ISSN (Print) - 0012-9976 | ISSN (Online) - 2349-8846

ଭାରତୀୟ ଆୟ ବ୍ୟବସ୍ଥାରେ ଆସୁରିକ ଅସମାନତା

ତଥ୍ୟ ଓ ସୂଚନାର ଉପରକୁ ଯାଇ ଆୟ ବ୍ୟବସ୍ଥାର ଅସମାନତାକୁ ବିଚାର କରିବାକୁ ହେବ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଭାରତରେ ପୁଞ୍ଜିବାଦର ଆସୁରିକ ଅସମାନତା ସମସ୍ତଙ୍କୁ ବେଶ ଜଳଜଳ ହୋଇ ଦେଖାଯାଉଛି । ସମ୍ପ୍ରତି “କ୍ୟାପିଟାଲ ଇନ ଦ ଟ୍ୱେଣ୍ଟିଫାଷ୍ଟ ସେଞ୍ଚୁରୀ”ର ପ୍ରଣେତା ତଥା ପ୍ୟାରିସ ସ୍କୁଲ ଅଫ ଇକନମିକ୍ସର ୱାର୍ଲ୍ଡ ଇନଇକ୍ୱାଲିଟୀ ଲ୍ୟାବ୍ ର ଥୋମସ ପିକେଟ୍ଟୀ ଏବଂ ତାଙ୍କ ସହକର୍ମୀ ଲୁକାସ ଚାନସେଲ  ଆୟର ଅସମାନତାକୁ ସଂଖ୍ୟାରେ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ରଚିତ-“ଇଣ୍ଡିଆନ ଇନକମ ଇନଇକ୍ୱାଲିଟୀ-୧୯୨୨-୨୦୧୪” ଯାହାର ଉପଶୀର୍ଷକ  “ବ୍ରିଟିଶ ରାଜରୁ ବିଲିୟନାୟର ରାଜ” ରଖାଯାଇଛି ଭାରତୀୟ ବୁଦ୍ଧିଜୀବୀ ମାନଙ୍କର ନିଦ୍ରାଭଗ୍ନ ପାଇଁ ତଥା ଲଗାମ ଲଗା ସାମ୍ବାଦିକ ମାନଙ୍କର ଚିନ୍ତା କରିବାପାଇଁ  ଯଥେଷ୍ଟ ଖୋରାକ ଯୋଗାଇବ  ।

ଚାନସେଲ-ପିକେଟ୍ଟୀ ପେପର୍ସ ଅନୁଯାୟୀ ଭାରତରେ ଗତ ତିନି ଦଶନ୍ଧୀରେ ଜାତୀୟ ଆୟର ସର୍ବୋଚ୍ଚ ୧ ପ୍ରତିଶତ ଆୟକାରୀଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଛି । ୧୯୮୨-୮୩ରେ ଏହି ସଂଖ୍ୟା ୬.୨ ପ୍ରତିଶତ ଥିଲା ୨୦୧୩-୧୪ରେ ୨୧.୭ ପ୍ରତିଶତରେ ପହଞ୍ଚଛି । ୧୯୨୨ ମସିହାରେ ଭାରତରେ ଆୟକର ବିଭାଗ ପ୍ରତିଷ୍ଠତ ହେବା ଦିନଠାରୁ ଏପରି ବୃଦ୍ଧି ଆଗରୁ କେବେ ବି ଘଟି ନଥିଲା । ୧୯୩୯-୪୦ରେ ଯେତେବେଳେ ଭାରତରେ ବ୍ରିଟିଶରାଜ ଚାଲିଥିଲା ସେତେବେଳେ ମଧ୍ୟ ଜାତୀୟ ଆୟର ଶୀର୍ଷ ୧ ପ୍ରତିଶତ ଥିôବା ଲୋକଙ୍କ ସଂଖ୍ୟା  ୨୦.୭ ପ୍ରତିଶତ ଥିଲା ।

ଭାରତରେ ଜନସଂଖ୍ୟାର ୫୦ ପ୍ରତିଶତ  ତଳସ୍ତରରେ ଥିବା ୨୦ ବର୍ଷରୁ ଉଦ୍ଧ୍ୱର୍ ନାଗରିକମାନଙ୍କ ଆୟ ୧୯୮୦ରୁ ୨୦୧୪ ମଧ୍ୟରେ ୮୯ ପ୍ରତିଶତ ଥିଲା, ୪୦ ପ୍ରତିଶତ ମଧ୍ୟମ ଆୟ ବର୍ଗର ଲୋକଙ୍କ ଆୟ ବଢିଥିଲା(ମଧ୍ୟମର ଅର୍ଥ ଯେଉଁମାନେ ଶୀର୍ଷରେ ଥିବା ସର୍ବାଧିକ ଆୟକାରୀ ୧୦ ପ୍ରତିଶତ ଲୋକଙ୍କ ତଳେ ରହିଛନ୍ତି) ୯୩ ପ୍ରତିଶତ. ଅଥଚ ଶୀର୍ଷରେ ଥିବା ୧୦ %, ୧%, ୦.୧%,୦.୦୧%,୦.୦୦୧% ଙ୍କ ଆୟ ଯଥାକ୍ରମେ ୩୯୪%, ୭୫୦%, ୧୧୩୮%, ୧୮୩୪ % ଏବଂ ୨୭୬୨ % ବୃଦ୍ଧି ପାଇଥିଲା । ଭାରତ ହେଉଛି ଏକ ଦେଶ ଯେଉଁଠି ଆୟରେ ଅସମାନତା ଅତି ସାଂଘାତିକ ଭାବରେ ବୃଦ୍ଧି ପାଇ ଚାଲିଛି । ଏଠାରେ ଶୀର୍ଷରେ ଥିବା ୧ % ଲୋକଙ୍କର ଆୟ ୭୫୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ପ୍ରାପ୍ତ ବୟସ୍କ ଲୋକଙ୍କର ଆୟ ମାତ୍ର ୧୮୭ % ବୃଦ୍ଧି ପାଇଛି । ଅଥଚ ଚାଇନାରେ ମୋଟ ଜନସଂଖ୍ୟାର ତଳେ ଥିବା ୫୦% ଲୋକଙ୍କର ଆୟ ୧୯୮୦ ରୁ ୨୦୧୪ ମଧ୍ୟରେ ୩୧୨% ବୃଦ୍ଧି ପାଇଥିବା ବେଳେ ଭାରତରେ ସେହି ସ୍ତରର ୫୦% ଲୋକଙ୍କର ଆୟ ମାତ୍ର ୮୯%  ଦରରେ ବୃଦ୍ଧି ପାଇଛି । ମଧ୍ୟମ ବର୍ଗ ଯାହାକି ଜନସଂଖ୍ୟାର ୪୦%ଙ୍କର ଆୟ ଚାଇନାରେ ଏହି ସମୟରେ ୬୧୫ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ ଭାରତରେ ଏହା ଥିଲା ମାତ୍ର ୯୩ % । ଭାରତରେ ସବୁଠାରୁ ଶୀର୍ଷରେ ଥିବା ୦.୦୦୧ % ଲୋକଙ୍କ ଆୟ ୨୭୨୬ % ବୃଦ୍ଧି ପାଇଥିବା ବେଳେ ଚାଇନାରେ ଏହା ୨୫୪୬ % ହୋଇଥିଲା ।

ଉଭୟ ଚାଇନା ଏବଂ ଭାରତରେ ଗତ ତିନି ଦଶନ୍ଧୀ ମଧ୍ୟରେ ଆୟର ଅସମାନତା ବହୁ ପରିମାଣରେ ବୃଦ୍ଧି ପାଇଛି । କିନ୍ତୁ ଚାଇନା ଯେଉଁଠି ବାକ୍ ସ୍ୱାଧୀନତାର ଅନୁମତି ନାହଁ  ଓ ଯାହା ଏକ  ଗଣତାନ୍ତ୍ରିକ ଦେଶ ନୁହେଁ ସେଠାରେ ମଧ୍ୟ ଏହାର ଆୟର ଅସମାନତା ୧୯୮୦ ରୁ ୨୦୧୪ ମଧ୍ୟରେ ଭାରତଠାରୁ କମ ରହିଛି । ଚାଇନାର ମୋଟ ଜନସଂଖ୍ୟାର ୯୦ % ତଳେ ଥିବା ଲୋକ ମୋଟ ଜାତୀୟ ଆୟର ୫୬ % ରୋଜଗାର କରିଥିବା ବେଳେ ଭାରତରେ ଜନସଂଖ୍ୟାର ୯୦% ତଳସ୍ତରର ନାଗରିକଙ୍କର ଆୟ ହୋଇଥିଲା ମାତ୍ର ୩୪ % । ଭାରତରେ ଜନସଂଖ୍ୟାର ୪୦% ମଧ୍ୟମ ବର୍ଗୀୟ ଲୋକଙ୍କର ଆୟ ଚାଇନା, ଫ୍ରାନ୍ସ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ଅଧିକ ସୁବିଧା ପାଇ ନାହାନ୍ତି । ଭାରତର ୪୦ ପ୍ରତିଶତ ମଧ୍ୟମବର୍ଗର ଲୋକ ନୁହନ୍ତି, ବରଂ କେବଳ ଉପରର ୧୦ ପ୍ରତିଶତ ଲୋକ( ଯାହାଙ୍କ ପାଇଁ ସାଇନିଙ୍ଗ ଇଣ୍ଡିଆ) ଗତ ତିନି ଦଶନ୍ଧୀ ମଧ୍ୟରେ ଅଧିକ ଆୟ ଅର୍ଥାତ୍ ମୋଟ ଆୟର ୬୬ % କରି ପାରିଛନ୍ତି ।

ଚାନସେଲ-ପିକେଟ୍ଟୀ ପେପର୍ସରୁ ଗୋଟିଏ ସ୍ପଷ୍ଟ ସୂଚନା ମିଳୁଛି ଯେ ଭାରତ ଅଳ୍ପେ ବହୁତେ କେବଳ ଧନୀମାନଙ୍କ ପାଇଁ ଝଟକୁଛି(ସାଇନିଙ୍ଗ୍ ଇଣ୍ଡିଆ) । ଅବଶ୍ୟ ଏହି ପେପର୍ସ ମଧ୍ୟ ଆୟର ଅସମାନତାକୁ ବର୍ଣ୍ଣନା କରିବାରେ ସିଦ୍ଧାନ୍ତବାଦୀ ସ୍ତରର ଉପରକୁ ଉଠିପାରିନାହିଁ । ତଥ୍ୟ ସବୁ ସମୟରେ ସବୁ କଥା କହି ନ ଥାଏ,ଏଥିପାଇଁ ଏକ ତତ୍ତ୍ୱର ସାହାଯ୍ୟ ନେବାକୁ ହୋଇଥାଏ ।  ଏହି ଘଟଣାରେ ଯାହା ତଥ୍ୟ ମିଳିଛି ତାହା କର ଘୋଷଣାରୁ ଆସିଛି । ଆଉ ଏହି କର ଘୋଷଣା କାର୍ଯ୍ୟଟି ସବୁବେଳେ ସତ୍ୟ ଉପରେ ଆଧାରିତ ହୋଇ ନ ଥାଏ । ଅତି ଧନାଢ୍ୟ ବ୍ୟକ୍ତି ଯେଉଁମାନେ ବଡ ବଡ କମ୍ପାନୀର ମାଲିକ ସେମାନଙ୍କ କ୍ଷେତ୍ରରେ ଜଣେ ବ୍ୟକ୍ତି ହିସାବରେ ସେମାନଙ୍କ ରୋଜଗାର ଓ ସେମାନେ ଯେଉଁ ସଂସ୍ଥାର ମାଲିକ ତା’ର ବିଭିନ୍ନ ଭାଗର ରୋଜଗାର ଭିତରେ ଅନେକ ଅବାସ୍ତବତା ଥାଏ ।  ଉଦାହରଣ ସ୍ୱରୂପ ସେମାନଙ୍କର ଅନେକ ବ୍ୟକ୍ତିଗତ ଖର୍ଚ୍ଚକୁ ସେମାନେ କମ୍ପାନୀର ଖର୍ଚ୍ଚ ହିସାବରେ ଦେଖେଇଥାଆନ୍ତି । ସେଇଥିପାଇଁ ୧୯୪୯ରେ ବିଶିଷ୍ଟ ଅର୍ଥନୀତିଜ୍ଞ ଡି ଆର ଗାଡଗିଲ ଲେଖିଥିଲେ ‘ଧନୀ ମାନଙ୍କର କର ଚୋରୀ ଭାରତୀୟ ଅର୍ଥନୈତିକ ବ୍ୟବସ୍ଥାରେ ଏକ ଅଭ୍ୟାସଗତ ବୈଶିଷ୍ଟ୍ୟ’(ପ୍ୟାସିଫିକ ଆଫେୟାର୍ସ, ଜୁନ୍ ୧୯୪୯, ପୃ ୧୨୨) । ଏକଥାଟି ଆମେ ବିଚାର ପାଇଁ ନେଇଥିବା କାଳଖଣ୍ଡ ୧୯୨୨-୨୦୧୪ ପାଇଁ ବିଶେଷ ଭାବରେ ପ୍ରଜୁଯ୍ୟ ।  ସେହି ଦୃଷ୍ଟିରୁ ଦେଖିଲେ ଆୟର ଅସମାନତାକୁ ନେଇ ଚାନସେଲ-ପିକେଟ୍ଟୀଙ୍କର ହିସାବ ନିଶ୍ଚିତ ଭାବରେ ସାମ୍ପ୍ରତିକ ପରିସ୍ଥିତିରେ କଥାଟିକୁ କମ କରି ଦେଖାଉଛି ।

ଶୀର୍ଷରେ ଥିବା ୧୦%, ବିଶେଷକରି ସବୁଠାରୁ ଶୀର୍ଷରେ ଥିବା ୧% ଲୋକଙ୍କର ଅଧିକାଂଶ ରୋଜଗାର ବ୍ୟବସାୟରୁ ହେଉଥିବା ମୁନାଫା, ବିଭିନ୍ନ ସେୟାରର ଲାଭାଂଶ, ଷ୍ଟକ ଏବଂ ବଣ୍ଡ, ବିଭିନ୍ନ ସମ୍ପତ୍ତି ଯଥା ଜମି ଓ କୋଠାବାଡିର  ଭଡା, ସେମାନଙ୍କ ନିୟନ୍ତ୍ରଣରେ ଥିବା କମ୍ପାନୀ ମାନଙ୍କର ମୁଖ୍ୟ ହିସାବରେ ସେମାନେ ପାଉଥିବା ଦରମା, ବୋନସ ଇତ୍ୟାଦିରୁ ଆସିଥାଏ ।  ତେଣୁ ସେମାନଙ୍କ ରୋଜଗାର ସେମାନଙ୍କ ଶ୍ରମରୁ ନୁହେଁ ସେମାନଙ୍କ ସମ୍ପତ୍ତିରୁ ଆସିଥାଏ । ଆହୁରି ମଧ୍ୟ ଗତ ତିନି ଦଶନ୍ଧୀ ମଧ୍ୟରେ ଶ୍ରମରୁ ଆୟ କମି କମି ଯାଇଛି ଓ ତୁଳନାତ୍ମକ ଭାବେ  ସମ୍ପତ୍ତିରୁ ଆୟ ବଢି ବଢି ଯାଇଛି । ପୁଣି ସମ୍ପତ୍ତିରୁ ହେଉଥିବା ଆୟ ଭିତରେ ଛୋଟ ବ୍ୟବସାୀଙ୍କର ଆୟ ଅପେକ୍ଷା ଏକାଧିକାରର ମାଲିକ ସାଜିଥିବା  ବଡ ବଡ ବ୍ୟବସାୟୀ ମାନେ ଅଧିକ ମୁନାଫା ରୋଜଗାର କରନ୍ତି ।

ଏହି ବଡ ବ୍ୟବସାୟୀମାନଙ୍କୁ କମମୂଲ୍ୟରେ ମିଳୁଥିବା ସରକାରୀ ସମ୍ପତ୍ତି,ଖଣିଜ ପଦାର୍ଥ, ଜଙ୍ଗଲ ସମ୍ପଦ, ଟେଲିକମ ବିଭାଗରୁ ଆବଣ୍ଟିତ ହେଉଥିବା ସ୍ପେକ୍ଟ୍ରମ ଉପରେ ସହଜ ମାଲିକାନା କଥାଟିକୁ ମଧ୍ୟ ଭୁଲିଗଲେ ଚଳିବ ନାହିଁ ।

ଏଠାରେ ଯେଉଁ ବୃହତ ଛବିଟି ବାହାରି ଆସୁଛି ତାହା ହେଉଛି ରାଷ୍ଟ୍ରୀୟ ବ୍ୟବସ୍ଥା ଗୁଡିକ ସହାୟତାରେ ବଡଲୋକମାନଙ୍କ କମ୍ପାନୀ ଗୁଡିକର ନିଯୁକ୍ତି ବିହୀନ ବିକାଶ ଏବଂ ଆର୍ଥିକ ସମ୍ଭ୍ରାନ୍ତପଣ । ବିଶିଷ୍ଟ ଅର୍ଥନୀତିଜ୍ଞ ଅମିତ ବାହାଦୁରୀଙ୍କ ମତରେ ଏହା ପଛରେ ଥିବା ମୂଳ କଥାଟି ହେଉଛି କମ୍ପାନୀ ମାନଙ୍କର ମାନବ ସମ୍ବଳର ସଂଖ୍ୟା ଅଧା କରି ଉତ୍ପାଦନକୁ ଦ୍ୱିଗୁଣିତ କର ନୀତି ।  ଉଦାହରଣ ସ୍ୱରୂପ ଯଦି ୧୦ ଜଣ ଲୋକ ୨ଟି କରି ସାମଗ୍ରୀ ଉତ୍ପାଦନ କରୁଛନ୍ତି ତେବେ ସେମାନଙ୍କୁ ଏପରି ଭାବରେ ନିଯୁକ୍ତ କର ଯେପରି ୫ ଜଣ ଲୋକ ୮ଟି ସାମଗ୍ରୀ ଉତ୍ପାଦନ କରିବେ । ଏହାଦ୍ୱାରା ନିଯୁକ୍ତି ଓ ଜୀବିକା ଅଧା ହେଇଯାଏ ସତ କିନ୍ତୁ ମୁନାଫା ଦ୍ୱିଗୁଣିତ ହୋଇଥାଏ । ସରକାରମାନେ ବଡ ବଡ ବ୍ୟବସାୟୀଘରାନା ବା କମ୍ପାନୀମାନଙ୍କୁ ପୁଞ୍ଜି ଲଗାଣକୁ ପ୍ରୋତ୍ସାହିତ କରିବା ନାଁଆରେ ଜମି ସହିତ ବିଭିନ୍ନ ପ୍ରାକୃତିକ ସମ୍ପଦଗୁଡିକୁ ଅତି କମ ଦାମରେ  ଦେଇ ଦେବାରେ ଲାଗିଛନ୍ତି । ବଡ ବଡ କମ୍ପାନୀମାନେ ଦାନର ପ୍ରତିଦାନ ସ୍ୱରୂପ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକୁ ମୋଟା ଅଙ୍କର ଚାନ୍ଦା ଦେଇଥାଆନ୍ତି । ଏହା ଫଳରେ ଆଉ ଗୋଟିଏ କଥା ଘଟୁଛି ଯେ ଏବେ ଏହି ସବୁ ଚାନ୍ଦା ବା ଦାନ ପାଇବାକୁ ଯୋଗ୍ୟ ହୋଇ ନ ପାରୁଥିବା ବ୍ୟକ୍ତି ବା ପାର୍ଟିମାନେ ନିର୍ବାଚନ ଲଢିବା ସମ୍ଭବ ହେଉ ନାହିଁ । ଯାହା ଫଳରେ ଏବେ ଦେଶରେ କରପୋରେଟ ନେତୃତ୍ୱାଧୀନ ନିଯୁକ୍ତିହୀନ ବିକାଶ ଓ କରପୋରେଟ ନେତୃତ୍ୱାଧୀନ ଗଣତନ୍ତ୍ରର ଶାସନ ଚାଲିଛି । (ଅନ ଡେମୋକ୍ରାସୀ, କର୍ପୋରେସନସ ଆଣ୍ଡ ଇନଇକ୍ୱାଲିଟୀ, ଇପିଡବ୍ଲ୍୍ୟୁ ୨୬ ମାର୍ଚ୍ଚ ୨୦୧୬ ଦ୍ରଷ୍ଟବ୍ୟ) ।

ଆୟର ଅସମାନତା ସମ୍ପ୍ରତି ବ୍ରିଟିଶ ରାଜ ବେଳଠାରୁ ମଧ୍ୟ ବଳେଇ ପଡିଲାଣି । ଏହା ହେଉଛି ସେହି ଭାରତର ଦୁଖ ଯାହାକି ସେହି ପୁଞ୍ଜିପତିମାନଙ୍କଦ୍ୱାରା ଶାସିତ ହେଉଛି ଯିଏକି ଉନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ଓ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଯେତେବେଳେ କି ଦେଶର ମୁଣ୍ଡପିଛା ବାସ୍ତବ ଆୟ କମୁଥିଲା ଓ ଲକ୍ଷ ଲକ୍ଷ ଭାରତୀୟ ଏକ ମନୁଷ୍ୟକୃତ ଦୁର୍ଭିକ୍ଷର ଶିକାର ହୋଇଥିଲେ ଅଥଚ ପୁଞ୍ଜିପତିମାନଙ୍କର ଟଙ୍କାଥଳି କମୁ ନଥିଲା ସେହି କାଳଖଣ୍ଡରେ ଥିବା  ଦୀର୍ଘ ସମୟ ଧରି ଅଧପତ୍ତନମୁଖୀ ଉପନିବେଶବାଦୀ ବ୍ୟବସ୍ଥାରୁ ସୃଷ୍ଟି ହୋଇଛନ୍ତି । ସେତବେଳର ଉପନିବେଶବାଦୀ ନିଷ୍ଠୁରତା, ଜାତିଗତ ଶ୍ରେଷ୍ଠତାର ସାଂଘାତିକତା ବର୍ତ୍ତମାନର ଅର୍ଦ୍ଧଫାସିବାଦୀ ମାନଙ୍କର ନିଷ୍ଠୁରତା ତଥା ହିନ୍ଦୁତ୍ୱ ଆଦର୍ଶବାଦର କ୍ଷତିକାରକ ପ୍ରଭାବରେ ପରିବର୍ତ୍ତିତ ହୋଇଛି  ଯାହାକି ନାଜିବାଦର ଭାରତୀୟ ସଂସ୍କରଣ ସାଜିଛି । ହିନ୍ଦୁତ୍ୱ, ସାଂସ୍କୃତିକ ନୈଷ୍ଠିକତା ପ୍ରତି ଏକ ଆସୁରିକ ଗତି ଅନ୍ତନିର୍ବିଷ୍ଟ କରାଇବା  ବ୍ୟତୀତ ରାଜନୀତିରେ ଏହା ଅତିଶୟ ଦକ୍ଷିଣବାଦୀ ପନ୍ଥା ଧରି ସଂଘ ପରିବାରର ନିର୍ବାଚନ ରାଜନୀତି ଓ ବେଆଇନ୍ ହିଂସା ସୃଷ୍ଟି ପ୍ରକ୍ରିୟାର ମିଶ୍ରଣକୁ  ଜାରି ରଖିô ଆସୁଛି ।  ଏହି ରାଜନୈତିକ ଶକ୍ତି ସେହି ବ୍ୟବସ୍ଥାଟିକୁ ଭାଙ୍ଗି ଦେବାକୁ ଚାହୁଁଛି ଯାହାକୁ କି ଏହି ଶକ୍ତି ଆୟର ଅସମାନତା ପ୍ରତି ବିପଦ ବୋଲି ଅନୁମାନ କରୁଛି  । ଏହି କଥାଟି ଚାନସେଲ-ପିକେଟ୍ଟୀ ପେପର୍ସରୁ ସ୍ପଷ୍ଟ ହୋଇ ଯାଉଛି । 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top