ISSN (Print) - 0012-9976 | ISSN (Online) - 2349-8846

ଇଚ୍ଛାଧୀନ ଜାତିୟତା

କାଟାଲୋନିଆ ସଂକଟ ଅନ୍ୟାନ୍ୟ ରାଷ୍ଟ୍ରଙ୍କ ପାଇଁ ଏକ ଶିକ୍ଷା

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

 

ୟୁରୋପରେ ଜାତୀୟତା ପ୍ରଶ୍ନଟିକୁ ଏକ ସ୍ଥିରିକୃତ ବିଷୟ ଭାବେ ଗ୍ରହଣ କରାଯାଇଥାଏ । ଯଦିଓ ଅତିରିକ୍ତ ୟୁରୋପୀୟ ଦେଶସମୂହ ବିଶେଷକରି ୟୁରୋପର ପୂର୍ବତନ କରଦ ରାଷ୍ଟ୍ର୍ର ବା କଲୋନୀ ଏବଂ ସେମି କଲୋନୀଗୁଡିକରେ ଏହା ଏବେବି ଏକ ବିବାଦ, ହିଂସାର ବିଷୟ ହୋଇ ରହିଛି , ଏହାକୁ ବିଭିନ୍ନ ଗଣମାଧ୍ୟମରେ ଏକ ପଛୁଆପଣର ପ୍ରମାଣ ରୂପେ ଚିତ୍ରିତ କରାଯାଇଥାଏ । ସମ୍ପ୍ରତି ସ୍ପେନର ଉତ୍ତର-ପୂର୍ବ ଅଞ୍ଚଳରେ ଥିବା କାଟାଲୋନିଆରେ ଯେଉଁ ଘଟଣା ଘଟିଲା ତାହା ୟୁରୋପର ଏହି ମିଥକୁ ଧ୍ୱଂସ କରିଦେଲା ।

ସ୍ପେନର ସାମ୍ବିଧାନିକ ନ୍ୟାୟାଳୟ ତଥା କେନ୍ଦ୍ର ସରକାରକୁ ସ୍ପଷ୍ଟ ଭାବରେ ବେଖାତିର କରି କାଟାଲୋନିଆ ୧ ଅକ୍ଟୋବର ୨୦୧୭ରେ ଗଣଭୋଟ୍ କରି ଜାଣିବାକୁ ଚାହିଁଥିଲା ଯେ ଏହାର ନାଗରିକମାନେ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଚାହୁଁଛନ୍ତି କି? ଏହା ବିରୁଦ୍ଧରେ ତତକ୍ଷଣାତ୍ ରାଷ୍ଟ୍ର ପକ୍ଷରୁ ଦମନ ଓ ହିଂସା ଆରମ୍ଭ ହୋଇ ଯାଇଥିଲା । ଲୋକମାନେ ଯେତେବେଳେ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଦେବାକୁ ଯାଉଥିଲେ ସେତେବେଳେ ସ୍ପାନିଶ ପୁଲିସ ପୁରାପୁରି ଦଙ୍ଗା ଦମନ ପୋଷାକରେ ଲୋକମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲା । ଯାହା ଫଳରେ ଶହ ଶହ ଲୋକ ଆହତ ହୋଇଥିଲେ । ଏତେ ସବୁ ସତ୍ତେ୍ୱ ୪୨.୩ % ଲୋକ ଭୋଟ ଦେଇଥିଲେ ସେଥିରୁ ୯୦.୯ %  ନାଗରିକ ସ୍ୱାଧିନତା ସପକ୍ଷରେ ଭୋଟ ଦେଇଥିଲେ । ତଥାପି କାଟାଲୋନିଆରେ ଏଭଳି ମଧ୍ୟ ଲୋକ ଅଛନ୍ତି ଯେଉଁମାନେ କି ଏକ ସ୍ୱତନ୍ତ୍ର ଦେଶ ଗଠନ କଥାକୁ ବିରୋଧ କରିବା ସହିତ ଗଣଭୋଟ ବିରୁଦ୍ଧରେ ଭୋଟ ଦେଇଥିଲେ । ଏ ସବୁ ସତ୍ତେ୍ୱ କାଟାଲୀୟ ବା କାଟାଲାନ୍ ଜାତିୟତାବାଦ ପାଇଁ ଏହା ଏକ ବହୁତ ବଡ ନୈତିକ ବିଜୟ ଥିଲା । ଏଥିରେ ହୋଇଥିବା ହିଂସା ଯୋଗୁ  ସ୍ପାନିଶ ରାଷ୍ଟ୍ରିୟତାବାଦର ଅସଲି ମୁଖା ଖୋଲି ଯାଇଥିଲା । ସରକାର ଏହି ଆଇନ ଅମାନ୍ୟ ଆନ୍ଦୋଳନର ଯେଉଁ କାରଣ ଦର୍ଶାଇଥିଲେ  ତାହା ଆହୁରି ଲଜ୍ଜାଜନକ ଥିଲା ଓ ଏହି କାରଣଟିକୁ ଅତୀତରେ ମଧ୍ୟ ଆଣ୍ଟି କଲୋନିଆଲ ଜାତୀୟତାବାଦୀମାନେ  ଏହିଭଳି ଭାବରେ ବ୍ୟବହାର କରି ଆସିଛନ୍ତି । ୟୁରୋପିଆନ ଶକ୍ତିମାନେ ସେମାନଙ୍କର ସାମ୍ରାଜ୍ୟବାଦୀ ଇତିହାସକୁ  ସଂସ୍କାରିତ କରି ନାହାନ୍ତି ।

କାଟାଲୋନିଆର ଆତ୍ମନିର୍ଦ୍ଧାରଣ  କଥାଟି ଫ୍ରାନସିସ୍କୋ ଫ୍ରାଙ୍କୋଙ୍କ ଫାସିବାଦୀ ଶାସନକାଳରେ ହୋଇଥିବା ପାଶବିକ ଦମନରୁ ହିଁ ସୃଷ୍ଟ ଯେଉଁଥିରେ କାଟାଲୀୟ  ଭାଷା ଏପରିକି ଲୋକଙ୍କୁ ସେମାନଙ୍କ ପିଲାମାନଙ୍କୁ କାଟାଲୀୟ ନାମ ଦେବା ଉପରେ ମଧ୍ୟ ନିଷେଧାଜ୍ଞା ଲାଗୁ ହୋଇ ଯାଇଥିଲା । କିନ୍ତୁ ଦମନ ହିଁ ଏଠାରେ ସାସ୍କୃତିକ ଉନ୍ମେଷର ବାଟ ଖୋଲିଥିଲା । ଲୋକମାନେ ସେମାନଙ୍କ ଉପରେ ସ୍ପାନିଶ ଭାଷାକୁ ଲଦିଦେବା ବିରୋଧରେ ଲୁଚାଇ ଛପାଇ କାଟାଲାନ ଭାଷା ଅଧ୍ୟୟନ କଲେ । ଯାହାକି ଏକ ଭାଷା ଆଧାରିତ ସାଂସ୍କୃତିକ ଜାଗରଣ ଆଣିଦେଲା ।  ଏକଥା ସତ ଯେ କାଟାଲୋନିଆ  ଫ୍ରାଙ୍କୋଙ୍କ ଶାସନରେ ବହୁ ଅଧିକ ଅର୍ଥନୈତିକ ପ୍ରଗତି ହାସଲ କରି ୟୁରୋପର ଏକ ସମୃଦ୍ଧିଶାଳୀ ରାଷ୍ଟ୍ର ହୋଇ ପାରିଥିଲା ଯାହାକି ବିଭିନ୍ନ  ଫାସିଷ୍ଟ ଶାସନରେ ଘଟିଥାଏ । ଏହା କାଟାଲୀୟ ଜାତିୟତାବାଦୀଙ୍କୁ ସେମାନଙ୍କ ନିରନ୍ତର ଉଦ୍ୟମର ସଫଳତା ବିଷୟରେ ସେମାନଙ୍କୁ ନିଶ୍ଚିତ କରିଥିଲା । କିନ୍ତୁ ଏହା କେବଳ ପ୍ରଚାର ଥିଲା ଯେ ଏହି ଅର୍ଥନୈତିକ ସ୍ୱାର୍ଥପରତା କାଟାଲୀୟ ଜାତୀୟତାବାଦର ମୂଳ ପ୍ରେରଣା ଥିଲା । କାଟାଲୀୟ ମାନେ ସେମାନଙ୍କ ଅର୍ଥନୈତିକ ସଫଳତାକୁ ଅବଶିଷ୍ଟ ସ୍ପେନ ସହିତ ବାଣ୍ଟିବାକୁ ରାଜି ନ ଥିଲେ । ଯେଉଁମାନେ ଏପରି ପ୍ରଚାର କରୁଥିଲେ ସେମାନେ କାହିଁକି ଏପରି ପ୍ରଚାର କରୁଥିଲେ ତାହା ମଧ୍ୟ ବେଶ୍ ବୁଝା ପଡୁଥିଲା । ସ୍ପେନ୍ ଏକଥା ବୁଝି ସାରିଥିଲା ଯେ କାଟାଲୋନିଆକୁ ହରାଇଦେଲେ ତାହା ସ୍ପେନ ପାଇଁ ଏକ ବଡ ଅର୍ଥନୈତିକ ଧକ୍କା ହେବ । ଏଥିରେ ୟୁରୋପିଆନ ଦେଶସମୂହ ସହିତ ଅନ୍ୟ ୟୁରୋପିଆନ ଦେଶମାନେ ଆଶା କରୁଛନ୍ତି ଯେ ଏହା ସେମାନଙ୍କ ପାଇଁ ଭାନୁମତୀର ପେଡି ଖୋଲିଦେବ ।

ଯେଉଁମାନେ କାଟାଲୀୟ ଗଣଭୋଟକୁ ବିରୋଧ କରୁଛନ୍ତି ସେମାନଙ୍କର ଅଭିଯୋଗଟି ହେଲା ଏହା ବେଆଇନ୍ ଭାବରେ ହୋଇଛି । ସ୍ପାନିଶ କନଷ୍ଟିଚ୍ୟୁସନାଲ କୋର୍ଟ ଏହାକୁ ଏହି କଥା କହି ବେଆଇନ୍ ଘୋଷଣା କରିଛି ଯେ କୌଣସି କ୍ଷେତ୍ରୀୟ ଦଳ ନୁହେଁ କେବଳ ସ୍ପେନର ଜାତୀୟ  ସରକାର ବୈଧାନିକ ଭାବେ ଗଣଭୋଟ କରାଇ ପାରିବେ । ଏହା କେବଳ ଅନନୁରକ୍ତିମୂଳକ  ବୋଲି ନୁହେଁ ଏହା ବିସ୍ମୟକାରୀ ମଧ୍ୟ । ଏହା ଅନନୁରକ୍ତିମୂଳକ ଏଇଥିପାଇଁ ଯେ ଏହା ଗୋଟିଏ କଥାକୁ ସୂଚେଇ ଦିଏ ଯେ ଜାତୀୟ ସରକାର ଗୁଡିକ କେବଳ ଏହାର ଜାତୀୟ ସୀମାରେଖାର ଅଖଣ୍ଡତାର ଦେଖାରେଖା  କରିବେ ।  ତେଣୁ ଏହା ଆଶା କରିବା ବୋକାମୀ ହେବ ଯେ କୌଣସି ଜାତୀୟ ସରକାର ନିଜ ଦେଶକୁ ଭାଗଭାଗ ହେବାକୁ ସୁଯୋଗ ଦେବ । ତେବେ ନିଜକୁ ଏକ ମନପସନ୍ଦ ଦେଶର ନାଗରିକ ଭାବେ ପ୍ରତିପାଦିତ କରି ନିଜ ପସନ୍ଦର ଏକ ଜାତୀୟତା ହେଉଛି ମଣିଷର ଏକ ବଡ ଅଧିକାର ।  ଗୋଟିଏ ରାଷ୍ଟ୍ରର ସମ୍ବିଧାନ ମଣିଷକୁ ବିଭିନ୍ନ ଅଧିକାର ଦେବାର ବହୁ ପୂର୍ବରୁ ମଣିଷ ନିକଟରେ ଏହି ଅଧିକାର ରହିଛି । ଏହାକୁ କୌଣସି ଜାତୀୟ ସରକାର ନେଇ ଯାଇ ପାରିବେ ନାହିଁ କି ଦାନରେ ଦେଇ ପାରିବେ ନାହିଁ ।

ଏଥିପାଇଁ ଯେଉଁ ଯୁକ୍ତିଟି ଦିଆଯାଉଛି ଯେ ଜାତୀୟ ସରକାର ଯେତେଗୁଡିଏ ଗଣଭୋଟ କରିବେ ତାହା ହିଁ ବୈଧ ସେକଥା ମଧ୍ୟ ବିସ୍ମୟକର  । ଏହା ପୁଣି ବ୍ରେକ୍ସିଟରେ ଚାଲିଥିôବା ଗଣ୍ଡଗୋଳ ସତ୍ତେ୍ୱ ଘଟିଛି । ଗୋଟିଏ ଦକ୍ଷିଣପନ୍ଥୀ ସରକାର, ବହୁ ପରିମାଣରେ ବିଦେଶୀ ବିରୋଧୀ,ଜାତିଗତ ବିଦ୍ୱେଷ ଏବଂ ସାମ୍ରାଜ୍ୟବାଦୀ ଗୌରବ ହାସଲ ବିଷୟରେ  ପ୍ରଚାର କରାଇ ଗଣଭୋଟ ଜରିଆରେ ନିଜ ଲୋକମାନଙ୍କୁ ପ୍ରଶ୍ନ କରିଥିଲା ଯେ ସେମାନେ ଏକ ସ୍ୱତନ୍ତ୍ର ସାର୍ବଭୌମତା ସମ୍ପନ୍ନ  ଜାତୀୟତାବାଦରେ ବିଶ୍ୱାସ କରିବେ ନା ଗରୀବ ୟୁରୋପିଆନ ମାନଙ୍କ ଦ୍ୱାରା ଲୁଟର ଶିକାର ହୋଇ ଚାଲିବାକୁ ପସନ୍ଦ କରିବେ?ଏଥିରେ ବ୍ରିଟନମାନେ ଅଳ୍ପ ବହୁମତରେ ସ୍ୱତନ୍ତ୍ର  ହେବା ପାଇଁ ଭୋଟ କରିବା ପରେ ସରକାର ଏହାର ଲୋକଙ୍କର ଇଚ୍ଛା ବୋଲି କହି ଏହାକୁ ପୂରଣ କରିବାପାଇଁ ଲାଗି ପଡିଲା । ଏଥିପାଇଁ ସରକାର ଆଉ ସଂସଦ ବା ଗଣତନ୍ତ୍ର ର ଅନ୍ୟ କୌଣସି ମଞ୍ଚକୁ ଯିବାପାଇଁ ଉଚିତ୍ ମନେକଲା ନାହିଁ । ବ୍ରେକ୍ସିଟର  ଏହି ଗଣଭୋଟକୁ ବୈଧ ବୋଲି ବିଚାର କରାଯାଉଛି । କିନ୍ତୁ କାଟାଲୀୟମାନେ ସ୍ୱତନ୍ତ୍ର ହେବା ପାଇଁ ବହୁ ବାର  ପୁଲିସର ବହୁ ଅକଥନୀୟ ଅତ୍ୟାଚାରକୁ ସାମ୍ନା କରି ଗଣଭୋଟରେ ମତଦାନ କରିବାକୁ ସାହସ କରିବା ସତ୍ତେ୍ୱ ମଧ୍ୟ ସେମାନଙ୍କ ମତଦାନକୁ ଅବୈଧ କୁହାଯାଉଛି ଓ ସରକାର ସେମାନଙ୍କ ସହିତ କଥାବାର୍ତ୍ତା କରିବାକୁ ମଧ୍ୟ ରାଜି ନୁହେଁ ବୋଲି କହୁଛି ।

କାଟାଲୋନିଆରେ ଯାହା ସବୁ ଘଟି ଚାଲିଛି ତାହା ଏବେ ଆଉ କାହାରିକୁ ଅଛପା ନାହିଁ । କାଟାଲୀୟ ସଂସଦ ସ୍ୱାଧୀନ କାଟାଲୋନିଆ କଥାଟିକୁ ଏକରକମ ଅନୁମୋଦନ ଦେଇ ସାରିଛନ୍ତି ଯଦିଓ ରାଷ୍ଟ୍ରପତି କାର୍ଲ୍ସ ପୁଇଜମଣ୍ଟଏହା ବଦଳରେ  ସ୍ପାନିଶ ସରକାର ସହିତ ବର୍ତ୍ତାଳାପକୁ ପ୍ରଧାନ୍ୟ ଦେବାକୁ ନିଷ୍ପତ୍ତି  ନେଇଛନ୍ତି । ସ୍ପେନର ପ୍ରଧାନମନ୍ତ୍ରୀ ମାରିଆନୋ ରୋଜୋୟ କୌଣସି ବାର୍ତ୍ତାଳାପରେ ରାଜି ନହୋଇ ଧମକ ଦେଇଛନ୍ତି ଯେ ସେପରି ହେଲେ ସେ ସମ୍ବିଧାନର ୧୫୫ ଧାରାକୁ ବ୍ୟବହାର କରି ଆଞ୍ଚଳିକ ସରକାରକୁ ଭାଙ୍ଗି ଦେବେ । ଏହି ସଂକଟକୁ ଗମ୍ଭୀରତାର ସହ ସମାଧାନ କରିବାକୁ ଉଦ୍ୟମ କରାନଗଲେ ତାହା ଆହୁରି ଘନୀଭୂତ ହେବ । ୟୁରୋପିୟାନ ୟୁନିୟନ(ଇୟୁ) ଆଦୌ ନିଜକୁ ଏଥିରୁ ମୁକ୍ତ ରଖି ପାରିବ ନାହିଁ । ଜଣେ କେବଳ ଆଶା କରିପାରିବ ଯେ ଏହା(ଇୟୁ) ପ୍ରାରମ୍ଭିକ ପଦକ୍ଷେପ ନେଇ ଏହାର ସ୍ୱାୟତ୍ତତା ପାଇଁ ସଠିକ୍ ପ୍ରଦର୍ଶନ କରିବ ଓ ବିଭିନ୍ନ ରାଜ୍ୟର ପଣବନ୍ଦୀ ହୋଇ ରହିବାକୁ ପସନ୍ଦ କରିବ ନାହିଁ ।

କାଟାଲୋନିଆର ପରିସ୍ଥିତି ମଧ୍ୟ ଭାରତ ଭଳି ଗଣତାନ୍ତ୍ରିକ ଦେଶ ପାଇଁ  ଅନେକ କଥା ଶିକ୍ଷ।। କରିବାର ପରିସ୍ଥିତି ସୃଷ୍ଟି କରିଛି । ସେମାନେ ମଧ୍ୟ ଜାଣିବା ଉଚିତ୍ ଯେ କେବଳ ନିଜ ଦେଶର ସୀମା ଭିତରେ ଥିବା ରାଜ୍ୟ ମାନଙ୍କୁ ଦମନ କରିଦେଲେ ସେମାନଙ୍କର ଆକାଂକ୍ଷାକୁ ଚପାଇ ଦିଆଯାଇ ପାରିବ ନାହିଁ । ୟୁରୋପରେ ଶତାବ୍ଦୀ ଶତାବ୍ଦୀ ଧରି ଉଦ୍ୟମ କରାଯିବା ପରେ ମଧ୍ୟ ଏହା କରାଯାଇ ପାରି ନାହିଁ । ୟୁରୋପରେ କିଛି ଲୋକଙ୍କର ମତ ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ଏକ ସ୍ପଷ୍ଟ ସୀମାରେଖା ଆଙ୍କିିବାର ଯେଉଁ ଉଦ୍ୟମ ହୋଇ ଆସିଛି ତାହା ସବୁ ସମୟରେ ସମ୍ଭବ ହୋଇ ନାହିଁ । ତେଣୁ ଏହା ଅନ୍ୟ ସ୍ଥାନରେ ସହଜରେ ସମ୍ଭବ ହେବ ବୋଲି କୁହାଯିବା ମଧ୍ୟ ଠିକ୍ ନୁହେଁ । ମନେ ରଖିବାକୁ ହେବ ଯେ ଯେ ପର୍ଯ୍ୟନ୍ତ ଜାତୀୟତାବାଦ ରହିଛି ଓ ଆଧୁନିକ ଜାତୀୟ ରାଜ୍ୟର କଥା ରହିଛି ସେ ପର୍ଯ୍ୟନ୍ତ ପ୍ରତିଷ୍ଠିତ ଜାତୀୟତାବାଦକୁ ଆକାଂକ୍ଷିତ  ଜାତୀୟତାବାଦ ସହିତ ତାଙ୍କରି କ୍ଷେତ୍ର ଭିତରେ ଅତିମାତ୍ରାରେ  ସଂଯମ ରକ୍ଷା କରି ବ୍ୟବହାର କରିବାକୁ ହେବ ଏହାକୁ ଏକ ଆଇନ କାନୁନ ସମସ୍ୟା ଭାବରେ ନୁହେଁ ବରଂ ରାଜନୈତିକ ସମସ୍ୟା ଭାବରେ ଦେଖିବାକୁ ହେବ ।

Updated On : 10th Jul, 2018
Back to Top