୍କ ଅଧିକାରକୁ ନେଇ  କାର୍ଯ୍ୟକରୁଥିବା କର୍ମୀମାନଙ୍କୁ ଚକିତ ଏବଂ କ୍ରୋଧାନ୍ୱିତ କରିଛି ତାହା ହେଉଛି କେନ୍ଦ୍ର ସରକାର ସଂସଦର ଆଗାମୀ ଅଧିବେଶନରେ ଏକ ଏପରି ବିଧେୟକ ଆଣିବାର ପ୍ରସ୍ତାବ ରଖିଛନ୍ତି ଯାହାକି ତୃତୀୟଲିଙ୍ଗୀ ବ୍ୟକ୍ତିମାନେ ବହୁଦିନ ଧରି ଆନ୍ଦୋଳନ ତଥା ନ୍ୟାୟିକ ସଂଘର୍ଷ କରି ପାଇଥିବା ଅଧିକାର ଟିକକକୁ ସେମାନଙ୍କ ଠାରୁ ଛଡାଇ ନେବ ।  ତୃତୀୟଲିଙ୍ଗୀ (ଅଧିକାର ସୁରକ୍ଷା) ବିଧେୟକ-୨୦୧୬ ଟି କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୪ରେ ନିଯୁକ୍ତ କରାଯାଇଥିବା ବିଶେଷଜ୍ଞ କମିଟି, ୨୦୧୫ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଏବଂ ୨୦୧୫ରେ ସଂସଦରେ ସର୍ବସମ୍ମତ ଭାବେ ପାରିତ ହୋଇଥିବା ଏକ ବେସରକାରୀ ବିଧେୟକ ପାଇଁ ସମସ୍ତଙ୍କ ମଧ୍ୟରେ ତୃତୀୟଲିଙ୍ଗୀ  ସମ୍ପ୍ରଦାୟର ଆବଶ୍ୟକତାକୁ ନେଇ ଏକ ଅନୁଭବ ଆସିଥିଲା ଯେ ସେମାନଙ୍କ ପାଇଁ  ଏକ ବିଶେଷ ଆଇନ ହେବା ଦରକାର । ତେବେ ଏହି ବେସରକାରୀ ବିଧେୟକ ଉପରେ ସାମାଜିକ ନ୍ୟାୟ ଓ  ସଶକ୍ତିକରଣ ସମ୍ବନ୍ଧିତ ସଂସଦୀୟ ସ୍ଥାୟୀ କମିଟି ତୃତୀୟଲିଙ୍ଗୀମାନଙ୍କର ବାସ୍ତବିକ ଦାବୀ ଓ ଆବଶ୍ୟକତା ଗୁଡିକୁ ନେଇ ଏହାର ଯେଉଁ ୪୩ତମ ରିପୋର୍ଟ ଦେଇଥିଲା ତାହାକୁ ସଂସଦରେ ଆସିଥିବା ନୂତନ  ବିଧେୟକରେ ସେତେ ଗୁରୁତ୍ୱ ଦିଆ ଗଲାନାହିଁ ।

                ମୂଳତଃ ଏହି ସମ୍ପ୍ରଦାୟକୁ କୌଣସି ଅପମାନଜନକ ପରିଚୟ ବଦଳରେ ଏକ  ନିଜସ୍ୱ-ପରିଚୟ ପ୍ରଦାନ କରିବା, ସେମାନଙ୍କୁ ସେମାନଙ୍କ ପରିବାର ଲୋକେ ପରିତ୍ୟାଗ କରିବା ପରେ ସେମାନଙ୍କର ବସବାସପାଇଁ  ସ୍ଥାୟୀ ବ୍ୟବସ୍ଥା କରିବା, ସେମାନଙ୍କର ଶିକ୍ଷା ଓ ଜୀବନ ଜୀଇଁବାର ବ୍ୟବସ୍ଥା ଯେପରି କଦର୍ଯ୍ୟ ସ୍ଥିତିରେ ଅଛି ସେମାନଙ୍କୁ ସେଥିରୁ ମୁକ୍ତି ଦେଇ ସଠିକ ମାର୍ଗରେ ଶିକ୍ଷା ପ୍ରାପ୍ତି ତଥା ଜୀବନ ଧାରଣ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା, ଯେଉଁମାନେ ସେମାନଙ୍କୁ ଭିନ୍ନ ଆଖିରେ ଦେଖନ୍ତି ସେମାନଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା କରିବା ଆଦି ବିଷୟକୁ ବିଚାର କଲେ ଏହି ବିଧେୟକଟି ଯେତିକି ନୈରାଶ୍ୟଜନକ ସେତିକି ଅପମାନଜନକ ବୋଧ ହେଉଛି । ଏକଥାରେ ବୋଧହୁଏ କାହାରି ଦ୍ୱିମତ ନ ଥିବ ଯେ ଲିଙ୍ଗ ଏକ ଜୈବିକ ବିଷୟ କିନ୍ତୁ ଲୈଙ୍ଗିକ ବା ଲିଂଗଗତ ଅବଧାରଣା ଏକ ସମାଜସୃଷ୍ଟ ବିଷୟ । କଥିତ ବିଧେୟକଟିରେ କିନ୍ତୁ ଏଥିରୁ କୌଣସି ଗୋଟିକକୁ ବିଚାରକୁ ନିଆଯାଇ ନାହିଁ । ବିଲରେ ତୃତୀୟଲିଙ୍ଗୀମାନଙ୍କୁ ଯେଉଁପରି ବର୍ଣ୍ଣନା କରାଯାଇଛି ତାହା ସେମାନଙ୍କ ପାଇଁ ନିହାତି ଅପମାନଜନକ ନ କୁହାଗଲେ ବି ହାସ୍ୟାସ୍ପଦ ନିଶ୍ଚିତ କୁହାଯିବ । ବିିଧେୟକ ମୁତାବକ-“ ତୃତୀୟଲିଙ୍ଗୀ ଲୋକର ଅର୍ଥ ହେଉଛି ସେ ପୁରୁଷ ନୁହନ୍ତି କି ନାରୀ ନୁହନ୍ତି, ସେ ପୁରୁଷ ଓ ନାରୀର ଏକ ସମ୍ମିଳିତ ବ୍ୟକ୍ତି  । ସେମାନଙ୍କ ଜନ୍ମବେଳେ ସେମାନଙ୍କୁ ଯେଉଁ ଲିଙ୍ଗର  ବୋଲି  ଧାରାଯାଇଥାଏ ତାହା ପରେ ସେଇଆ ହୋଇ ନଥାଏ । ସେମାନେ ଟ୍ରାନ୍ସ ମେଲ ବା ଟ୍ରାନ୍ସ ଫିମେଲ ଭାବରେ ପରିଗଣିତ ହୋଇ ଥାଆନ୍ତି । କିନ୍ତୁ ତୃତୀୟ ଲିଙ୍ଗୀମାନଙ୍କ ପକ୍ଷରୁ ମତ ଦିଆଯାଇଥିଲା ଯେ ସେମାନଙ୍କୁ ସାମାଜିକ, ମେଡିକାଲ ଏବଂ ଆଇନଗତ ଦୃଷ୍ଟିରୁ ପୁରୁଷ ବା ମହିଳା ଭାବରେ ପରିଗଣିତ କରାଯାଉ କିନ୍ତୁ ଏହା ସେମାନଙ୍କର ନିଜସ୍ୱ ପରିଚୟ ହେବା ଉଚିତ୍ ନୁହେଁ । ତୃତୀୟଲିଙ୍ଗୀମାନଙ୍କୁ ଆନ୍ତ-ଲିଙ୍ଗୀଜାତୀୟ ବୋଲି ଗଣନା କରାଯିବା ମଧ୍ୟ ଠିକ ନୁହେଁ । କାରଣ ଆନ୍ତ-ଲିଙ୍ଗୀ ଜାତୀୟ ବ୍ୟକ୍ତିମାନଙ୍କର ସେଭଳି ଚିତ୍ରଣ କରାଯିବାର କେତୋଟି ଯୌନ ସମ୍ବନ୍ଧିତ ଲକ୍ଷଣ ରହିଛି ଯଥା-ଶାରୀରକ ଗଠନ ବା ଆନାଟୋମିକାଲ, କ୍ରୋମୋଜନାଲ, ଓ ହରମୋନାଲ । ଏହି ଲକ୍ଷଣଗୁଡିକ କିନ୍ତୁ ଜଣେ ବ୍ୟକ୍ତିର ପୁରୁଷ ବା ନାରୀ ହେବା କଥାକୁ ସାମାଜିକ, ଆଇନଗତ ଓ ମେଡିକାଲ କୌଣସି ଦୃଷ୍ଟିରୁ ଶ୍ରେଣୀଭୁକ୍ତ କରି ପାରୁ ନାହିଁ । ଲିଙ୍ଗ ଚିହ୍ନଟ କରିବାର ଗମ୍ଭୀର ମାମଲାରେ ନ୍ୟାସନାଲ ଲେଗାଲ ସର୍ଭିସେସ ଅଥରିଟୀ (ନାଲସା ବନାମ ଭାରତ ସରକାର ୨୦୧୫) ମୋକଦମ୍ମାରେ ସୁପ୍ରିମକୋର୍ଟ ପକ୍ଷରୁ ଏକ ଐତିହାସିକ ରାୟ ଦିଆଯାଇ କୁହାଗଲା ଯେ ଶାରୀରିକ ପରୀକ୍ଷଣ ବ୍ୟତିରେକେ ମଧ୍ୟ ତୃତୀୟଲିଙ୍ଗୀ ସମ୍ପ୍ରଦାୟ ନିକଟରେ ସେମାନଙ୍କର ନିଜସ୍ୱ ପରିଚିତିର ଅଧିକାର ରହିବ । ଆଜି ପର୍ଯ୍ୟନ୍ତ ଗୋଟିଏ କଥା ହେଉଥିଲା ଯେ ତୃତୀୟ ଲିଙ୍ଗୀମାନେ ଏକ ସତ୍ୟପାଠ ମାଧ୍ୟମରେ ସେମାନଙ୍କ ଲିଙ୍ଗ ସମ୍ବନ୍ଧୀୟ ଘୋଷଣା କରି ପାରୁଥିଲେ । ନୂଆ ବିଧେୟକଟିରେ ଏହି ଅଧିକାରଟି ରହିଲା ନାହିଁ ବରଂ ଗୋଟିଏ ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକ।।ରୀ, ଜଣେ ମନୋବିଜ୍ଞାନୀ ଏବଂ ଅନ୍ୟମାନଙ୍କୁ ନେଇ ଗଠିତ  ଜିଲ୍ଲାସ୍ତରୀୟ ଯାଞ୍ଚ କମିଟି ଜଣେ ବ୍ୟକ୍ତିର ଲିଙ୍ଗ ନିର୍ଣ୍ଣୟ କରିବ । ଏହା ଫଳରେ ଜଣେ ବ୍ୟକ୍ତିକୁ ଯେଉଁ ଅମଲାତାନ୍ତ୍ରୀକ ନିର୍ଯ୍ୟାତନା ସହ୍ୟ କରିବାକୁ ହେବ ତାକୁ ବେଶ୍ ସହଜରେ ଅନୁମାନ କରି ହେବ । ଜଣକୁ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ମିଳୁଥିବା ସୁବିଧା ସୁଯୋଗ ହାସଲ କରିବା ପାଇଁ ଜାତି ପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର ଆଦି ଯୋଗାଡ କରିବାପାଇଁ ଯେପରି କଷ୍ଟକର ଅନୁଭୂତି ଦେଇ ଗତି କରିବାକୁ ହୁଏ ଏକଥାଟି ଠିକ ସେହିପରି । ଆଶ୍ଚର୍ଯ୍ୟଜନକ ଭାବରେ କେନ୍ଦ୍ର ସାମାଜିକ କଲ୍ୟାଣ ବିଭାଗର ମତ ହେଉଛି ଯେ ଭାରତୀୟ ସମ୍ବିଧାନ ହେଉଛି ଲିଙ୍ଗ ପ୍ରତି ସମ୍ପୂର୍ଣ୍ଣ ଅନ୍ଧ । ସମ୍ବିଧାନରେ କୁହାଯାଇଛି ଯେ ମହିଳାମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବା ଦରକାର କିନ୍ତୁ ତା ସହିତ ଏକଥା ମଧ୍ୟ କୁହାଯାଉଛି ଯେ ଏଥିପାଇଁ  ଜଣେ ବ୍ୟକ୍ତିଙ୍କର ଲିଙ୍ଗ ଚିହ୍ନଟ ଅନାବଶ୍ୟକ  ।

                ବିଲ୍ରେ ସେହି ସବୁ ତରୁଣ ଓ କିଶେ।।ରମାନଙ୍କ ପ୍ରତି ମଧ୍ୟ ଧାନ ଦିଆଯାଇନାହିଁ ଯେଉଁମାନଙ୍କୁ ସେମାନଙ୍କ ସ୍ୱତନ୍ତ୍ର ଲିଙ୍ଗଗତ କାରରଣରୁ ସେମାନଙ୍କ ପରିବାର ଲୋକଙ୍କର ସମର୍ଥନ ଓ ସାହାଯ୍ୟ ମିଳି ନ ଥାଏ । ବିଲ୍ର ବ୍ୟବସ୍ଥା ମୁତାବକ କୌଣସି ତୃତୀୟଲିଙ୍ଗୀଙ୍କୁ ସେଥିପାଇଁ ଦକ୍ଷ ଗୋଟିଏ କୋର୍ଟ ନ ଚାହିଁବା ପର୍ଯ୍ୟନ୍ତ ତାଙ୍କ ପରିବାର ନିଜଠାରୁ ଅଲଗା କରି ପାରିବେ ନାହିଁ ଆଉ ଯଦି ସେପରି କିଛି ଘଟେ ତେବେ ତାଙ୍କୁ ଗୋଟିଏ ଥଇଥାନ କେନ୍ଦ୍ରରେ ରଖାଯିବ । ତୃତୀୟଲିଙ୍ଗୀମାନଙ୍କ ପକ୍ଷରୁ ବାରମ୍ବାର ଦାବୀ ହୋଇ ଆସୁଛି ଯେ ଏହି ପରିବାରର ପରିସର ମଧ୍ୟକୁ  ସେହି ବୟସ୍କ ହିଞ୍ଜଡା ବା ଆରବାଣୀମାନଙ୍କୁ ମଧ୍ୟ ଅଣାଯାଉ ଯେଉଁମାନେ ତୃତୀୟଲିଙ୍ଗୀମାନଙ୍କୁ ଶୈଶବ ବା କିଶୋର ଅବସ୍ଥାରୂ ଲାଳନପାଳନପାଇଁ ନେଇ ପାଖରେ ରଖିଥାଆନ୍ତି । ଯେଉଁ ପିଲାମାନଙ୍କୁ ବୟସ୍କ ହିଞ୍ଜଡାମାନେ ନେଇ ପାଖରେ ରଖି ଥ।।ଆନ୍ତି ସେମାନେ ଯେପରି ବିଦରେ ପଡି ନ ଯାଆନ୍ତି ବା ହିଞ୍ଜଡା ପାରିବାରିକ ବ୍ୟବସ୍ଥା ଯେପରି ବିପଦରେ ପଡି ନଯାଏ ତାପାଇଁ ଧ୍ୟାନ ଦିଆଯିବା ଆବଶ୍ୟକ । ସେହିପରି ତୃତୀୟଲିଙ୍ଗୀମାନଙ୍କର ସ୍ୱାସ୍ଥ୍୍ୟସେବା,  ସେମାନଙ୍କୁ ଗୁରୁତ୍ୱହୀନ କରିଦିଆଯିବାପରେ ସେମାନେ ବଞ୍ôଚବା ପାଇଁ ଆଦରି ନେଉଥିବା ରାସ୍ତା ବିଷୟରେ ମଧ୍ୟ ବିଧେୟକରେ ନୀର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇ ନାହିଁ । ତୃତୀୟଲିଙ୍ଗି ମାନଙ୍କୁ ନିର୍ଯ୍ୟାତନାରୁ ସୁରକ୍ଷା ଦେବା , ସେମାନଙ୍କୁ ଜେଲ ଏବଂ ସୁଧାରଗୃହ ଗୁଡିକରେ କରାଯାଉଥିବା ଅତ୍ୟାଚାରରୁ ବଞ୍ଚାଇବା ପାଇଁ ଏହି ବିଧେୟକରେ କୌଣସି ଦଣ୍ଡ ବ୍ୟବସ୍ଥା ମଧ୍ୟ ନାହିଁ ।

                ସରକାର ଏକ ଜଟିଳ ଏବଂ ଭିନ୍ନ ବିଷୟକୁ ନେଇ ଅତି ଖାମଖିଆଲୀ ମନୋଭାବ ପୋଷଣ କରୁଥିବା କଥାଟି ସ୍ପଷ୍ଟ ହୋଇ ଯାଇଛି । ତୃତୀୟଲିଙ୍ଗୀମାନେ ସମାଜରେ ବର୍ଜିତ ଓ ପରିହାସର ପାତ୍ର ହୋଇ ରହିଛନ୍ତି । ନିକଟରେ ହିଁ ସେମାନେ ଆଇନଗତ ମାନ୍ୟତା ପାଇଛନ୍ତି । ସେମାନଙ୍କର ରାଜନୀତି ଏବଂ ସାମାଜିଜ-ଅର୍ଥନୈତିକ ପ୍ରକ୍ରିୟାରେ ସାମିଲ ହେବା ସମ୍ଭବ ହେଉ ନ ଥିବା  କାରଣରୁ ପୋଲିସ ଏବଂ ସାଧାରଣ ସ୍ୱାସ୍ଥ୍୍ର୍ୟସେବା କ୍ଷେତ୍ରରେ ମଧ୍ୟ ସେମାନଙ୍କୁ ବହୁ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଏହି ପ୍ରକାରର ବିଧେୟକର ପ୍ରଭାବ କେବଳ ସରକାର ନୁହେଁ ଆମ ସମାଜ ଉପରେ ମଧ୍ୟ ପଡୁଛି । ଏକ଼ଥାଟିକୁ ଅଣଦେଖା କଲେ ଚଳିବ ନାହିଁ । 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top