ISSN (Print) - 0012-9976 | ISSN (Online) - 2349-8846

ସାମଗ୍ରିକ ଅର୍ଥନୀତିର ଅସ୍ୱସ୍ତି

ତିନିବର୍ଷର ବଡ ବଡ ଘୋଷଣା ପରେ ଏବେ ମୋଦି ସରକାର ପାଖରେ ଏହାର ସୁଫଳ ପ୍ରଦର୍ଶନ ପାଇଁ କିଛି ବି ନାହିଁ ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ବିଳମ୍ବରେ ହେଉ ପଛେ ସମ୍ପ୍ରତି ପ୍ରଧାନମନ୍ତ୍ରୀଙ୍କ ପାଇଁ ଗଠନ କରାଯାଇଥିବା ଅର୍ଥନୈତିକ ଉପଦେଷ୍ଟା କମିଟି ଗଠନରୁ ଗୋଟିଏ କଥା ଜଣାପଡୁଛି ଯେ କ୍ଷମତାକୁ ଆସିବାର ୪୦ବର୍ଷ ପରେ ନରେନ୍ଦ୍ର ମୋଦି ସରକାର ମାନିବାକୁ ବାଧ୍ୟ ହେବେ ଯେ ଭାରତୀୟ ଅର୍ଥନୀତି ଏକ ନୈରାଶ୍ୟଜନକ ସ୍ଥିତିରେ ଅଛି । ସମସ୍ତ ବାସ୍ତବ ଆବଶ୍ୟକତା ମେଣ୍ଟାଇବା ପାଇଁ ସରକାର ଏବେ ଏବେ ଗୋଟିଏ ପୂର୍ଣ୍ଣାଙ୍ଗ ବଜେଟ ପାସ କରାଇଛନ୍ତି । ସରକାରଙ୍କୁ ୨୦୧୯ର ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ ଏବେ ୧୨୧୪ ବିଧାନସଭା ଓ ୧୨୯ ଲୋକସଭା ଆସନ ଥିବା ୧୦ଟି ରାଜ୍ୟରେ ନିର୍ବାଚନ କରାଇବାକୁ ହେବ । ଗୋଟିଏ କଥା ବୁଝି ହେଉଛି ଯେ ସରକାର ପୂର୍ବରୁ ଯେଉଁ ସବୁ ବିଶାଳ ଘୋଷଣା ଓ ପ୍ରଚାର ମାନ କରିଛନ୍ତି ତାହାକୁ ସରକାରରେ ରହି କେତେ ପୂରଣ କରିସାରିଛନ୍ତି ତାହାକୁ ଲୋକମାନଙ୍କ ସମ୍ମୁଖରେ ରଖିବାକୁ ନିଶ୍ଚିତ ଭାବରେ ବ୍ୟଗ୍ର । ହେଲେ ଦେଖାଇବାକୁ ସରକାରଙ୍କ ପାଖରେ ସେପରି କିଛି ନଥିବାରୁ ସରକାର ଚିନ୍ତିତ ହେବା ସ୍ୱାଭାବିକ ।

          ମଇ ୨୦୧୪ରେ ଏହି ସରକାର କ୍ଷମତାସୀନ ହେବା ପରେ ପରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବହୁ ପରିମାଣରେ କମିଗଲା । ଏହା ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କଲା । ନିର୍ବାଚନ ପ୍ରଚାର ସମୟରେ ମୁଦ୍ରାସ୍ଫିତି କଥାଟି ବିରୋଧୀଙ୍କ ପକ୍ଷରୁ ଜୋରଦାର ଭାବରେ ଉଠାଯାଇଥାଏ । ଏବେ ମୁଦ୍ରାସ୍ଫିତି ସେପରି ଅନିୟନ୍ତ୍ରିତ ହୋଇଯାଇ ନଥିବାରୁ ସରକାର ସେଥିରୁ ତୁରନ୍ତ ବାହାବା ନେଇ ପାରିବେ । ଆର୍ନ୍ତଜାତିକ ବଜାରରେ ତୈଳ ଦର କମିଥିଲେ ମଧ୍ୟ ସେହି ମଉକାରେ ସରକାର ଏଥିରୁ ଅଧିକ ରାଜସ୍ୱ ଆହରଣ କରିବାପାଇଁ ପେଟ୍ରୋଲିୟମ ଉତ୍ପାଦଗୁଡିକ ଉପରେ ଅଧିକ ଶୁଳ୍କ ଲଗାଇଲେ । ଯା ଫଳରେ ଆନ୍ତାର୍ଜତିକ ବଜାରରେ ତୈଳ ଦର କମୁଥିଲେ ବି ଭାରତୀୟ ବଜାରରେ ତୈଳ ଦର ସାମନ୍ୟ ବଢିକରି ରହୁଛି ଯଦିଓ ପୂର୍ବରୁ ଯେପରି ବଢିକି ଥିଲା ସେପରି ହେବାର କୌଣସି ଅଶାଙ୍କା ଦେଖାଯାଉ ନାହିଁ । ଉତ୍ତମ ମୋସୁମୀ ଯୋଗୁ କୃଷିକ୍ଷେତ୍ର ଲାଭବାନ ହୋଇ  ଉତ୍ପାଦନ ବେଶ ଭଲ ରହିଲା । ଯାହା ଫଳରେ ଖାଉଟୀ ବଜାର ଦର ବା କଂଜ୍ୟୁମର ପ୍ରାଇସ ଇଣ୍ଡେକ୍ସ ଉଭୟ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ୨୦୧୪-୧୫ ଆର୍ଥିକ ବର୍ଷରେ ୬.୫  ପ୍ରତିଶତ ରହିବା ବେଳେ ୨୦୧୬-୧୭ରେ ୫.୧ ପ୍ରତଶତ ହୋଇଥିଲା । ଏହା ସତ୍ତେ୍ୱ ବି ବଜାର ଦରରେ ବୃଦ୍ଧି ଘଟିଥିଲା ବିଶେଷ କରି ମଇ-ଜୁନରେ ଖାଦ୍ୟଶସ୍ୟର ଦରବୃଦ୍ଧିକୁ ଉଦାହରଣ ସ୍ୱରୂପ ନିଆଯାଇପାରେ ।

          ୨୦୧୪-୧୫ର ପ୍ରଥମ ତିନିମାସ(ଏପ୍ରିଲ-ଜୁନ୍)ର ସକଳ ଘରୋଇ ଉତ୍ପାଦ ବା ଜିଡିପିର ବିକାଶ ଗତ ବର୍ଷ ମାନଙ୍କ ତୁଳନାରେ ମାତ୍ର ୭.୫ % ଥିଲା । ୨୦୧୭-୧୮ର ପ୍ରଥମ ତିନିମାସରେ ଏହା ୫.୭ % ହୋଇ ଯାଇଥିଲା । ଶିଳ୍ପ ଉତ୍ପାଦନର ସୂଚୀ (ଇଣ୍ଡେକ୍ସ ଅଫ ଇଷ୍ଟ୍ରିଆଲ ପ୍ରଡକ୍ସନ ବା ଆଇଆଇପି) ୨୦୧୪-୧୫ ଆର୍ଥିକ ବର୍ଷରେ ମାତ୍ର ୫% ଥିଲା । କିନ୍ତୁ ୨୦୧୫-୧୬ରେ ଏହା କମି ୩.୩ % ହେଲା । ୨୦୧୬-୧୭ରେ ଏହା ସାମାନ୍ୟ ବୃଦ୍ଧିପାଇ ୪.୬ % ହୋଇଥିଲା । ନିବେଶ ପାଇଁ ପୁଞ୍ଜି ଆସୁ ନ ଥିଲା । ବିଶ୍ୱ ମାନ୍ଦାବସ୍ଥା ପରବର୍ତ୍ତୀ ବର୍ଷ ଗୁଡିକରେ ଗ୍ରସ ଫିକ୍ସ୍ କ୍ୟାପିଟାଲ ଫର୍ମେଶନ ବା ସାମଗ୍ରୀକ ସ୍ଥାୟୀ ସମ୍ପତ୍ତି ଗଠନ ୨୦୦୭ ରୁ ୨୦୦୯ ପର୍ଯ୍ୟନ୍ତ ଯାହା ଥିଲା ତାହାଠାରୁ କମ୍ ହୋଇ ଯାଇଥିଲା । ଘରୋଇ ସଞ୍ଚୟ ପରିମାଣ କମି ଯାଇଥିଲା । ପାରିବାରିକ କ୍ଷେତ୍ର ଯେଉଁଥିରୁ ୨୦୦୫-୦୬ରେ ୭୦ ପ୍ରତିଶତ ମୋଟ ଘରୋଇ ସଞ୍ଚୟ ଆସିଥିଲା ତାହା  ଆନୁପାତିକ ଭାବେ ଜିଡିପିର  ୨୩.୫ % ହେଉଥିଲା । ଏହା ୨୦୧୫-୧୬ରେ ୬୦ % କୁ ଖସି ଆସିଥିଲା ଯାହାକି ଜିଡିପିର ଆନୁପାତିକ ଭାବେ ୧୯.୨ % ଥିଲା । ଏହା ପୁଣି ୨୦୦୭-୦୮ଠାରୁ ମଧ୍ୟ ଉଭୟ ସକଳ ଘରୋଇ ସଞ୍ଚୟ ତଥା ଜିଡିପିରେ ଆନୁବାତିକ ଭାବେ କମ ଥିଲା ।  ଚାହିଦାର ସ୍ଥିତି ପୁଞ୍ଜିନିବେଶ ଅନୁକୁଳ ନ ଥିଲା । ୨୦୧୪-୧୫ ଓ ୨୦୧୫-୧୬ର ପ୍ରଥମ ଚାରିମାସରେ ରପ୍ତାନୀ ନିରନ୍ତର ଭାବରେ କମ ହୋଇ ଚାଲିଥିଲା । ଏକ ରିପୋର୍ଟ ଅନୁସାରେ ସଦ୍ୟତମ ଚାରିମାସ ମଧ୍ୟରେ ଏହା ୧୪ ବର୍ଷ ମଧ୍ୟରେ ସବୁଠାରୁ କମ ଥିଲା । ଘରୋଇ କ୍ଷେତ୍ରରେ ଚାହିଦା ମଧ୍ୟ କମି ଯାଇଥିଲା । ନିଯୁକ୍ତି କ୍ଷେତ୍ରରେ ମିଳିଥିବା ପରିସଂଖ୍ୟାନ ମଧ୍ୟ ଏକ ନୈରାଶ୍ୟମୟ ସ୍ଥିତିର ଚିତ୍ର ପ୍ରଦର୍ଶନ କରୁଥିଲା । ୨୦୦୦ ମସିହାର ମଧ୍ୟଭାଗରେ କୃଷି କ୍ଷେତ୍ରରେ କମ ହୋଇ ସାରିଥିବା ନିଯୁକ୍ତି ତଥା ମହିଳାମାନେ କାମଛାଡି ଯାଉଥିବା ସ୍ଥିତିର ଭରଣା ପାଇଁ ଅଣକୃଷି କ୍ଷେତ୍ରରେ ସେଭଳି କୋଣସି ନିଯୁକ୍ତି ସୃଷ୍ଟି ହେଉ ନ ଥିଲା । ଜାତୀୟ ନମୂନା ସର୍ବେକ୍ଷଣ ଅଫିସର ରିପୋର୍ଟ ମୁତାବକ ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ନିଯୁକ୍ତି ସୃଷ୍ଟି ସମ୍ପୂର୍ଣ୍ଣ ଭାବରେ ୧ %ରୁ କମ ରହି ଯାଇଥିଲା  । ୨୦୧୨-୧୩ ପରେ ଏହା ଆହୁରି ଖରାପ ଅବସ୍ଥାକୁ ଆସି ଯାଇଥିଲା । ନିଯୁକ୍ତି ବିଶେଷକରି ଅସଙ୍ଗଠିତ କ୍ଷେତ୍ରରେ ଏହି ସମୟରେ ନିଯୁକ୍ତି ପୁରାପୁରି ଶୂନ୍ୟ ହୋଇଯାଇଥିଲା । ନିର୍ମାଣ, ସୂଚନା ଓ ପ୍ରାଦ୍ୟୋଗିକୀ, ବ୍ୟବସାୟ ପ୍ରକ୍ରିୟାରେ ଚାଲିଥିବା ଠିକା ନିଯୁକ୍ତି ବା  ଆଉଟସୋର୍ସିଂଙ୍ଗ ବ୍ୟବସ୍ଥା ଯେଉଁଥିରେ ଆଗରୁ କିଛି ପରିମାଣରେ ନିଯୁକ୍ତି ସୁଯୋଗ ଥିଲା, ଗତ ତିନି ବର୍ଷରେ ପୁରାପୁରି କମି ଯାଇଛି । ନିର୍ମାଣ  କ୍ଷେତ୍ରରେ ନିଯୁକ୍ତି ସମ୍ପ୍ରୂ୍ଣ୍ଣ ସ୍ଥାଣୁ ହୋଇ ଯାଇଛି । 

          ସାମଗ୍ରୀକ ଅର୍ଥନୀତିର ଏହି ସଂକେତ ସତ୍ତେ୍ୱ, କେନ୍ଦ୍ର ସରକାରର ସମ୍ମୂର୍ଣ୍ଣ ଖର୍ଚ୍ଚ ୨୦୦୯-୧୦ ମସିହାରେ ଜିଡିପିର ଅନୁପାତରେ ୧୫.୮ % ଥିବା ବେଳେ ୨୦୧୩-୧୪ରେ ଏହା ୧୩.୯ % କୁ କମି ଆସିଥିଲା ଓ ୨୦୧୭-୧୮ରେ ଏହା ୧୨.୭ % କୁ କମି ଆସିଲା । ନିଅଣ୍ଟିଆ ସରକାରୀ ଖର୍ଚ୍ଚ ଓ ପର୍ଯ୍ୟାପ୍ତ ନିଯୁକ୍ତି ସୁବିଧା ଅଭାବରୁ ଚାହିଦା ବୃଦ୍ଧି କରାଇବା ଅସମ୍ଭବ ହୋଇ ପଡିଥିଲା ।  ସେହି ସମୟକୁ କେନ୍ଦ୍ର ସରକାର ବିମୁଦ୍ରୀକରଣ ବ୍ୟବସ୍ଥା ଲାଗୁ କରିଦେଲେ ଯାହାକି ଅର୍ଥନୈତିକ ଦୃଷ୍ଟିରୁ ଅସୁବିଧାରେ ଥିବା ଲୋକମାନଙ୍କ ସ୍ଥିତିକୁ  ଅଧିକ ଦୟନୀୟ କରିଦେଲା । ଏହା ଅଣ ଉତ୍ପାଦନକ୍ଷମ ସମ୍ପତ୍ତି ବା ଏନପିଏ ସମସ୍ୟାର ମଧ୍ୟ ସମାଧାନ କରାଇ ପାରିଲା ନାହିଁ । ମୋଟ ରୁଣ ମଧ୍ୟରୁ ଅଣ-ଉତ୍ପାଦକ ରୁଣର ସଂଖ୍ୟା ମଧ୍ୟ ବଢି ଯାଇଥିଲା । ଏହା ମାର୍ଚ୍ଚ ୨୦୧୪ରେ ୪ %  ଥିଲା ବେଳେ ଚଳିତ ବର୍ଷ ୯.୫ %ରେ ପହଞ୍ôଚଛି । ଏବେ ଜିଏସଟି ଲାଗୁ ହୋଇଯିବା ପରେ ପରେ ବିକାଶ ଆହୁରି ଧୀମେଇ ଯିବ । ଏବେ ଯେଉଁ ପ୍ରଧାନମନ୍ତ୍ରୀ ସହଜରେ ସବୁ ଘରେ ବିଜୁଳି ବା ସୌଭାଗ୍ୟ ଯୋଜନା ଆରମ୍ଭ ହେଲା ତାହା ଗତ ଦଶନ୍ଧୀରେ ପୂର୍ବର କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଗ୍ରାମାଞ୍ଚଳ ବିଦ୍ୟୁତକରଣର ଏକ ନୂଆ ନାମ ମାତ୍ର । ଏହି ସରକାରୀ ଖର୍ଚ୍ଚଟି  ହେଉଛି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପକ୍ଷରୁ ଏକ ବିତ୍ତୀୟ ଉଦ୍ଦିପନା ଆଣିବା ପାଇଁ ହୋଇଥିବା ଉଦ୍ୟମର ପରିଣାମ ।

          କେନ୍ଦ୍ର ସରକାରଙ୍କ ଗତ ତିନି ବର୍ଷ କେବଳ ବିଭିନ୍ନ ବିଭାଗ ଓ ଦପ୍ତରର ପୁର୍ନଗଠନ ତଥା ବଜେଟ ତିଆରି କରୁଥିବା ମୁଖ୍ୟଙ୍କ ପରିବର୍ତ୍ତନ କାମରେ ଚାଲିଗଲାଣି । ଏଥିରୁ ଅଧିକାଂଶ ନିଷ୍ପତ୍ତି ପଛରେ ଥିବା କାରଣ ଗୁଡିକ ଅସ୍ପଷ୍ଟ ଓ ଏହା ବଜେଟ ତଥା ନୀତିଗୁଡିକର ପଠନରେ ସମସ୍ୟା ସୃଷ୍ଟି କରିଛନ୍ତି । ଯୋଜନା ଆୟୋଗକୁ ବଦଳାଯାଇ ନୀତି ଆୟୋଗ ଗଠନ କରାଗଲା । ଯା ଫଳରେ ଯୋଜନା ମୁତାବକ ଅର୍ଥ ଖର୍ଚ୍ଚ କରାଯିବା ପରମ୍ପରାର ସମାପ୍ତି ଘଟିଲା । ନୀତି ଆୟୋଗର ସୁପାରୀଶଗୁଡିକ ସବୁବେଳେ ସାଧାରଣ ଜନତା ପକ୍ଷରୁ ଯାଞ୍ଚ କରିବାର ସୁଯୋଗ ନ ଥାଏ । ୨୦୧୫ର ପ୍ରଥମାବସ୍ଥାରେ  ନ୍ୟାସନାଲ ଆକାଉଣ୍ଟ୍ ପରିସଂଖ୍ୟାନର ପରିମାର୍ଜନ ଦ୍ୱାରା ସୃଷ୍ଟି ହୋଇଥିବା ଦ୍ୱନ୍ଦ ପଛରେ ସରକାର ମୁଁହ ଲୁଚାଇ ନେଇଥିଲେ ମଧ୍ୟ ସେଥିରେ ସରକାରଙ୍କୁ ଅନେକ ନିନ୍ଦାର ସମ୍ମୁଖୀନ ହେବାକୁ ପଡିଥିଲା । ପରେ ପରେ ମଇ ୨୦୧୭ରେ ଆଇଆଇପିର ପରିମାର୍ଜନ  ହୋଇଥିଲା ।

          ସରକାର ଯେଉଁ  ସଂସ୍କାରର ପ୍ରତିଜ୍ଞା କରିଥିଲେ ତାହା ଏ ପର୍ଯ୍ୟନ୍ତ ହୋଇ ନାହିଁ । ବରଂ ଏହା ବିମୁଦ୍ରୀକରଣ ପରି ଅର୍ଥନୀତିର ବିକାଶର ପରିପନ୍ଥୀ କାର୍ଯ୍ୟ କରି ରାଷ୍ଟ୍ର ଶକ୍ତିକୁ ନିଜ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିଛନ୍ତି । କିନ୍ତୁ ଏନପିଏ ସମସ୍ୟାର ସମାଧାନ ପାଇଁ କିଛି ବି କରି ପାରି ନାହାନ୍ତି । ଜଣେ ଇଏସିଙ୍କ ନିଯୁକ୍ତି କେବଳ ଉତ୍ତମ ନିଷ୍ପତ୍ତି ନିଆଯିବାର ଏକ ବାହାନା ମାତ୍ର କାରଣ ସରକାର ଏବେବି ନିଜର ବିଶାଳ ଘୋଷଣା ଗୁଡିକ ଉପରୁ ବିଶ୍ୱାସ ହରାଇ ପାରି ନାହାନ୍ତି ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top