ISSN (Print) - 0012-9976 | ISSN (Online) - 2349-8846

ନ୍ୟାୟର ମାର୍ଗ

ନ୍ୟାୟାଳୟମାନେ ପରିବେଶ ମୋକଦ୍ଦମାରେ ସରକାରଙ୍କ କଥା ନୁହେଁ ସମ୍ପୃକ୍ତ ପକ୍ଷମାନଙ୍କ କଥା ଉପରେ ଗୁରୁତ୍ୱ ଦେବା ଉଚିତ୍

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ଗୋଆର ଗୋଟିଏ ସକ୍ରୀୟ ପରିବେଶପ୍ରେମୀ ଗୋଷ୍ଠୀ ବିକାଶ ଯୋଜନା କଥା କହୁଥିବା  ବିଭିନ୍ନ ସରକାରଙ୍କ ପାଇଁ ଚିରସ୍ଥାୟୀ କଣ୍ଟା  ସାଜିଛନ୍ତି ।  କାରଣ ଏହି ସରକାରମାନେ ଯେଉଁ ଯୋଜନା କଥା କହୁଛନ୍ତି ସେଥିପାଇଁ ପରିବେଶ ଉପରେ ପଡୁଥିବା ଖରାପ ପ୍ରଭାବ ବା ଚିରସ୍ଥାୟୀ ସ୍ୱଚ୍ଛ ନିର୍ମଳ ପର୍ଯ୍ୟାବରଣ କଥା ଯିଏ ଯେତେ କହିଲେ ବି ସେମାନେ ଶୁଣିବାକୁ ରାଜି ନୁହନ୍ତି । ହୁଏତ ସେଇଥିପାଇଁ ଏକଥାଟିର କାରଣ ଆବିଷ୍କାର କରିବାକୁ କାହାକୁ ସମୟ ଲାଗିବ ନାହିଁ ଯେ ଗୋଆର ସାମ୍ପ୍ରତିକ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ମନୋହର ପାରିକର ତାଙ୍କ ସରକାର ବିରୁଦ୍ଧରେ ପୁନେ ସ୍ଥିତ ନ୍ୟାସନାଲ ଗ୍ରୀନ ଟ୍ରୀବୁନାଲ(ଏନଜିଟି)ର ପଶ୍ଚିମ ବେଞ୍ଚରେ ହୋଇଥିବା  ସମସ୍ତ ପରିବେଶ ସମ୍ବନ୍ଧୀୟ ମୋକଦ୍ଦମାକୁ ଦିଲ୍ଲୀକୁ ଉଠାଇ ନେବାକୁ ଉଦ୍ୟମ ଜାରୀ ରଖିଛନ୍ତି । ଏହାର କାରଣ ସ୍ୱରୂପ ପାରିକର ଯେଉଁ କଥାଟି କହୁଛନ୍ତିି ତାହା ହେଉଛି ଯେ ପୁନେ ସହିତ ଭଲ ଯୋଗାଯୋଗ ବ୍ୟବସ୍ଥା  ନାହିଁ । ତେଣୁ  ଦିଲ୍ଲୀ ଟିକେ ଦୂର ହେଲେ ବି ଯୋଗାଯୋଗ ଦୃଷ୍ଟିରୁ ଭଲ ।                    ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ କେନ୍ଦ୍ର ବନ,ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ ବିଭାଗ (ଏମଓଇଏଫସିସି) ଏ ପରିବର୍ତ୍ତନ ପାଇଁ ଦୁଇମାସ ମଧ୍ୟରେ ରାଜି ହୋଇଗଲା । ସେଥିପାଇଁ ଗୋଆର ଜନସାଧାରଣ ଯେଉଁମାନେ ଏହି ସମସ୍ୟା ଯୋଗୁଁ ପ୍ରକୃତରେ ବିପଦରେ ପଡୁଛନ୍ତି ସେମାନଙ୍କ ସହିତ ବିଭାଗ କୌଣସି ଆଲୋଚନା ମଧ୍ୟ କଲା ନାହିଁ । ଯା ଫଳରେ ମୁମ୍ବାଇ ହାଇକୋର୍ଟର ପାଞ୍ଜିମ ବେଞ୍ଚ ଏହାକୁ ଏକ ମନୋମୁଖୀ କାରବାର ବୋଲି ଘୋଷଣା କରି ଖାରଜ କରିଦେଲେ ।

ଏ ମାମଲାରେ ନ୍ୟାୟମୂର୍ତ୍ତି ଗୌତମ ପଟେଲ ଓ ନୂତନ ସରଦେଶାଇ ଯେଉଁ ୭ପୃଷ୍ଠାର ରାୟ ଦେଇଛନ୍ତି ତାହା ତୁଳନାତ୍ମକ ଭାବରେ ଏକ ସାମାନ୍ୟ କଥା ହୋଇପାରେ କିନ୍ତୁ ଏ ଦେଶରେ ଯେଉଁପରି ଭାବରେ ନ୍ୟାୟ ବ୍ୟବସ୍ଥା ଚାଲିଛି ତାକୁ ଦେଖିଲେ ଏହି ରାୟର ଏକ ସୁଦୂରପ୍ରସାରୀ ପ୍ରଭାବ ଥିଲା ପରି ବୋଧ ହେଉଛି । ଏଥିରେ ନ୍ୟାୟାଧୀଶ ଗୋଟିଏ ବଡ କଥା କହିଛନ୍ତି ଯେ ନ୍ୟାୟ ପାଇବା ହେଉଛିି ଭାରତୀୟ ସମ୍ବିଧାନର ଧାରା ୨୧ରେ ନାଗରିକମାନଙ୍କୁ ଦିଆଯାଇଥିବା ଜୀବନ ତଥା ବ୍ୟକ୍ତି ସ୍ୱାଧୀନତାର ଏକ ଅଂଶ । ଯେଉଁ ବିଷୟଟି ନାଗରିକକୁ ନ୍ୟାୟ ପାଇବାରୁ ବଞ୍ôଚତ କରାଏ ତାହା ଏହି ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରେ । ରାୟ ଅନୁସାରେ ଯେତେବେଳେ ଲୋକଙ୍କୁ ନ୍ୟାୟ ଦେବା ପାଇଁ ନ୍ୟାୟପାଳିକା ଅଧିକରୁ ଅଧିକ ଶାଖା ଖୋଲିବା ଉପରେ ଗୁରୁତ୍ୱ ଦେଉଛନ୍ତି ସେତେେବେଳେ ଗୋଟିଏ ସରକାର ଯୋଗାଯୋଗ ଅସୁବିଧାର ଆଳ ଦେଖାଇ  ଗୋଟିଏ ଟ୍ରିବୁନାଲକୁ ହଜାର ହଜାର କିଲୋମିଟର ଦୂରକୁ ଉଠାଇ ନେବାକୁ ଜନଗଣଙ୍କର ସୁବିଧାପାଇଁ ଏହା କରୁଛନ୍ତି ବୋଲି କହୁଛନ୍ତି । ପ୍ରକୃତରେ ଏଥିରେ ଜନଗଣଙ୍କର କୌଣସି ସୁବିଧା ହେବାର ନାହିଁ ।

ଗୋଆ ସରକାରଙ୍କର ଏହି ଉଦ୍ୟମ ପଛରେ ଜାତୀୟ ଗ୍ରୀନ ଟ୍ରିବୁନାଲର  ମୂଳ ଉଦ୍ଦେଶ୍ୟ ସମସ୍ୟାରେ ପଡି ଯାଉଛି । ସାଧାରଣ ଲୋକଙ୍କୁ ପରିବେଶ ମାମଲାରେ ନ୍ୟାୟ ପାଇବା  ପାଇଁ ଯେପରି ଅଧିକ ଦୁରକୁ ବିଶେଷ କରି ଦିଲ୍ଲୀ ଦଉଡିବାକୁ  ପଡିବ ନାହିଁ ସେଥିପାଇଁ ୨୦୧୧ରେ ଏନଜିଟିର ୫ଟି ଆଞ୍ଚଳିକ ବେଞ୍ଚ ସ୍ଥାପନ କରାଯାଇଥିଲା । ତାହା ପୂର୍ବରୁ  କୋର୍ଟଗୁଡିକରେ ପରିବେଶ ସମ୍ବନ୍ଧୀୟ ମାମଲା ବହୁ ପରିମାଣରେ ବଢିବା କାରଣରୁ ଏନଜିଟିର ସ୍ଥାପନା କରାଯାଇଥିଲା ।  ଏବେ ଆଞ୍ଚଳିକ ବା ରିଜିଓନାଲ ବେଞ୍ଚ ଯାଗାରେ ଗୋଆ ପରି ରାଜ୍ୟ ଯେଉଁଠାରେ ସବୁଠାରୁ ବେଶୀ ପରିବେଶ ସମ୍ବନ୍ଧୀୟ ମାମଲା ଘଟୁଛି ସେଠାରେ ପରିବେଶ ସମ୍ବନ୍ଧୀୟ ସର୍କୁଲାର ବେଞ୍ଚସ୍ଥାପନ ପାଇଁ ମଧ୍ୟ ଦାବୀ ହେଉଛି । ସମ୍ପ୍ରତି ମହାରାଷ୍ଟ୍ର ଏବଂ ଗୁଜୁରାଟ ମିଶି ଏନଜିଟିରେ ୩୪୦ଟି ମୋକଦ୍ଦମା ଚାଲିଥିବା ବେଳେ କେବଳ ଗୋଆରୁ ୧୪୬ଟି ମୋକଦ୍ଦମା କରାଯାଇଛି । କିନ୍ତୁ ଗୋଆ ସରକାର ଏଥିରେ ମୂଳପକ୍ଷ ବା ଜନସାଧାରଣଙ୍କ ପାଇଁ ମୋକଦ୍ଦମାର ଆଶୁ ଫଇସଲା କିପରି ମିଳିବ ତା ପାଇଁ ସୁବିଧା କରାଇବା ସ୍ଥାନରେ ନିଜର ସୁବିଧା ପାଇଁ ସମ୍ଭବତଃ ଜାଣିଶୁଣି ମାମଲାକୁ ଦିଲ୍ଳୀ ନେଇିଯିବାକୁ ଉଦ୍ୟମ କରିଛନ୍ତି ।  ଯାହା ଫଳରେ ଏବେ ପ୍ରଥମ ପକ୍ଷ ବା ଜନସାଧାରଣଙ୍କ ପାଇଁ ନ୍ୟାୟ ପାଇବାକୁ ସବୁଠୁ ବେଶି ଅସୁବିଧା ସୃଷ୍ଟି କରିଛି । ସବୁଠୁ ବେଶୀ ଅସୁବିଧା ଭୋଗୁଥିବା ଜନସାଧାରଣଙ୍କର ଏହି ସମସ୍ୟାକୁ ସୁଧାରିବା ବଦଳରେ ରାଜ୍ୟ ସରକାର ଏହାକୁ ଅଧିକ ଜଟିଳ କରିବାକୁ ହୁଏତ ଜାଣିଶୁଣି ପସନ୍ଦ କରିଛି । ଯେତେବେଳେ ଗୋଆରେ ସୁସ୍ଥ ପରିବେଶ ପାଇଁ କାର୍ଯ୍ୟ କରୁଥିବା ୧୨ରୁ ଅଧିକ ସଂଗଠନ ଅଛନ୍ତି ଓ ସେମାନେ ରାଜ୍ୟ ସରକାର କରୁଥିବା ପ୍ରତ୍ୟେକ ନୀତି, ଯୋଜନା ଓ ପଦକ୍ଷେପ ରାଜ୍ୟର ଭଙ୍ଗୁର ତଥା ଅଦ୍ୱିତୀୟ  ପରିବେଶକୁ କିପରି ନଷ୍ଟ ନ କରିବ ସେ ବିଷୟରେ ସମ୍ପୂର୍ଣ୍ଣ ସତର୍କ ରହି ବିଚାର କରୁଛନ୍ତି  ସେତେବେଳେ ପାରିକର ସରକାର କିପରି ଭାବୁଛନ୍ତି ସେ ତାଙ୍କର ଏହି ପଦକ୍ଷେପ ଫଳରେ ଯେତେ ପରିବେଶ ସମ୍ବନ୍ଧୀୟ ମୋକଦ୍ଦମା ସେସବୁକୁ ସେ ସହଜରେ ଫାଙ୍କି ଦେଇ ପାରିବେ ।

ଯାହା ନ୍ୟାୟମୁର୍ତ୍ତି ପଟେଲ ଏବଂ ସରଦେଶାଇ ତାଙ୍କ ରାୟରେ  କହିଛନ୍ତି ଗୋଆର ସବୁଠୁ ବଡ ସମ୍ପତ୍ତି ହେଉଛି ଏହାର ପରିବେଶ । ମାତ୍ର ୧୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗୋଆ ହେଉଛି ଭାରତବର୍ଷର ସବୁଠାରୁ ଅଧିକ ପରିବେଶ ସଚେତନ ରାଜ୍ୟ । ଏହାର ସର୍ବାଧିକ ଶିକ୍ଷିତ ଜନସଂଖ୍ୟା, ସ୍ଥାନୀୟ ପ୍ରଶାସନର ସକ୍ରିୟତା ସହିତ ପରିବେଶ ସମ୍ବନ୍ଧରେ ଗ୍ରାମାଞ୍ଚଳରେ ମଧ୍ୟ ପ୍ରତିଦିନ ଦେଖା ଦେଉଥିବା ସକ୍ରିୟତା ଏହାକୁ ଏକ ପରିବେଶ ସତର୍କ ରାଜ୍ୟରେ ପରିଣତ କରିଛି । ଗ୍ରାମପଞ୍ଚାୟତଗୁଡିକ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ବିକାଶ କାର୍ଯ୍ୟଗୁଡିକର ପରିବେଶ ସମ୍ବନ୍ଧୀୟ ପ୍ରଶ୍ନ ଯାହାର ଉତ୍ତର ଦେବାକୁ ରାଜ୍ୟ ସରକାରମାନେ ଚାହିଁବେ ନାହିଁ  ସେଗୁଡିକୁ  ନିଶ୍ଚିତ ଉଠାଇ ଥାଆନ୍ତି । ଯେତେବେଳେ କୌଣସି ଗୋଟିଏ କଥାରେ ରାଜ୍ୟ ସରକାର ଲୋକଙ୍କ କଥା ଶୁଣିବାକୁ ରାଜି ହୁଏ ନାହିଁ ଓ ଲୋକଙ୍କ ପାଇଁ ସରକାରଙ୍କୁ ବୁଝାଇବାର ସମସ୍ତ ରାସ୍ତା ବନ୍ଦ ହୋଇଯାଏ ସେତେବେଳେ ସେମାନେ ନ୍ୟାୟାଳୟର ଦ୍ୱାରସ୍ଥ ହୁଅନ୍ତି । ଏହି କ୍ଷେତ୍ରରେ ଏନଜିଟିକୁ  ଲୋକମାନଙ୍କ ପକ୍ଷରୁ ଅଧିକ ସ୍ୱାଗତ କରାଯାଇଥାଏ  କାରଣ ଏହା ପରିବେଶ ସମ୍ବନ୍ଧୀୟ ମାମଲା ଗୁଡିକର ବିଚାର କରୁଥିବା ଏକ ବିଶେଷ ନ୍ୟାୟାଳୟ ଓ ଏଠାରେ ଲୋକଙ୍କର ପହଞ୍ôଚବା ସହଜ ହୋଇଥାଏ ।

ନ୍ୟାୟ ପାଇପାରିବାର ପ୍ରଶ୍ନଟି ସବୁବେଳେ ନ୍ୟାୟାଳୟର ଅବସ୍ଥିତି ସହିତ ଯୋଡି ହୋଇ ନଥାଏ ବରଂ ଯେଉଁ ବ୍ୟବସ୍ଥା ଟି ନ୍ୟାୟବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥାଏ ତାହାର ସ୍ଥିତି କିପରି ଅଛି ସେ କଥାଟି ପ୍ରମୁଖ ପ୍ରଶ୍ନ ହୋଇଥାଏ । ଯେଉଁଠାରେ ନ୍ୟାୟାଳୟ ଗୁଡିକରେ ସହଜରେ ପହଞ୍ôଚ ହେଉଥାଏ ସେଠାରେ ମଧ୍ୟ ନ୍ୟାୟ ଅଧିକାଂଶ ଲୋକଙ୍କ ଠାରୁ ଦୂରରେ ରହିଯାଏ କାରଣ ଶୁଣାଣୀ ର ଜଟିଳ ବ୍ୟବସ୍ଥା, ଦୀର୍ଘ ସମୟ ଧରି ମୋକଦ୍ଦମା ଚାଲି ରହିବା ଓ ସେଥିରେ ଯେତିକି ଖର୍ଚ୍ଚ ହେଉଥିବା ଅର୍ଥର ପରିମାଣକୁ ବିଚାରକୁ ନେଲେ  ସେସବୁ କରିବା ପାଇଁ ସାଧାରଣ ଲୋକମାନେ ଡରିବାଟା ସ୍ୱାଭାବିକ । ନ୍ୟାୟ ପାଇବା ଏକ ମୌଳିକ ଅଧିକାର ବୋଲି ରାୟ ଆସିବା ପରେ ଏହା ଆମକୁ ମନେ ପକାଇ ଦେଉଛି ଯେ ଏ ଦେଶରେ ନ୍ୟାୟ ବ୍ୟବସ୍ଥା ଯେପରି କାର୍ଯ୍ୟ କରୁଛି ତା ବିଷୟରେ ଆଉଥରେ ଚିନ୍ତା କରିବାର ସମୟ ଆସିଛି । ବିଚାରପତିମାନେ ଜେମ୍ସ ବାଲ୍ଡୱିନଙ୍କ ପୁସ୍ତକ ଦି ପ୍ରାଇସ ଅଫ ଦି ଟିକେଟ ରୁ ଏକ ପାରା ଉଦ୍ଧୃତ କରି କହିଛନ୍ତି ଯେ -“ ଯଦି ଜଣେ ବାସ୍ତବରେ ଜାଣିବାକୁ ଚାହୁଁଛି ଯେ ଏ ଦେଶରେ ଆଇନ ବ୍ୟବସ୍ଥା କିପରି ଚାଲିଛି ତେବେ ତାକୁ ପୁଲିସ ବା ଓକିଲ, ବିଚାରପତି ବା ସବୁବେଳେ ସୁରକ୍ଷିତ ରହୁଥିବା ମଧ୍ୟବର୍ଗିୟ ଲୋକମାନଙ୍କୁ  କିଛି ପ୍ରଶ୍ନ କରିବାର ଆବଶ୍ୟକତା ନାହିଁ । ବରଂ ଜଣକୁ ସେହି ଅସୁରକ୍ଷିତ ଲୋକମାନଙ୍କୁ ଏ ପ୍ରଶ୍ନ କରିବା ଦରକାର ଯେଉଁମାନେ ଆଇନର ସୂରକ୍ଷା ଚାହାନ୍ତି ଓ ସେମାନଙ୍କ ବକ୍ତବ୍ୟକୁ ଶୁଣିବା ଦରକାର । ଏହି ଉକ୍ତିଟି ଭାରତ ପାଇଁ ଅଧିକ ପ୍ରଜୁଯ୍ୟ, ଯେଉଁଠାରେ ଆଇନ ସେହି ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥାଏ ଯେଉଁମାନେ ଆଇନଠାରୁ ଅଧିକ ସୁରକ୍ଷା ଲୋଡି ଥାଆନ୍ତି ।

Back to Top