ପଶ୍ଚିମବଙ୍ଗର ସାମ୍ପ୍ରଦାୟିକ ଛିଦ୍ର
ପଶ୍ଚିମବଙ୍ଗରେ ନିକଟରେ ଘଟିଥିବା ସାମ୍ପ୍ରଦାୟିକ ଉତ୍ତେଜନାର ଚେରଟି ସେଠାକାର ହିନ୍ଦୁ-ମୁସଲମାନ ବିଦ୍ୱେଷର ଇତିହାସ ଭିତରେ ଲୁଚିରହିଛି ।
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ନିକଟରେ ପଶ୍ଚିମବଙ୍ଗର ବସିରହାଟ ଉପାଞ୍ଚଳର ବଦୁରିଆ ଠାରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ରାଜ୍ୟର କ୍ରମବର୍ଦ୍ଧିଷ୍ଣୁ ସାମ୍ପ୍ରଦାୟିକ ଧ୍ରୂବୀକରଣର ଲକ୍ଷଣକୁ ସୂଚାଉଛି । ହିନ୍ଦୁ-ମୁସଲମାନ ବିଦ୍ୱେଷ ପଶ୍ଚିମବଙ୍ଗରେ ବୃଦ୍ଧି ପାଉଥିବା ଭାରତୀୟ ଜନତା ପାର୍ଟି (ଈଔଚ)ର ନିର୍ବାଚନ ସଂକ୍ରାନ୍ତୀୟ ଅଭିଳାଷ ସହ ସମ୍ପର୍କିତ । ଏଥିପାଇଁ ଯେ, ନିର୍ବାଚନମଣ୍ଡଳୀର ଏକ ଅଂଶ ଈଔଚ ଆଡ଼କୁ କ୍ରମେ ବଢ଼ି ବଢ଼ି ଚାଲିଛନ୍ତି ଯାହା ନିକଟ ଅତୀତରେ ଘଟିଯାଇଥିବା ଉକ୍ତ ପ୍ରଦେଶର ସାମ୍ପ୍ରଦାୟିକତାର ଇତିହାସ ପର୍ଯ୍ୟାଲୋଚନା କଲେ ଜଣାପଡ଼ିବ । ଏହା ଦର୍ଶାଉଛି ଯେ, ଦେଶସାରା ଯେଉଁ ହିନ୍ଦୁ ସାମ୍ପ୍ରଦାୟିକ ଘୃଣାର ଜୁଆର ଉଠିଛି ତାହାଦ୍ୱାରା ପଶ୍ଚିମବଙ୍ଗ ନୂଆକରି ସଂକ୍ରମିତ ହେବା ଦୂରର କଥା ବରଂ ନିକଟର ରାଜନୈତିକ ଘଟଣାବଳୀ ଐତିହାସିକ ସମୟରୁ ଏଠାରେ ରହିଆସିଥିବା ତୀବ୍ର ସାମାଜିକ ଦ୍ୱେଷଭାବର ମିଟିକୁ ମାଟି ଉପରକୁ ନେଇଆସିଛି ।
ସମ୍ଭବତଃ ଏକ ୧୭ବର୍ଷୀୟ ସ୍କୁଲ ଛାତ୍ର ଦ୍ୱାରା ଫେସ୍ବୁକ୍ ପ୍ରଚାର ପତ୍ରରେ ଇସଲାମଧର୍ମ ପ୍ରବର୍ତ୍ତକ ଏବଂ ‘କାବା' ଉପରେ ଆପାତତଃ କୌଣସି ପ୍ରମାଣ ନଥାଇ ଅପମାନଜନକ ମନ୍ତବ୍ୟ ଆରୋପ କରିବା ହୁଏତ ବସିରହାଟ ଘଟଣାକୁ ଉତ୍ତେଜନାର ଖୋରାକ ଯୋଗାଇଥିଲା । ଏହା ସମ୍ଭବତଃ କତିପୟ ବିଶୃଙ୍ଖଳ ମୁସଲମାନମାନଙ୍କୁ ଭଙ୍ଗାରୁଜା କରିବା ପାଇଁ ସୁଯୋଗ ଯୋଗାଇଥିଲା ଏବଂ ସେମାନେ ଦୋଷୀକୁ ଧରିବା କିମ୍ବା ଫାଶୀଦେବାକୁ ଦାବୀ କରିଥିଲେ । ହିନ୍ଦୁମାନେ ପ୍ରତିଶୋଧ ପରାୟଣ ହେଲେ ଏବଂ ଏହି ହିଂସା ଅନେକ ଦିନ ଧରି ଚାଲୁରହିଲା । ଲୋକମାନଙ୍କ ଦ୍ୱାରା ଏକ ଭିତ୍ତିହୀନ ଖବର ପ୍ରସାରିତ ହେଲା ଯେ, ବି.ଜେ.ପି. ଏହି ସାମ୍ପ୍ରଦାୟିକ ହିଂସାକୁ ଖୋରାକ ଯୋଗାଇଛି । କ୍ଷମତାସୀନ ରାଜ୍ୟ ସରକାର ତୃଣମୂଳ କଂଗ୍ରେସ (ଞଗଉ) , ବିଜେପି ବିଶୃଙ୍ଖଳା ସୃଷ୍ଟି କରୁଛି ବୋଲି ନିନ୍ଦା ଆରୋପ କଲା ଏବଂ ବି.ଜେ.ପି. ରାଷ୍ଟ୍ରପତି ଶାସନ ଜାରି କରିବାପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କଲା । ସର୍ବସାଧାରଣରେ ଏହି କାଦୁଅଫିଙ୍ଗା ବଙ୍ଗଳାର ସାମାଜିକ ସ୍ତରରେ ଥିବା ଗଭୀର ଫାଟକୁ ଲୁଚାଇ ରଖିପାରିନଥିଲା, ଯାହାକୁ ନିକଟ ଅତୀତରେ ବିଜେପିର ପ୍ରଚାର ଅଧିକ ବିସ୍ତାରିତ କଲା ।
ବଙ୍ଗଳାରେ ହିନ୍ଦୁ-ମୁସଲମାନ ହିଂସାର ଆରମ୍ଭ ପ୍ରାୟ ଆଦ୍ୟ ଊନବିଂଶ ଶତାବ୍ଦୀରେ ହୋଇଥିଲା ବୋଲି କୁହାଯାଇପାରେ । ଏହି ସାମ୍ପ୍ରଦାୟିକ ବିଦ୍ୱେଷ ଅଧିକାଂଶରେ ଉପନିବେଶୀୟ ନୀତିଗୁଡ଼ିକ ଯୋଗୁଁ ଅଧିକ ଘନୀଭୂତ ହୋଇଥିଲା ପରବର୍ତ୍ତୀ ଦଶନ୍ଧି ଗୁଡ଼ିକରେ । ୧୯୩୦ଦଶକର ମଧ୍ୟଭାଗରେ ଯେତେବେଳେ ଉପନିବେଶୀୟ ରାଷ୍ଟ୍ର ପ୍ରାଦେଶିକ ସରକାରମାନଙ୍କ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କଲେ, ବଙ୍ଗଳାରେ ମୁସଲିମ୍ ରାଜନୈତିକ ସଙ୍ଗଠନମାନେ ଶାସନକୁ ଆସିଲେ ଯେହେତୁ ସେଠି ହିନ୍ଦୁମାନେ ଜନସଂଖ୍ୟା ଦୃଷ୍ଟିରୁ ସଂଖ୍ୟାଲଘୁ ଥିଲେ । ସ୍ୱାଧୀନତା ପୂର୍ବରୁ ଅନେକ ବର୍ଷ ଧରି ବଙ୍ଗଳା ମୁସଲିମ ଲିଗ୍ର ଶାସନାଧିନ ଥିଲା ଏହି ସତ୍ୟଟି ଜନସ୍ମୃତିରୁ ଲିଭିଯାଇଛି । ଦୀର୍ଘ ସମୟଧରି ଶାସନରେ ରହିଥିବା ଯୋଗୁଁ ଯେଉଁ ମୁସଲମାନବିରୋଧୀ ବିଦ୍ୱେଷ ଜନ୍ମ ନେଇଥିଲା ସେହି କଥାଟି ମଧ୍ୟ ଆମେ ଭୂଲିଯାଇଛୁ । ଅଗଷ୍ଟ ୧୯୪୬ ମସିହାରେ ଭାରତ ବିଭାଜନର ହିଂସା କଲିକତାର ବିରାଟ ଜନହତ୍ୟାରୁ ଆରମ୍ଭ ହୋଇଥିଲା । ନୀତି ଓ ନୈତିକତାକୁ ବଳି ଦେଇ ନିଃସନ୍ଦେହ ଭାବେ ଲିଗ୍ର ନେତାମାନେ ସାମ୍ପ୍ରଦାୟିକତାର ଅଗ୍ନିକୁ ତେଜଷ୍କ୍ରିୟ କରି ରଖିଥିଲେ । ତାହାର ମୁକାବିଲା କରିବାପାଇଁ ଯେଉଁ ହିନ୍ଦୁ ସାମ୍ପ୍ରଦାୟିକତା ମୁଣ୍ଡଟେକି ଥିଲା ତାହା ଦେଶ ବିଭାଜନ ପରେ ବଙ୍ଗଳାରେ ଏକ ଲୁକ୍କାୟିତ ଶକ୍ତି ହିସାବରେ ରହିଆସିଥିଲା ।
ହିନ୍ଦୁ ମହାସଭା (ଐଗ) ଯାହା ଆଜିର ବି.ଜେ.ପି.ର ପୂର୍ବଜ ଥିଲା, ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ, ଏକ ଶକ୍ତ ରାଜନୈତିକ ଶକ୍ତି ହିସାବରେ ପରିଚିତ ଥିଲା । ବିବିଧ କାରଣଯୋଗୁଁ ବିଶେଷକରି ଗାନ୍ଧୀଙ୍କ ହତ୍ୟାପରେ ଯେଉଁ ପ୍ରବଳ ଜନ ପ୍ରତିକ୍ରିୟା ଦେଖାଗଲା , ବିଭାଜନ ପରବର୍ତ୍ତୀ ପଶ୍ଚିମବଙ୍ଗର ହିନ୍ଦୁ ମହାସଭାର ଅବକ୍ଷୟ ଘଟିଲା ଏବଂ ବାମପନ୍ଥୀମାନଙ୍କ ଅଭ୍ୟୁଦୟ ହେଲା । ମାତ୍ର ହିନ୍ଦୁ ସାମ୍ପ୍ରଦାୟିକତାବାଦ ଉଭୟ କଂଗ୍ରେସ ଶାସନକାଳରେ ଓ ବାମପନ୍ଥୀଙ୍କ ଅମଳରେ ଗାଲିଚା ତଳେ ଲୁଚି ରହିଆସିଥିଲା ଏବଂ ଏହାର ପୁଷ୍ଟିକରଣରେ କୌଣସି ଅସୁବିଧା ରହିନଥିଲା ।
ପଶ୍ଚିମବଙ୍ଗ ରାଜନୀତିରେ ବାମପନ୍ଥୀ ଦଳଗୁଡ଼ିକ ସେମାନଙ୍କର ସ୍ଥିତି, ଶରଣାର୍ଥୀମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଦୃଢ଼ କରିବାରେ ଲାଗିଲେ । ପ୍ରାରମ୍ଭିକ ସମୟର ତରଙ୍ଗ ଅପେକ୍ଷାକୃତ ଅଧିକ ଭଲ ଥିଲା, ବିଶେଷ ଭାବରେ ବହୁସଂଖ୍ୟାରେ ଉଚ୍ଚଜାତିର ହିନ୍ଦୁ ଶରଣାର୍ଥୀଙ୍କ ଉପସ୍ଥିତି ଯୋଗୁଁ । ଶରଣାର୍ଥୀମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଅନେକ ସମୟରେ ବାମପନ୍ଥୀମାନଙ୍କୁ କଡ଼ା ମୁସଲମାନ ବିରୋଧୀ ହେବାକୁ ପଡ଼ୁଥିଲା ।
ଚକିତ ହେବାକଥା ନୁହେଁ ଯେ, କଂଗ୍ରେସର ସ୍ଥାନ ନେଇ ୧୯୭୦ ଦଶକରେ ଯେଉଁ ବାମପନ୍ଥୀ ଦଳ ପଶ୍ଚିମବଙ୍ଗରେ ଶାସନ କ୍ଷମତାକୁ ଆସିଲେ ସେମାନଙ୍କର ସାମାଜିକ ପୃଷ୍ଠଭୂମି ଭଦ୍ରଲୋକ ସ୍ତରର ଥିଲା ।
୨୦୦୬ ମସିହାରେ ସାଚାର କମିଟିଙ୍କର ଚିନ୍ତା ଉଦ୍ରେକକାରୀ ରିପୋର୍ଟ ଲୋକଲୋଚନକୁ ଆସିବାଯାଏଁ, ବାମପନ୍ଥୀ ଶାସନକାଳରେ ପଶ୍ଚିମବଙ୍ଗରେ ମୁସଲମାନମାନଙ୍କର ପରିସ୍ଥିତି ମୋଟାମୋଟି ଭାବେ ଅପରୀକ୍ଷିତ ଥିଲା । ଏହା ପ୍ରମାଣିତ କରିଦେଲା ଯେ, ଗରିବ ସପକ୍ଷରେ ବାମପନ୍ଥୀମାନଙ୍କ ଆଳଙ୍କାରିକ କଥନ ମୁସଲିମମାନଙ୍କୁ କ୍ଷମତାସୀନ କରିବା ପାଇଁ କୌଣସି ପଦକ୍ଷେପ ନେଇ ନାହିଁ । କିନ୍ତୁ ଏହା ପ୍ରତ୍ୟକ୍ଷ ହେଲା ଯେ ପୂର୍ବରୁ କଂଗ୍ରେସ ଶାସକ ଦଳ ଭଳି ବାମପନ୍ଥୀ ଦଳଗୁଡ଼ିକ ପାଇଁ ମଧ୍ୟ ଅତ୍ୟନ୍ତ ରକ୍ଷଣଶୀଳ ମୁସଲମାନ ଗୋଷ୍ଠୀ ନେତାମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିବାରେ କୌଣସି ଶଙ୍କା ନଥିଲା । କାରଣ, ସେମାନେ ଅଧିକାଂଶ ସମୟରେ ନିର୍ବାଚନମଣ୍ଡଳୀର କିଛି ମୁସଲମାନ ଗୋଷ୍ଠୀଙ୍କୁ ନିୟନ୍ତ୍ରଣରେ ରଖୁଥିଲେ ଯେଉଁମାନେ ମୁଖ୍ୟତଃ ବିଭାଜନ ପରେ ଗୋଷ୍ଠି ଗୋଷ୍ଠି ହୋଇ ଗୋଟିଏ ସ୍ଥାନରେ ବାସ କରୁଥିଲେ ।
ପରିଶେଷରେ ପଶ୍ଚିମବଙ୍ଗ ବାମପନ୍ଥୀ ସରକାର ପରବର୍ତ୍ତୀ ପର୍ଯ୍ୟାୟରେ ଅନୁପ୍ରବେଶ କରୁଥିବା ଶରଣାର୍ଥୀ (ବିଶେଷକରି ନିମ୍ନ ଜାତିର କୃଷକ ସମୁଦାୟ) ମାନଙ୍କୁ ଶତ୍ରୁ ଭାବରେ ଦେଖିବାକୁ ଲାଗିଲେ କାରଣ, ଏମାନେ ରାଜ୍ୟ ରାଜକୋଷର ସମ୍ବଳ ଉପରେ ବୋଝ ସଦୃଶ ଥିଲେ । ପୁନଶ୍ଚ ଜମି ଆବଣ୍ଟନର ଉତ୍ତମ ପ୍ରାଥମିକ ପଦକ୍ଷେପ ନେଲାପରେ ସରକାର ପରେ ବହୁସଂଖ୍ୟକ ଗରିବ କୃଷକମାନଙ୍କୁ ଦୂରେଇ ଦେଲେ । ଏହିପରି ଭାବରେ ଆପାତତଃ ଦୃଶ୍ୟମାନ ହେଉଥିବା ସ୍ଥିରତାର ଉହାଡ଼ରେ ବହୁବର୍ଷ ଧରି ଶାସନରେ ରହିଥିବା ବାମପନ୍ଥୀ ସରକାରଙ୍କ ସାମାଜିକ ମୂଳ ଭିତ୍ତିଭୂମି କ୍ରମଶଃ କ୍ଷୟ ହେବାରେ ଲାଗିଲା । ତୃଣମୂଳ କଂଗ୍ରେସ ଏହାର ଏହିଭଳି ଫାଟର ଫାଇଦା ଉଠାଇଲା ଏବଂ ୨୦୧୧ରେ କ୍ଷମତାକୁ ଆସିଲା । ମାତ୍ର ଏହା ସମୟ ମାପକାଠିରେ ପରଖ ହୋଇଥିବା କେତେକ ରାଜନୈତିକ କୌଶଳ ସହ ଆଗେଇ ଚାଲିଲା । ପୂର୍ବ ଅଧିକାରୀମାନଙ୍କ ଭଳି ତୃଣମୂଳ କଂଗ୍ରେସ ସେହି ରକ୍ଷଣଶୀଳ ମୁସଲମାନ ନେତୃତ୍ୱକୁ ସନ୍ତୁଷ୍ଟ କରିବାରେ ଲାଗିଲା । ଏହା ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ ଯେ, ବସିରହାଟ ନିର୍ବାଚନ ମଣ୍ଡଳୀର ତୃଣମୂଳ କଂଗ୍ରେସର ପାର୍ଲାମେଣ୍ଟ ସଦସ୍ୟ ଇଦ୍ରିସ୍ ଅଲି, ୨୦୦୭ ମସିହାରେ ବଙ୍ଗଳାଦେଶରୁ ନିର୍ବାସିତ ହୋଇଥିବା ଲେଖିକା ତସ୍ଲିମା ନସ୍ରିନ୍ ପଶ୍ଚିମବଙ୍ଗରୁ ବହିଷ୍କୃତ କରିବାପାଇଁ ଦାବୀକରି ଦଙ୍ଗା ଉସୁକାଇଥିଲେ ।
ପଶ୍ଚିମବଙ୍ଗ ରାଜନୀତି ପ୍ରତି ତୃଣମୂଳ କଂଗ୍ରେସର ମୁଖ୍ୟ ଅବଦାନ ହେଉଛି ଯେ ସର୍ବସାଧାରଣରେ ଧର୍ମକୁ ନେଇ ଚର୍ଚ୍ଚା ନକରିବାର ଯେଉଁ ପ୍ରଥା ଥିଲା, ତାକୁ ଉଠାଇ ଦେଇଥିଲା । ମମତା ବାନାର୍ଜୀ କ୍ରମାଗତ ଭାବେ ଫମ୍ପା ପ୍ରତୀକାତ୍ମକ ଭଙ୍ଗୀରେ ତାଙ୍କର ମୁସଲମାନ ନିର୍ବାଚନମଣ୍ଡଳୀରେ ପ୍ରଦର୍ଶନ କରୁଥିଲେ ଯାହା ସାଧାରଣ ମୁସଲମାନମାନଙ୍କର ଜୀବନରେ କୌଣସି ପ୍ରଭାବ ପକାଇ ପାରିନଥିଲା । ସହଜରେ ଜଣାପଡ଼ୁଥିବା ତାଙ୍କର ମୁସଲମାନ ସପକ୍ଷବାଦୀ ଗତିବିଧି ଯାହା କେବଳ ହିନ୍ଦୁମାନଙ୍କୁ ଉତ୍କ୍ଷିପ୍ତ କଲା ଏବଂ ମୁସଲମାନ ନେତୃତ୍ୱକୁ ସାହସ ଯୋଗାଇଲା । ବିଜେପି ଏହି ସୁଯୋଗ ହାତଛଡ଼ା କଲାନାହିଁ ଏବଂ ପଶ୍ଚିମବଙ୍ଗର ଅସନ୍ତୁଷ୍ଟ ଏବଂ କ୍ରମଶଃ ବୃଦ୍ଧି ପାଉଥିବା ମାନସିକ ବିକାରଗ୍ରସ୍ତ ହିନ୍ଦୁ ଭୋଟଦାତାଙ୍କ ସହଯୋଗ ଯୋଗାଡ଼ କରିବାରେ ଲାଗିଲା । ଏହି କୌଶଳ ଭବିଷ୍ୟତରେ ବିଜେପିକୁ ଶାସନ କରିବାରେ ସହାୟକ ହୋଇପାରେ । କିନ୍ତୁ ଇତିହାସ ଶିକ୍ଷା ଦିଏ ଯେ, ବଙ୍ଗଳା ରାଜନୀତିରେ କୌଣସି ଦଳ ସାମ୍ପ୍ରଦାୟିକତାକୁ ଗ୍ରହଣ କରି ତିଷ୍ଠିପାରିବ ନାହିଁ । ଏହି ପ୍ରଥାଟି ରହିଛି ଏବଂ ଅନେକ ଦଶନ୍ଧିଧରି ପଶ୍ଚିମବଙ୍ଗକୁ ଶାସନ କରିଆସିଥିବା ବିଭିନ୍ନ ରାଜନୈତିକ ଶକ୍ତିମାନଙ୍କ ଦ୍ୱାରା ହୃଷ୍ଟପୁଷ୍ଟ ମଧ୍ୟ ହୋଇଆସିଛି ।