ISSN (Print) - 0012-9976 | ISSN (Online) - 2349-8846

କୌତୁକ ଓ କ୍ରୋଧର ସହାବସ୍ଥାନ ସମ୍ଭବ କି?

ହସିଦେବାଠାରୁ ଗୋଟିଏ ଉତ୍ତମ କାର୍ଟୁନ୍ ଅଧିକ ଗଭୀର ଚିନ୍ତା ଉଦ୍ରେକ କରିଥାଏ ।

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଏନ ପୋନ୍ନପ୍ପା ଲେଖିଛନ୍ତି :

ଅକ୍ଟୋବର ୨୯ ତାରିଖରେ ତାମିଲନାଡୁର ଜି ବାଲ୍ଲା ତିନିଜଣ ଉଲଗ୍ନ ମଣିଷଙ୍କର କାର୍ଟୁନ ଚିତ୍ର ଆଙ୍କି ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବେକରେ ଗୋଟିଏ ଟାଇ ବାନ୍ଧିଥିଲେ, ଆଉ ଜଣେ ଏକ କ୍ୟାପ ପିନ୍ଧିଥିଲେ ଓ ତିନିଜଣଯାକ ନୀଜର ନଗ୍ନତାକୁ ଲୁଚାଇବା ପାଇଁ ଗୋଟିଏ ଗୋଟିଏ ନୋଟ ବଣ୍ଡିଲକୁ ସେମାନଙ୍କ ମୁତ୍ରନଳୀ ଉପରେ ଘୋଡେଇ ରଖିଥିଲେ । ସେମାନଙ୍କ ପାଦରେ ୁଳମୁହାଁ ହୋଇ ଶିଶୁଟିଏ ପଡିଥିଲା ଯାହାର ଶରୀର ବୋଧେ ବହୁ ସ୍ଥାନରେ ଜଳି ଯାଇଥିଲା, ତାକୁ ଜଳେଇଥିବା ନିଅାଁ ତା ପିଠି ପାଖରେ ଦିକି ଦିକି ହୋଇ ଜଳୁ ବି ଥିଲା । ଏ ଚିତ୍ରଟି ୨୦୧୫ ମସିହାରେ ସମୁଦ୍ରରେ ଭାସି ଆସି ଭୁମଧ୍ୟ ସାଗର କୂଳରେ ମୁଁହମାଡି ପଡିଥିବା ଶରଣାର୍ଥୀ ଶିଶୁ ଆଲାନ କୁର୍ଦ୍ଦୀର ଚିତ୍ର ସହ ଖାପ ଖାଇ ଯାଉଥିଲା ।  କିନ୍ତୁ ଏହି କାର୍ଟୁନଟି ଜଣେ ଦିନମଜୁରିଆର ଆତ୍ମହତ୍ୟା କରିବା ଚିତ୍ରକୁ ବଖାଣୁ ଥିଲା ଯିଏ କି ତାର ପତ୍ନୀ, ଦୁଇଟି ପିଲାଙ୍କ ସହିତ ନିଜକୁ ମଧ୍ୟ ତିରୁନେଲଭେଲୀ ଜିଲାର ଜିଲ୍ଲାପାଳଙ୍କ ଦଫ୍ତର ସମ୍ମୁଖରେ  ଜାଳିି ଦେଇଥିଲା ।  ତାଙ୍କ ପ୍ରତି ସୁଧଖୋର ସାହୁକାର ମାନଙ୍କ ପକ୍ଷରୁ ହେଉଥିବା  ଉତ୍ପୀଡନକୁ ସହ୍ୟ କରି ନପାରି ସେ ଏହି ପଦକ୍ଷେପ ନେଇଥିଲେ ।  ସେ ଉତ୍ପୀଡନ ବିଷୟରେ ଜିଲ୍ଲାପାଳଙ୍କୁ ଛଅ ଛଅ ଥର ଲିଖିତ ଭାବରେ ଜଣାଇବା ପରେ ମଧ୍ୟ କିଛି ନ ହେବାରୁ ସେ ଏହି ପଦକ୍ଷେପ ନେଇଥିଲେ ।

ବାଲା ତାଙ୍କର ଏହି କାର୍ଟୁନଟିକୁ ସାମଜିକ ଗଣମାଧ୍ୟମରେ ଛାଡି ଦେଇଥିଲେ । ଏହାକୁ ବହୁ ଲୋକ ଦେଖିଥିଲେ ଓ ଏହା ତାଙ୍କ ଗ୍ରୁପରେ ବେଶ ଲୋକପ୍ରିୟ ହୋଇଥିଲା । ତାଙ୍କର ଏହି ଲୋକପ୍ରିୟ କାର୍ଟୁନ ତଳେ ସେ ତାମିଲ ମୁଦ୍ରିତ ଗଣମାଧ୍ୟମରେ ଛପା ହୋଇଥିବା ଦୁଇଟି ରିପୋର୍ଟର ଦୁଇଟି ଧାଡିକୁ ଉଦ୍ଧୃତ କରିଥିଲେ ଯାହା ଏହିପରି ଥିଲା ଯେ-“ ହଁ ! ଏହି କାର୍ଟୁନ୍ଟି ସର୍ବାଧିକ ଆକ୍ରମଣର ବାର୍ତ୍ତା ବହନ କରୁଛି” ଓ “ହଁ! ଏହି କାର୍ଟୁନକୁ ମୁଁ ସବୁଠୁ ଅଧିକ କ୍ରୋଧରେ ଥିବା ବେଳେ ହିଁ ଆଙ୍କିଛି ।”ଏହାର ଅନୁବାଦ ତୁଚ୍ଛ ଲାଗିଥିଲା, କାରଣ ଦୁଇଟି କଥାରେ ସମାନତା ନ ଥିଲା ।  ତେବେ ଗୋଟିଏ କଥା ସ୍ପଷ୍ଟ ହେଉଥିଲା ଯେ କେବଳ ହସିଦେବା ଅପେକ୍ଷା ଗୋଟିଏ ଉତ୍ତମ କାର୍ଟୁନ୍ ନିଶ୍ଚିତ ଏହାର ପାଠକ/ଦର୍ଶକ ମାନଙ୍କୁ ଗଭୀର ଚିନ୍ତା କରିବାକୁ ପ୍ରୋତ୍ସାହନ ଯୋଗାଇଥାଏ । କୌତୁକର ବହୁତ ଗୁଡିଏ ଦୃଷ୍ଟିକୋଣ ଥାଏ,କିନ୍ତୁ ଦୁଖର ସହିତ କହିବାକୁ ହେଉଛି ଯେ କ୍ରୋଧ ସେଥିରୁ ଗୋଟିଏ ନୁହେଁ । କାର୍ଟୁନ ଆଙ୍କିଥିବା ଚିତ୍ରକାର ଜଣକ କହି ସାରିଛନ୍ତି ଯେ ସେ ଏହାକୁ କ୍ରୋଧରେ ଆଙ୍କିଛନ୍ତି ।

ଦୁଖକୁ କାର୍ଟୁନରେ ଅଙ୍କନ କରିବା ଏକ ଅତି କଷ୍ଟକର କାର୍ଯ୍ୟ । ଯଦି ବା ଏହାକୁ ଚିତ୍ରିତ କରାଯାଏ ତେବେ ଏହା ଅବର୍ଣ୍ଣନୀୟ ହେବ । କିନ୍ତୁ ବାଲାଙ୍କ କାର୍ଟୁନରେ ଥିବା ପ୍ରଶ୍ନଟି ଅତି ସିଧାସଳଖ ପ୍ରଶ୍ନ । ସେ ଏକ ପୀଡିତ ଶିଶୁକୁ ଦେଖାଇଛନ୍ତି ଯିଏ କି ଜଳି ଚାଲିଛି । କ଼ାର୍ଟୁନରେ ତନେିଜଣ ସରକାରୀ ଅଧିକାରୀ ଦେଖାଯାଉଛନ୍ତି ଯିଏ କି ଭାତୁଡିମୟ, ଉଲଗ୍ନ,ନିଜର ମୁତ୍ରନଳୀ ବା ଲଜ୍ଜାକୁ ଅଳ୍ପ କିଛି ବିମୁଦ୍ରୀକରଣ ପରେ ଆସିଥିବା ନୂଆ ନୋଟରେ ଢାଙ୍କି ରଖିଛନ୍ତି । ଏହା ଏକ ସାଧାରଣ କାର୍ଟୁନ ପରି ନିଶ୍ଚିତ ହୋଇ ନାହିଁ କିନ୍ତୁ କାର୍ଟୁନ ପରି ନକହି ନକହି ଅନେକ କଥା କହି ଯାଉଛି ।

ସମ୍ପ୍ରତି ଅତି ଉଚ୍ଚ ସୁଧରେ ରୁଣ ଦେବା ରୁଣ ଦେବାର ଏକ କଳା ହୋଇ ଯାଇଛି । ସେହିପରି ଜଣେ ସୁଧଖୋରର ଉତ୍ପୀଡନ ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଓ ଏଭଳି ଏକ ଚିତ୍ରକଳାର ସୂତ୍ରପାତ କରିଛି । କିନ୍ତୁ ଏହି ପୁରା ଘଟଣାର ଯିଏ ମୁଖ୍ୟ ସୂତ୍ରଧର ସୁଧଖୋର ମହାଜନ ସେ ଏ ଚିତ୍ରରେ କେଉଁଠି ହେଲେ ଦେଖିବାକୁ ମିଳୁନାହିଁ । ଯଦି ଚିତ୍ରକର ଜଣକ ଏହି ଚିତ୍ରଟି ପାଇଁ ଅଧିକ ସମୟ ଓ ଚିନ୍ତା ଦେଇଥାଆନ୍ତେ ତେବେ ସେ ଏହି ତିନିଜଣ ଅଧିକାରୀଙ୍କୁ ଯେପରି ନିଜର ତୀକ୍ଷ୍ଣ ବୁଦ୍ଧି ସହାୟତାରେ ଉଚିତ୍ ଅନୁଚିତ୍ ଭାବେ ଶାନ୍ତ କରି ପାରିଛନ୍ତି ସେହିପରି ଭାବରେ ସେ ଅପ୍ରୀତିକର ସାହୁକାରଟିକୁ ମଧ୍ୟ ଚିତ୍ରିତ କରି ପାରି ଥାଆନ୍ତେ । ଏଥିରେ ବାଲା ହୁଏତ ନିଜ ବାସସ୍ଥାନରୁ ଘୋଷଡା ହୋଇ ରାତି ଅନ୍ଧାରରେ ଜେଲରେ ଭର୍ତ୍ତି ହେବା ପରି ପରିସ୍ଥିତିରୁ ନିଜକୁ ବଞ୍ଚାଇ ପାରି ଥାଆନ୍ତେ କାରଣ କାର୍ଟୁନଟି ପ୍ରକାଶିତ ହେବାର ତିନି ସପ୍ତାହ ପରେ ଅକସ୍ମାତ ଆବିଷ୍କାର ପ୍ରବଣ ଅଧିକାରୀମାନଙ୍କର ହୃଦବୋଧ ହୋଇଥିଲା ଯେ କେହି ଜଣେ ତାଙ୍କୁ ଉଲଗ୍ନ କରି ଦେଇଛି । 

ଏହି କାର୍ଟୁନଟି ସେହି ସାମାଜିକ ଗଣମାଧ୍ୟମରେ ପ୍ରକାଶିତ (ଭାଇରାଲ) ହୋଇଥିଲା ଯେଉଁଠାରେ ବାକ୍ ଏବଂ ଅଭିବ୍ୟକ୍ତିର ସ୍ୱାଧିନତା ଅତି ମାତ୍ରାରେ ରହିଛି । ସାମାଜିକ ଗଣମାଧ୍ୟମରେ ଏହିଭଳି ଅନେକ କଥା ସବୁ ଆସୁଛି । ଏଥିରେ ଯାହା ହେଲେ ଚଳିବ ପରି ମନୋବୃତ୍ତି ଦେଖିବାକୁ ମିଳୁଛି । ମୁଦ୍ରିତ ଗଣମାଧ୍ୟମରେ ଯେଭଳି ଜଣେ ସମ୍ପାଦକଙ୍କର ତୀକ୍ଷ୍ଣଦୃଷ୍ଟ ଲେଖା ବା କାର୍ଟୁନ ଗୁଡିକ ଉପରେ ନଜର ରଖେ ସେଭଳି ବ୍ୟବସ୍ଥା ଏଠାରେ ନାହିଁ । ବାଲା ନିଜେ ଯାହା କହିଛନ୍ତି, ସେ ଏହି କାର୍ଟୁନଟିକୁ ଅତି କ୍ରୋଧିତ ଅବସ୍ଥାରେ ଅଙ୍କନ କରିଛନ୍ତି । ଆଉ ସେକଥା କରି ସେ ଶାଳୀନତା  ଓ ଅଶ୍ଳୀଳତାର ସବୁ ସୀମାକୁ ପାର କରି ଯାଇଛନ୍ତି । ବାକ୍ ସ୍ୱାଧୀନତା ହେଉ ବା ଅଭିବ୍ୟକ୍ତିର ଅଧିକାର ହେଉ ସେସବୁର ନିଜସ୍ୱ ସୀମା ରହିଛି । ତେଣୁ ଏହି କାର୍ଟୁନଟିକୁ ପ୍ରସ୍ତୁତ କରିବାରେ ସେସବୁର କିଛି ଭୁମିକା ନାହିଁ ।

ସାମାଜିକ ଗଣମାଧ୍ୟମରେ କାର୍ଟୁନଗୁଡିକୁ ସିଧାସଳଖ ପୋଷ୍ଟ କରିବା ଏକ ନୂଆ କଥା ନିଶ୍ଚିତ । ଏଥିରେ ବିଭିନ୍ନ ଶ୍ରେଣୀର ଟିପ୍ପଣୀ ଏବଂ ପ୍ରତିବାଦ,ରଚନାତ୍ମକ ଏବଂ ଚିନ୍ତାଶୂନ୍ୟ ସମାଲୋଚନା ସବୁକିଛି ତତକ୍ଷଣାତ୍ ପ୍ରକାଶ ପାଇଯାଇଥାଏ । ଏହାର ଯେଉଁ ମାନେ ପିଛା କରିଥାଆନ୍ତି ଫଲୋଅର୍ସ ସେମାନେ ମଧ୍ୟ ନିହାତି ବିଚାରବନ୍ତ ହୋଇ ନଥାନ୍ତି । ଏହା ଏକ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ସ୍ଥିତି । କୌଣସିଥିରେ କିଛି ହେଲେ ବାଧକ ନ ଥାଏ । ମୁଦ୍ରିତ ବା ଛାପା ଗଣମାଧ୍ୟମ ଅପେକ୍ଷା ସାମାଜିକ ଗଣମାଧ୍ୟମରେ ବହୁ ଅଧିକ ସ୍ୱାଧୀନତା ଥାଏ । ଏହା ସହିତ ଦାୟିତ୍ୱହୀନ ଲେଖକ ବା କାର୍ଟୁନିଷ୍ଟଙ୍କୁ ନେଇ ମଧ୍ୟ ଅନେକ ଚିନ୍ତା ଓ ବିପଦ ଥାଏ ।

ଏକ ବୃହତ୍ତର ଦୃଶ୍ୟ ପ୍ରତି ନଜର ଦେଲେ ଜଣେ ଦେଖିବ ଯେ ଛାପା ଗଣମାଧ୍ୟମରେ ବହୁ ଖୋଲାପଣ ଥାଏ ଏବଂ ଏଥିରେ ପ୍ରକାଶିତ ବହୁ କାର୍ଟୁନକୁ ଳୋକେ ପସନ୍ଦ କରିଛନ୍ତି । କିନ୍ତୁ  ମାତ୍ର ଅଳ୍ପ କେତେ ବର୍ଷ ପୂର୍ବରୁ ପ୍ରକାଶିତ କାର୍ଟୁନଗୁଡିକୁ ଏବେ ପୁଣିଥରେ ଯଦି ପ୍ରକାଶ କରାଯାଏ, ତେବେ ଏଥିପାଇଁ ଜଣକୁ ବହୁବାର ଗୁରୁତ୍ୱର ସହ ଚିନ୍ତା କରିବାକୁ ହେବ । ଚିନ୍ତାର ଧ୍ରୁବୀକରଣ, ଏକ ବିଶାଳ ଦର୍ଶକଙ୍କ ବିସ୍ତୃତ ବର୍ଣ୍ଣାଳୀ ପ୍ରତି ସଚେତନତାର ସହ ଧ୍ୟାନ ଦେବାକୁ ହୋଇଥାଏ । ସାମ୍ପ୍ରତିକ ସମୟରେ ଏହି ଦେଶର ବିଭିନ୍ନ ବର୍ଗର ଲୋକମାନେ ଅଧିକ ଛୋଟ ଛୋଟ ଭାଗରେ ବିଭକ୍ତ ହୋଇ ଗଲେଣି ତେଣୁ ସେମାନଙ୍କୁ ଭୁଲ ମାର୍ଗରେ ପ୍ରକାଶ୍ୟ ବା ଅପ୍ରକାଶ୍ୟ ଭାବେ ଭ୍ରମିତ କରିବା ସମ୍ଭବ ହୋଇଥାଏ ।

ଜରୁରୀ କଥାଟି ହେଉଛି ଯେ ଗୋଟିଏ କାର୍ଟୁନକୁ କେବଳ କାର୍ଟୁନିଷ୍ଟ ଯେପରି ଚାହୁଁଛନ୍ତି ସେପରି ନ ଦେଖାଯାଇ ଏହାକୁ ବିଭିନ୍ନ ପ୍ରକାରରେ ଦେଖିହେବ । ତେଣୁ କାର୍ଟୁନିଷ୍ଟ ମାନଙ୍କୁ ମଧ୍ୟ କାର୍ଟୁନ ପ୍ରସ୍ତୁତ କରିବା ବେଳେ ପୂର୍ବ ଅପେକ୍ଷା ଅଧିକ ଧ୍ୟାନ ଓ ଭାବନା ଦେଇ କାର୍ଟୁନ୍ ପ୍ରସ୍ତୁତ କରିବାକୁ ହେବ । ମୁଦ୍ରିତ ଗଣମାଧ୍ୟମରେ ଜଣେ ସମ୍ପାଦକଙ୍କ ଦେଖରେଖରେ ସବୁ କିଛି ଛପା ଯାଉଥିବାରୁ ଛାପା ଗଣମାଧ୍ୟମରେ କାର୍ଟୁନ ଛପାଇବା ଅଧିକ ସୁବିଧାଜନକ ଓ ସୁରକ୍ଷିତ ହୋଇଥାଏ । କାରଣ ସମ୍ପାଦକ ଚାହିଁଲେ ଗୋଟିଏ କାର୍ଟୁନକୁ ପ୍ରକାଶିତ ହେବାରୁ ଅଟକାଇ ଦେଇ ପାରିବେ । କେତେ ଦଶନ୍ଧୀ ପୂର୍ବରୁ ଏକ ତାମିଲ ପତ୍ରିକା ଆନନ୍ଦ ବିକତାନରେ ପ୍ରକାଶ ପାଇଥିବା ଏକ କାର୍ଟୁନ ଯେଉଁଥିରେ ରାଜ୍ୟ ବିଧାନସଭାର ସଦସ୍ୟମାନଙ୍କୁ ଏକ ଭିନ୍ନ ଦୃଷ୍ଟିରୁ ଚିତ୍ରିତ କରାଯାଇଥିଲା ସେଥିରେ ପତ୍ରିକାର ସମ୍ପାଦକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ କାର୍ଟୁନିଷ୍ଟଙ୍କର କୌଣସି ସମସ୍ୟା ହୋଇ ନ ଥିଲା । ତେଣୁ ଜଣେ ଉତ୍ତମ ସମ୍ପାଦକଙ୍କର ଭୂମିକାକୁ ସହଜରେ ଅସ୍ୱୀକାର କରି ହେବ ନାହିଁ ।

 

 

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top