ISSN (Print) - 0012-9976 | ISSN (Online) - 2349-8846

ପ୍ରବଞ୍ଚନାପୂର୍ଣ୍ଣ ସ୍ୱାଧୀନତା

କ୍ଷମତାରେ ଥିବା ଲୋକଙ୍କ ସହ ଯଦି ତୁମେ ସହମତ ଅଛ ତେବେଯାଇ ମୁକ୍ତଭାବେ କିଛି କହିପାରିବ ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ସମାଲୋଚନା କରିବାର ସ୍ୱାଧୀନତା ଦେଶର ସରକାରଙ୍କ ପକ୍ଷରୁ ଭାରତୀୟ ନାଗରିକମାନଙ୍କୁ ଦିଆ ଯାଇଥିବା ଏକ ବିଶେଷ ଅନୁଗ୍ରହ ନୁହେଁ । ଏହା ଭାରତୀୟ ସମ୍ବିଧାନର ଧାରା ୧୯(୧)(କ)ରେ ସୁନିଶ୍ଚିତ କରାଯାଇଛି ।  କିନ୍ତୁ ସମ୍ପ୍ରତି ନୂଆଦିଲ୍ଲୀର କ୍ଷମତାଧାରୀମାନଙ୍କର କେତେକ ଆଚରଣ ଏବଂ ଉଚ୍ଚାରଣ ଜଣକୁ ଏହି ଉପସଂହାରରେ   ଉପନିତ ହେବାକୁ ବାଧ୍ୟ କରିବ ଯେ ଏଭଳି ଆଚରଣ ଓ ଉଚ୍ଚାରଣ ପ୍ରତି ନରମ ମନୋଭାବ  କେବଳ ସେହିମାନଙ୍କୁ ମିଳେ ଯେଉଁମାନେ ସରକାର ଏବଂ ତାଙ୍କରି ରାଜନୈତିକ  ତତ୍ତ୍ୱ ଓ  ଆଦର୍ଶକୁ  ସମର୍ଥନ କରନ୍ତି, ଯେଉଁମାନେ ଏହା କରନ୍ତି ନାହିଁ ସେମାନେ ମଧ୍ୟ ସ୍ୱାଧୀନ ମତ ଦେଇ ପାରିବେ କିନ୍ତୁ ଏଥିପାଇଁ ସେମାନଙ୍କ ୁଏକ ସାଂଘାତିକ ବିପଦର ସମ୍ମ୍ୂଖୀନ ହେବାକୁ ପ୍ରସ୍ତୁତ ହୋଇ ରହିିବାକୁ ପଡିବ । ଯଦି ଜଣେ କହିବ ଯେ ଏହା ହେଉଛି ମୁକ୍ତ ଓ ଅବାଧ ମତବ୍ୟକ୍ତ କରିବାର ଅଧିକାର ଉପରେ ଏକ  ଗମ୍ଭୀର ହସ୍ତକ୍ଷେପ ତେବେ  ତାକୁ କୁହାଯିବ ଯେ ଏହାର କୌଣସି ଚାକ୍ଷୁସ ପ୍ରମାଣ ନାହିଁ, କେବଳ କେତେଜଣ  ଖୋଲାଖୋଲି ମତବ୍ୟକ୍ତ କରୁଥିବା  ଲେଖକ ଏବଂ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ହତ୍ୟା କରି ଦିଆଯିବାକୁ ଦେଶର ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ବ୍ୟାଖ୍ୟା କରାଯାଇ ନ ପାରେ ।

            ଆମକୁ କହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରତି ଏତେ ବେଶୀ ନିଷ୍ଠାବାନ ଯେ ତାଙ୍କୁ ଯେଉଁମାନେ ସାମାଜିକ ଗଣମାଧ୍ୟମ( ସୋସିଆଲ ମେଡିଆ)ରେ   ପିଛା କରନ୍ତି ସେ ସେମାନଙ୍କୁ ଆଦୌ ରୋକନ୍ତି ନାହିଁ ।  ଏପରିକି ବେଙ୍ଗାଲୁରୁରେ ସେପ୍ଟେମ୍ବର ୫ ତାରିଖ ଦିନ ଯେତେବେଳେ ଜଣେ ପ୍ରତିଷ୍ଠିତ ସାମ୍ବାଦିକା ଗୌରୀ  ଲଙ୍କେଶଙ୍କୁ ହତ୍ୟା କରାଗଲା ସେତେବେଳେ ଗୌରୀଙ୍କ ବିରୁଦ୍ଧରେ ଯେଉଁମାନେ ପ୍ରଚୁର କୂଭାଷା ପ୍ରୟୋଗ କରି ଗାଳି ଦେବାରେ ବେଶ ଆକ୍ରମଣାତ୍ମକ ଭଙ୍ଗୀ ଆପଣେଇଲେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆଦୌ ରୋକିଲେ ନାହିଁ । ଭାରତୀୟ ଜନତା ପାର୍ଟିର କର୍ଣ୍ଣାଟକ ଯୁବମୋର୍ଚ୍ଚାର ଜଣେ ଯୁବକ ଯେତେବେଳେ ଐତିହାସିକ ତଥା ଲେଖକ ରାମଚନ୍ଦ୍ର ଗୁହା ସେପ୍ଟେମ୍ବର ୬ ତାରିଖରେ ଗୌରୀ ଲଙ୍କେଶଙ୍କ ହତ୍ୟାକୁ ନେଇ ଦେଇଥିବା ମନ୍ତବ୍ୟ ବିରୁଦ୍ଧରେ  ଅପରାଧୀକ ଏବଂ ବେସାମରୀକ ମାନହାନୀ ମୋକଦମ୍ମା କରିବାକୁ ନୋଟିସ ପଠାଇଲେ ତାହାକୁ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଆକ୍ରମଣ ବା ଅସହିଷ୍ଣୁତା  ପଦବାଚ୍ୟ  କୁହାଗଲା ନାହିଁ । ଗୁହା  ‘ସ୍କ୍ରେ।।ଲ’ କୁ ଦେଇଥିବା ତାଙ୍କ ସାକ୍ଷାତକାରରେ କହିଥିଲେ ଯେ ଲଙ୍କେଶଙ୍କ ହତ୍ୟାକାରୀମାନେ ସେହି ସଂଘ ପରିବାରରୁ ଆସିଥିଲେ ଯେଉଁଥିରୁ ଡାଭୋଲକର, ପାନସାରେ ଏବଂ କୁଲବୁର୍ଗିଙ୍କ ହତ୍ୟାକାରୀମାନେ ଆସିଥିଲେ । ଏକ ଆଇନସିଦ୍ଧ  ବିଜ୍ଞପ୍ତିରେ କୁହାଯାଇଛି ଯେ ଏହା ବିଜେପିର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବ ଓ ଏହା ହେଉଛି ଆରୋପମୂଳକ  ତଥା ସମ୍ମାନହାନୀ ସୂଚକ ଲେଖା ।

            ଏହି ଦୁଇ ମୁଁହା କଥାରୁ ଗୋଟିଏ କଥା ସ୍ପଷ୍ଟ ହୋଇ ଯାଉଛି ଯେ ଯେଉଁକଥାଟି ବିଜେପିକୁ ସୁହାଇଥାଏ ସେ ଘୃଣାରେ ଭରପୁର  ବକ୍ତୃତା ହୋଇଥିଲେ ବି ତାକୁ କହିବା ଲେଖିବାରେ ଅଭିବ୍ୟକ୍ତିର ଅଧିକାର କଥାଟିର ପୁରା ପୁରା ପରିପାଳନ ହୋଇଥାଏ  କିନ୍ତୁ ଯେତେବେଳେ ଗୁହାଙ୍କ ଭଳି ସମାଲୋଚକମାନେ କିଛି କୁହନ୍ତି ସେତେବେଳେ କୁହାଯାଏ ଯେ ସେମାନେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି ।  ସମାଲୋଚକ ମାନଙ୍କୁ କଷ୍ଟଦେବା ବା ଭୟଭୀତ କରିବାପାଇଁ ଅପରାଧିକ ମାନହାନୀ ମୋକଦ୍ଦମା କେବଳ ଗୋଟିଏ  ଅସ୍ତ୍ର । ଅନ୍ୟଟି ହେଉଛି ରାଜଦ୍ରୋହ ମାମଲାରେ ଛନ୍ଦିଦେବା ପାଇଁ ବ୍ୟବହୃତ ହେଉଥିବା ଭାରତୀୟ ପିଙ୍ଗଳ କୋର୍ଡର ଧାରା ୧୨୪କ । “ ଦି ହୁଟ” ନାମକ ୱେବସାଇଟରେ କୁହାଯାଇଛି ଯେ ୨୦୧୪ ରୁ ୨୦୧୬ ମସିହା ଅର୍ଥାତ୍ ଗତ ଦୁଇ ବର୍ଷ ମଧ୍ୟରେ ଦେଶଦ୍ରୋହ ମୋକଦ୍ଦମାର ସଂଖ୍ୟା ୦ ରୁ ୧୧ରେ ପହଞ୍ôଚଛି ।  ସଂଖ୍ୟାରେ କମ ବୋଲି ଜଣା ପଡୁଥିଲେ ବି ଏହା ଅନ୍ୟ ସମାଲୋଚକମାନଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ  କାରଣ  ଏଥିରୁ ମିଳୁଥିବା ଦଣ୍ଡ ଯେତିକି ଭୟଙ୍କର ନୁହେଁ ଦେଶଦ୍ରୋହ ମୋକଦ୍ଦମାରେ ଜଡିତ ହୋଇଯିବା ପରେ ଜଣେ ଏହାକୁ ନେଇ ନ୍ୟାୟାଳୟରେ ଲଢିବାର ଯେଉଁ ପ୍ରକ୍ରିୟା ତାହା ଖୁବ୍  କଷ୍ଟକର ହୋଇଯାଏ ।  ଜଣେ ସମାଲୋଚକଙ୍କ ବିରୁଦ୍ଧରେ  ଦେଶଦ୍ରୋହ ମୋକଦ୍ଦମା ଲଗାଇଦେବାର ମୂଳ କାରଣଟି ହେଉଛି ଏହା ଦ୍ୱାରା ସେହି ରାସ୍ତା ଆପଣାଉଥିବା  ଅନ୍ୟ ସମାଲୋଚକମାନେ ଭୟଭୀତ ହେବେ ଓ ଲେଖାଟିଏ ଲେଖିବା ପୂର୍ବରୁ ଦୁଇଥର ଚିନ୍ତା କରିବେ । ଏହା ହେଉଛି ଏକ ଦମନମୂଳକ କୌଶଳ ଯାହାକୁ କି ପୁରା ରଣନୀତି ତିଆରି କରାଯାଇ ସ୍ୱଳ୍ପ କିନ୍ତୁ ବଛା ବଛା ଲୋକଙ୍କ କ୍ଷେତ୍ରରେ ପ୍ରୟୋଗ  କରାଯାଏ  ଯାହା ଫଳରେ ପ୍ରଭାବଟା ଜବରଦସ୍ତ ଓ ସୁଦୂର ପ୍ରସାରୀ ହୋଇ ପାରିବ । 

            କିଛି ପରିମାଣରେ ଏହି କୌଶଳ ମଧ୍ୟ ସଫଳ ହୋଇ ପାରିଥାଏ  । କିନ୍ତୁ ତା ସତ୍ତେ୍ୱ ନିଷ୍ଠାବାନ କିଛି ଲୋକ ଅଛନ୍ତି ଯେଉଁମାନେ  ସେମାନଙ୍କ ବାଣୀକୁ ବିରାମ ଦେଇ ନାହାନ୍ତି । ୨୦୧୬ ମସିହାରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କିଛି ଛାତ୍ରଙ୍କୁ ଦେଶଦ୍ରୋହ ମାମଲାରେ ପକାଇ ଦିଆଗଲା । ତା ସତ୍ତେ୍ୱ  ସେମାନେ ଯେଉଁ ଅଭିବ୍ୟକ୍ତିର ସ୍ୱାଧୀନତା  ପାଇଁ  ଲଢୁୁଥିଲେ ତାହା ନ ଅଟକି ବରଂ ସେମାନେ ସେଥିରେ ଅଧିକରୁ ଅଧିକ ଲୋକଙ୍କୁ  ସାମିଲ କରାଇ  ପାରିଲେ । ଅଭିବ୍ୟକ୍ତିର ସ୍ୱାଧୀନତା ପାଇଁ ଯେ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇବେ ସେଭଳି ଚିନ୍ତା କରିବା ଠିକ୍ ନୁହେଁ କାରଣ ଯେ ପର୍ଯ୍ୟନ୍ତ ଜଣେ ନିଜେ ଏଥିରେ ପ୍ରଭାବିତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଏହାକୁ ଚଳାଇନେବା ଭଳି ଏକ ମାମୁଲି ଘଟଣା ଭାବରେ ଗଣା ଯାଉଥିବ । ତେଣୁ ଛାତ୍ରଛାତ୍ରୀ, ଲେଖକ,ସାମ୍ବାଦିକମାନଙ୍କ ଭିତରେ ହିଁ ଏହା ବିରୋଧରେ ଅଶ୍ୱସ୍ତିଭାବ  ପ୍ରକାଶ ପାଇଥାଏ ଓ କ୍ରୋଧ ଉଦ୍ରେକ ହୋଇଥାଏ  । ଯେତେବେଳେ ୧୬ ବର୍ଷ ବୟସ୍କ ବାଳକ ଜୁନେଦ ଖାନଙ୍କୁ ଗତ ଜୁନ ମାସରେ ଦିଲ୍ଲୀ ନିକଟରେ  ଗୋମାଂସ ରଖିବା ଅଭିଯୋଗରେ ନିଷ୍ଠୁର ଭାବରେ  ହତ୍ୟା କରାଗଲା ତା ପରେ ପରେ ଘୃଣା ଓ ଅସହିଷ୍ଣୁତା ବିରୋଧରେ  ଯେପରି ପ୍ରତିକ୍ରିୟା ପ୍ରକାଶ ପାଇଲା ସେଥିରୁ ଜଣା ପଡିଲା ଏକ ବିଶାଳ ଇଲାକା ଅଶାନ୍ତ ହୋଇ ଉଠିଛି । ଗତ ସପ୍ତାହରେ ଶତାଧିକ ସାମ୍ବାଦିକ ଓ ସାମାଜିକ କର୍ମୀ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟାକାଣ୍ଡକୁ ଭିନ୍ନମତ ପ୍ରକାଶ କରିବା ଉପରେ ଏକ ସିଧାସଳଖ ଆକ୍ରମଣ ବୋଲି କହି ଏହାର ଜୋରଦାର ଢଙ୍ଗରେ ବିରୋଧ କରିଥିଲେ ।

            ସାମ୍ପ୍ରତିକ ପ୍ରତିବାଦ ଓ ଆଗାମୀ କେତେମାସ ମଧ୍ୟରେ କର୍ଣ୍ଣାଟକରେ ହେବାକୁ ଥିବା  ନିର୍ବାଚନ ପରିପ୍ରେକ୍ଷୀରେ ଚିନ୍ତା କରାଯିବା କଥା ଯେ ବିଜେପି କାହିଁକି ଏହାର କର୍ଣ୍ଣାଟକ ଯୁବ ଶାଖାକୁ ଜଣେ ଜଣାଶୁଣା ବ୍ୟକ୍ତି ଗୁହାଙ୍କ ବିରୁଦ୍ଧରେ ମୋକଦ୍ଦମା କରିବାକୁ ଅନୁମତି ଦେଲା? ପାର୍ଟିର ବରିଷ୍ଠ ନେତାମାନେ  କ’ଣ ଅପରିଣାମଦର୍ଶୀ ନା ସେମାନେ ଅଟକଳ ଲଗାଇଲେ ଯେ ନିର୍ବାଚନ ସମୟରେ  ବିଭିନ୍ନ ସହର ଓ ନଗରରେ ଏଭଳି ପ୍ରତିବାଦ ସେମାନଙ୍କ ପାର୍ଟିର ଲୋକପ୍ରିୟତାକୁ କାଳିମାମୟ କରିବ ? ବୋଧହୁଏ ସେମାନେ ବିଶ୍ୱାସ କରନ୍ତି ଯେ ଗୁହାଙ୍କ ଭଳି ପ୍ରତିଷ୍ଠିତ  ସମାଲୋଚକଙ୍କ ବିରୁଦ୍ଧରେ ମୋକଦ୍ଦମା କରିଦେଲେ ତାଙ୍କ ପାର୍ଟିର ଅନୁଗତଙ୍କ ସଂଖ୍ୟାରେ ବୃଦ୍ଧ ଘଟିବ ।  ବିଜେପିର  ନିର୍ବାଚନୀ ହିସାବ ଅନୁଯାୟୀ ସାମାଜିକ ଗଣମାଧ୍ୟମରେ ଯେଉଁ ସବୁ କ୍ରୋଧ ପ୍ରକାଶ ପାଉଛି ତାହା ତାଙ୍କ ପାଇଁ ମୂଲ୍ୟହୀନ । ଏପରିକି ଯେଉଁ ଦାବୀ ଉଠୁଛି ଯେ  ପ୍ରଧାନମନ୍ତ୍ରୀ କିଛି ଲୋକଙ୍କୁ ରୋକନ୍ତୁ  ତାହା ହୁଏତ କିଛି ଲୋକଙ୍କୁ ଭଲ ଲାଗିପାରେ  କିନ୍ତୁ ସେଥିରେ ପାର୍ଟିକୁ କିଛି ଫରକ ପଡିବ ନାହିଁ ।  ପ୍ରକୃତ କଥା ହେଉଛି ସମାଲୋଚକମାନଙ୍କ ବିରୁଦ୍ଧରେ ବିଜେପିର ଆକ୍ରଣାତ୍ମକ ରଣନୀତି ସମାଲୋଚକମାନଙ୍କୁ  ଅନ୍ୟମାନଙ୍କଠାରୁ ଅଲଗା କରିଦେବାର ଚତୁରତାର ସହ କରାଯାଇଥିବା ଯୋଜନା ହୋଇଥାଇପାରେ ଯାହା ଫଳରେ ସେମାନେ ସବୁ ଅପ୍ରାସଙ୍ଗିକ ହୋଇଯିବେ  ।

            ସ୍ୱାଧୀନତାର ଅର୍ଥ ଉପରେ ମତଦେଇ ଥରେ ରୋଜା ଲକ୍ସମବର୍ଗ ଗୋଟିଏ କଥା କହିଥିଲେ ଯାହାକି ସାମ୍ପ୍ରତିକ ଭାରତ ପାଇଁ ପୁରାପୁରି ପ୍ରଜୁଯ୍ୟ । ସେ କହିଥିଲେ ,  “ସ୍ୱାଧୀନତା ହେଉଛି ତାହାରି ସ୍ୱାଧୀନତା ଯିଏ ଭିନ୍ନ ଭାବରେ ଚିନ୍ତା କରିପାରେ ।  କେବଳ ନ୍ୟାୟ ବ୍ୟବସ୍ଥାର ଅତି-ଉତ୍ସାହୀ ଧାରଣା ପାଇଁ ନୁହେଁ ବରଂ କେବଳ ସେହି ସବୁ କଥା ଯାହା କି ଶିକ୍ଷାମୂଳକ, ପରିଣାମଦର୍ଶୀ, ଏବଂ ଯାହା  ରାଜନୀତିକ ସ୍ୱାଧୀନତାରେ  ଶୁଦ୍ଧତା ଆଣେ ସେହି ସବୁଅତ୍ୟାବଶ୍ୟକ ଗୁଣ ଉପରେ ସ୍ୱାଧୀନତା ତିଷ୍ଠି ରହିବା ପାଇଁ  ନିର୍ଭର କରେ ଆଉ  ଯେତେବେଳେ ସ୍ୱାଧୀନତା କିଛି ଲୋକଙ୍କର ଏକ ବିଶେଷ ଅଧିକାର ହୋଇଯାଏ ସେତେବେଳେ ଏହାର କାର୍ଯ୍ୟକାରିତା ଉଭେଇ ଯାଏ । ଆଜିର ଭାରତରେ ଆମେ କେବଳ ନିର୍ଦ୍ଦିଷ୍ଟ ଭାବରେ  ଏଇକଥା ଦେଖୁଛୁ ।  ଅଭିବ୍ୟକ୍ତିର ସ୍ୱାଧୀନତା କିଛି ଲୋକଙ୍କ ପାଇଁ ବିଶେଷାଧିକାର ହୋଇଛି  ଅଥଚ କିଛି ଲୋକଙ୍କୁ ଆଦୌ ସ୍ୱାଧିନତାର ସ୍ୱାଦ ମିଳୁ ନାହିଁ । ଅଥଚ ଯେଉଁମାନେ ମୁକ୍ତ ଅଭିବ୍ୟକ୍ତିର ତଣ୍ଟି ଚିପି ଦେଉଛନ୍ତି ସେହିମାନେ ଅଧିକରୁ ଅଧିକ ସ୍ୱାଧୀନତା ଓ ଗଣତନ୍ତ୍ରର ମନ୍ତ୍ରୋଚ୍ଚାରଣ କରିବାରେ ଲାଗିଛନ୍ତି ।

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top