ISSN (Print) - 0012-9976 | ISSN (Online) - 2349-8846

ଖଟା(ଲେମନ୍) ସମାଜବାଦ

ବ୍ୟାଙ୍କ  ପୁନଃପୁଞ୍ଜିକରଣରେ ପ୍ରଶ୍ନ ତ  ଅନେକ ହେଲେ ଉତ୍ତର ନାହିଁ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଅକ୍ଟୋବର ୨୪ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାଷ୍ଟ୍ରାୟାତ୍ତ ବ୍ୟାଙ୍କମାନଙ୍କ ପାଇଁ ୨.୧୧ ଲକ୍ଷ କୋଟି ଟଙ୍କାର ପୁନଃପୁଞ୍ଜିକରଣ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାକୁ ଅର୍ଥ ଦେବାପାଇଁ ୧.୩୫ ଳକ୍ଷ କୋଟି ଟଙ୍କା ପୁନଃପୁଞ୍ଜିକରଣ ବଣ୍ଡ ରୁ ଆସିବା କଥା କୁହାଯାଇଛି, ବାକି ୭୬୦୦୦ କୋଟି ଟଙ୍କା କେନ୍ଦ୍ର ବଜେଟ ଓ ଖୋଲା ବଜାରରୁ ରୁଣ ଆକାରରେ ଅଣାଯିବ ।  ସମ୍ପ୍ରତି ଦେଶରେ ବ୍ୟାଙ୍କ କ୍ଷେତ୍ରରେ ନକାରାତ୍ମକ ଚାପଗ୍ରସ୍ତ ସମ୍ପତ୍ତି ବା ଏନପିଏ ପର୍ବତର ଉଚ୍ଚତା ବଢି ବଢି ଯିବାରେ ଲାଗିଛି । ଏହା ସହିତ ରୁଣ(କ୍ରେଡିଟ)ପ୍ରଦାନ କ୍ଷେତ୍ରରେ ହେଉଥିବା ଦୁର୍ବଳ ବିକାଶକୁ ଦେଖି କେତେକ ଦାବୀଦାର ଖୁସି ହେବାଟା ସ୍ୱାଭାବିକ । ଅର୍ଥବନ୍ତ୍ରୀଙ୍କ ଘୋଷଣାଟି ଶୁଣିବା ମାତ୍ରେ କେତାଟି ବ୍ୟାଙ୍କର ଷ୍ଟକ ମୂଲ୍ୟରେ ଜୁଆର ଆସି ଯାଇଛି ଏବଂ ପରିଣାମ ସ୍ୱରୂପ ଏହି ଘୋଷଣାଟିକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ସେୟାର ବଜାର ପକ୍ଷରୁ ଗୋଟିଏ ସ୍ୱରରେ ସ୍ୱାଗତ କରାଯାଇଛି ।

ମାନିବାକୁ ହେବ ଯେ ଏବେର ପୁନଃପୁଞ୍ଜିକରଣ ବିଷୟଟି ଦୁଇଟି ମୁଖ୍ୟ କଥାରୁ ଆସିଛି । ପ୍ରଥମଟି ହେଉଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ସମ୍ପତ୍ତିର ଗୁଣବତ୍ତା କମିବାରେ ଲାଗିଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଏହାର ୨୦୧୬-୧୭ ବାର୍ଷିକ ରିପୋର୍ଟରେ କହି ସାରିଛନ୍ତି ଯେ ୨୦୧୭ ମାର୍ଚ୍ଚ ମାସ ଶେଷ ବେଳକୁ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ୧୨.୧ % ରୁଣକୁ ନେଇ ଚାପ ବୃଦ୍ଧି ପାଇବ  ।  ଏହି ସମ୍ପତ୍ତି ହେଉଛି ବ୍ୟାଙ୍କର ମୋଟ ଏନପିଏ ଏବଂ ପୁନଃଗଠିତ ରୁଣର ଗୋଟିଏ ଅଂଶ । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୨୦୧୬-୧୭ରେ ବହୁ କ୍ଷତି କରି ଚାଲିିଥିଲେ । ଏହି ଅବନତି ୨୦୦୯ରୁ ଚାଲିଥିଲା,ଯେତେବେଳେ ବିଶ୍ୱ ମାନ୍ଦାବସ୍ଥା ବେଳେ ଭାରତୀୟ ନୀତି ନିୟନ୍ତ୍ରକମାନେ ଏଭଳି ବ୍ୟବହାର କରିଥିଲେ ଯେଭଳି ଏହି ଦେଶରେ ମଧ୍ୟ ସେହିଭଳି ସଂକଟ ଲାଗି ରହିଛି ଓ ସେମାନେ ମଧ୍ୟ ଏହାର ଏକ ସହନଶୀଳ ନିୟନ୍ତ୍ରଣ ବ୍ୟବସ୍ଥା କରିବାରେ ଲାଗି ପଡିଲେ । ଯା ଫଳରେ ଏନପିଏର ସଂଖ୍ୟା ବଢିଲା । ଅଧିକତା ବା ସବୁ ଠିକ ଅଛି ର ପ୍ରଦର୍ଶନ ପାଇଁ ପିପିପି ଢାଞ୍ଚାରେ ମୂଳଭୂତ ପରିଯୋଜନାଗୁଡିକୁ ଅଧିକରୁ ଅଧିକ ରୁଣ ଦିଆଯିବା, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକରେ କେତେକ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଓ କ୍ରୋନି ପୁଞ୍ଜିବାଦର ରିପୋର୍ଟ ଯୋଗୁଁ ଏନପିଏରେ ବୃଦ୍ଧି ଘଟିଲା ।

ଦ୍ୱିତୀୟରେ ବ୍ୟାଙ୍କ ରୁଣ ପରିମାଣର ବୃଦ୍ଧି ୨୦୧୪-୧୫ ଠାରୁ ପ୍ରବଳ ମାତ୍ରାରେ କମିବାକୁ ଲାଗିଲା । ସେପ୍ଟେମ୍ବର ୨୦୧୭ର ଶେଷ ଆଡକୁ ରୁଣରାଶି ଏକକ ସଂଖ୍ୟା ବିଶିଷ୍ଟ ଭାବରେ ବୃଦ୍ଧି ପାଉଥିଲା । ବିଶେଷକରି କୃଷିକ୍ଷେତ୍ରକୁ ରୁଣ ପରିମାଣ ବହୁପରିମାଣରେ କମିବାରେ ଲାଗିଥିଲା । ସେପ୍ଟେମ୍ବର ୨୦୧୭ ବେଳକୁ ଏହା ୫.୮% ହାରରେ ବୃଦ୍ଧି ପାଇଥିଲା, ଯାହାକି ବର୍ଷକ ପୂର୍ବରୁ ୧୫.୯ % ଥିଲା । ସେବାକ୍ଷେତ୍ରକୁ ରୁଣ ର ବୃଦ୍ଧିର ପରିମାଣ ସେପ୍ଟେମ୍ବର ୨୦୧୭ ବେଳକୁ ୭ % ମାତ୍ର ଥିଲା ।  ଅଥଚ ସେପ୍ଟେମ୍ବର ୨୦୧୬ ବେଳକୁ ଏହା ୧୮.୪ % ଥିଲା । ବାର୍ଷିକ ହିସାବରେ ସେପ୍ଟେମ୍ବର ୨୦୧୭ ବେଳକୁ ଅଣ-ଖାଦ୍ୟ କ୍ଷେତ୍ରରେ ବ୍ୟାଙ୍କ କ୍ରେଡିଟ୍ ୬.୧ % ହାରରେ ବଢିଥିଲା କିନ୍ତୁ ବର୍ଷକ ତଳେ ଏହା ୧୦.୮ % ହାରରେ ବୃଦ୍ଧି ପାଉଥିଲା ।

ଉପରୋକ୍ତ ଦୁଇଟି କଥା କେତେଦୂର ପରସ୍ପର ପରସ୍ପରର ପରିପୂରକ? ଏନପିଏର ବୃଦ୍ଧି କ’ଣ ରୁଣ ପ୍ରଦାନ କ୍ଷେତ୍ରରେ ଅଭିବୃଦ୍ଧିର ଶିଥୀଳତା ପାଇଁ ଏକମାତ୍ର ଦାୟୀ? ନର୍ଥ ବ୍ଳକ ବା ମିଣ୍ଟ ଷ୍ଟ୍ରିଟରୁ ଯେତେ ବଡ ବଡ କଥା ଶୁଣିବାକୁ ମିଳୁ କିନ୍ତୁ ଗତ ଛଅଟି ତ୍ରୈମାସିକ ହିସାବରୁ ଯାହା ଦେଖାଦେଇଛି ବାସ୍ତବରେ ସକଳ ଘରୋଇ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ହାର କମି କମି ଯାଇଛି । ୨୦୧୭-୧୮ର ଏପ୍ରିଲରୁ ଜୁନ ତିନିମାସ ମଧ୍ୟରେ ଭାରତର ଆର୍ଥିକ ଅଭିବୃଦ୍ଧି ୫.୭ % ହାରରେ କମି କମି ଯାଇଛି । ଏହା ହେଉଛି ଗତ ତିନିବର୍ଷ ମଧ୍ୟରେ ସବୁଠୁ କମ । କେନ୍ଦ୍ର ସରକାରଙ୍କ ନୀତି ଯେପରିକି ବିମୁଦ୍ରୀକରଣ, ଜିଏସଟିର ତରବରିଆ ଲାଗୁ ଆଦି ଅର୍ଥନୀତିର ଏହି ମାନ୍ଦାବସ୍ଥାକୁ ଆହୁରି ମାନ୍ଦା କରିଦେଲା । ଏକ ଅର୍ଥନୀତି ଯେଉଁଥିରେ ସରକାରଙ୍କ ଢାଞ୍ଚାଗତ ବାଧା କାରଣରୁ ଆର୍ଥିକ କାରବାର ଗୁଡିକ ମାନ୍ଦାବସ୍ଥାର ବଶୀଭୂତ, ଯେଉଁଠାରେ ରୁଣର ଚାହିଦା କମି କମି ଯାଉଛି ସେଠାରେ କେବଳ ବ୍ୟାଙ୍କ ଗୁଡିକର ପୁନଃପୁଞ୍ଜିକରଣ ବ୍ୟବସ୍ଥା ଉଦ୍ୟୋଗମାନଙ୍କୁ ରୁଣ କରିବାକୁ ଆକର୍ଷିତ କରି ପାରିବ ନାହିଁ କି ପୁଞ୍ଜିନିବେଶକୁ ଉତ୍ସାହିତ କରିବ ନାହିଁ । 

ଏବେ ଯେତେବେଳେ ଜଣେ ପୁନଃପଞ୍ଜୀକରଣ କଥାଟିକୁ କୃଷିରୁଣ ଛାଡ କରିବା ବିଷୟ ସହିତ ତୁଳନା କରେ ସେତେବେଳେ ଦୁଇଟି ଯାକ କଥା ପରସ୍ପର ବିପରୀତଧର୍ମୀ କଥା ଭଳି ଲାଗିଥାଆନ୍ତି । ଆମକୁ ପୂର୍ବରୁ କୁହାଯାଇଛି ଯେ ରୁଣଛାଡ ଫଳରେ ଏକ ସଚ୍ଚୋଟ ରୁଣ ବ୍ୟବସ୍ଥା ଉପରେ ଖରାବ ପ୍ରଭାବ ପକାଏ ଓ ଏହା ଫଳରେ ସାହୁକାରମାନଙ୍କର ଭିଡ ବଢେ । କିନ୍ତୁ ଏହା ସହିତ ବଡ ବଡ ରୁଣଗ୍ରହିତା ଯେଉଁମାନେ ରୁଣ ନେଇ ସୁଝିବାର ନାଁ ନେଉ ନାହାନ୍ତି ସେମାନଙ୍କ ତାଲିକା ପ୍ରକାଶ କରିବାକୁ ମଧ୍ୟ ବ୍ୟାଙ୍କମାନେ ରାଜି ହେଉ ନ ଥିବା କଥାକୁ ଆମେ ଦେଖିଛୁ । ଯେତେବେଳେ ବଡ ବଡ ରୁଣକାରୀ ଉଦ୍ୟୋଗ ମାନେ ରୁଣ ସୁଝିବାର ନାଁ ନେଉ ନାହାନ୍ତି,  ରୁଣ ଆଦାୟ କରିବା ବ୍ୟବସ୍ଥାଟି ଅନେକାଂଶରେ ଶିଥୀଳ ସେତେବେଳ ସରକାର କି ସଂକେତ ଦେବାକୁ ଚାହୁଁଛନ୍ତି? ବଡ ବଡ ରୁଣୀଙ୍କ ଠାରୁ  ରୁଣ ଆଦାୟ ନକରି ବ୍ୟାଙ୍କଗୁଡିକୁ ଦେବାଳିଆ ଅବସ୍ଥାରୁ ବଞ୍ଚାଇବା ପାଇଁ କେବଳ ପୁୁନଃପୁଞ୍ଜିକରଣ ବ୍ୟବସ୍ଥା ଚଳାଇଲେ ରୁଣୀମାନଙ୍କ  ଅନୈକତାକୁ ଅଧିକ ଉତ୍ସାହ ମିଳିବ ନାହିଁ କି? ଏହାକୁ କେବଳ ଖଟ୍ଟା ବା ଲେମନ ସମାଜବାଦ କୁହାଯାଇ ପାରିବ ଯେଉଁଠାରେ ଦେଶର ବଡ ବଡ କ୍ଷତିକୁ ସାମାଜିକତାର ସ୍ୱୀକୃତି ମିଳିବାରେ ଲାଗିଛି ଏବଂ ମୁନାଫା ଅଧିକରୁ ଅଧିକ ଲୋକଙ୍କ ବ୍ୟକ୍ତିଗତ ହିସାବକୁ ଯିବାରେ ଲାଗିଛି । ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ସରକାର ଏବେ କ’ଣ ସେହି ବ୍ୟାଙ୍କ ମାନଙ୍କୁ ପୁନଃପଞ୍ଜିକରଣର ସୁବିଧା ଦେବାକୁ ଯାଉଛନ୍ତି ଯେଉଁମାନେ ଏହି ସବୁ ବଡ ବଡ ରୁଣକାରୀମାନଙ୍କ ଠାରୁ ରୁଣ ଆଦାୟ କରିବାର ସଠିକ ଉଦ୍ୟମ କରୁ ନାହାନ୍ତି ? ତା ହେଲେ ଏଥିରେ ବ୍ୟକ୍ତିଗତ ରୁଣଗ୍ରହିତାମାନଙ୍କୁ ଠେଲିପେଲି ବାହାରର ରାସ୍ତା ଦେଖାଇ ଦିଆଯାଉ ନାହିଁ କି? ଏପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ଖୋଜା ଯାଇ ନାହିଁ । 

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଦେଖା ଦେଇଥିବା ପ୍ରକୃତ ସମସ୍ୟାର ସମାଧାନ କରିବା ପାଇଁ କେହି ଉଚ୍ଛୁକ ଥିବା ପରି ବୋଧ ହେଉନାହିଁ । ୨୦୧୬ ଡିସେମ୍ବରରେ ଯେଉଁ ସୋଲଭେନ୍ସୀ ଆଣ୍ଡ ବ୍ୟାଙ୍କରୁପସୀ କୋର୍ଡ ପାସ୍ କରାଗଲା ସେଥିରୁ ଆଶା କରାଯାଉଥିଲା ଯେ ଏକ ନୂଆ ଯୁଗର ସୂତ୍ରପାତ ହେବ । କିନ୍ତୁ ବାସ୍ତବିକତା ସମ୍ପୂର୍ଣ୍ଣ ଭିନ୍ନ ହେଲା । ଇସ୍ପାତ, ଶକ୍ତି ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ଚାପ ପୂର୍ବବତ ପ୍ରଚଣ୍ଡ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ୨୦୧୭-୧୮ କେନ୍ଦ୍ରୀୟ ବଜେଟରେ ବ୍ୟାଙ୍କକ୍ଷେତ୍ର ପ୍ରତି ସରକାରଙ୍କ ଆଭିମୁଖ୍ୟ ପୁରା ନିସ୍ତେଜ । ତାହେଲେ ଏବେ ବ୍ୟାଙ୍କ ପୁନଃପୁଞ୍ଜୀକରରଣରୁ ମିଳିବ କ’ଣ?

ଏବେ ଅଧିକାଂଶ ଲୋକଙ୍କ ମୁହଁରୁ ଯେଉଁ ଶୁଣିବାକୁ ମିଳୁଛି ଯେ ଦୁଇଦୁଇଟି ରାଜ୍ୟରେ ଥିବା ସାଧାରଣ ନିର୍ବାଚନକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଅର୍ଥନୈତିକ କ୍ଷେତ୍ରରେ ଦେଖାଦେଇଥିବା ଦୁର୍ବଳତାକୁ ଲୁଚେଇବାକୁ ଯାଇ ଏପରି ଏକ ବ୍ୟବସ୍ଥା କରିବା କଥା ଚିନ୍ତା କରିଥିଲେ ତାହା ବଚାର କରାଯିବା ଉଚିତ୍ କି ନାହିଁ । ଏହା କ’ଣ ପାଣିଫୋଟକା ପରି ଫୁଲୁଥିବା ଷ୍ଟକବଜାରକୁ ଅଧିକ କ୍ରିୟାଶାୀଳ କରିବ କି? ଏବେ ଯେଉଁ ମୋଦିନୋମିକ୍ସ ନାଁଆରେ ବଡ ବଡ କଥା କୁହାଯାଉଛି ତାର ଏହା ଏକ ଅଂଶ କି? ବ୍ୟାଙ୍କର ଢାଞ୍ଚାଗତ ପରିବର୍ତ୍ତ ଯୋଜନା  ଗଲା କୁଆଡେ? ଏତେ ଗୁଡିଏ ପ୍ରଶ୍ନ ଭିତରେ ବ୍ୟାଙ୍କଗୁଡିକର ପୁନଃପୁଞ୍ଜୀକରଣ କରିବା କଥାଟି ଏବେ କେବଳ ଗୁଡିଏ ପ୍ରଶ୍ନ ଭିତରେ ଧନ୍ଦି ହେଉଛି । ଆଉ ସେଇଟା ହେଉଛି ଏହି ବ୍ୟବସ୍ଥାର ଏକ  ଦୁଃଖଦ ତ୍ୁଟି ।

Back to Top