ISSN (Print) - 0012-9976 | ISSN (Online) - 2349-8846

ନିଜ ଧର୍ମକୁ ହରାଇବା

ଧାର୍ମିକ ସ୍ୱାଧିନତା ଏକ ମୌଳିକ ଅଧିକାର ହୋଇଥିôବା ବେଳେ ଏଥିରେ  ମହିଳାଙ୍କ ସ୍ଥାନ କେଉଁଠି?

 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ବିଭିନ୍ନ ଧର୍ମପାଳନରେ ଏଭଳି କେତାଟି କଥା ବି ଅଛି ଯାହାକି ଏହି ଧର୍ମକୁ ମାନୁଥିବା ମହିଳା ମାନଙ୍କୁ ପାଳନ କରିବାକୁ ଅନୁମତି ମିଳି ନଥାଏ । ଯେଉଁଠାରେ ରାଷ୍ଟ୍ର ନାରୀ ବିଦ୍ୱେଷୀ ସାଜି ମହିଳାମାନଙ୍କୁ  ଅନ୍ୟ ଧର୍ମରେ ବିବାହ କରିଯିବା କାରଣରୁ ସେମାନଙ୍କ ଧର୍ମପାଳନ ନେଇ ନାନା ସମସ୍ୟା ସୃଷ୍ଟି କରେ ସେଠାରେ ମହିଳାମାନଙ୍କୁ ସମାନ ସୁଯୋଗ ଓ ସ୍ୱାୟତ୍ତତା ଦେବାକଥା କହୁଥିବା ସମ୍ବିଧାନର ସବୁ ନିର୍ଦ୍ଦେଶ ଅସୁବିଧାରେ ପଡି ଯାଇଥାଏ ।

ଏହି କଥାଟି ସମ୍ପ୍ରତି ଗୁଲରୁଖ ଗୁପ୍ତାଙ୍କ କ୍ଷେତ୍ରରେ ଦେଖିôବାକୁ ମିଲିଲା । ଯିଏ କି ପାର୍ସି ଜୋରୋଷ୍ଟ୍ରିଆନ ଧର୍ମାବଲମ୍ବୀ ହୋଇ ମଧ୍ୟ ଅନ୍ୟ ଧର୍ମରେ ବିବାହ କରିଥିଲେ । ବିବାହ ପରେ ସେ ଗୁଜୁରାଟ ହାଇକୋଟରେ ଆବେଦନ କରିଥିଲେ ଯେ ତାଙ୍କୁ ତାଙ୍କର ପାର୍ସି ଜୋରେଷ୍ଟ୍ରିଆନ ଧର୍ମ ପାଳନ ପାଇଁ ଅନୁମତି ଦିଆଯାଉ ।  କିନ୍ତୁ ତାଙ୍କୁ ୨୦୧୨ ମସିହାରେ ଗୁଜୁରାଟ ହାଇକୋର୍ଟ ଏପରି ଅନୁମତି ଦେବାକୁ ମନା କରି ଦେଇଥିଲେ ।  କୋର୍ଟ କହିଥିଲେ ଯେ ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪ ଅନୁଯାୟୀ ସେ ଯେହେତୁ ଜଣେ ଅଣପାର୍ସୀଙ୍କୁ ବିବାହ କରିଛନ୍ତି ତେଣୁ ଧରିନେବାକୁ ହେବ ଯେ ସେ ତାଙ୍କ ପତିଙ୍କ ଧର୍ମକୁ ଗ୍ରହଣ କରି ସାରିଛନ୍ତି । ଅନ୍ୟ କଥାରେ କହିଲେ କୋର୍ଟ ସମ୍ବିଧାନରେ ଏହି ମହିଳା ଜଣଙ୍କୁ ଦିଆଯାଇଥିବା ଧର୍ମୋପାସନାର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରି ଦେଇଥିଲେ ।

ହାଇକୋର୍ଟ କହିଥିଲେ ଯେ ଯେ ପର୍ଯ୍ୟନ୍ତ ଆଉ ଏକ ଆଇନ ତିଆରି ନ କରାଯାଇଛି ସେ ପର୍ଯ୍ୟନ୍ତ ଦେଶର ପ୍ରଚଳିତ ଆଇନ ଅନୁଯାୟୀ ବିବାହ ପରେ ଜଣେ ମହିଳାଙ୍କର ଧର୍ମ ଓ ତାଙ୍କ ପତିଙ୍କ ଧର୍ମ ସହିତ ମିଶିଯାଇ ଏକ ହୋଇ ଯାଇଛି ବୋଲି ଧରାଯିବ ।  କୋର୍ଟ ଏକଥା ମଧ୍ୟ କହିଥିଲେ ଯେ ଯଦି ମହିଳାଜଣକ  କୌଣସି ଯୋଗ୍ୟ କୋର୍ଟରେ ଘୋଷଣା କରି କହିବେ ଯେ ସେ ଏବେବି ପାର୍ସି ଧର୍ମର ପାଳନ କରୁଛନ୍ତି ତେବେ ତାଙ୍କୁ ପାର୍ସି ବୋଲି ମାନି ନିଆଯିବ । ସ୍ୱେଶାଲ ମ୍ୟାରେଜ ଆକ୍ଟ ୧୯୫୪ର ଏପରି ବ୍ୟାଖ୍ୟା କରି କୋଟ ସିଦ୍ଧ କରିଦେଲେ ଯେ ବିବାହ ପରେ ଆଇନତଃ  ମହିଳାଙ୍କ ଆଇନଗତ ସ୍ଥିତି ଓ ଧର୍ମ ତାଙ୍କ ପତିଙ୍କ ଧର୍ମ ସହିତ ମିଶିଯିବ ଏବଂ ପୁରୁୁଷ ଓ ନାରୀ ମିଶି ଏକ ହେବେ ଯେଉଁଥିରେ ପତି ହିଁ ମୂଳ ବ୍ୟକ୍ତି ହେବେ ଓ ତାଙ୍କରି ଧର୍ମ ହି ମୂଳ ହେବ ଯାହାକୁ ପତ୍ନୀ ମଧ୍ୟ ପାଳନ କରିବେ । 

ପ୍ରକୃତ କଥା ହେଉଛି ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪କୁ ଏଇଥିପାଇଁ  କରାଯାଇଥିଲା ଯେ ପୁରୁଷ ଓ ନାରୀ ଉଭୟ ସେମାନେ ଯେଉଁ ଧର୍ମରେ ଥାଆନ୍ତୁ ନା କାହିଁକି ସେମାନଙ୍କର ଧର୍ମ ପରିବର୍ତ୍ତନ ନ କରାଇ ସେମାନଙ୍କୁ ଆଇନତଃ ବିବାହ କରାଇ ଏକ କରାଇଯାଇ ପାରିବ ।   ସେଥିପାଇଁ ୧୮୭୨ରେ ଏ ସମ୍ବନ୍ଧିତ ଯେଉଁ ଆଇନ କରାଯାଇଥିଲା ଯେ ସେଥିରେ କୁହାଯାଇଥିଲା ଯେ ଆନ୍ତଧର୍ମ ବିବାହ ପାଇଁ ଜଣେ ଭିନ୍ନ ଧର୍ମର ପୁରୁଷ ଓ ନାରୀ ଉଭୟ  ସେମାନଙ୍କର ଧର୍ମ ତ୍ୟାଗ କରିବେ ।  ୧୯୫୪ ଆଇନରୁ ଆଶା କରାଯାଉଥିଲା ଯେ ଏହା ନାରୀ ଓ ପୁରୁଷ ଉଭୟଙ୍କୁ ନିଜନିଜର ଧର୍ମକୁ ରକ୍ଷା କରିବାର ମୌଳିକ ଅଧକାରକୁ ସୁରକ୍ଷିତ ରଖି ପାରିବ । ସେହି ପରି ଜଣେ ମହିଳାଙ୍କର ଅନ୍ୟଜାତିରେ ବିବାହ କଲେ ମଧ୍ୟ ତାଙ୍କ  ଜାତିରେ  କୌଣସି ପରିବର୍ତ୍ତନ ହେବ ନାହିଁ । ସେହିପରି ଯଦି ସେ ନିଜେ ନିଜ ଧର୍ମକୁ ପରିବର୍ତ୍ତନ କରିବାକୁ ନଚାହାନ୍ତି ତେବେ ଆଉ ଏକ ଧର୍ମର ପୁରୁଷଙ୍କୁ ବିବାହ କଲେ ମଧ୍ୟ ତାଙ୍କ ଧର୍ମରେ କୌଣସି ପରିବର୍ତ୍ତନ ହେବ ନାହିଁ । କାଳଗତ ଅସଙ୍ଗତି ଥିବା ବିଭିନ୍ନ ପର୍ସନାଲ ଆଇନ ସମ୍ମୁଖରେ ବ୍ୟକ୍ତିର ଅଧିକାରକୁ ବଞ୍ଚାଇ ରଖିବାପାଇଁ ଧର୍ମକୁ ବିବାହଠାରୁ ଅଲଗା କରି ରଖିବାର ଆବଶ୍ୟକ ଥିଲା ତାହା ୧୯୫୪ ଆଇନ ଅନୁସାରେ ସଫଳ ହେବ ବୋଲି ଆଶା କରାଯାଉଥିଲା ।

ଏବେ ଶ୍ରୀମତୀ ଗୁପ୍ତା ତାଙ୍କର ଅଧିକାରର ସୁନିଶ୍ଚିତତା ପାଇଁ ସୁପ୍ରିମକୋର୍ଟକୁ ଯାଇଛନ୍ତି ଓ ଆସନ୍ତା ସପ୍ତାହରେ ତାଙ୍କ ମୋକଦ୍ଦମାର ଶୁଣାଣୀ ଗୋଟିଏ ସାମ୍ବିଧାନିକ ବେଞ୍ଚରେ କରାଯିବ । ଦେଶରେ ଧର୍ମ ଓ ବିବାହ ଭଳି ବ୍ୟବସ୍ଥା ଗୁଡିକରେ ମହିଳାମାନେ ଯେଉଁପରି ଭାବରେ ଅସମାନତା, ପକ୍ଷପାତିତା ଓ ଅ-ମୁକ୍ତ ଅବସ୍ଥାର ସମ୍ମୁଖୀନ ହେଉଛନ୍ତି ଗୁଲରୁଖ ଗୁପ୍ତାଙ୍କ ଉପରେ କୌଣସି ଏକ ଧାର୍ମିକ ସଂସ୍ଥା ଜାରୀ କରିଥିବା ନିର୍ଦ୍ଦେଶନାମା  ହେଉଛି ଏହାର ଏକ ଛୋଟ ଉଦାହରଣ ମାତ୍ର ।

ତ୍ରୀବାର(ଟ୍ରିପଲ) ତଲାକ ମାମଲାରେ ସୁପ୍ରିମକୋର୍ଟ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ତଥା ପ୍ରଗତିଶୀଳ ମତ ଦେବା ପରେ ଓ ପର୍ସନାଲ ଲ ଗୁଡିକୁ ନେଇ ସଂସ୍କାର ଆଣିବା(ଇପିଡବ୍ଲ୍ୟୁ ୨୬ ଅଗଷ୍ଟ ୨୦୧୭ ଦ୍ରଷ୍ଟବ୍ୟ)  ଉପରେ ଯୋର ଦେବା ପରେ ଆମେ ଅନ୍ୟ କେତେକ କୋର୍ଟ ମହିଳାମାନଙ୍କ ବିବାହ ଓ ଧର୍ମ ମାମଲାରେ ଅନ୍ୟ ରାସ୍ତା ଆପଣାଉଥିବାର ଦେଖିବାକୁ ପାଉଛୁ ।  ସମ୍ପ୍ରତି ହାଦିୟା ଘଟଣାକୁ ନିଆ ଯାଇପାରେ । ହାଦିୟା ନିଜ ଇଚ୍ଛାରେ ଗୋଟିଏ ଧର୍ମରୁ ଆଉ ଗୋଟିଏ ଧର୍ମକୁ ପରିବର୍ତ୍ତିତ ହୋଇଥିଲେ । ତା ପରେ ସେ ତାଙ୍କ ଇଚ୍ଛା ଅନୁଯାୟୀ ଜଣକୁ ବିବାହ କଲେ । କିନ୍ତୁ ହାଦିୟା ଜଣେ ସାବାଳିକା ହୋଇ ଥିଲେ ବି  କୋର୍ଟ ଏହାକୁ ରଦ୍ଦ କରି ହାଦିୟାଙ୍କୁ ତାଙ୍କ ବାପମାଙ୍କ ଜିମା ଦେଇଛନ୍ତି(ଇପିଡବ୍ଳ୍ୟୁ ୨୬ ଅଗଷ୍ଟ ୨୦୧୭ ଦ୍ରଷ୍ଟବ୍ୟ) । ଯେଉଁଥିରୁ ନ୍ୟାୟାଳୟର ପୁରୁଷ ପ୍ରଧାନ ମାନସିକତା ସ୍ପଷ୍ଟ ପରିଲକ୍ଷିତ ହେଉଛି । ଗୁଲରୁଖ ଗୁପ୍ତା ହୁଅନ୍ତ ବା ହାଦିୟା ଘଟଣାରେ କୋର୍ଟ ଦେଇଥିବା ନିଷ୍ପତ୍ତି ନିଶ୍ଚିତ ମହିଳାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିଛି ।

ବହୁ ଦିନ ଧରି, ଧର୍ମ ଏବଂ ବିବାହ ପରି ସାମାଜିକ ବ୍ୟବସ୍ଥା ଗୁଡିକ ମହିଳାଙ୍କ ପ୍ରତି ଦମନମୂଳକ ମନୋଭାବ ପୋଷଣ କରି ଆସିଛନ୍ତି । ଏଭଳି କ୍ଷେତ୍ରରେ ନ୍ୟାୟପାଳିକାର କର୍ତ୍ତବ୍ୟ  ହେଉଛି  ଏଭଳି ଘଟଣାଗୁଡିକ ଯେତେେବେଳ ତାଙ୍କ ପାଖକୁ ଆସୁଛି ସେ ଲିଙ୍ଗଭେଦ ନରଖି ଲିଙ୍ଗ କ୍ଷେତ୍ରରେ ସମାନତାକୁ ବଜାୟ ରଖାଯିବା  ସପକ୍ଷରେ ମତ ଦେବା ଆବଶ୍ୟକ ।  ଯେତେବେଳେ ମହିଳାଙ୍କ ସମାନତା ଓ ଅଧିକାରର କଥା ଉଠେ ସେତେବେଳେ ପର୍ସନାଲ ଲ ଏବଂ ଧାର୍ମିକ ନିର୍ଦ୍ଦେଶନାମା ଗୁଡିକ ଉପରେ ପ୍ରଶ୍ନ ଉଠାଯାଇ ପାରେ ନାହିଁ । ଗୁଜୁରାଟ ହାଇକୋର୍ଟର ନିଷ୍ପତ୍ତିରୁ ଯାହା ଜଣାପଡୁଛି “ସମାଜର ବୃହତ୍ତର ସ୍ୱାର୍ଥ”ଦୃଷ୍ଟିରୁ ପ୍ରଥା ଓ ପରମ୍ପରା ଇତ୍ୟାଦିର ଗୁରୁତ୍ୱ ରହିଛି । ଧର୍ମ ଏକ ସାମାଜିକ ସଂସ୍ଥା ହୋଇଥାଇ ପାରେ କିନ୍ତୁ ଏହା ଏକ ଗଭୀର ବ୍ୟକ୍ତିଗତ ବିଶ୍ୱାସ ଓ ନିଷ୍ଠାର କଥା ମଧ୍ୟ ।  ତେଣୁ ଯେଉଁଠାରେ ମହିଳାଙ୍କ ସ୍ୱାୟତ୍ତତା ଜନସାଧାରଣଙ୍କ ନିୟମ, ନୈତିକତା ଓ ସ୍ୱାସ୍ଥ୍ୟପ୍ରତି ବିପଦ ନ ହୋଇଛି ସେ ପର୍ଯ୍ୟନ୍ତ ସବୁ ନାଗରିକ ସମାନ ଭାବରେ ବିବେକର ସ୍ୱାଧିନତା, ତଥା ଧର୍ମ ପାଳନ ପାଇଁ ସମ୍ବିଧାନର ଧାରା ୨୫ରେ ଦିଆଯାଇଥିବା ଅଧିକାର ଭୁକ୍ତ ଅଟନ୍ତି । ସବୁ ମଣିଷଙ୍କ ମଧ୍ୟରେ ମହାଳାମାନେ ମଧ୍ୟ ଆସୁଛନ୍ତି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top