ISSN (Print) - 0012-9976 | ISSN (Online) - 2349-8846

ଗୁଳିର ବାର୍ତ୍ତ

ଗୌରୀ ଲଙ୍କେଶଙ୍କ ହତ୍ୟା ଜନମାଧ୍ୟମକୁ ଏକ ଅଶୁଭବାର୍ତ୍ତା ପ୍ରେରଣ କରୁଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ସେପ୍ଟେମ୍ବର ୫ ତାରିଖରେ ବେଙ୍ଗାଲୁରୁର ଜଣେ ସ୍ୱାଧିନଚେତା ତଥା ସାଲିସ ବିହିନା ସାମ୍ବାଦିକା ଗୌରୀ ଲଙ୍କେଶ ଯେତେବେଳେ ତାଙ୍କ ଘର ଭିତରକୁ ପ୍ରବେଶ କରୁଥିଲେ ସେତିକିବେଳେ ତାଙ୍କୁ ଯେଉଁ ହତ୍ୟାକାରୀର ଗୁଳିଟି ହତ୍ୟାକଲା ସିଏ କେବଳ ହତ୍ୟା କରିବା କାର୍ଯ୍ୟଟି କଲା ନାହିଁ ତାଠାରୁ ଆହୁରି ଅନେକ କିଛି କରି ଦେଇଗଲା ହତ୍ୟାକାରୀମାନେ ଏହା ଦ୍ୱାରା ଅନ୍ୟ ସାମ୍ବାଦିକ ଓ ସମାଲୋଚକ ଯେଉଁମାନେ ଲଙ୍କେଶଙ୍କଠାରୁ ଅଧା ନିର୍ଭିକ ହୋଇ ନ ଥିଲେ ମଧ୍ୟ ତାଙ୍କ ଭଳି ବିଶ୍ୱାସ କରନ୍ତି ଯେ ସାମ୍ବାଦିକ ହିସାବରେ ସେମାନଙ୍କର ପ୍ରଶ୍ନ ପଚାରିବାର ଅଧିକାର ଅଛି, ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନଙ୍କ ଭୁଲ କାର୍ଯ୍ୟ ଗୁଡିକୁ ସମାଲୋଚନା କରିବାର ଅଧିକାର ଅଛି, ପ୍ରଚଳିତ ମତ ବିରୁଦ୍ଧରେ ମତ ଦେବାର ଅଧିକାର ଅଛି, ସାମାଜିକ ଅସତ୍କର୍ମ ଗୁଡିକର ଅନୁସନ୍ଧାନ ବା ଯାଞ୍ଚ କରିବାର ଅଧିକାର ଅଛି, ମଣିଷର ଅଧିକାରର ହନନ ଓ ଉଚ୍ଚସ୍ତରରେ ହେଉଥିବା ଦୁର୍ନୀତି କୁ ସେମାନେ ପର୍ଦ୍ଦାଫାଶ କରିକି ରହିବେ ଅର୍ଥାତ୍ ଏକ ସ୍ୱାଧୀନ ଦେଶରେ ସାମ୍ବାଦିକମାନେ ଯାହା କରିବା କଥା ସେମାନେ କରିବେ, ସେମାନଙ୍କୁ ଗୌରୀ ଲଙ୍କେଶଙ୍କ ହତ୍ୟାକାରୀମାନେ ଏକ ନର୍ଦ୍ଦିଷ୍ଟ ବର୍ତ୍ତା ପ୍ରେରଣ କରିଛନ୍ତି

ଲଙ୍କେଶ ଥିଲେ ଦଳିତ ଏବଂ ସଂଖ୍ୟାଲଘୁ ଲୋକଙ୍କ ଅଧିକାର ବିରୁଦ୍ଧରେ ସକ୍ରିୟ ଥିବା ରୁଢିବାଦୀ ଶକ୍ତି ବିରୁଦ୍ଧରେ ଖୋଲାଖୋଲି ମତବ୍ୟକ୍ତ କରୁଥିବା ଜଣେ ସାମ୍ବାଦିକା କନ୍ନଡ ଭାଷାରେ ପ୍ରକାଶ ପାଉଥିବା ତାଙ୍କ ପତ୍ରିକା ଗୌରୀ ଲଙ୍କେଶ ପତ୍ରିକେ ଯାହାକୁ କି ଗୌରି ଲଙ୍କେଶ ତାଙ୍କ ପିତା ପି ଲଙ୍କେଶ (ଯିଏକି ଲଙ୍କେଶ ପତ୍ରିକା ମାଧ୍ୟମରେ ଟାବଲଏଡ ସାମ୍ବାଦିକତାକୁ ଶିଖରରେ ପହୁଞ୍ଚାଇଥିଲେ )ଙ୍କ ପରେ ନିୟମିତ୍ତ ଭାବରେ ପ୍ରକାଶ କରି ଆସୁଥିଲେ ଓ ସେଥିରେ କ୍ଷମତାଧର ମାନଙ୍କ କଳା କାରନାମାକୁ ଲୋକଲୋଚନକୁ ଆଣିବାରେ ସାମାନ୍ୟ ଟିକିଏ ଦ୍ୱିଧା ପ୍ରକାଶ କରୁ ନ ଥିଲେ ସେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଓ ଭାରତୀୟ ଜନତା ପାର୍ଟିର ଜଣେ ପ୍ରଚଣ୍ଡ ସମାଲୋଚକ ଥିଲେ ତା ସହିତ ରାଜ୍ୟର କଂଗ୍ରେସ ସରକାରର ଯେତେ କୁକାର୍ଯ୍ୟ ତାକୁ ମଧ୍ୟ ସମାଲୋଚନା ନକରି ଛାଡୁ ନ ଥିଲେ ସେ ଆଞ୍ଚଳିକ ଗୋଷ୍ଠୀ ଗୁଡିକର ଶତୃ ହୋଇ ଯାଇଥିଲେ ମଧ୍ୟ ଯେଉଁ ବ୍ୟକ୍ତିମାନେ ସରକାର ଓ କ୍ଷମତାରେ ଥିବା ପାର୍ଟିକୁ ଆହ୍ୱାନ ଦେଉଥିଲେ ସେମାନଙ୍କ ସମର୍ଥନରେ ହାତ ବଢାଇ ଦେଉଥିଲେ ଆମେ ଯାହା ଜାଣିଛୁ ଲଙ୍କେଶ କନ୍ନଡ ଭାଷାର ପ୍ରସିଦ୍ଧ ଲେଖକ ତଥା ଐତିହାସିକ ଏମ ଏମ କୁଲବର୍ଗି ଯାହାଙ୍କୁ କି ହତ୍ୟାକାରୀ ମାନେ ୨୦୧୫ରେ ସିଧାସଳଖ ତାଙ୍କ ଘରେ ପାଇ ଗୁଲିମାରି ହତ୍ୟା କରିଥିଲେ ତାଙ୍କ ପରି ସିଧାସଳଖ କାହାରି ଠାରୁ ହତ୍ୟା ଧମକ ପାଇ ନ ଥିଲେ କୂଲବର୍ଗିଙ୍କୁ ହିନ୍ଦୁ ଆତଙ୍କବାଦୀମାନେ ୧୯୮୯ ମସିହାରୁ ଧମକ ଦେଇ ଆସିଥିଲେ

ଗୌରୀ ଲଙ୍କେଶଙ୍କ ହତ୍ୟା ସାମ୍ବାଦିକ, ସକ୍ରିୟ କାର୍ଯ୍ୟକର୍ତ୍ତା ତଥା ଭିନ୍ନମତବାଦୀ ସମ୍ପ୍ରଦାୟକୁ ଦୋହଲାଇ ଦେଇଛି ଯେଉଁଥିପାଇଁ ଏହି ଲୋକମାନେ ସାରା ଭାରତବର୍ଷରେ ଲଙ୍କେଶଙ୍କ ହତ୍ୟାର ପ୍ରତିବାଦ କରିଛନ୍ତି ନିଜର ପତ୍ରିକା ପ୍ରକାଶ କରିବା ପୂର୍ବରୁ ଲଙ୍କେଶ ଜଣେ ବିଶିଷ୍ଟ ସାମ୍ବାଦିକା ଥିଲେ ଓ ସେ ଇଁରାଜୀରେ ସାମ୍ବାଦିକତା କରୁଥିଲେ ସେ କୌଣସି ଛୋଟ ସହର ବା ଏକାନ୍ତ ସହରତଳି ଅଞ୍ଚଳରେ ରହୁ ନ ଥିଲେ, ସେ ଏକ ମହାନଗରୀରେ ବାସ କରୁଥିଲେ ଏକ ସାପ୍ତାହୀକ ଟାବଲଏଡ ପତ୍ରିକାର ମୁଦ୍ରାକର, ପ୍ରକାଶକ, ସତ୍ତା୍ୱଧୀକାରୀ ଓ ସମ୍ପାଦକ ହିସାବରେ ହେଉ ବା ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବରେ ହେଉ ସେ ତାଙ୍କ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବହୁ ସମୟରେ ଗସ୍ତ କରୁଥିଲେ ଜଣେ ସମ୍ପାଦିକା ଭାବରେ ସେ ବହୁ ମାନହାନୀସୂଚକ ଅପରାଧିକ ମୋକଦମ୍ମାର ସମ୍ମୁଖୀନ ହୋଇଛନ୍ତି ଗତ ବର୍ଷ ବିଜେପିର ଧରୱାଡରୁ ନିର୍ବାଚିତ ବିଜେପି ସାଂସଦ ପ୍ରହଲ୍ଲାଦ ଜୋଷୀ ଓ ବିଜେପି ନେତା ଉମେଶ ଦୁଷୀଙ୍କ ପକ୍ଷରୁ କରାଯାଇଥିବା ଦୁଇଟି ମୋକଦମ୍ମାରେ ଦୋଷୀ ସାବ୍ୟସ୍ତ ମଧ୍ୟ ହୋଇଛନ୍ତି ସେ ଯୋଜନା କରୁଥିଲେ ଯେ ତାହା ବିରୁଦ୍ଧରେ ସେ ସେସନ କୋର୍ଟରେ ଆବେଦନ କରିବେ ହେଲେ ତାଙ୍କର ଏହି ଦୃଶ୍ୟମାନ ସକ୍ରିୟତା ତାଙ୍କୁ ଢାଲ ସାଜି ହତ୍ୟାକାରୀମାନଙ୍କ କବଳରୁ ବଞ୍ଚାଇ ପାରିଲା ନାହିଁ ଏ ଘଟଣାଟି ସେହି ମାନଙ୍କର ସାହସିକତା ଓ ନିର୍ଭୀକତାକୁ ପ୍ରଦର୍ଶନ କରୁଛି ଯେଉଁମାନେ ସେମାନଙ୍କ ସମାଲୋଚକମାନଙ୍କୁ ଅନ୍ୟ କୌଣସି ବାଟରେ ନ ରୋକି ସିଧା ସେମାନଙ୍କୁ ହତ୍ୟା କରି ପଥ ପରିସ୍କାର କରିଦେବାକୁ ଚାହୁଁଛନ୍ତି

ଗୋøରୀ ଲଙ୍କେଶଙ୍କୁ ହତ୍ୟା କରି ଏହି ହତ୍ୟାକାରୀମାନେ ଜନମାଧ୍ୟମକୁ କୌଣସି ବର୍ତ୍ତା ଦେବାକୁ ଚାହୁଁଛନ୍ତି କି ? ଯେ ପର୍ଯ୍ୟନ୍ତ ହତ୍ୟାକାରୀମାନେ ଚିହ୍ନଟ ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ ଏ ବିଷୟରେ କୌଣସି ଉପସଂହାରରେ ପହଞ୍ôଚବା ଉଚିତ୍ ହେବ ନାହିଁ ତେବେ ଦେଖିôବାକୁ ଗଲେ ଭାରତୀୟ ଜନମାଧ୍ୟମରେ ସେପରି ଅଧିକ ସଂଖ୍ୟାରେ ଗୌରୀ ଲଙ୍କେଶଙ୍କ ଭଳି ସାମ୍ବାଦିକ/ସାମ୍ବାଦିକା ନାହାନ୍ତି ଯେଉଁମାନେ କି ଭ୍ରଷ୍ଟ ଲୋକମାନଙ୍କୁ ସେମାନଙ୍କୁ ଅସୁବିଧାରେ ପକାଉଥିବା ପ୍ରଶ୍ନ ପଚାରି ନିଜକୁ ଅପ୍ରିୟ କାରଣ ଗୁଡିକରେ ଜଡିତ କରିଥାଆନ୍ତି ବରଂ ଏକଥା କହିଲେ ଭଲ ହେବ ଭାରତୀୟ ଜନମାଧ୍ୟମର ମୁଖ୍ୟସ୍ରୋତଟି ନମନୀୟ ଏବଂ ପ୍ରଶ୍ନ ପଚାରୁ ନ ଥିବା ସାମ୍ବାଦିକ ଓ ସାମ୍ବାଦିକାରେ ଭରପୁର କେବଳ କେତୋଟି ହାତ ଗଣତି ସମ୍ମାନଜନକ ବ୍ୟତିକ୍ରମ ଅଛନ୍ତି ଯେଉଁମାନେ ସ୍ଥିତାବସ୍ଥାରେ ବିଶ୍ୱାସ ନକରି ପ୍ରଶ୍ନ କରନ୍ତି ସେହିଭଳି ଏବେର ଜନମାଧ୍ୟମର ମାଲିକାନାର ଯେଉଁ ଢାଞ୍ଚା ରହିଛି ସେଥିରେ କୌଣସି ଜଣେ ସାମ୍ବାଦିକ ବ୍ୟକ୍ତିଗତ ଭାବରେ କୌଣସି ପ୍ରଶ୍ନ ପଚାରିପାରିବ ନାହିଁ ବା ଜଣେ ଶକ୍ତିଧରଙ୍କର ଭ୍ରଷ୍ଟାଚାରର ପର୍ଦ୍ଦାଫାଶ କରି ପାରିବ ନାହିଁ ଯେ ପର୍ଯ୍ୟନ୍ତ ତା ମାଲିକ ସେଥିପାଇଁ ରାଜି ନ ହୋଇଛି ସମ୍ପ୍ରତି ବେପାରୀ ସମାଜ ଓ ରାଜନୈତିକ ବ୍ୟକ୍ତି ମାନଙ୍କୁ ସ୍ୱତନ୍ତ୍ର କରିବା ପାଇଁ କୌଣସି ସୀମାରେଖା ନଥିବାରୁ ସେଭଳି କିଛି ଘଟିବା କଥା ଭାବିବାଟା ଅମୂଳକ ତେଣୁ ଏବେ ଦେଶର ଅର୍ଥନୀତି ହେଉ, ବିଦେଶ ନୀତି ହେଉ ବା ଆନ୍ତରିକ ସୁରକ୍ଷାର କଥା ହେଉ ସବୁଥିରେ ପ୍ରତିପତ୍ତି ତଥା ପ୍ରଭାବଶାଳୀ ଶକ୍ତିମାନଙ୍କୁ ସୁହାଇବା ଭଳି ଓ ସେମାନଙ୍କ ନିସୃତ ବିବରଣୀର ଚିତ୍ର ଦେଖିବାକୁ ମିଳୁଛି କୁହାଯାଉଛି ଯେ ସ୍ୱାଧୀନଚେତା ସାମ୍ବାଦିକ ଓ ପ୍ରକାଶନୀ ଏକ ଅନାବଶ୍ୟକ ଆବଶ୍ୟକତା ମାତ୍ର ତେଣୁ କଦବା କ୍ୱଚିତ୍ କୌଣସି ପ୍ରକାଶନୀରେ ଏକ ସ୍ୱତନ୍ତ୍ର କଥା ଶୁଣିବାକୁ, ପଢିବାକୁ ବା ଦେଖିବାକୁ ମିଳୁଛି କିନ୍ତୁ ଏ ସବୁର ଭିତରେ ଗୌରୀ ଲଙ୍କେଶ ପତ୍ରିକେ ଭଳି ପ୍ରକାଶନୀ ଗୁଡିକ ମଧ୍ୟ ଛିଡା ହୋଇ ସେମାନଙ୍କ କଥା କହୁଛନ୍ତି , ସେମାନଙ୍କ ସଂଖ୍ୟା କମ ହୋଇପାରେ କିନ୍ତୁ ସେମାନେ ପ୍ରକୃତରେ ତୁଚ୍ଛ, ନଗଣ୍ୟ, ନିରର୍ଥକ ବା ପ୍ରଭାବହୀନ ନୁହନ୍ତି ଏହି ଛୋଟିଆ ଛୋଟିଆ ସ୍ୱରଗୁଡିକ କାହିିଁକି କେଜାଣି ଖୁବ ଶବ୍ଦକରି ଶୁଣାଯାଇଥାଏ, ତେଣୁ ପ୍ରତିପତ୍ତିଶାଳୀମାନେ ଏହି ବିକଳ୍ପ ଜନମାଧ୍ୟମକୁ ଲାଞ୍ଚ ଦେଇ ନିଜ ପକ୍ଷଭୁକ୍ତ କରିବାର ଉଦ୍ୟମ କରି ପ୍ରତିକୂଳଗାମୀ ସାମ୍ବାଦିକ/ସାମ୍ବାଦିକା ବା ସମାଲୋଚକ ମାନଙ୍କୁ ନିଜ ଆଡକୁ ଆଣି ଗତାନୁଗତିକ ଧାରାର ଅନୁକୂଳରେ ଯିବା ପାଇଁ ବିଭିନ୍ନ ରାସ୍ତା ଆପଣେଇ ଥାଆନ୍ତି ଏହି ବିକଳ୍ପ ଚିନ୍ତାଧାରୀ ସାମ୍ବାଦିକ/ ସାମ୍ବାଦିକା, ଲେଖକ/ଲେଖିକା, ସମାଲୋଚକ/ସମାଲୋଚିକାମାନଙ୍କର ସମସ୍ୟାଟି ହେଉଛି ସେମାନଙ୍କ ପଛରେ କାହାର ଅଦୃଶ୍ୟ ହାତ ନଥାଏ ତେଣୁ ସେମାନଙ୍କ ମଧ୍ୟରୁ ଅନେକ ମଧ୍ୟ ରାଷ୍ଟ୍ର ବା ସେମାନଙ୍କ ସମାଲୋଚନାର ଶିକାର ହୋଇଥିବା ଶକ୍ତିଧରମାନଙ୍କର ଖାପଚିରେ ପଡି ଯାଇଥାଆନ୍ତି

ଗୌରୀ ଲଙ୍କେଶଙ୍କର ସ୍ୱରକୁ ସବୁଦିନ ପାଇଁ ନିରବ କରାଇଦେବାପାଇଁ ଏକ ଗୁଳିର ବ୍ୟବହାର କରାଗଲା, କିନ୍ତୁ ଏହି ପ୍ରକାରର ସ୍ୱରକୁ ଦବାଇ ଦେବାରଆଉ ଏକ ଅସ୍ତ୍ର ହେଉଛି ଅପରାଧିକ ସମ୍ମାନହାନୀ ମୋକଦମ୍ମା ଗୌରୀ ଲଙ୍କେଶଙ୍କ ବିରୁଦ୍ଧରେ ହୋଇଥିବା ମୋକଦମ୍ମା ତାଙ୍କ ସ୍ୱରକୁ ନିରବେଇ ପାରି ନଥିଲା କିନ୍ତୁ ପତ୍ର ପତ୍ରିକା ଓ ସାମ୍ବାଦିକମାନଙ୍କୁ ସେମାନଙ୍କ ଲାଇନରେ ପକାଇବା ପାଇଁ ଧନୀ ଓ ପ୍ରଭାବଶାଳୀ ଲୋକମାନେ ଏହି ଅସ୍ତ୍ରଟିକୁ ବ୍ୟବହାର କରି ଥାଆନ୍ତି ଓ କରୁଛନ୍ତି ଏହି ପ୍ରାଚୀନ ଓ ଦମନମୂଳକ ଆଇନ ଉପରେ ବିତର୍କ ପାଇଁ ଏବେ ସମୟ ଆସିଛି ମଇ ୨୦୧୬ରେ ସୁବ୍ରମଣ୍ୟମ ସ୍ୱାମୀ ବନାମ ଭାରତ ସରକାର ମୋକଦମ୍ମାରେ ସୁପ୍ରମକୋର୍ଟ ଏହି ଆଇନ ବିରୁଦ୍ଧରେ ହୋଇଥିବା ଗୋଟିଏ ମୋକଦମ୍ମାକୁ ଖାରଜ କରି ସାରିଛନ୍ତି ସୁପ୍ରିମ କୋର୍ଟର ଜଣେ ବିଶିଷ୍ଟ ଆଇନଜ୍ଞ ରାଜୀବ ଧବନ ଓୟାରରେ ଲେଖିଛନ୍ତି ଯେ ପୃଥିବୀଟା ସମତଳ ନୁହେଁ, ଅସମାନ କିନ୍ତୁ ଶକ୍ତିଶାଳୀ ଲୋକମାନେ ଆଇନର ବ୍ୟବହାରକରି ଲୋକମାନଙ୍କୁ ନିରବ ଓ ଥଣ୍ଡା କରିଦେବାର ଉଦ୍ୟମ କରୁଛନ୍ତି ଏହା ହେଉଛି ଏହି ମୋକଦମ୍ମାର ପ୍ରକୃତ ନିଦାନ ଯାହାକୁ କି ନ୍ୟାୟମୂର୍ତ୍ତି ଭି ଆର କ୍ରିଷ୍ଣା ଆୟାର ତାଙ୍କ ରାୟରେ ସାମିଲ କରିଥିଲେ ସମାଲୋଚକମାନଙ୍କୁ ନିରବ କରାଇ ଦେଉଥିବା ଏପରି ଏକ ଆଇନ ଏକ ଗଣତାନ୍ତ୍ରିକ ଢାଞ୍ଚା ଭିତରେ ରହିବା ଅନୁଚିତ୍ ଆମେମାନେ ମନେ ରଖିବା ଉଚିତ୍ ଯେ ୧୯୮୮ରେ ଯେତେବେଳେ ରାଜୀବ ଗାନ୍ଧି ସରକାର ମାନହାନୀ ବିଧେୟକକୁ ସଂସଦରେ ପାରିତ କରାଇବା ପାଇଁ ଉଦ୍ୟମ କରିଥିଲେ ସେତେବେଳେ ସେ ଏହାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ କାରଣ ସାରା ଜନମାଧ୍ୟମ ସେତେବେଳେ ଏହା ବିରୁଦ୍ଧରେ ଏକଜୁଟ ହୋଇ ଛିଡା ହୋଇଥିଲା ଯଦି ଜନମାଧ୍ୟମ ପୁଣି ଥରେ ଏକଜୁଟ ହୋଇ ଅପରାଧିକ ମାନହାନୀ ଆଇନର ବିରୋଧ କରନ୍ତି ତାହା ବୋଧହୁଏ ଗୌରୀ ଲଙ୍କେଶଙ୍କ ପରି ଜଣେ ଜନମାଧ୍ୟମର ପ୍ରତିନିଧିଙ୍କ ପାଇଁ ସବୁଠୁ ଯୋଗ୍ୟ ଓ ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ ହେବ  ତାଙ୍କୁ ଯେଭଳି ପଶୁ ଭଳି ହତ୍ୟା କରାଗଲା ତାହା ସବୁ ସାମ୍ବାଦିକଙ୍କ ପାଇଁ ଏକ ଚେତାବନୀ ଏବଂ ଆହ୍ୱାନ ଏବେ କେବଳ ସେମାନଙ୍କ ଜୀବନ ଦାଉଁରେ ଲାଗି ନାହିଁ, ଏବେ ଆଶଙ୍କା ପ୍ରକାଶ ପାଇଛି ଯେ ସ୍ୱାଧୀନ ଓ ନିର୍ଭିକ ସାମ୍ବାଦିକତା ଖୁବ ଶୀଘ୍ର ବିଲୁପ୍ତର ଅତଳଗର୍ଭକୁ ଚାଲିଯିବାର ସମୟ ପାଖେଇ ଆସୁଛି

Back to Top