ISSN (Print) - 0012-9976 | ISSN (Online) - 2349-8846

ଭାରତର ତୈଳ ବିପଦ

ଭାରତ ଯଦି ତୁରନ୍ତ ତୈଳର ବିକଳ୍ପ ନ ଖୋଜିବ ତେବେ ଏହାର ମାର୍ଗ ଅଧିକ ପିଚ୍ଛିଳ ହୋଇଯିବ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ବିଶ୍ୱରେ ଅଶୋଧିତ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କ ମଧ୍ୟରେ  ଭାରତର ସ୍ଥାନ ତୃତୀୟ । ମାନ୍ଦା ଅର୍ଥନୀତିର ଶିକାର ହୋଇଥିବା ବିଶ୍ୱର ପୁରୁଣା ଶିଳ୍ପସମୃଦ୍ଧ ଦେଶ ମାନଙ୍କରେ ତୈଳ ଚାହିଦା କମି କମି ଯାଉଥିବା ବେଳେ ଭାରତରେ ଏହା ବୃଦ୍ଧି ପାଇବାରେ ଲାଗିଛି ।  ବିଶ୍ୱର ତୈଳ ଉଦ୍ୟୋଗ ଆଗାମୀ ଦୁଇ ଦଶନ୍ଧୀ ପର୍ଯ୍ୟନ୍ତ ଭାରତକୁ ହିଁ ଅଧିକ ତୈଳ ରପ୍ତାନୀ କରିବାର ଆଶା ଧରି ବସିଛି । ଭାରତ ଏହାର ମୋଟ ତୈଳ ଚାହିଦାର ୮୦ ପ୍ରତିଶତ ବିଦେଶରୁ ଆମଦାନୀ କରୁଛି । ଭାରତରେ ହେଉଥିବା ତୈଳ  ଉତ୍ପାଦନ କମି କମି ଯାଉଥିବାରୁ ଭବିଷ୍ୟତରେ ଅଶୋଧିତ ତୈଳ ବଜାରରେ ଏହାକୁ ନେଇ ସମସ୍ୟା ଉପୁଜିବା ନିଶ୍ଚିତ । ୨୦୧୪ ମସିହାର ମଧ୍ୟଭାଗରୁ ନେଇ ଆଜି ପର୍ଯ୍ୟନ୍ତ ଗତ ତିନିବର୍ଷ  ଧରି ଅଶୋଧିତ ତୈଳ ବଜାର ଭାରତ ପାଇଁ ସାମାନ୍ୟ ହିତକର ପ୍ରମାଣିତ ହୋଇଛି କାରଣ ଏହି ସମୟରେ ଭାରତର ତୈଳ ଆମଦାନୀ ଖର୍ଚ୍ଚ କମିଛି । କିନ୍ତୁ ଏହାଦ୍ୱାରା ସ୍ଥ୍ିତି ଆହୁରି ଖରାପ ହେବା ଆରମ୍ଭ ହୋଇଛି ।

ବିଶ୍ୱରେ ଯେତେବେଳେ ଅଶୋଧିତ ତୈଳ ଦର ୨୦୧୩-୧୪ରେ ବ୍ୟାରେଲ ପିଛା ଥିବା ୧୦୫ ଡଲାରରୁ ୨୦୧୫-୧୬ରେ ମାତ୍ର ୪୬ ଡଲାରକୁ ଖସି ଆସିଲା ସେତେବେଳେ ମାତ୍ର କିଛି ମାସ ପୂର୍ବରୁ କେନ୍ଦ୍ରରେ ଗାଦୀନସିନ ହୋଇଥିବା ନରେନ୍ଦ୍ର ମୋଦି ସରକାର ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର କମ ହେବାର ଲାଭକୁ ଦେଶର ସାଧାରଣ ଲୋକଙ୍କୁ ନଦେଇ ଏଥିରୁ ଅଧିକ ରାଜସ୍ୱ କମାଇବା ଲକ୍ଷ୍ୟରେ ଏହା ଉପରେ ଅଧିକରୁ ଅଧିକ ଶୁଳ୍କ ବସାଇ ଚାଲିଲେ ।  ଏହାର ଅର୍ଥ ହେଉଛି ଦେଶର ସାଧାରଣ ଗ୍ରାହକମାନେ ବିଶ୍ୱ ବଜାରରେ ତୈଳ ଦର ୪୬ ଡଲାରକୁ କମିବା ପରେ ମଧ୍ୟ ସେମାନେ ପୂର୍ବରୁ ବିଶ୍ୱ ବଜାରରେ ତେଲ ଦର ବ୍ୟାରେଲ ୧୦୦ ଟଙ୍କା ଥିବା ବେଳେ  ଭାରତୀୟ ମୁଦ୍ରାରେ ଯେତିକି ଟଙ୍କାରେ ପେଟ୍ରୋଲ ଓ ଡିଜେଲ କିଣୁଥିଲେ ସେତିକି ଟଙ୍କାରେ କିଣିଲେ । ଚଳିତ ବର୍ଷର ଜୁଲାଇ ୩୧ ବେଳକୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୫୧.୨ ଡଲାରରେ ପହଞ୍ôଚ ଥିବା େବେଳ ଅକ୍ଟୋବର ୩୧ ତାରିଖ ମଧ୍ୟରେ ଏହା ୫୯ ଡଲାରକୁ ବୃଦ୍ଧି ପାଇଛି । ଅଶାଧିତ ତୈଳ ଦରରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ କେନ୍ଦ୍ର ସରକାର ବିରୋଧୀ ଦଳମାନଙ୍କ ବିରୋଧ ଯୋଗୁ ଏହି ବୋଝକୁ ଦେଶବାସୀଙ୍କ ଉପରେ ପକାଇଦେବାକୁ ଡରିଲେ । ତେଣୁ ତୈଳ ଦର ସମାନ ରଖିବା ପାଇଁ କେନ୍ଦ୍ର ସରକାର ଶୂଳ୍କ କମ କଲେ ।

ପୂର୍ବରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର କମ ହେବାର ଏକ ବଡ କାରଣ ଥିଲା ଯେ ଅର୍ଗାନାଇଜେସନ ଅଫ ପେଟ୍ରୋଲିୟମ ଏକ୍ସପୋର୍ଟିଙ୍ଗ କଣ୍ଟ୍ରିଜ ବା ଓପେକର ସଦସ୍ୟଗଣ ବିଶେଷକରି ବିଶ୍ୱର ସର୍ବାଧିକ ତୈଳ ଉତ୍ପାଦନକାରୀ ଦେଶ ସାଉଦୀ ଆରବିଆର ପ୍ରଭାବରେ ଅଶୋଧିତ ତୈଳ ବଜାରରେ ଆସିଥିବା ପରିବର୍ତ୍ତନ । କାରଣ ୨୦୧୧ରୁ ୨୦୧୪ ମସିହା ମଧ୍ୟରେ  ଅଶୋଧିତ ତୈଳର ଆଖିବୁଜା ଦରବୃଦ୍ଧି କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା ଅଧିକରୁ ଅଧିକ ଅଣପାରମ୍ପରିକ ସେଲ(ଜୀବାସ୍ମ) ଅଏଲ ଉତ୍ପାଦନ କରିବା ଓ ଏଥିପାଇଁ ଅଧିକ ଅର୍ଥ ନିବେଶ କରିବା ଆରମ୍ଭ କରି ଦେଇଥିଲା । ସେଲ ଅଏଲ କଥାଟି ହେଉଛି ଭୁମି ଉପରୁ ଅତ୍ୟାଧୁନିକ ତକନୀକୀ ବା କୌଶଳ ସହାୟତାରେ ଭୂତଳରେ ଥିବା ପ୍ରସ୍ତରୀଭୂତ ଜୀବାଶ୍ମ ଭରା ସ୍ଥାନଗୁଡିକରେ ଅତ୍ୟୁଚ ଚାପ ରେ ତରଳ ପଦାର୍ଥ ଭର୍ତ୍ତି କରି ଦିଆଯାଏ  । ଯାହା ଫଳରେ ଏହା ଭିତରେ ଯେତିକି ତୈଳ ବା ପ୍ରାକୃତିକ ଗ୍ୟାସ ଥାଏ ତାହା ବାହାରି ଆସେ । ଅତୀତରେ ମଧ୍ୟ ଏହା ହୋଇଥିଲା କିନ୍ତୁ ଏହା ଏକ ବ୍ୟୟବହୁଳ ପ୍ରକ୍ର୍ରିୟା  । ତେଣୁ ହିସାବ କରି ଦେଖା ଯାଇଥିଲା ଯେ ଏକ ନିଦ୍ଦିଷ୍ଟ ପରିମାଣ ଉପରକୁ ଏହାକୁ ଉତ୍ପାଦନ କରିବା ଳାଭଜନକ ହେବ ନାହିଁ । ତେଣୁ ୨୦୧୪ରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦର କମିଯିବା ପରେ ମଧ୍ୟ ଓପେକ ଦେଶ ସମୂହ ସେମାନଙ୍କ ତୈଳ ଉତ୍ପାଦନକୁ କମାଇଲେ ନାହିଁ ।  କାରଣ ସେମାନେ ଚାହୁଁଥିଲେ ଯେ ସେଲ ଅଏଲର ଦାମ ସେମାନଙ୍କ ତେଲ ଠାରୁ ଅଧିକ ରହୁ । ଯା ଫଳରେ ସେଲ ଅଏଲ ଉତ୍ପାଦନକାରୀ ରାଷ୍ଟ୍ରମାନେ ନିରୁତ୍ସାହିତ ହେବେ । କିନ୍ତୁ ଅଶୋଧିତ ତୈଳର ଦାମ କମ ରହିବା ସତ୍ତେ୍ୱ ମଧ୍ୟ ସେଲ ଅଏଲର ଉତ୍ପାଦନକୁ କମ ରଖା ଯାଇ ନଥିଲା କାରଣ ଏହା ନମନୀୟ ଥିଲା ଓ ଉତ୍ପାଦକ ମାନେ ଏହାକୁ ଅଶୋଧିତ ତୈଳର ଦାମ ବଢିବା ପର୍ଯ୍ୟନ୍ତ ରଖି ପାରୁଥିଲେ ।

ପରିଣାମତଃ ଅଶୋଧିତ ତୈଳର ଦାମ କମିଯିବା ଘଟଣାରେ ଓପେକ ଦେଶର ଲୋକମାନେ ହିଁ ପ୍ରଭାବିତ ହୋଇଥିଲେ । ବିଶେଷକରି ସେହିମାନେ ଅଧିକ ସମସ୍ୟାରେ ପଡିଥିଲେ ଯେଉଁମାନେ ଅଶୋଧିତ ତୈଳ ବିକ୍ରୀ ଉପରେ ବିଶୋଷଭାବରେ ନିର୍ଭର କରୁଥିôଲେ । ୨୦୧୬ ମସିହାରେ ଓପେକ ଦେଶ ସଂଘ ଏହାର ସଦସ୍ୟ ଦେଶମାନଙ୍କୁ ତୈଳ ଉତ୍ପାଦନ କମ କରି ଅନ୍ତରାଷ୍ଟ୍ରୀୟ ବଜାରରେ  ତୈଳଦର ବଢାଇବାକୁ ପରାମର୍ଶ ଦେଲା । ଯା ଫଳରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି ।

ଭାରତ ସବୁ ସମୟରେ ତୈଳ ଆମଦାନୀ ଉପରେ ନିର୍ଭର କରୁଥିବାରୁ ଏହା ବିଭିନ୍ନ ତୈଳ ଉତ୍ପାଦନକାରୀ ଦେଶରୁ ଅଦଳବଦଳ  କରି ତେଲ ଆମଦାନୀ କରିବାକୁ ଉଦ୍ୟମ ଜାରୀ ରଖିଛି । ଯଦିଏ ଏହା ଓପେକ ଦେଶସମୂହରୁ ଅଧିକ ଅଶୋଧିତ ତୈଳ ଆମଦାନୀ କରୁଛି ତଥାପି ଅଣ-ଓପେକ ରାଷ୍ଟ୍ରରୁ ମଧ୍ୟ  ଏହା ବହୁ ପରିମାଣରେ ଅଶୋଧିତ ତୈଳ ଆମଦାନୀ କରୁଛି । ଉଦାହରଣ ସ୍ୱରୂପ ୨୦୧୭ ଜାନୁଆରୀରୁ ଜୁଲାଇ ମାସ ମଧ୍ୟରେ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟର ହିସାବ ମୁତାବକ ତୈଳ ଆମଦାନୀ ଖର୍ଚ୍ଚ ଗତ ବର୍ଷ ଅପେକ୍ଷା ୧୩୫୦୦୦ ମିଲିଅନ ଡଲାର ଅଧିକ ହୋଇଛି । ଏଥିରୁ ଅଣ-ଓପେକ ରାଷ୍ଟ୍ରରୁ ୨୪୯୧ ମିଲିଅନ ଡଲାର(ଭାରତୀୟ ଟଙ୍କାରେ ବୃଦ୍ଧି ଦର ୬୪.୮%)ର ତୈଳ ଆମଦାନୀ କରାଯାଇଛି । ଏହା ଦର୍ଶାଉଛି ଯେ ଓପେକ ଏହାର ମାର୍କେଟ ସେୟାର ସେହି ସମୟରେ କମ କରୁଛି ଯେତେେବେଳ ଏହାର ଦେଶ ସମୂହ ଜାନୁଆରୀ ୧ ତାରିଖରୁ  ଉତ୍ପାଦନ କମ କରିବାରେ ଲାଗିଛନ୍ତି ।

ଏହି ପରିପେକ୍ଷୀରେ ଭାରତର ଅମେରିକାଠାରୁ ତୈଳ ଆମଦାନୀ କରିବା କଥାଟି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ନିଶ୍ଚିତ । ଏହି ଆମଦାନୀର ପରିମାଣ କମ ହୋଇଥିଲେ ମଧ୍ୟ ଏହା ଏଇଥିପାଇଁ ଗୁରୁତ୍ୱ ବହନ କରୁଛି ଯେ ଆମେରିକା ଏହାର ସେଲ ଅଏଲ ଉତ୍ପାଦନବୃଦ୍ଧି କରି ବିଶ୍ୱର ୧ ନମ୍ବର ତୈଳ ଉତ୍ପାଦନକାରୀ ରାଷ୍ଟ୍ର ହେବାର ପ୍ରଚେଷ୍ଟାରେ ଅଛି । ଏହା କରିବା ଭାରତ ପାଇଁ ନିଶ୍ଚିତ ହିତକର କାରଣ ଏହା ଫଳରେ ଭାରତକୁ ସବୁବେଳେ ଅଶୋଧିତ ତୈଳ ପାଇଁ ଓପେକ ଦେଶ ସମୂହ ଉପରେ ନିର୍ଭର କରିବାକୁ ପଡିବ ନାହିଁ ।

ଏହି ଘଟଣାଗୁଡିକ ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ କାରଣ ଏବେର ତୈଳ ରପ୍ତାନୀକାରୀ ଦେଶ ସମୂହ ବିଭିନ୍ନ ପ୍ରକାରର ବିକଳ୍ପ ଇନ୍ଧନ ଉତ୍ପାଦନକୁ ନେଇ ଏଇଥିପାଇଁ ଚିନ୍ତାରେ ଅଛନ୍ତି ଯେ ଏପରି ସବୁ ଘଟିଲେ ଦିନେ ହୁଏତ ସେମାନଙ୍କ ତୈଳର ଚାହିଦା କମିଯିବ । ବିକାଶଶୀଳ ଦେଶ ମାନଙ୍କରେ ପେଟ୍ର୍ରୋଲ ବା ଡିଜେଲର ବିକଳ୍ପ ଖୋଜି ପେଟ୍ରୋଲ ଓ ଡିଜେଲରୁ ନିର୍ଭରଶୀଳତା କମାଇବା କାମଟି ସେଭଳି ଆଶାଜନକ ଭାବେ ଜୋର ଧରି ପାରି  ନାହିଁ । ତେଣୁ ସଡକ ପରିବହନ ପରି କ୍ଷେତ୍ରରେ ପେଟ୍ରୋଲିୟମ ଉତ୍ପାଦ ଓ ଡିଜେଲ ଉପରେ ନିର୍ଭରଶୀଳତା  ଏବେ ବି ସେହିଭଳି ରହିଛି । ତୈଳ ଉପରେ ନିର୍ଭରଶୀଳତା କମ କରି ପରିବହନର ବିକଳ୍ପ ବ୍ୟବସ୍ଥା କରିବା ଭଳି ବ୍ୟବସ୍ଥାରେ ଭାରତୀୟ କିଛି ପରିମାଣରେ ସମ୍ଭବ ହେଲାଣି । ତୈଳ ଉପରେ ନିର୍ଭରଶୀଳ  ପରିବହନ ବ୍ୟବସ୍ଥାକୁ ଦୂରେଇ ପାରିଲେ ଭାରତର ବିଭିନ୍ନ ସହରକୁ ପ୍ରଦୂଷଣ ମୁକ୍ତ କରାଯାଇ ପାରିବ । ଏବେ ଭାରତରେ କେତେକ ସହର ଅଛି ଯାହାକି ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରରେ ପରିଗଣିତ ହୋଇ ସାରିଲାଣି ।

ଭାରତରେ ବଢୁଥିବା ତୈଳ ଚାହିଦାକୁ ଲକ୍ଷ୍ୟ ରଖି ଓ ଆମଦାନୀ ଉପରେ ନିର୍ଭରଶୀଳତା କମ କରିବା ଉଦ୍ଦେଶ୍ୟରେ ଭାରତକୁ ତୁରନ୍ତ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ କମ କରିବାକୁ ଏକ ରଣନୀତି ତିଆରି କରିବାକୁ ହେବ  । ଏଥିôରେ ଉଭୟ ଅର୍ଥନୀତି ଓ ପରିବେଶ ଜନିତ ସମସ୍ୟାର ସମାଧାନ ସମ୍ଭବ ହୋଇ ପାରିବ । ଆଜିି ଆମେ ଯେଉଁ ଅର୍ଥନୈତିକ ନୀତିକୁ ଆପଣେଇବା ତାହା କେବଳ ଆମ ଆଗାମୀ ପିଢି ପାଇଁ ନୁହେଁ ଆମ ପାଇଁ ମଧ୍ୟ ମଙ୍ଗଳକର ହେବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top