ବିଷ ବଳୟରେ ଖେତ
ବିଷାକ୍ତ ଏବଂ ଅନିୟନ୍ତ୍ରିତ କୀଟନାଶକ କୃଷକ ତଥା କୃଷିଶ୍ରମିକମାନଙ୍କର ମୃତ୍ୟୁର କାରଣ ହୋଇଛି
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ଦେଖାଦେଇଥିବା ବିକାଶର ଅପରିମିତ ଅସମ୍ପୂର୍ଣ୍ଣତା ତଥା କୃଷି ସମ୍ବନ୍ଧୀୟ ଏକ ଅତିଶୟ ସଙ୍କଟ ଏଠାକାର ୬ଟି ଜିଲ୍ଲାରେ ଗତ ୧୬ ବର୍ଷ ମଧ୍ୟରେ ୧୪୦୦୦ କୃଷକଙ୍କୁ ଆତ୍ମହତ୍ୟା ଆଡକୁ ଟାଣି ନେଇ ସାରିଲାଣି । ଏହି ଅଞ୍ଚଳ ସମ୍ପ୍ରତି ଆଉ ଏକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ୟବତମାଲ ଜିଲା ତଥା ଅନ୍ୟାନ୍ୟ ସ୍ଥାନରେ ଚଳିତ ବର୍ଷ ଜୁଲାଇ ମାସରୁ ଅନେକ କ୍ଷୁଦ୍ର ଚାଷୀ ତଥା କୃଷି ଶ୍ରମିକ କୀଟନାଶକ ବିଷାକ୍ତିକରଣର ଶିକାର ହୋଇ ବିଭିନ୍ନ ହାସପାତାଳରେ ଭର୍ତ୍ତି ହେବାରେ ଲାଗିଛନ୍ତି । ଏଠାରେ ଏହି କାରଣରୁ ଅଗଷ୍ଟ ମାସରୁ ଆଜି ପର୍ଯ୍ୟନ୍ତ ୧୯ ଜଣଙ୍କର ମୃତ୍ୟୁ ଘଟି ସାରିଥିଲେ ମଧ୍ୟ ନା ଏହା କୌଣସି ସରକାରୀ ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରିଛି ନା ଗଣମାଧ୍ୟମର । କୃଷକ ଆତ୍ମହତ୍ୟା ତଥା ରାଜ୍ୟରେ କୃଷିର ଅବନତି ଘଟଣାରୁ ସୃଷ୍ଟ ଜନଅସନ୍ତାଷକୁ ବିଚାରକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଭଳି ଘଟଣା ପ୍ରତି ଅଧିକ ସତର୍କ ରହିବା ଉଚିତ୍ । ଗତ ବର୍ଷ ଏହି ବିଷାକ୍ତିକରଣର ପ୍ରଭାବରେ ଅନେକ ଲୋକ ପୀଡିତ ହୋଇଥିଲେ ମଧ୍ୟ ଏହାକୁ ରୋକିବାକୁ କୌଣସି ପ୍ରତିରୋଧମୂଳକ ବ୍ୟବସ୍ଥା କରାଯ।।ଇନାହିଁ । ତେଣୁ ୟବତମାଲ ଜିଲାର ୧୯କୁ ମିଶାଇ ଏହି ଅଞ୍ଚଳରେ ହୋଇଥିବା ୩୦ ଜଣଙ୍କର ମୃତ୍ୟୁରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଜମିରେ କୀଟନାଶକ ପ୍ରୟୋଗର ଉଚିତ୍ ନିରୀକ୍ଷଣ କରାଯାଇ ଏହା ଉପରେ ସଠିକ୍ ନିୟନ୍ତ୍ରଣର ଆବଶ୍ୟକତା ରହିଛି ।
୨୦୦୨ରୁ ଯେତେବେଳେ ଭାରତରେ ବ୍ରୀଟ(ବିଟି) କଟନକୁ ବିକ୍ରୀ ପାଇଁ ଅନୁମୋଦନ ଦିଆଗଲା, ସେତେବେଳେ ବର୍ଷା ପ୍ଳାବିତ ବିଦର୍ଭ ଅଞ୍ଚଳରେ ଏହି ପ୍ରକାରର କପା ଚାଷ ବହୁଳ ଭାବରେ ହେବାକୁ ଲାଗିଲା । ଏଥିରୁ ଭଲ ଦୁଇ ପଇସା ମିଳୁଥିବାରୁ ପ୍ରୋତ୍ସାହିତ ହୋଇ ଗତବର୍ଷ ବିଦର୍ଭ ଅଞ୍ଚଳରେ ୧୬ ରୁ ୧୭ ଲକ୍ଷ ହେକ୍ଟର ଜମିରେ ଏହି କପାଚାଷ ହୋଇଥିଲା । ଏହାସହିତ ଏକଥା ମଧ୍ୟ ସତ୍ୟ ଯେ ବହୁ ବର୍ଷ ଧରି ଏହି ଅଞ୍ଚଳ ଭାରତର ଅନ୍ୟାନ୍ୟ ଅଞ୍ଚଳ ପରି ଅଧିକରୁ ଅଧିକ ରୋଗପୋକଙ୍କ ଦାଉର ଶିକାର ହୋଇ ଆସିଛି । ଗତ ଦୁଇବର୍ଷ ଧରି ବିଟି କଟନର ସାମର୍ଥ୍ୟ ଉତ୍ତର ତଥା ପଶ୍ଚିମାଞ୍ଚଳ ରାଜ୍ୟ ଗୁଡିକରେ କମ ହେବାରେ ଲାଗିଛି । ଏଠାରେ ହ୍ୱାଇଟଫ୍ଲାଇ ଓ ପିଙ୍କ ବୋଲୱାର୍ମ ପରି କୀଟ ବୋଲଗାର୍ଡ ୨ ପ୍ରଜାତିର କପା ଫସଲକୁ ନଷ୍ଟ କରି ଦେଇଥିଲା । ୨୦୦୯ରେ ପିଙ୍କ ବୋଲୱାର୍ମ ଭଳି କୀଟ ବୋଲଗାର୍ଡ ୧ର ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରି ଦେଇଥିଲା । ୨୦୧୫ ରେ ଗୁଜୁରାଟ ସହିତ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର୍ରର କେତେକ ଅଞ୍ଚଳରେ ଯେଉଁ ବୋଲଗାର୍ଡ ୨ ପ୍ରଜାତିର କପା ଚାଷ କରାଯାଇଥିଲା ତାହା ମଧ୍ୟ ନଷ୍ଟ ହୋଇ ଯାଇଥିଲା । ୨୦୧୫-୧୬ରେ ପଞ୍ଜାବ ଏବଂ ହରିଆନାରେ ଏହି ହ୍ୱାଇଟ-ଫ୍ଲାଇ ପୋକ ଆକ୍ରମଣରେ ଅଧିକାଂଶ ଫସଲ ନଷ୍ଟ ହୋଇଥିଲା । ଯେତେବେଳେ ବେସରକାରୀ ଭାବେ ଏକଥା ଗ୍ରହଣ କରି ନିଆଯାଇ ସାରିଲାଣି ଯେ ବିଟି କଟନର ଜୈବ ସାମର୍ଥ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଗଲାଣି ସେତେବେଳେ ସରକାର ଏହାର ବିକ୍ରୟ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ବା କୃଷକକୁ କୌଣସି ବିକଳ୍ପ ଯୋଗାଇ ଦେବା ପାଇଁ କିଛି ବ୍ୟବସ୍ଥା କରିବା କଥା ଯାହାକି ହେଉ ନାହିଁ । ଓଲଟା କୃଷକମାନଙ୍କୁ ଦୋଷ ଦିଆଯାଉଛି ଯେ ସେମାନେ କୀଟପୋକଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ କିଛି କରୁ ନାହାନ୍ତି । କୃଷକମାନେ କପା କ୍ଷେତରେ ବିଟି କଟନ ଚାରିପଟେ ଅନ୍ୟ ଯେଉଁ ସବୁ ସାମୟିକ ଗଛ ଲଗାଇବା କଥା ତାହା ଲଗାଉ ନାହାନ୍ତି ।
ଗତ ଜୁଲାଇରେ କପା ଫସଲରେ ହେଉଥିବା କୀଟଆକ୍ରମଣର ଏକ କାରଣ କେନ୍ଦ୍ରୀୟ କପା ଗବେଷଣା ସଂସ୍ଥା(ସିଆଇସିଆର) ବାହାର କରିଛନ୍ତି । କପା ଫସଲରେ ଏହା ବହୁ ବର୍ଷ ଧରି ଚାଲି ଆସିଥିଲା ଯେ କପା ଫସଲକୁ ଡିସେମ୍ବରରେ ଅମଳ ନ କରାଯାଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଜମିରେ ଛାଡି ଦିଆଯାଉଥିଲା । ଯାହା ଫଳରେ କପାର ମଂଜି ଓ ଛେଲିକୁ ନଷ୍ଟ କରି ଦେଉଥିବା ପିଙ୍କ ବଲୱାର୍ମ ଭଳି କୀଟମାନଙ୍କର ବଂଶବୃଦ୍ଧିକୁ ରୋକାଯାଇ ପାରେ ନାହିଁ । ତେଣୁ ଏହି କୀଟମାନେ ନୂଆ ଫସଲ ଉପରେ ନଭେମ୍ବର ମାସର ମଧ୍ୟଭାଗ ବେଳକୁ ଆକ୍ରମଣ ଆରମ୍ଭ କରି ଦିଅନ୍ତି । ବିଶେଷକରି ଜଳସେଚିତ ଅଞ୍ଚଳରେ ଏହିସମସ୍ୟା ଅଧିକ ଦେଖିବାକୁ ମିଳେ । ଏହା ବାହାରେ ଅନୁକୂଳ ପାଗ ଏବଂ ଗଛର ତୁରନ୍ତ ବୃଦ୍ଧି ପାଇଁ ଯେଉଁ ହରମୋନ ପ୍ରୟୋଗ କରାଯାଏ ସେଥି ଯୋଗୁ ଗଛଗୁଡିକରେ ପତ୍ର ସଂଖ୍ୟା ଅଧିକ ହୋଇଯାଏ । ଗତ ବର୍ଷରୁ ମୋନସାଣ୍ଟୋ ପକ୍ଷରୁ ଏକ ବେଆଇନ୍ ତୃଣନାଶକ ବିରୋଧୀ କପା ରାଉଣ୍ଡଅପ ରେଡି ଫ୍ଲେକ୍ସ(ଆରଆରଏଫ)ର ଉତ୍ପାଦନ ଆରମ୍ଭ ହୋଇଛି ଯାହାକି କପା ଫସଲର ଆଉ ଏକ ଦିଗକୁ ଉନ୍ମୋଚିତ କରିଛି । ଏହି ଅପ୍ରାକୃତିକ କପାମଂଜି କୃଷକଙ୍କୁ ଯେଉଁ ପ୍ୟାକେଟରେ ବିକ୍ରୀ କରାଯାଉଛି ତାହା ଉପରେ କୌଣସି ସୂଚନା ଦିଆଯାଇ ନାହିଁ ବା ଏହା ଶଙ୍କର ଜାତୀୟ ବା ବିଟି ଜାତୀୟ ତା ବିଷୟରେ କିଛି ଲେଖା ନାହିଁ । ସେହିଭଳି କିଛି ଘଟଣା ୨୦୦୧ରେ ଗୁଜୁରାଟରେ ଘଟିଲା ଯେତେବେଳେ ନବଭାରତ ସିଡ୍ସ ପକ୍ଷରୁ ଅନୁମୋଦନ ମିଳିବା ଆଗରୁ ବିଟି କଟନ ମଂଜିର ବିକ୍ରୀ ଆରମ୍ଭ କରି ଦିଆଗଲା । ଏହାକୁ ନେଇ ଆନ୍ଧ୍ର ପ୍ରଦେଶରେ ଏକ ନିରୀକ୍ଷଣ ପ୍ୟାନେଲ ଗଠିତ ହେଲା ଯିଏ କି ରିପୋର୍ଟ ଦେଲା ଯେ ଯେତେଗୁଡିଏ କପା ଚରାଷ ହୋଇଥିଲା ସେଥିରୁ ୧୫ % କ୍ଷତିକାରକ ଆରଆରଏଫ ମଂଜିର କପା ଥିଲା । ଗତ ବର୍ଷ ମନସାଣ୍ଟୋ ଯିଏ ଏହି ଆରଆରଏଫ ଉତ୍ପାଦନ କରିଥିଲେ ସେ ଜେନେଟିକ୍ ଇଞ୍ଜିନିୟରିଙ୍ଗ ଆପ୍ରେଜାଲ କମିଟି(ଜିଇଏସି)କୁ ଅନୁମତି ପାଇଁ ଦେଇଥିବା ଆବେଦନ ପତ୍ରକୁ ୨୦୦୭ରେ ପ୍ରତ୍ୟାହାର କରି ନେଇଥିଲେ ।
ସିଆଇସିଆରର ଜଣେ ବିଶେଷଜ୍ଞଙ୍କ କହିବାନୁଯାୟୀ ୨୦୦୬ ପରେ କପା ଚାଷରେ ଅନ୍ୟାନ୍ୟ କମ ଶକ୍ତିଶାଳୀ କୀଟମାନେ ବୃଦ୍ଧି ପାଇବା କାରଣରୁ କପା ଫସଲରେ କୀଟନାଶକର ବ୍ୟବହାର ବୃଦ୍ଧି ପାଇବାକୁ ଲାଗିଲା ।ଏବେ ୨୦୧୩ ମସିହା ବେଳକୁ ୨୦୦୦ ପ୍ରକାରରୁ ଅଧିକ ହାଇବ୍ରିଡ ବିଟି କଟନ ଆସିଯିବା ଫଳରେ ଓ ଶଙ୍କର ଜାତୀୟ ବିଟି କଟନ ଚାଷର ପରିସର ୯୫% ହୋଇଗଲା ଓ ଏଥିରେ ରୋଗପୋକଙ୍କ ସଂଖ୍ୟା ବୃଦ୍ଧି ପାଇଲା ଓ ଏଥିରୁ ଫସଲକୁ ବଞ୍ଚାଇବା ପାଇଁ କୀଟନାଶକର ବ୍ୟବହାର ବଢିଲା । ଚଳିତ ବର୍ଷ ବିଦର୍ଭରେ କପା ଫସଲରେ ପୋକ ଲାଗିଯିବା ସାଙ୍ଗକୁ ତିନି ପ୍ରକାରର ସଂବାଳୁଆ ଲାଗିଗଲେ । ସେମାନେ ହେଉଛନ୍ତି ନୀଳ ଓ ପାଟଳ ବୋଲୱାର୍ମ ଏବଂ ଧୂଅାଁପତ୍ର ସଂବାଳୁଆ । ରୋଗପୋକଙ୍କ କବଳରୁ ରକ୍ଷା ପାଇବାପାଇଁ କେତାଟି ରସାୟନର ମିଶ୍ରଣ କରାଯାଇ ପୁରା ଟାଙ୍କି ଭର୍ତ୍ତି କରି ଜମିରେ ଛିଞ୍ଚାଗଲା । ଏବେ ଜମିରେ କପାଗଛଗୁଡିକୁ ପୂର୍ବ ଅପେକ୍ଷା ଅଧିକ ପାଖକୁ ପାଖ ଲାଗି ପୋତା ଯାଉଛି ଓ କପାଗଛଗୁଡିକର ଉଚ୍ଚତା ମଧ୍ୟ ପାଞ୍ଚ ଫୁଟ ପାଖାପାଖି ରହୁଛି । ତେଣୁ ଟାଙ୍କିରେ ଔଷଧ ସିଞ୍ଚନ କରୁଥିôବା କୃଷି ଶ୍ରମିକ ମାନଙ୍କ ପ୍ରତି ଏହା ବିପଦର କାରଣ ପାଲଟୁଛି ।
କୀଟନାଶକ ବିକ୍ରୟ କରୁଥିବା ଡିଲରମାନେ ତାଙ୍କ ଜିନିଷ ବିକ୍ରୀ କରିବାପାଇଁ ଅପାଠୁଆ କୃଷି ଶ୍ରମିକମାନଙ୍କୁ କୌଣସି ଚିନ୍ତା ନକରି ବିଭିନ୍ନ ପ୍ରକାରର ବିଷାକ୍ତ କୀଟନାଶକ ବିକ୍ରୀ କରିଦେବାରେ ବ୍ୟସ୍ତ । କିଛି ବର୍ଷ ଧରି ପ୍ରୋଫେନଫସ ଓ ସାଇଫରମେଥ୍ରିନ୍କୁ କପା ଫସଲରେ ସିଞ୍ଚନ କରାଗଲା । ଏହାର ପ୍ରଭାବରେ ପୋକଙ୍କର ତ ଯାହା ହେଲା କିଛି କୃଷି ଶ୍ରମିକ ମଧ୍ୟ ଏହା ସଂସ୍ପର୍ଶରେ ଆସି ମୃତ୍ୟୁମୁଖରେ ପଡିଲେ । ତା ସାଙ୍ଗକୁ କୀଟନାଶକକୁ ଅଧିକ ଶକ୍ତିଶାଳୀ କରିବାପାଇଁ ଏଥିରେ ମୋନୋକ୍ରୋଟୋଫସ, ସାଇପରମେଥ୍ରିନ୍ ଓ ସିନ୍ଥେଟିକ ପାଇରେଥଏଡ୍ସ ଆଦିକୁ ମିଶାଇ ଦିଆଗଲା । ଏହାର କାରଣ ହେଉଛି ଏହି ସବୁ ରାସାୟନିକ ଜରିଆରେ ଗୋଟିଏ ଫସଲରେ ଅନେକ ପ୍ରକାରର କୀଟଙ୍କୁ ମାରିବା ସମ୍ଭବ ହେବ । ତେବେ କୃଷକମାନେ ଏହି କୀଟନାଶକ ସିଞ୍ଚନ ପାଇଁ ଯେଉଁ ଦିନ ମଜୁରିଆ ମାନଙ୍କୁ ପୁରାଦିନ ପାଇଁ କାମରେ ଲଗାନ୍ତି ସେମାନଙ୍କୁ ସେମାନଙ୍କର ନିଜର ସୁରକ୍ଷା ପାଇଁ କୌଣସି କବଚ ଯୋଗାଇ ନଥାନ୍ତି ।
ଏହା ଆହୁରି ଦୁଖର ବିଷୟ ହେବ ଯଦି ସମ୍ପ୍ରତି ଯବତମାଳ ଓ ଅନ୍ୟ ସ୍ଥାନରେ ହୋଇଥିବା କୃଷକ ଏବଂ କୃଷି ଶ୍ରମିକଙ୍କର ମୃତ୍ୟୁର ହିସାବକୁ ଆମେ ପାଶୋରି ଦେବା । ଏଥିାପାଇଁ ସରକାରକୁ କୃଷକଙ୍କ ସୁରକ୍ଷା, କୀଟନାଶକର ନିୟନ୍ତ୍ରଣ, ସଠିକ୍ ସ୍ୱାସ୍ଥ୍ୟସେବା ପ୍ରଦାନ, ଉଚ୍ଚମାନର କପା ମଞ୍ଜି ଯୋଗାଣ ସହିତ ସରକାର ନିଜର ମାନସିକ ତଥା ରାଜନୈତିକ ଇଚ୍ଛାଶକ୍ତିର ପ୍ରଦର୍ଶନ କରିବା ଉଚିତ୍ ଯାହା ଫଳରେ କୃଷିକୁ ପ୍ରଭାବିତ କରୁଥିବା ବହୁ ପ୍ରକାରର ସମସ୍ୟାର ସମାଧାନ ସମ୍ଭବ ହୋଇ ପାରିବ ।