ISSN (Print) - 0012-9976 | ISSN (Online) - 2349-8846

ଶିକ୍ଷା ଓ ଦୁର୍ବଳ ସମ୍ପ୍ରଦାୟ

ସରକାରୀ ସ୍କୁଲକୁ ଶକ୍ତିଶାଳୀ କରିବା ଏକମାତ୍ର ସାକାର ପଦକ୍ଷେପ

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

କଳ୍ପନା  କାନ୍ନାବିରାନ,  ପ୍ରଫେସର ତଥା ନିର୍ଦ୍ଦେଶକ, କାଉନସିଲ ଫର ସୋସିଆଲ ଡେଭେଲପମେଣ୍ଟହାଇଦ୍ରାବାଦ, ଲେଖିଛନ୍ତି ଯେ

ସମ୍ପ୍ରତି ହୋଇଥିବା ଏକ ସର୍ବେକ୍ଷଣରୁ ପୁଣି ଥରେ ଜଣାପଡିଛି ଯେ  ନିରୂପିିତ ବା ଡିନୋଟିଫାଏଡ  ଯାଯାବର ଓ ଅର୍ଦ୍ଧ ଯାଯାବର ସମ୍ପ୍ରଦାୟଙ୍କର ଅଘୋଷିତ ଦୁର୍ବଳତା ବିଶେଷକରି  ଶିକ୍ଷା, ନିଯୁକ୍ତି, ନିରନ୍ତର ଲାଗି ରହିଥିବା ଭେଦଭାବ, ସାମାଜିକ ରୁଢିବାଦିତା ଓ ଅପରାଧିର କଳଙ୍କର ଭୟ  କେବେବି ଏମାନଙ୍କର ପିଛା ଛାଡିିନାହିଁ । ଏକଥାଟି ସମ୍ପ୍ରତି ପ୍ରକାଶ ପାଇଥିବା ଅନେକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏହି ସବୁ ରିପୋର୍ଟ ଭିତରେ ନ୍ୟାସନାଲ କମିଶନ ଫର ଡିନୋଟିଫାଏଡ, ନୋମାଡିକ ଆଣ୍ଡ ସେମି-ନୋମାଡିକ ଟ୍ରାଇବ୍ସ(ରେଙ୍କେ କମିଶନ ୨୦୦୮), ନ୍ୟାସନାଲ ଆଡଭାଇଜରୀ କାଉନସିଲ ୱାର୍କିଙ୍ଗ ଗ୍ରୁପ ଅନ ଡିନୋଟିଫାଇଡ ଆଣ୍ଡ ନୋମାଡିକ ଟ୍ରାଇବ୍ସ(୨୦୧୧) ଏବଂ ହାଇଲେବଲ  କମିଟି ଅନ ସୋସିଆଲ, ଇକନମିକ, ହେଲ୍ଥ ଆଣ୍ଡ ଏଜୁକେସନାଲ ଷ୍ଟାଟସ ଅଫ ଟ୍ରାଇବାଲ କମ୍ୟୁନିଟୀ ଅଫ ଇଣ୍ଡିଆ (ଏକ୍ସଏଏକ୍ସଏ କମିଟି ୨୦୧୧) ଆଦି ଉଲ୍ଲେଖଯୋଗ୍ୟ । ତେବେ ଏହି ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ଏବଂ ଶିକ୍ଷା ସମ୍ବନ୍ଧୀୟ ଭରସାଯୋଗ୍ୟ ତଥ୍ୟର ଅଭାବକୁ ନଜରରେ ରଖି ଏହା ଉପରେ ପ୍ରକୃତ ତଥ୍ୟ ହାସଲ ପାଇଁ  ଦି ଇଣ୍ଡିଆନ କାଉନସିଲ ଅଫ ସୋସିଆଲ ସାଇନ୍ସ ରିସର୍ଚ୍ଚ (ଆଇସିଏସଏସଆର) ୯ଟି ରାଜ୍ୟରେ ଏକ ବିଶେଷ ଅଧ୍ୟୟନ କରାଇଥିଲେ ।

କାଉନସିଲ ଅଫ ସୋସିଆଲ ଡେଭେଲପମେଣ୍ଟ ହାଇଦ୍ରାବାଦ, ୨୦୧୨ ରୁ ୨୦୧୫ ମଧ୍ୟରେ କରିଥିବା ଅଧ୍ୟୟନରେ ମଧ୍ୟପ୍ରଦେଶ, ଛତିଶଗଡ, ଗୋଆ, ଗୁଜୁରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ୧୩୦୦୦ ପରିବାରରେ ଏହି ସର୍ବେକ୍ଷଣ କରାଇଥିଲେ । ରେଙ୍କେ କମିଶନ ପକ୍ଷରୁ ଯେଉଁ ୩୦୬ଟି ସମ୍ପ୍ରଦାୟକୁ  ବଛା ଯାଇଥିଲା ସେଥିରୁ ୭୬ଙ୍କୁ ଏଥିରେ ସାମିଲ କରାଯାଇଥିଲା । ଯେଉଁଥିରେ ୬୬ % ପଛୁଆ ଜାତି, ୧୬ % ଅନୁସୂଚିତ ଜାତି ଓ ୧୮% ଅନୁସୂଚିତ ଜନଜାତିର ଲୋକ ଥିଲେ । ଏଥିରେ ଯେଉଁ ମାନେ ବିଭିନ୍ନ ମାର୍କା ମରାଯାଇଥିବାର ଶିକାର ସେମାନଙ୍କ ସହିତ ଯେଉଁ ମାନଙ୍କ ପଛରେ ଅପରାଧୀ ମାର୍କା ନାହିଁ ସେମାନଙ୍କୁ ସାମିଲ କରାଯାଇଥିଲା । କାରଣ ଏକ ବିଶେଷ ଅଧ୍ୟୟନରେ ଲୋକଙ୍କୁ ଅପରାଧୀର ଆଖ୍ୟା ଦିଆଯାଉଥିବା ବିଷୟରେ ଅଧ୍ୟୟନ କରାଯାଇଥିଲା । ଅଧ୍ୟୟନରୁ ମୋଟାମୋଟି ଭାବରେ ଗୋଟିଏ କଥା ଜଣାପଡିଲା ଯେ ନିରୂପିତ (ଡିନୋଟିଫାଏଡ) ଯାଯାବର ସମ୍ପ୍ରଦାୟ ସହିତ ଦୁର୍ବଳ ସାମାଜିକ-ଅର୍ଥନୈତିକ ବ୍ୟବସ୍ଥା, ଅଶିକ୍ଷା ଏବଂ ସାମାଜିକ ରୁଢିବାଦିତା ଅଙ୍ଗାଙ୍ଗୀଭାବେ ଜଡିତ ।

ଏଥିରେ ଯେଉଁ ସମ୍ପ୍ରଦାୟକୁ ଅଧ୍ୟୟନ ପରିସରଭୁକ୍ତ କରାଯାଇଥିଲା ସେଥିରେ ବିଶେଷ କରି ଗ୍ରାମୀଣ ଓ ୩୦ ବର୍ଷରୁ ଅଧିକ ଦିନ ଧରି ଯାଯାବର ଜୀବନ ଛାଡି ଗୋଟିଏ ସ୍ଥାନରେ ରହି ଆସୁଥିବା ସମ୍ପ୍ରଦାୟର ଲୋକମାନଙ୍କୁ ସାମିଲ କରାଯାଇଥିଲା । ଏଥିରେ ସେମାନଙ୍କ ପାରମ୍ପରିକ ଜୀବିକାକୁ ଧରି ରଖିଥିବା ଲୋକଙ୍କ ସଂଖ୍ୟା  ବହୁତ କମ ଥିଲା । କେବଳ ଗୁଜୁରାଟରେ ୨୫ % ଓ ମଧ୍ୟପ୍ରଦେଶରେ ୨୨% ଲୋକ ସେମାନଙ୍କ ପାରମ୍ପରିକ ଜୀବିକାକୁ ଧରି ରଖିଥିଲେ । ଅଧ୍ୟୟନରୁ ଜଣା ପଡିଥିଲା ଯେ ଏଥିର ଅଧିକାଂଶ ଲୋକ ଏବେ କୃଷି ଶ୍ରମିକ ଭାବେ କାର୍ଯ୍ୟ କରି ଜୀବିକା ଅର୍ଜନ କରୁଛନ୍ତି । କୌଣସି ଉପାୟ ନପାଇ ଦାଦନ ହୋଇଯାଉଥିବା ଲୋକଙ୍କର ପାରିବାରିକ ସ୍ଥିରତା ତଥା ଶିକ୍ଷାଦୀକ୍ଷାକୁ ନେଇ ଅନେକ ସମସ୍ୟା ଦେଖା ଦେଇଥାଏ । ଏହା ଭିତରେ ଯାଯାବର ସଂସ୍କୃତି ଓ ବାଧ୍ୟତାମୂଳକ ଭାବେ ଦାଦନହେଉଥିôବା ଲୋକଙ୍କ ଭିତରେ ଥିବା ପ୍ରଭେଦକୁ ମଧ୍ୟ ବୁଝିବାକୁ ହେବ । ଯାଯାବର ସଂସ୍କୃତିର ଲୋକେ ବିଭିନ୍ନ ସ୍ଥାନରେ ବୁଲି ବୁଲି ବାସକରିବା ସହିତ ସେମାନଙ୍କ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ବସବାସ କରନ୍ତି ।

ନିରୂପିତ(ଡିନୋଟିଫାଏଡ) ସମ୍ପ୍ରଦାୟମାନଙ୍କ ମଧ୍ୟରେ ମୋଟେ ସ୍କୁଲରେ ନାମ ମଧ୍ୟ ଲେଖାଇ ନ ଥିôବା ପିଲାଙ୍କର ସଂଖ୍ୟା ବିଭିନ୍ନ  ରାଜ୍ୟରେ ବହୁତ ବେଶୀ । ମହାରାଷ୍ଟ୍ରରେ ଏହି ସଂଖ୍ୟା ମାତ୍ର ୫.୫%, ତାମିଲନାଡୁରେ ୧୮% ଏବଂ ଆନ୍ଧ୍ରପ୍ରଦେଶରେ   ୨୧ % । ଅଧିକାଂଶ ଘଟଣାରେ ଏମାନଙ୍କ ପିଲାମାନେ ଅଧିକରୁ ଅଧିକ ପ୍ରାଥମିକ ଶିକ୍ଷା ମଝିରୁ ବା ଅତି ବେଶୀରେ  ମାଧ୍ୟମିକ ଶିକ୍ଷା ମଝିରୁ ହିଁ ପାଠ ଛାଡି ଦେଇ ଥାଆନ୍ତି । ଏହି ପିଲାମାନଙ୍କର ଆଦୌ ସ୍କୁଲରେ ନାମ ନ ଲେଖାଇବା ବା ଅଧାରୁ ପାଠ ଛାଡିଦେବା ପଛରେ ଗୋଟିଏ ମୁଖ୍ୟ କାରଣ ହେଉଛି ସେମାନଙ୍କ ପିତାମାତାଙ୍କର ଦାଦନ ହୋଇ ଦେଶାନ୍ତରୀ ହୋଇଯିବା । ଏ ସମ୍ବନ୍ଧରେ  ମଧ୍ୟପ୍ରଦେଶର ଶିକ୍ଷକମାନଙ୍କ ସହିତ ନିଆଯାଇଥିବା ସାକ୍ଷାତକାରରୁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହିତ ଶିକ୍ଷାର୍ଥୀମାନଙ୍କର ଯେଉଁ ସମ୍ପର୍କ ଥାଏ ତାହା ଏ କ୍ଷେତ୍ରରେ ଦେଖିôବାକୁ ମିଳେ ନାହିଁ ।  ତେଣୁ ଶିକ୍ଷାର୍ଥୀମାନଙ୍କର ସ୍କୁଲରେ ଅନୁପସ୍ଥିତି ବୃଦ୍ଧି ପାଇଥାଏ ଓ ଛାତଛାତ୍ରୀମାନଙ୍କର ଉପସ୍ଥାନ ଉପରେ ଏହାର ପ୍ରଭାବ ପଡେ ।

ଦୁର୍ବଳ ଆଦିବାସୀ ସମ୍ପ୍ରଦାୟଙ୍କ ଭିତରେ ଶିକ୍ଷାର ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଛାତ୍ରାବାସ, ଆଶ୍ରମସ୍କୁଲ ଆଦିର ବ୍ୟବସ୍ଥା କରାଯାଇଛି । ରେଙ୍କେ ଆୟାଗଙ୍କ ରିପୋର୍ଟ ମୁତାବକ ଏହି ସମ୍ପ୍ରଦାୟର ଶିକ୍ଷାର୍ଥୀଙ୍କୁ ପ୍ରାଥମିକ ସ୍ତରରେ, ସ୍କୁଲରେ ବା ଛାତ୍ରାବାସରେ  ନାମ ଲେଖାଇବା କ୍ଷେତ୍ରରେ ମଧ୍ୟ ଲିଂଗଗତ ଭେଦଭାବ ପରିଲକ୍ଷିତ ହୋଇଥାଏ । କିନ୍ତୁ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀଗୁଡିକରେ ଅଧିକାଂଶତଃ ବାଳକମାନେ ହିଁ ଛାଡି ଚାଲିଯାଉଥିôବାର ଦେଖିବାକୁ ମିଳିଥାଏ  । ବର୍ତ୍ତମାନ ହୋଇଥିବା ଅଧ୍ୟୟନରୁ ଏକଥା ଜଣା ପଡୁନାହିଁ ଯେ ଆଶ୍ରମ ସ୍କୁଲ ବା ଆବାସିକ ଛାତ୍ରାବାସ କରିବା ଯୋଗୁଁ ନିରୂପିତ ବା ଆଦିବାସୀ ଛାତ୍ରଛାତ୍ରୀଙ୍କର ସଂଖ୍ୟାରେ ବୃଦ୍ଧି ଘଟିଛି ।

ବିଭିନ୍ନ ରାଜ୍ୟରେ ଏଭଳି ଶିଶୁମାନଙ୍କର ଶିକ୍ଷା ଦୀକ୍ଷା ଏବଂ ସ୍କୁଲ ଯିବା କଥାରେ ସେମାନଙ୍କ ପିତାମାତାଙ୍କ ନିଷ୍ପତ୍ତି ପ୍ରାୟତଃ କିଛି ନଥାଏ । ଏଥିରେ ଦୁଇଟି କଥା ଥାଏ ଏକେତ ଅବିଭାବକମାନଙ୍କର ନିଜର କୌଣସି ଶିକ୍ଷା ଦୀକ୍ଷା ନଥାଏ, ଦୁଇରେ ସବୁଠୁ ବଡ଼ କଥାଟି ହେଉଛି ସେମାନଙ୍କ  ଆବାସ ସ୍ଥାନଠାରୁ ସ୍କୁଲ ବହୁ ଦୂରରେ ହୋଇଥାଏ । କିନ୍ତୁ ଏ ସବୁ ସତ୍ତେ୍ୱ ଅବିଭାବକମାନେ ଚାହିଁଥାଆନ୍ତି ଯେ ସେମାନଙ୍କର ପୁଅ ଓ ଝିଅ ଦୁହେଁ ଯାକ ଭଲ ପାଠପଢି ସରକାରୀ ଚାକିରୀ ପାଆନ୍ତୁ । ଏଥିପାଇଁ ସ୍କୁଲକୁ ଅବିଭାବକ ଓ ଛାତ୍ରଛାତ୍ରୀମାନଙ୍କର ଆବାସସ୍ଥାନ ନିକଟରେ ହିଁ ସ୍କୁଲ ଖୋଲାଯିବାପାଇଁ ବ୍ୟବସ୍ଥା କରାଯିବା  ଦରକାର । ଏଥିରେ ଅବିଭାବକ ଓ ସମ୍ପ୍ରଦାୟ ଉଭୟ ପକ୍ଷରୁ ସେମାନଙ୍କ ପିଲାମାନଙ୍କର ସ୍କୁଲ ଜୀବନ ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ ।

ଏହି ସର୍ବେକ୍ଷଣରେ ଯେଉଁ ନଅଟି ରାଜ୍ୟର  ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ ସ୍କୁଲରେ ପାଠ ପଢୁଥିଲେ । ସେଥିରୁ ମଧ୍ୟପ୍ରଦେଶ, ଗୁଜୁରାଟ,ମହାରାଷ୍ଟ୍ର, ଛତିଶଗଢ, ତାମିଲନାଡୁ, କର୍ଣ୍ଣାଟକରେ ୯୦ % ଓ ତେଲେଙ୍ଗାନା ଏବଂ ଗୋଆରେ ୭୫ % ଛାତ୍ରଛାତ୍ରୀ ଥିଲେ । ଯଦିଓ ବିଭିନ୍ନ ରାଜ୍ୟରେ ବେସକାରୀ ସ୍କୁଲମାନେ ଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଅନୁପ୍ରବେଶ ଘଟୁଛି ତଥାପି ଉପରୋକ୍ତ ସମ୍ପ୍ରଦାୟ ଗୁଡିକର ଶିଶୁମାନେ ସରକାରୀ ସ୍କୁଲରେ ହିଁ ପଢି ଥାଆନ୍ତି । ତେଣୁ ଶିକ୍ଷକ, ସ୍କୁଲଗୃହ, କୋଠରୀ  ଏବଂ ମୂଳଭୁତ ସୁବିଧା ଦୃଷ୍ଟିରୁ  ସରକାରୀ ସ୍କୁଲ ବ୍ୟବସ୍ଥାକୁ ସୁଦୃଢ କରିବା ଆଜିର ମୁଖ୍ୟ ଆବଶ୍ୟକତା ହୋଇଛି ।

ସାଧାରଣତଃ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଅନେକ ଆନୁଷ୍ଠାନିକଅଭାବ ରହି  ଯାଇଥବାରୁ ଏହା ଗୁଣାତ୍ମକ ଭାବରେ ଦୁର୍ବଳ ହୋଇ ପଡୁଛି ଓଏଥିରେ ରହିଥିବା ଭେଦଭାବ ମିଶିଯାଇ ଏହି ସମ୍ପ୍ରଦାୟର ଅନେକଙ୍କୁ ସ୍କୁଲ ଆସିବାରୁ ନିବୃତ୍ତ କରିବାରେ ଲାଗିଛି । ସର୍ବେକ୍ଷଣରୁ ସ୍ପଷ୍ଟ ହେଉଛି ଯେ ସମାଜର କେତେକ ସ୍ଥାନୀୟ  ସମସ୍ୟା ଏହି ସମ୍ପ୍ରଦାୟଗୁଡିକର ଶିକ୍ଷା କ୍ଷେତ୍ରରେ ପ୍ରବେଶକୁ ପ୍ରଭାବିତ କରିବାରେ ଲାଗିଛି । ଏବେ ନିଆଯାଉଥିବା ପଦକ୍ଷେପଗୁଡିକ ଏହି ସବୁ ଦୁର୍ବଳ ସମ୍ପ୍ରଦାୟଗୁଡିକର ନିର୍ଦ୍ଦିଷ୍ଟ ଆକାଂକ୍ଷା ଓ ଆବଶ୍ୟକଗୁଡିକୁ ସ୍ୱୀକାର  କରୁ ନାହିଁ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top