ଭାରତୀୟ ଜନତା ପାର୍ଟିର ଦୁର୍ବଳତା
ଗ୍ରାମାଂଚଳକୁ ଶାସକ ଦଳର ଅଣଦେଖା ଆର୍ଥିକ ତଥା ସାମାଜିକ ଦୃଷ୍ଟିରୁ ବ୍ୟୟସାପେକ୍ଷ ପ୍ରମାଣିତ ହେଉଛି ।
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ରାଜସ୍ଥାନର କୃଷକମାନେ ରାଜ୍ୟର ଭାରତୀୟ ଜନତା ପାର୍ଟି ସରକାରଠାରୁ ସଫଳତାର ସହିତ ୨୦୦୦୦ କୋଟି ଟଙ୍କାର ରୁଣ ଛାଡ କରାଇନେବା ପରେ ରାଜସ୍ଥାନ ସରକାର ଗତ ଚାରିମାସ ମଧ୍ୟରେ ଏପରି କରିଥିବା ଦେଶର ଚତୁର୍ଥ ରାଜ୍ୟଭାବେ ପରିଗଣିତ ହୋଇଛନ୍ତି । ଯା ଫଳରେ ଏବେ ଦେଶର ଅନ୍ୟାନ୍ୟ ରାଜ୍ୟମାନଙ୍କରେ ଏହି ଦାବୀକୁ ନେଇ ଆନ୍ଦୋଳନମାନ ମୁଣ୍ଡ ଟେକିବାରେ ଲାଗିଛି । ଏଥିରୁ ବୁଝାପଡୁଛି ଯେ ଏହି ସବୁ ରାଜ୍ୟରେ ଯେତେବେଳେ ଆର୍ଥିକ ଓ ରାଜେନୈତିକ ବୋଝ ବଢିବାରେ ଲାଗିଛି ସେତେବେଳେ ବିଜେପିର ବୃହଦ୍ ସଂସ୍କାରର ଏହା ହେଉଛି ପଶ୍ଚାଦଧାବନର ଏକ ଆରମ୍ଭ ମାତ୍ର ।
ରାଜସ୍ଥାନର ଶେଖାୱାତୀ ଅଂଚଳର କୃଷକ, ବିଶେଷକରି ସିକର, ଝୁନଝୁନୁ ଏବଂ ଚୁରୁ ଜିଲ୍ଲାର କୃଷକମାନେ ୨୦୧୭ ମସିହା ସେପ୍ଟେମ୍ବର ୧ ତାରିଖରେ ସିକରଠାରେ ଅନିଶ୍ଚିତକାଳୀନ ଧାରଣାରେ ବସିବାପାଇଁ ଏକତ୍ରିତ ହୋଇଥିଲେ । ଏହା ପୁଣି ବହୁ ପ୍ରକାରର ବିଫଳ ପ୍ରୟାସ ପୃଷ୍ଠଭୂମିରେ ଆରମ୍ଭ ହୋଇଥିଲା । ଜୁନ୍ ୨୦୧୭ ବେଳକୁ ବିମୁଦ୍ରୀକରଣ ପରେ ସ୍ଥାନୀୟ ଚାଷୀମାନଙ୍କର ଫସଲର ଯେଉଁ ପ୍ରକାରରେ ଅଭାବୀ ବିକ୍ରୀ ଆରମ୍ଭ ହେଲା ତାହା ହେଉଛି ସ୍ଥାନୀୟ ଚାଷୀମାନଙ୍କର ବହୁ ସମସ୍ୟାମାନଙ୍କ ମଧ୍ୟରୁ ଗୋଟିଏ ବଡ ସମସ୍ୟା । ଚାରିତ୍ରୀକ କାରଣରୁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର ଆନ୍ଦୋଳନରତ କୃଷକମାନଙ୍କ ସମସ୍ୟାରେ ମୁଣ୍ଡ ପୁରାଇବାକୁ ରାଜି ହେଲେ ନାହିଁ । ବରଂ ସେମାନେ ଆନ୍ଦୋଳନରତ ଶ୍ରମିକମାନଙ୍କର ଏକତାକୁ ଭାଙ୍ଗିିବାକୁ ଉଦ୍ୟମ ଆରମ୍ଭ କରିଦେଲେ । ଏହାର ଫଳ ଓଲଟା ହେଲା ଓ ଏଥିରେ ସିପିଏମ ସମର୍ଥିତ ଅଖିଳ ଭାରତ କୃଷକ ସଭାର ଆନ୍ଦୋଳନ ଅଧିକରୁ ଅଧିକ ତେଜିଲା । ଧୀରେ ଧୀରେ ଏହି ଆନ୍ଦୋଳନକୁ ସମର୍ଥନ କରି ଏଥିରେ ସାଧାରଣ ନାଗରିକ, ସ୍ଥାନୀୟ ବ୍ୟବସାୟୀ, ଜିଲାର ବିଭିନ୍ନ ସହରର ବେପାରୀ ଏବଂ ବହୁ ପରିମାଣରେ ମହିଳାମାନଙ୍କ ସହିତ ବିଭିନ୍ନ ସେବା ପ୍ରଦାନକାରୀ ସଂଗଠନର କର୍ମକର୍ତ୍ତାମାନେ ସାମିଲ ହେଲେ । ସରକାର ଏହାକୁ ଦବାଇବା ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ଦୋକାନ ବଜାର ସବୁ ବନ୍ଦ କରାଇଦେବା ସହିତ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରୀ କରିଦେଲେ । ପୂର୍ବ କୃଷକ ଆନ୍ଦୋଳନମାନଙ୍କ ପରି ନ ହୋଇ ଚଳିତ ବର୍ଷ ରାଜସ୍ଥାନରେ ହୋଇଥିବା କୃଷକମାନଙ୍କର ପ୍ରତିବାଦ ଆନ୍ଦୋଳନରେ ସବୁ ଶ୍ରେଣୀର ଗ୍ରାମୀଣ ଜନତା ଏକଜୁଟ ହୋଇଥିଲେ । ଏବେ ଦେଶସାରା ଗ୍ରାମୀଣ ଜନତା ମଧ୍ୟରେ ଯେଉଁ ଅଶାନ୍ତି ଲାଗି ରହିଛି ଏହା ତାର ଏକ ନଜିର ମାତ୍ର ଥିଲା ।
ବିଜେପିର ସଂସ୍କାର କାର୍ଯ୍ୟସୂଚୀରେ ଗ୍ରାମୀଣ ଭାରତ କଥାଟି ସେପରି ସୁସ୍ପଷ୍ଟ ଭାବରେ ଗୁରୁତ୍ୱ ପାଇ ନାହିଁ । ପାର୍ଟିର ରାଜନୈତିକ କାର୍ଯ୍ୟକ୍ରମ ଗୁଡିକ ଅଧିକାଂଶ ସହରୀ ଅଞ୍ଚଳରେ କେନ୍ଦ୍ରୀଭୂତ । ପାର୍ଟିର ପ୍ରମୁଖ ସମର୍ଥକ ବ୍ରାହ୍ମଣ ଓ ବଣିଆ ଜାତିର ଦେଶର ବିଭିନ୍ନ ସହର ବଜାରରେ ପ୍ରଭାବ ରହିଛି । ୨୦୧୪ ମସିହାରେ ନରେନ୍ଦ୍ର ମୋଦି ହାୱାରେ ଗ୍ରାମୀଣ ଜନତାଙ୍କ ଭୋଟ ବିଜେପି ସପକ୍ଷରେ ନଯିବା ପର୍ଯ୍ୟନ୍ତ ଏହି ଦଳ ଗ୍ରାମୀଣ ଜନତାଙ୍କ ନିକଟରେ ପହଞ୍ôଚବାର ସୀମିତ ଉଦ୍ୟମ କରୁଥଲା । କିନ୍ତୁ ଏବେ ଏହି ସମର୍ଥନ ଧୀରେ ଧୀରେ ବିଜେପି ହାତରୁ ଖସି ଯିବାରେ ଲାଗିଛି । କାରଣ ସମ୍ଭବତଃ ବିଜେପି ଦେଶ ପାଇଁ ସଂସ୍କାର ବ୍ୟବସ୍ଥା କଲାବେଳେ ଗ୍ରାମୀଣ ଜନତା ଏଥିରେ ସାମିଲ ହୋଇ ପାରି ନାହାନ୍ତି ।
ଉଦାରୀକରଣର ୨୭ ବର୍ଷ ପରେ ମଧ୍ୟ ଭାରତର ଗ୍ରାମୀଣ ଅର୍ଥନୀତିର ପ୍ରମୁଖ ଅବଲମ୍ବନ କୃଷି ହିଁ ରହିଛି । ଦେଶର ଶ୍ରମଶକ୍ତିର ୬୦ ପ୍ରତିଶତ ଏବେବି କୃଷି ଉପରେ ନିର୍ଭରଶୀଳ ଓ କୃଷି ଶ୍ରମିକମାନେ ଦେଶର ସକଳ ଘରୋଇ ଉତ୍ପାଦନକୁ ୁ୧୫ ପ୍ରତିଶତ ଯୋଗଦାନ ଦେଇ ଥାଆନ୍ତି । ଅଣକୃଷି କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ବୃଦ୍ଧି ନଘଟିବା, ଗ୍ରାମୀଣ ଇଲାକାରେ ବୁନିଆଦୀ ସୁବିଧା ଗୁଡିକର ବିକାଶରେ ବିଫଳତା ତଥା ରାଷ୍ଟ୍ର ପକ୍ଷରୁ ସାମାଜିକ ନିରାପତ୍ତା ବ୍ୟବସ୍ଥା ସଂକୋଚନ ଯୋଗୁଁ ବହୁ ପରିମାଣରେ ଶ୍ରମଶକ୍ତି କୃଷି ଓ କୃଷି ଆନୁସଙ୍ଗିକ କ୍ଷେତ୍ରରେ ନିଯୁକ୍ତ ହେବାକୁ ବାଧ୍ୟ ହେଉଛନ୍ତି । ତେଣୁ କୃଷିକୁ ଅଣଦେଖା କରିବାର ଅର୍ଥ ହେଉଛି ସାରା ଗ୍ରାମୀଣ ଅର୍ଥନୀତିକୁ ଅଣଦେଖା କରିବା ।
ବିଜେପିର ସାମ୍ପ୍ରତିକ ତିନୋଟି ନୀତି ଯେମିତିକି ଗୋହତ୍ୟା ନିଷେଧ, ବିମୁଦ୍ରୀକରଣ ଏବଂ ଜିଏସଟି ଲାଗୁ କୃଷି ଓ ଗ୍ରାମୀଣ ଅର୍ଥନୀତିକୁ ସିଧାସଳଖ ପ୍ରଭାବିତ କରିଛି । ବିମୁଦ୍ରୀକରଣ ଯୋଗୁଁ କୃଷି ବଜାର ତଥା କୃଷକର ସମସ୍ତ ନେଣଦେଣ ବ୍ୟବସ୍ଥା ପୋଛି ହୋଇଗଲା । ଏହା ଯୋଗୁ କୃଷି ଉତ୍ପାଦିତ ସାମଗ୍ରୀଗୁଡିକର ଦାମ କମିଗଲା । ବର୍ଷକର ଭଲ ଉତ୍ପାଦନ ସତ୍ତେ୍ୱ କୃଷକ ତାର ଉତ୍ପାଦନର ପ୍ରକୃତ ଦାମ ପାଇ ପାରିଲା ନାହିଁ । ଯାହା ଫଳରେ କୃଷକ ଭୟଙ୍କର ଅର୍ଥାଭାବରେ ପଡିବା ସହିତ ଆଗାମୀ ଫସଲ ପାଇଁ ଆବଶ୍ରକ ଅର୍ଥ ଜୁଟାଇ ପାରିଲା ନାହିଁ । ଏଇଥିପାଇଁ ଏବେ ସାରା ଦେଶରେ କୃଷକଙ୍କ ପାଇଁ ରୁଣଛାଡ କରିବା କଥାଟି ଉଠୁଛି । ରୁଣଛାଡ ଫଳରେ ଗୋଟିଏ କଥା ଘଟେ ଯେ କୃଷକକୁ ଆଗମୀ ଫସଲ ଉତ୍ପାଦନ ବା କୃଷିକାର୍ଯ୍ୟ ପାଇଁ ରୁଣ ନେବାକୁ ସହଜ ହୁଏ । ଯେତେବେଳେ କୃଷକ ଆର୍ଥିକ ନିଅଣ୍ଟିଆ ପରିସ୍ଥିତିରେ ପଡିଯାଏ ସେତେବେଳେ ତାର ଗୃହପାଳିତ ପଶୁକୁ ବିକି ସେ ନିଜର ଆର୍ଥିକ ନିଅଣ୍ଟର ଭରଣା କରି ପାରିଥାଏ । ଗୋହତ୍ୟା ନିଷେଧ, ଗୋମାଂସ ବିକ୍ରୀ ଉପରେ ନିଷେଧାଜ୍ଞା ଏବଂ ଗୋସେବକମାନଙ୍କର ଅବାଧ କାରବାର ଏ ବଜାରଟିକୁ ମଧ୍ୟ ଶେଷ କରିଦେଲା । ଗୋପାଳନ ବିଶେଷକରି ଫସଲ ନଷ୍ଟ କରୁଥିବା ବୁଲା ଗାଇଗୋରୁଙ୍କର ଖର୍ଚ୍ଚ, ଯାହାକି ରାଜସ୍ଥାନର କୃଷକମାନେ ଏବେ ବାରମ୍ବାର ଅଭିଯୋଗ କରୁଛନ୍ତି, ବହୁ ପରିମାଣରେ ବୃଦ୍ଧି ପାଇଯାଇଛି । ତୃତୀୟରେ ଜିଏସଟି ଲାଗୁ ହେବା ଫଳରେ ଏହା ବହୁ ପରିମାଣରେ ଛୋଟ ବ୍ୟବସାୟୀ ଓ ସେବା ପ୍ରଦାନକାରୀମାନଙ୍କୁ ପ୍ରଭାବିତ କରିବା ସହିତ କୃଷିରେ ବ୍ୟବହୃତ ହେଉଥିବା ସାମଗ୍ରୀଗୁଡିକର ଦାମକୁ ମଧ୍ୟ ବଢାଇ ଦେଇଛି । ପରିଣାମ ସ୍ୱରୂପ କୃଷକମାନଙ୍କର ଆନ୍ଦୋଳନକୁ ଅଣକୃଷି କ୍ଷେତ୍ରଗୁଡିକରୁ ଅଧିକରୁ ଅଧିକ ସମର୍ଥନ ମିଳୁଛି । ତେଣୁ ବିଜେପି ନିଜର ସଂସ୍କାର କଥା କହି ଯେତେ ଢୋଲ ବାଡେଇଲେ ମଧ୍ୟ ଏହାର ବାସ୍ତବ ପରିଣାମ ଠିକ ବିପରୀତ ହୋଇଥିବାର ଦେଖିବାକୁ ମିଳୁଛି ।
ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ପୂର୍ବ ନିର୍ବାଚନୀ ଘୋଷଣା ଅନୁଯାୟୀ କୃଷକଙ୍କ ରୁଣଛାଡ କଥାଟିକୁ ବାଦ ଦେଲେ, କେବଳ ଗୋଟିଏ ବିୋରାଧୀ ରାଜନୈତିକ ଦଳ ଯିଏକି ଏହି କୃଷକ ଆନ୍ଦୋଳନକୁ ସଂଗଠିତ କରି ଦେଖାଇଛି ତଥା ପ୍ରତିନିଧିତ୍ୱ କରୁଛି ସିଏ ହେଉଛି ସିପିଆଇ(ଏମ୍) ଦଳ । ଏହି ଗଣ ଆନ୍ଦୋଳନର ପୁରୋଭାଗରେ ରହି ବିଶେଷକରି ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ଆନ୍ଦୋଳନକୁ ନେତୃତ୍ୱ ଦେବା ସହିତ ସରକାରୀକଳ ସହିତ ଆଲୋଚନା କରିବା ଓ ଆଗାମୀ ଦିନରେ ହରିଆନାରେ ଆନ୍ଦୋଳନ କରିବା କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ କୃଷକ ସଂଗଠନ ବା ଏଆଇକେଏସ ରହିଛି । ସମ୍ପ୍ରତି ଚାଲିଥିବା ଅଣସଂଗଠିତ ଓ ଅନୋ÷ପଚାରିକ ନିଯୁକ୍ତି ଯୁଗରେ ପାରମ୍ପରିକ ଶ୍ରମିକ ଆନ୍ଦୋଳନ ଶ୍ରମିକମାନଙ୍କର ସମସ୍ୟାକୁ ନେଇ ରାଷ୍ଟ୍ର ବିରୋଧରେ ଆନ୍ଦୋଳନ କରିବା ଖୁସିର କଥା । ସେମାନେ କିପରି ଏହି ଆନ୍ଦୋଳନର ରାଜନୈତିକ ଫାଇଦା ନେଇ ଏହାର ଭୁଷୁଡି ପଡୁଥିବା ନିର୍ବାଚନୀ ଭାଗ୍ୟକୁ ସଡାଡିବେ ତାହା ଭାରତୀୟ ବାମପନ୍ଥୀମାନଙ୍କ ସମ୍ମୁଖରେ ଏକ ଆହ୍ୱାନ । ବିଜେପି ଆଗରେ ଆହ୍ୱାନଟି ହେଉଛି ଏହାର ନୂତନ ଭାରତ କାର୍ଯ୍ୟକ୍ରମରେ ଗ୍ରାମୀଣ ଭାରତର କଥାକୁ ସାମିଲ କରିବା ।