ISSN (Print) - 0012-9976 | ISSN (Online) - 2349-8846

ମହାନ୍ ସୋଭିଏତ୍ ବିପ୍ଳବ(୧୯୧୭-୨୧) ଓ ଲେନିନବାଦ

ଶୀତଳ ଯୁଦ୍ଧ ସମୟରେ ପଶିଆସିଥିବା ଗମ୍ଭୀର ବିରୂପତାକୁ ଠିକ କରିବାରେ ଲେନିନବାଦ ବିଫଳ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ବର୍ଣ୍ଣାଡ ଡି ମେଲୋ ଲେଖିଛନ୍ତି –

ବଲସେଭିକ, ୧୯୧୭ର ମହାନ୍ ରୁଷ ବିପ୍ଳବ ତଥା ଶୀତଳ ଯୁଦ୍ଧ ଉପରେ ବିଶ୍ୱର ସର୍ବଶ୍ରେଷ୍ଠ ଐତିହାସିକ ଆଲେକଜାଣ୍ଡାର ରବିନୋୱିଚ୍ ହିଁ ଏଭଳି ଏକ କଥା କହିଥିଲେ । ତାଙ୍କ ଲେଖାଟି ରଷିଆନ୍ ରିଭୋଲ୍ୟୁସନ ସେଣ୍ଟିନାରୀ ସ୍ପେଶିଆଲ  ସଂସ୍କରଣରେ ପ୍ରକାଶିତ ହୋଇଥିଲା । ରବିନୋୱିଚଙ୍କ ସହିତ ଏହି ବିଶେଷ ସଂସ୍କରଣରେ  ଆଉ ଏକ ଲେଖା ଲେଖିଥିôବା ରେକ୍ସ ଏ ୱେଡ ଏବଂ ଅନ୍ୟମାନଙ୍କ ମତରେ ରୁଷ ବିପ୍ଳବକୁ ନେଇ ଗଣମାଧ୍ୟମରେ ଯେଉଁ ବିଭିନ୍ନ ପ୍ରକାରର  ଭୁଲଭାଲ ଲେଖାସବୁ ପ୍ରକାଶିତ ହେଉଛି ତାହାକୁ ଖଣ୍ଡନ କରାଯିବାର ଆବଶ୍ୟକତା ନାହିଁ । ଏପରିକି  ୧୯୯୧ରୁ ସକ୍ରୀୟ ହୋଇଥିବା ଏକ ଅଭିଲେଖାଗାରରେ ୧୯୧୭ ରୁ ୧୯୨୧ ପର୍ଯ୍ୟନ୍ତ ଦିଆଯାଇଥିବା ତଥ୍ୟରେ ଏ÷ତିହାସିକ ରୁଷ ବିପ୍ଳବକୁ ଏକ ସଶସ୍ତ୍ର ବିଦ୍ରୋହ ବା ବିପ୍ଳବ କୁହାଯାଇ ଏହାପରେ ଲାଲ ଆତଙ୍କ ସୃଷ୍ଟି ହୋଇଥିଲା ବୋଲି କୁହାଯାଇଛି । କିନ୍ତୁ ଏକ ସଶସ୍ତ୍ର ବିଦ୍ରୋହ ବା ବିପ୍ଳବ କେବଳ ସରକାରରେ ଥିôବା ଗୋଟିଏ ଗୋଷ୍ଠୀକୁ  ହିଂସା ମାଧ୍ୟମରେ ବଳପୂର୍ବକ କ୍ଷମତାଚ୍ୟୁତ କରାଇ ଆଉ ଗୋଟିଏ ଗୋଷ୍ଠୀର କ୍ଷମତା ହାସଲ କରିବାକୁ ବୁଝାଯାଇଥାଏ । କିନ୍ତୁ ବିପ୍ଳବରେ ଯେଉଁ ହିଂସା ହୋଇଥାଏ ସେଥିରେ ଏକଥା ମଧ୍ୟ ଦେଖାଯାଇଥାଏ ଯେ ପ୍ରତିବିପ୍ଳବ ପକ୍ଷରୁ ବିପ୍ଳବୀମାନଙ୍କ ଉପରେ କେତେ ପରିମାଣରେ ହିଂସା କରାଯାଇଥିଲା । ରୁଷ୍ କ୍ଷେତ୍ରରେ ବିରାଟ ବିରାଟ ଶକ୍ତି ଯେପରିକି ବ୍ରିଟେନ୍, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା ଆଦି ଅନେକ ଅନ୍ତର୍ଭୁକ୍ତ ହୋଇଥିଲେ । ବିପ୍ଳବର ଏକ ସଠିକ ଇତିହାସ କେବେହେଲେ ଏଥିରେ ସାମିଲ ହୋଇଥିବା ଶକ୍ତି, ପ୍ରତି-ବିପ୍ଳବ ଯାହାକି ଆଧୁନିକ ସମୟରେ ସାମ୍ରାଜ୍ୟବାଦ ହୋଇ ଉଭା ହୋଇଛି ତାର ଇତିହାସକୁ ମଧ୍ୟ ଆଡେଇ ଦେଇ ପାରିବନି ।

୧୯୧୭ରେ ରୁଷିୟାରେ ଦୁଇଟି ବିପ୍ଳବ ହୋଇଥିଲା । ରୁଷର ପୁରୁଣା କ୍ୟାଲେଣ୍ଡର ଅନୁଯାୟୀ ଗୋଟିଏ ଫେବୃଆରୀରେ ଓ ଆଉ ଗୋଟିଏ ଅକ୍ଟୋବରରେ । ପ୍ରଥମଟି ଏକଛତ୍ରବାଦରୁ ସୃଷ୍ଟ ରାଜତନ୍ତ୍ରକୁ ଗାଦିଚ୍ୟୁତ କରିଥିଲା ଓ ଅନ୍ୟଟି ପ୍ରତିବିପ୍ଳବର ସାମ୍ନା କରି ଘଟିଥିବା ପୁଞ୍ଜିବାଦ ବିରୋଧୀ ସଂଘର୍ଷ ଥିଲା । ଲେନିନ୍ ଅପ୍ରେଲ ମାସରେ ନିର୍ବାସନରୁ ଫେରିବା ପରେ ତାଙ୍କ ବିଖ୍ୟାତ ଅପ୍ରେଲ ସନ୍ଦର୍ଭରେ ସମାଜବାଦ କଥାଟିକୁ ବିପ୍ଳବର କାର୍ଯ୍ୟସୂଚୀରେ ଯୋଡିଲେ । ଅପ୍ରେଲ ଶେଷ ବେଳକୁ ତାଙ୍କର ବଲସେଭିକ ପାର୍ଟି ଏକ ସୋଭିଏତ ସରକାର ପାଇଁ ଆହ୍ୱାନ ଦେଲା ଯେଉଁଥିରେ ଫେବୃଆରୀ ବିପ୍ଳବ ବେଳେ ବିଭିନ୍ନ ପରିଷଦକୁ ନିର୍ବାଚିତ ହୋଇଥିବା ଶ୍ରିମକ ଓ ସୈନିକମାନେ ଥିଲେ ରହିବେ କିନ୍ତୁ ବୁର୍ଜୁୟା ଓ ବଡ ଜମିମାଲିକ ମାନଙ୍କର କୌଣସି ସ୍ୱର ସେଥିରେ ଶୁଣାଯିବ ନାହିଁ ।

ଲେନିନ ଅବଶ୍ୟ ରୁଷରେ ଏକ ସମାଜବାଦୀ  ବିପ୍ଳବ(ସାମ୍ରାଜ୍ୟବାଦର ଗୋଟିଏ ଦୁର୍ବଳ କଡି)ର କଥା ଉଠାଇଥିଲେ ଯାହାକୁ ସେ ପାନ୍-ୟୁରୋପୀୟ ବିପ୍ଳବର ଏକ ଉତପ୍ରେରକ ବା କାଟାଲିଷ୍ଟ ଭାବରେ ଦେଖୁଥିଲେ ଏବଂ ସେ ଜାଣି ସାରିଥିଲେ ଯେ ତାହା ନହେଲେ ରୁଷ ବିପ୍ଳବ ଦୀର୍ଘସ୍ଥାୟୀ ହେବା ସମ୍ଭବ ନୁହେଁ । ସେ ଏହି ବିପ୍ଳବ ସହିତ ରାଷ୍ଟ୍ରୀୟ ସ୍ୱାଧୀନତା ସଂଘର୍ଷର ସେନାନୀମାନଙ୍କୁ ମଧ୍ୟ ଯୋଡିବାକୁ ଚାହୁଁଥିଲେ ଯେଉଁମାନେ ଉପନିବେଶବାଦ ବିରୁଦ୍ଧରେ ସଂଘର୍ଷରତ ଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପ୍ରବଳ ହିଂସା, ବିଶୃଂଖଳା, ରୋଗ, ଦୁର୍ଭିକ୍ଷ ଏବଂ ଗମ୍ଭୀର ଅର୍ଥନୈତିକ ଦୁର୍ଗତି ଆଣିଦେଇଥିଲା । ସେନାବାହିନୀରେ ବିଦ୍ରୋହ ହେବା ପରେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ଓ ଶାନ୍ତିି ପ୍ରତିଷ୍ଠା ପାଇଁ ବଲସେଭିକ ମାନଙ୍କର ଦାବୀ ଏବଂ ଯୁଦ୍ଧରେ ମାତି ଯାଇଥିବା ସମସ୍ତ ଦେଶର ସର୍ବହରାମାନଙ୍କର ପୁଞ୍ଜିବାଦ ବିରୁଦ୍ଧରେ ଏକାଠି ହେବାର ଡାକରା ଏହାର ନିଷ୍ଠାବାନ ବୌଦ୍ଧିକ ଶକ୍ତି  ଶ୍ରମିକ ଏବଂ ସୈନ୍ୟମାନଙ୍କର ଲୋକପ୍ରିୟ ହୋଇ ଉଠୁଥିôବା ବିପ୍ଳବକୁ ନେତୃତ୍ୱ ଦେବାରେ ସହାୟକ ହୋଇଥିଲା ।

୧୯୧୭ ମସିହାର ଶରତ ରୁତୁ ବେଳକୁ ବଲସେଭିକମାନେ ବାମ-ସମାଜବାଦୀ କ୍ରାନ୍ତିକାରୀ ମାନଙ୍କ ସହିତ ମିଶି ବହୁ ସୋଭିଏତରେ ନିଜର ବହୁମତ ଜୁଟାଇ ସାରିଥିଲେ । ତେଣୁ ବଲସେଭିକ ପାର୍ଟି କ୍ଷୀପ୍ରଗତିରେ ବୃଦ୍ଧିପାଉଥିବା ଉଗ୍ରବାଦ ସହିତ ବିପ୍ଳବର ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଶିଖରରେ ପହଞ୍ôଚଥିଲା । ସ୍ଥ୍ିତି ଏପରି ହୋଇ ସାରିଥିଲା ଯେ ଶାସକଶ୍ରେଣୀ ଆଉ ଶାସନ କରିବା ଅବସ୍ଥାରେ ନ ଥିଲେ ଏବଂ ସାଧାରଣ ଲୋକ  ଆଉ ସହିବା ଅବସ୍ଥାରେ ନଥିଲେ । ସେଥିପାଇଁ ଦ୍ୱିତୀୟ ସର୍ବ-ରୁଷୀୟ ସୋଭିଏତ କଂଗ୍ରେସରେ ସୋଭିଏତଗୁଡିକୁ ସମସ୍ତ କ୍ଷମତା ହସ୍ତାନ୍ତର ଓ ଯେଉଁମାନେ ଜମିରେ କାର୍ଯରତ ବା ଚାଷକରୁଛନ୍ତି ସେମାନଙ୍କୁ ଜମିର ମାଲିକାନା ଦେବାକୁ ଦାବୀ ଉଠିଥିଲା ।

ତେବେ ରୁଷ ବିପ୍ଳବକୁ ଏତେ ସହଜରେ ବିଜୟ ମିଳି ନ ଥିଲା । ଜେନେରାଲ କୋର୍ଣ୍ଣଲେଭଙ୍କ ଅଗଷ୍ଟ ୧୯୧୭ର ଫେବୃଆରୀ ବିପ୍ଳବ ବିରୁଦ୍ଧରେ ପ୍ରତିବିପ୍ଳବୀ ପଦକ୍ଷେପ ପ୍ରଥମ ସେନା ଓ ଏକଛତ୍ରବାଦୀ ଶାସନ ବିରୁଦ୍ଧରେ କରାଯାଇଥିବା କାର୍ଯ୍ୟକ୍ରମ ଥିଲା । ତେବେ ସେନାବାହିନୀ ଭିତରେ ମତାନ୍ତର ଓ ବହୁ ପରିମାଣରେ ସେନା ଜବାନ ବିପ୍ଳବୀମାନଙ୍କ ସହିତ ସାମିଲ ହୋଇଯିବା ଯୋଗୁ ପ୍ରତିବିପ୍ଳବୀ କାର୍ଯକ୍ରମ ସବୁ ଦୁର୍ବଳ ହୋଇ ଯାଇଥିଲା । ଶୀତଳ ଯୁଦ୍ଧ ସମୟରେ ବିଶ୍ୱର ବୃହତ୍ ଶକ୍ତିମାନଙ୍କ ସହାୟତା ସଫେଦ ସେନାକୁ ଲାଲ ସେନା ବିରୁଦ୍ଧରେ ଚାଲିଥିôବା ଆରପାର ଲଢେଇରେ ପ୍ରତିବିପ୍ଳବୀ କାର୍ଯ୍ୟ ଚଳାଇ ରଖିବାକୁ ଅଧିକ ଶକ୍ତି ପ୍ରଦାନ କରିଥିଲା । କିନ୍ତୁ ୟୁରୋପରେ କେତେକ ଶ୍ରମିକ-ପାର୍ଟି ପକ୍ଷରୁ ହ୍ୟାଣ୍ଡ୍ ଅଫ ସୋଭିଏଟ ରଷିଆ ନାମରେ ରୁଷ ବିପ୍ଳବକୁ ଯେଉଁ ସମର୍ଥନ ଦିଆଗଲା ସେଥିରେ ରୁଷ ଶାସକଙ୍କୁ ସମର୍ଥନ ଦେଉଥିବା ବଡ ଶକ୍ତି ମାନେ ରୁଷର ସଫେଦ ସରକାରକୁ ସମର୍ଥନ ଦେବାକୁ ଆଗଭର ହୋଇ ପାରି ନଥିଲେ । କାରଣ ସେମାନେ ଭାବିଲେ ଯେ ସେପରି ହେଲେ ସେମାନଙ୍କ ନିଜ ଦେଶମାନଙ୍କରେ ଗୋଟିଏ ଲେଖା ସୋଭିଏତ ରୁଷ ସୃଷ୍ଟି ହୋଇଯିବ । ଏହା ସହିତ ସେମାନେ ଆତଙ୍କିତ ହୋଇ ପଡିଥିଲେ ସେମାନେ ପୂର୍ବରୁ ରୁଷ ବିପ୍ଳବକୁ ଦବାଇବା ପାଇଁ ରୁଷକୁ ସେମାନଙ୍କ ଦେଶର ଯେଉଁ ସୈନିକମାନଙ୍କୁ ପଠାଇଥିଲେ ସେମାନେ ନିଜ ଦେଶରେ ବିଦ୍ରୋହ କରି ଦେଇ ପାରନ୍ତି ।

ଗୋଟିଏ ବିପ୍ଳବ ସଂଗଠିତ ହେଉଥିବା ବେଳେ ଯେଉଁ ଜୀବନ ମରଣର ସଂଘର୍ଷ ସୂତ୍ରପାତ ହୁଏ ସେଥିରେ ଗୋଟିଏ କଥା ଦେଖିବାକୁ ମିଳିଥାଏ ଯେ ବିପ୍ଳବକୁ ସମର୍ଥନ କରୁଥିବା ଶ୍ରେଣୀ ଭାବି ନେଇଥାଏ ଯେ ଯେଉଁମାନେ ଆମ ସହିତ ନାହାନ୍ତି ସେମାନେ  ଆମର ନୁହନ୍ତି । ଦୁର୍ଭାଗ୍ୟଜନକ କଥା ହେଉଛି ଉଦାରବାଦୀ ସମାଜବାଦୀ ପାର୍ଟି ସେତେବେଳେ ପ୍ରତି-ବିପ୍ଳବୀ ମାନଙ୍କ ସହିତ ମିଶିଗଲା । କାଡେଟ ପାର୍ଟି ଅଗଷ୍ଟ ୧୯୧୭ରେ କୋର୍ଣ୍ଣିଲୋଭଙ୍କ  ସାମରିକ ବିଦ୍ରୋହକୁ ସମର୍ଥନ କରିବା କଥାରୁ ସେମାନେ କିଛି ହେଲେ ଶିକ୍ଷା କରି ପାରି ନଥିଲେ ।

ସେ ଯାହାହେଉ ରୁଷ ବିପ୍ଳବକୁ ସେତିକିବେଳେ ଏକ ଶକ୍ତ ଧକ୍କା ଲାଗିଥିଲା ଯେତେବେଳେ ବାମ-ସମାଜବାଦୀ-କ୍ରାନ୍ତିକାରୀମାନେ ଜର୍ମାନୀ ସହିତ ହୋଇଥିବା ବ୍ରେଷ୍ଟ-ଲିଟୋଭସ୍କ ଚୁକ୍ତିନାମାକୁ ବିରୋଧ କରି ମାର୍ଚ୍ଚ ୧୯୧୮ରେ ବଲସେଭିକ ମେଣ୍ଟରୁ ଓହରିଗଲେ । ୧୯୧୭ର ଶେଷ ଓ ୧୯୧୮ର ଆରମ୍ଭ ସମୟର ଯୁଦ୍ଧ ପରି ନହେଲେ ମଧ୍ୟ

ଜୁଲାଇ ୧୯୧୮ରେ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧ ଏକ ଭୟଙ୍କର ରକ୍ତାକ୍ତ ଯୁଦ୍ଧ ଥିଲା । ଏହା ସେତେବେଳେ           ଅବର୍ଣ୍ଣନୀୟ ବିଶୃଙ୍ଖଳାରେ ବୁଡି ରହିଥିବା ଏକ ଦେଶରେ କିଏ ସରକାର କରିବ ସେକଥାର ନିର୍ଣ୍ଣୟ କରିବା ଭଳି ଅବସ୍ଥା ସୃଷ୍ଟି କରିଥିଲା । ଦୁଇ ଶିବିର ମଧ୍ୟରେ କୌଣସି ଆପୋସ ମିଳାମିଶାର ମାର୍ଗ ଫିଟିବା ପରି ବୋଧ ହେଉ ନ ଥିଲା । ଏହା ଏକ ଜୀବନ-ମରଣର  ସଂଘର୍ଷ ପରି ବୋଧ ହେଉଥିଲା । ଅର୍ଥନୈତିକ, ଗଣତାନ୍ତ୍ରିକ, ରାଜନୈତିକ ଏବଂ ସାଂସ୍କୃତିକ ଦିଗବାରେଣୀଗୁଡିକୁ ଦେଖିଲେ ଶୀତଳ ଯୁଦ୍ଧର ଶେଷରେ ଯେଉଁ ବିପ୍ଳବୀଙ୍କ ଶାସନ ଅବସ୍ଥାପିତ ହେବ ତାହା ପଚାଶ ବର୍ଷ ପଛକୁ ଚାଲିଯାଇଥିବା ଏକ ଦେଶକୁ ଶାସନ କରିବା କଥା ହେବ । କାରଣ ଏ÷ତିହାସିକ ମୋସେ ଲ୍ୱିନଙ୍କ କହିବାନୁଯାୟୀ (ସୋଭିଏତ ସେଞ୍ଚୁରୀ, ୨୦୦୫, ପୃ ୨୯୬ ଦ୍ରଷ୍ଟବ୍ୟ) ୧୯୧୪ ରୁ ୧୯୨୧ ପର୍ଯ୍ୟନ୍ତ ଘଟିଥିôବା  ଘଟଣାଗୁଡିକ ସୋଭିଏତ ରୁଷର ଲୋକମାନଙ୍କୁ କେବଳ ଦୁର୍ଦ୍ଦଶା ଓ ବିଶାଳ କ୍ଷତି ବ୍ୟତୀତ ଆଉ କିଛି ଦେଇ  ନଥିଲା ।

ତାହାହେଲେ କାହିଁକି ଏହି ବିପ୍ଳବ? ସ୍ପଷ୍ଟ ଭାବରେ କହିଲେ  ଗରୀବ କୃଷକ, ସୈନିକ ,(ଯେଉଁମାନଙ୍କ ମଧ୍ୟରୁ ଅନେକ କୃଷକ ହିଁ ଥିଲେ) ଏବଂ ଶ୍ରମିକ ମାନେ ହିଁ ଏହି ବିପ୍ଳବରେ ସାମିଲ ହୋଇଥିଲେ । ତେବେ ବିପ୍ଳବରେ ସାମିଲ ହୋଇଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ କୃଷକ ହିଁ ଥିଲେ । ତେବେ ଏଥିରେ ଯେଉଁ ଶିଳ୍ପାଞ୍ଚଳର ଶ୍ରମିକମାନେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପୁରା-ଶ୍ରମିକ ଥିଲେ । ସେମାନେ ଅଧା ଶ୍ରମିକ ଓ ଅଧା କୃଷକ ଥିଲେ । ତେଣୁ ଏହା ଏକ ସାଧାଣଣ ଜନତାର ବିପ୍ଳବ ହୋଇ ଯାଇଥିଲା । (ଦି ସୋଭିଏତ ସେଞ୍ଚୁରୀ, ପୃ ୨୮୯) ।

ଲେନିନ୍ବାଦ କୁ କେତେବେଳେ ପ୍ରଶଂସା କରାଯାଇଛି ତ କେତେବେଳେ ନିନ୍ଦା ବି କରାଯାଇଛି । ପଲ ଲେ ବ୍ଳାଙ୍କ ରଚନା କରିଥିବା ଲେନିନ ଆଣ୍ଡ ଦି ରିଭୋଲ୍ୟୁସନାରୀ ପାର୍ଟି (୧୯୮୯) ଏବଂ ଲେୱିନଙ୍କର ଦି ସୋଭିଏତ ସେଞ୍ଚରୀରେ କିଛିଟା ସ୍ୱତନ୍ତ୍ରତା ଦେଖିବାକୁ ମିଳିଥାଏ । ତେବେ ଏକ ବିପ୍ଳବୀ ପାର୍ଟିର ଆବଶ୍ୟକ ଦୃଷ୍ଟିକୋଣ ଅର୍ଥାତ୍ ପୁଞ୍ଜିବାଦର ମୂଳୋତ୍ପାଟନ ପାଇଁ ଶ୍ରମିକ ଶ୍ରେଣୀର ସଚେତନତା ବୃଦ୍ଧିକୁ ଭୁଲି ଯାଇ  ଲେନିନଙ୍କ ଅବଧାରଣା ମଧ୍ୟ କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିକୁ ଦେଖି ବିଭିନ୍ନ କଥାକୁ ସାମିଲ କରିଛି । ତେଣୁ ପାର୍ଟି ବିଷୟରେ ତାଙ୍କର ଧାରଣା ୧୯୦୨ ରୁ ୧୯୦୪ ଭିତରେ ଅଲଗା (“ଏହାକୁ କ’ଣ କରାଯିବା” ଉଚିତ୍ ସମୟ ବୋଲି କୁହାଯାଇଛି), ୧୯୦୫ରୁ ୦୬,୧୯୦୮ ରୁ ୧୨, ୧୯୧୪ ରୁ ୧୭ ଓ ୧୯୧୮ ରୁ ୨୧ ଭିତରେ ଭିନ୍ନ ଭିନ୍ନ ସ୍ତର ଆସିଛି । କିନ୍ତୁ ୧୯୧୮ ରୁ ୨୧ ଭିତରେ ଆସିଥିବା  ଅସ୍ପଷ୍ଟତା ଓ ବିରୋଧୋକ୍ତି ସ୍ତରକୁ ଜଣେ ଗୁରୁତ୍ୱ ଦେବାକୁ ବାଧ୍ୟ ହୋଇଥାଏ  ଯେତେବେଳେ ଏକାଙ୍ଗବର୍ତ୍ତୀ, ସମ୍ଭ୍ରାନ୍ତ ଶ୍ରେଣୀବଦ୍ଧ ସ୍ଥାନାପନ୍ନତା ଦେଖାଦେଇଥାଏ ବା  ଯେତେବେଳେ ପାର୍ଟି ଶ୍ରମିକ ଶ୍ରେଣୀ ଉପରେ ନିଜର ମତ ଚାପିଦିଏ ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ କେନ୍ଦ୍ରୀକରଣ ମାଡିବସେ । ଏଥିପାଇଁ ଦୃଢ ସୁଧାରାତ୍ମକ କାର୍ଯକ୍ରମ କରିବାର ଆବଶ୍ୟକତା ଥିଲା ଯାହା କରାଯାଇ ନାହିଁ । ଏ÷ତିହାସିକ ଲେୱିନ ତାଙ୍କ ୧୯୬୮ରେ ଲିଖିତ ଲେନିନଙ୍କ ଶେଷ ସଂଘର୍ଷ ଓ ଦି ସୋଭିଏଟ ସେଞ୍ଚରୀରେ ଏହି କଥା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ।

ଲେନିନ ବିହ୍ୱଳ ଭାବରେ ଅଣକାଳ୍ପନିକ ବା ବାସ୍ତବ ଉପାୟରେ ଏକ ଦୀର୍ଘସ୍ଥାୟୀ ସମାଜବାଦୀ ପରିପ୍ରେକ୍ଷ ଏବଂ ଆଦର୍ଶ ଗଠନ କରିବାକୁ ଚାହିଁଥିଲେ ଯେଉଁଥିରେ କୃଷକଙ୍କ ସ୍ୱାର୍ଥ ପ୍ରତି ଅଧିକ ଧ୍ୟାନ ଦିଆଯିବାର ଥିଲା, ସ୍ୱେଚ୍ଛାଚାରୀ ବ୍ୟବସ୍ଥା ବିଷୟରେ ସଂଶୋଧନ଼ କରିବାର ଥିଲା । ଏହାର ଆଉ ଏକ ଦିଗ ହେଉଛି ଯେ ଷ୍ଟ।।ଲିନଙ୍କୁ ପାର୍ଟିର ମୁଖ୍ୟ ନେତୃତ୍ୱସ୍ଥାନୀୟ ପଦରେ ରହିବା ବିଷୟରେ ଆଉଥରେ ଚିନ୍ତା କରିବା । ଏହି ସଂଶୋଧନ କେବଳ ନିଦାନ ଭିତ୍ତିକ ନହୋଇ ରଣନୀତି ଓ ଲକ୍ଷ୍ୟ ପରିବର୍ତ୍ତନ ଭତ୍ତିିକ ହୋବାର ଥିଲା । ଦୁଖର କଥା ଯେ ଲେନିନବାଦ-ବଲସେଭିକବାଦ ଓ ଷ୍ଟାଲିନବାଦ ମଧ୍ୟରେ ଚାଲିଥିବା ସଂଘର୍ଷରେ ହିଂସାକୁ ପ୍ରଥମିକତା ଦେଇଥିବା ଯଥେଚ୍ଛାଚାରର ବିଜୟ ହୋଇଥିଲା ଯିଏକି ଏହାର ବିରୋଧୀମାନଙ୍କୁ ଧ୍ୱଂସ କରି ଦେଇଥିଲା । (ଦି ସୋଭିଏତ ସେଞ୍ଚୁରୀ ପୃ ୨୯୯, ୩୦୦,୨୯୮ ଓ ୩୦୧ ଦ୍ରଷ୍ଟବ୍ୟ) । ସେହିପରି ଭାବରେ ଅଧିନାୟକବାଦ,ସମ୍ବ୍ରାନ୍ତବାଦ,ବର୍ଗିକୃତ ଏବଂ ବିକଳ୍ପବାଦୀ ପ୍ରବୃତ୍ତିରୁ ଦୁରେଇ ରହିବା ପାଇଁ   ଲେନିନବାଦୀମାନେ ମଧ୍ୟ ବଲସେଭିଜିମ ଓ ଲେନିନବାଦ ବିଷୟରେ ସମାଜବାଦୀ ସମାଲୋଚକମାନଙ୍କର ମଧ୍ୟରେ ଥିବା ଭିନ୍ନମତକୁ ଗୁରୁତ୍ୱ ଦେବାର ଥିଲା ଯେପରିକି ରଷିଆନ ରିଭୋଲ୍ୟୁସନ ସେଣ୍ଟିନାରୀ ସ୍ପେଶିଆଲ ରେ ଦିଲ୍ଲିପ ସାଇମନ ଓ ମାରସେଲ ଭାନ୍ ଦର ଲିଣ୍ଡେନ ଆଦି ଲେଖିଛନ୍ତି  ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top