ISSN (Print) - 0012-9976 | ISSN (Online) - 2349-8846

ଏକ ସମୟ ଅନୁପଯୋଗୀ ହସ୍ତକ୍ଷେପ

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣ ସମସ୍ୟାକୁ ଅଧିକ ଜଟିଳ କରିବ

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

କମ୍ପାନୀମାନେ ସେମାନଙ୍କଠାରୁ ରୁଣ ନେଇ ତାକୁ ଆଉ ସୁଝିବାକୁ ଇଚ୍ଛା କରୁନଥିବା କାରଣରୁ ହେଉ ବା କ୍ରମାଗତ କ୍ଷତିରେ ଚାଲୁଥିବା କାରଣରୁ ହେଉ ଯେତେବେଳେ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ (ପିଏସବି)ଗୁଡିକ ଆର୍ଥିକ ସମସ୍ୟାର ବୋଝରେ ଝୁଙ୍କି ପଡୁଛନ୍ତି ସେହି ସମୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗତ ମାସରେ ଏହି ବ୍ୟାଙ୍କଗୁଡିକର ମିଶ୍ରଣକୁ ତ୍ୱରାନ୍ୱିତ କରିବା ପାଇଁ ଏକ ବିକଳ୍ପ ବ୍ୟବସ୍ଥା ଚିନ୍ତା କରୁଥିବା କଥା ଘୋଷଣା କରିଛନ୍ତି ଏଥିରେ କେତେକ ବ୍ୟାଙ୍କ ବୋର୍ଡ ପକ୍ଷରୁ ନୀତିଗତ ଭାବରେ ବ୍ୟାଙ୍କଗୁଡିକର ସଂଯୋଗୀକରଣ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ସାମିଲ କରାଯାଉଛି କିନ୍ତୁ ଏପରି ଏକ ନୀତିଗତ ପ୍ରସ୍ତାବପାଇଁ ବୋଧେ ଏହାଠାରୁ ଖରାପ ସମୟ ଆଉ କେବେ ଆସିବ ନାହିଁ ଆଜି ଭାରତର ବ୍ୟାଙ୍କ କ୍ଷେତ୍ରଗୁଡିକ ପାଇଁ ସବୁଠାରୁ ବଡ ଚିନ୍ତାର ବିଷୟ ହୋଇଛି ରୁଣ ଓ କମ୍ପାନୀମାନଙ୍କ ଉପରେ ରହିଥିବା ସୁଧ ଆଦାୟ ପାଇଁ ସୁଗମ ବାଟ ବାହାର କରିବା, ଯାହା ଫଳରେ ସେମାନେ ଅଧିକ ରୁଣ ପ୍ରଦାନ କରି ଅର୍ଥ ବ୍ୟବସ୍ଥାରେ ଅଧିକ ପୁଞ୍ଜି ଲଗାଣର ବ୍ୟବସ୍ଥା କରି ପାରିବେ କିନ୍ତୁ ବ୍ୟାଙ୍କ ମିଶ୍ରଣର ଏକ ତ୍ୱରିତ ବିକଳ୍ପ ଏହି ସମସ୍ୟାର ସମାଧାନ କରାଇ ପାରିବ ନାହିଁ ବରଂ ଏଥିରେ ଅବସ୍ଥା ଅଧିକ ଖରାପ ହୋଇପାରେ ଓ ମିଶ୍ରଣ କରାଯାଉଥିବା ବ୍ୟାଙ୍କଗୁଡିକ ଏଥିରୁ ସେପରି କିଛି ଲାଭ ପାଇବେ ନାହିଁ କେବଳ ସେମାନଙ୍କୁ ଚାପରେ ପକାଉଥିବା ଆର୍ôଥକବୋଝ ଗୁଡିକର ଏକତ୍ରୀକରଣ ହେଲେ ହୋଇପାରେ

ସଫଳ ମିଶ୍ରଣର ମୂଳକଥାଟି ହେଉଛି ଏକ ଉଚିତ୍ ସମୟ ଦୁଇଟି ରୁଣ ବୋଝରେ ଝୁଙ୍କି ପଡିଥିବା ବ୍ୟାଙ୍କର ମିଶ୍ରଣରେ ବ୍ୟାଙ୍କର ସନ୍ତୁଳନ ପତ୍ର ବା ବାଲାନ୍ସ ସିଟ୍ ବଢିଯାଏ ନାହିଁ ବରଂ କୂ-ସମ୍ପତ୍ତିର ପରିମାଣ ବୃଦ୍ଧି ହେବ ଏବେ ଏକଥାଟି ମଧ୍ୟ ସ୍ପଷ୍ଟ ହୋଇ ପାରିନାହିଁ ଯେ କେବଳ ଏକ ବିଶାଳ ଏକୀକୃତ ସନ୍ତୁଳନ ପତ୍ର (ବାଲାନ୍ସ ସିଟ୍)ପ୍ରସ୍ତୁତ ହେବା ବ୍ୟତୀତ କିପରି ଏହି ଏକୀକୃତ ବ୍ୟାଙ୍କଗୁଡିକ ଅପେକ୍ଷାକୃତ ଭଲ ଆର୍ଥିକ ସ୍ଥିତିରେ ପହଞ୍ôଚପାରିବେ! ଏଥିରେ କୌଣସି ଉନ୍ନତିର ଲକ୍ଷଣ ଦେଖା ହିଁ ଯାଉ ନାହିଁ ତେଣୁ କେବଳ କୂ-ସମ୍ପତ୍ତିର ମିଶ୍ରଣ ଏଭଳି ଏକ ସମୟରେ ବ୍ୟାଙ୍କ କ୍ଷେତ୍ର ପାଇଁ ସାହାଯ୍ୟକାରୀ ହୋଇ ପାରିବେ ନାହିଁ ବିଶେଷକରି ବ୍ୟାଙ୍କଗୁଡିକର ନେଣଦେଣକୁ ସଶକ୍ତ କରିବାପାଇଁ ଯେଉଁ ଅଧିକ ପୁଞ୍ଜିର ଆବଶ୍ୟକତା ରହିଛି ତାକୁ ଏହି ବ୍ୟବସ୍ଥାରେ କିପରି ଯୋଗାଡ କରିହେବ ?

ଚଳିତ ବର୍ଷ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ ଏହାର ସମ୍ବନ୍ଧିତ ବ୍ୟାଙ୍କ ଗୁଡିକର ମିଶ୍ରଣକୁ ଦୃଷ୍ଟାନ୍ତ ରୂପେ ନିଆଯାଇପାରେ ମିଶ୍ରଣ ପରେ ସେମାନଙ୍କର ବାଲାନ୍ସ ସିଟ୍ ଆଶାତୀତ ଭାବରେ ବଢିଲା କିନ୍ତୁ ତାଠୁ ବେଶୀ ପରିମାଣରେ ବଢିଲା ସେମାନଙ୍କର କୂସମ୍ପଦ ବା ଏନପିଏ ଷ୍ଟେଟ ବ୍ୟାଙ୍କ ସହିତ ଏହାର ସାତୋଟି ସମ୍ପର୍କିତ ବ୍ୟାଙ୍କର ପର୍ଯ୍ୟାୟକ୍ରମେ ଏକୀକରଣ ପାଇଁ ୧୯୯୧ ମସିହାରୁ ନରସିଂହମ କମିଟି ସୁପାରୀଶ କରିଥିଲେ ଏହି ସାତୋଟି ବ୍ୟଙ୍କ ତତକାଳୀନ କରଦ ରାଜ୍ୟଗୁଡିକରେ କାର୍ଯ୍ୟରତ ଥିଲେ ଓ ଦେଶ ସ୍ୱାଧୀନ ହେବା ପରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ପରିଣତ ହୋଇଥିଲେ ଏ କ୍ଷେତ୍ରରେ ଏସବିଆଇର ସ୍ୱାର୍ଥ ସାଧନ ପାଇଁ ବ୍ୟାଙ୍କକୁ ଏକ ସଠିକ୍୍ ସମୟ ଅର୍ଥାତ୍ ସମ୍ପର୍କିତ ବ୍ୟାଙ୍କ ମାନଙ୍କର କୂ-ସମ୍ପଦ ବା ଏନପିଏର ପରିମାଣ କମ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ ହୋଇଥାଆନ୍ତା ୨୦୧୬-୧୭ରେ ଏସବିଆଇର ଶୁଦ୍ଧ-ଲାଭ ଏହା ସହିତ ମିଶି ଯାଇଥିବା ପାଞ୍ଚଟି ସମ୍ବନ୍ଧିତ ବ୍ୟାଙ୍କର କ୍ଷତିର ପରିମାଣଠାରୁ ନିଶ୍ଚିତ କମ ଥିଲା ଏହାର କାରଣ ହୁଏତ ଏଇଆ ହୋଇପାରେ ଯେ ହୁଏତ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକୁ ମିଶ୍ରଣପାଇଁ ଏପରି ମୂଲ୍ୟ ଦେବାକୁ ପଡି ନ ପାରି ଥାଏ, କାରଣ କୌଣସି ବ୍ୟାଙ୍କ ଏସବିଆଇ ପରି ଏତେ ବଡ ନୁହନ୍ତି ଏହା ଏକ ବିଶେଷ ଘଟଣା ଓ ଦୁଇଟି ଅଜଣା ବା ଆଦୌ ସମ୍ପର୍କ ନଥିବା ଦୁଇଟି ବ୍ୟାଙ୍କର ମିଶ୍ରଣ ପରି ଜଟିଳ ଘଟଣା ମଧ୍ୟ ନୁହେଁ ଏସବିଆଇ ବ୍ୟାଙ୍କ ଗୋଷ୍ଠୀର ସୁବିଧା ହେଉଛି ସେମାନେ ଗୋଟିଏ ପ୍ରତୀକ ବା ଲୋଗୋ ଏବଂ ସମାନ ସୂଚନା ଓ ପ୍ରାଦ୍ୟୋଗିକୀ ଭିତ୍ତି ସଂରଚନାର ବ୍ୟବହାର କରିଥାଆନ୍ତି ଏହାର ମୂଳରୁ ଏକ କେନ୍ଦ୍ରୀକୃତ ପ୍ରଶାସନିକ ବ୍ୟବସ୍ଥ୍ା ରହିଛି ଏବଂ ସମ୍ବନ୍ଧିତ ବ୍ୟାଙ୍କଗୁଡିକର ସବୁ ବଡ ବଡ ଘଟଣାରେ ଏସବିଆଇର ପ୍ରମୁଖ ପ୍ରଭାବ ରହିଥାଏ କେବଳ ସେତିକି ନୁହେଁ ସମ୍ପର୍କିତ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀମାନଙ୍କୁ ଏସବିଆଇ କର୍ମଚାରୀଙ୍କ ଦରମା ଭତ୍ତା ପରି ସୁବିଧା ସୁଯୋଗ ସେତିକିବେଳେ ମିଳେ ଯେତେବେଳେ ସମ୍ପର୍କିତ ବ୍ୟାଙ୍କ ଗୁଡିକର କର୍ମଚାରୀ ଓ ଏହାର ଜାଲ ଭଳି ବିଛାଇ ହୋଇ ରହିଥିôବା ଶାଖା ବା ପୁରା ନେଟୱାର୍କ ଲାଭଦାୟକ ଭାବେ କାମ କରିବା ଆରମ୍ଭ କରନ୍ତି ସେଥିପାଇଁ ଏକ ଦୀର୍ଘ ପ୍ରତୀକ୍ଷାର ଆବଶ୍ୟକତା ରହିଛି ଏହା ସହିତ ବ୍ୟାଙ୍କ ଗୁଡିକର ସାଂଗଠନିକ ସଂସ୍କୃତିକୁ ମଧ୍ୟ ଦେଖିବାକୁ ହେବ ଏସବୁ କଥା ହେଉଛି ଗମ୍ଭୀର ବିଷୟ ଯେଉଁଥିପାଇଁ ସମୟ ଓ ଗଭୀର ମନଯୋଗ ଦେବାକୁ ପଡିବ ଆହୁରି ମଧ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣ ତଥା ବ୍ୟାଙ୍କ ସମୂହ, ୧୯୯୧ ପରବର୍ତ୍ତି ସମୟରେ ନିଜକୁ ଅଧିକ ସଂଗଠିତ ସତ୍ତା ଭାବେ ପ୍ରମାଣ କରି ପାରି ନାହାନ୍ତି

ସାଧାରଣତଃ ଯମଜ ସନ୍ତୁଳନ ପତ୍ରର ସମସ୍ୟା ହେଉଛି ଯେ ଏହାର ପ୍ରସ୍ତୁତି ପରେ ଲାଗେ ଯେପରି ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କର ଦୁର୍ନୀତି ଓ ବ୍ୟାଙ୍କର କର୍ତ୍ତୃପକ୍ଷଙ୍କୁ ଭ୍ରଷ୍ଟାଚାର ଓ ଅପାରଗ ବୋଲି ପ୍ରଦର୍ଶିତ କରିବା ଏହି ବ୍ୟାଖ୍ୟାରେ କିଛି ପରିମାଣରେ ସତ୍ୟତା ବି ଥାଏ ବ୍ୟାଙ୍କଗୁଡିକ ଯେତେଗୁଡିଏ ପରିଯୋଜନାକୁ ରୁଣ ଯୋଗାଇ ଥାଆନ୍ତି ସେ ସବୁଗୁଡିକ ପ୍ରଥମରୁ ଅସଫଳ ଯୋଜନା ନ ଥାନ୍ତି କିନ୍ତୁ ପରେ ସେଗୁଡିକ ଯେଉଁଥିପାଇଁ ଅସଫଳ ହୋଇ ଯାଆନ୍ତି ତାର କାରଣଗୁଡିକ ବ୍ୟାଙ୍କର ନିୟନ୍ତ୍ରଣରେ ବାହାରେ ଥାଆନ୍ତି ଦୁର୍ନୀତି ଓ ଅପକର୍ମ ନିଶ୍ଚିତ ଭାବରେ ଏହା ପଛରେ ଥାଏ କିନ୍ତୁ ସେଗୁଡିକ ମଧ୍ୟ ପ୍ରାଥମିକ କାରଣ ହୋଇ ନଥାନ୍ତି ବାଣିଜ୍ୟିକ ବ୍ୟାଙ୍କ ଗୁଡିକ ଚେଷ୍ଟା କରନ୍ତି ବିକାଶମୂଳକ ଆର୍ଥିକ ସଂସ୍ଥା ବା ଡିଏଫଆଇ ହେବାକୁ ଅତୀତରେ ଏହି ସବୁ ଡିଏଫଆଇମାନେ ବଡ ବଡ ପ୍ରକଳ୍ପରେ ସମୟକାଳିକ ଓ ସର୍ତ୍ତମୂଳକ (ଟର୍ମ-ଲେଣ୍ଡିଙ୍ଗ) ଭାବରେ ଅର୍ଥ ଲଗାଉଥିଲେ ୨୦୦୦ ମସିହାର ପୂର୍ବ ଅବସ୍ଥାରେ ଅଧିକାଂଶ ଡିଏଫଆଇ ରୁଣ ଦେବା ବନ୍ଦ କରି ଦେଇଥିଲେ ବା ସଂସ୍ଥା ବନ୍ଦ କରି ଦେଇଥିଲେ ବା ନିଜକୁ ବାଣିଜ୍ୟିକ ବ୍ୟାଙ୍କରେ ପରିବର୍ତ୍ତିତ କରାଇ ନେଇଥିଲେ ଆର୍ଥିକ ଅନିୟନ୍ତ୍ରଣର ଏହା ମୂଳ କାରଣ ଥିଲା ଏବେ କିନ୍ତୁ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଦୀର୍ଘକାଳିକ ପରିଯୋଜନାଗୁଡିକ ପଛରେ ଅର୍ଥ ଖଟାଇବା ଆରମ୍ଭ କରିଦେଲେ ୨୦୦୦ ମସିହାର ମଧ୍ୟ ଭାଗରେ ଯେଉଁ ଅଜଣା ଆର୍ଥିକ ଅଭିବୃଦ୍ଧି ବା ବୁମ୍ ଦେଖାଦେଇଥିଲା ସେଥିରେ ଏହି ବ୍ୟାଙ୍କମାନଙ୍କର ରୁଣ ଆକାରରେ ଅଧିକ ଅର୍ଥ ଲଗାଣ ହିଁ ଏକ ବଡ କାରଣ ଥିଲା   କିନ୍ତୁ ଏହା ଫଳରେ ବ୍ୟାଙ୍କ ଗୁଡିକର ମୁନାଫା କମି କୂ-ସମ୍ପଦର ପରିମାଣ ବଢିଥିଲା 

ସତରେ କହିବାକୁ ଗଲେ କେତେକ ବ୍ୟାଙ୍କ ରୁଣର ଆଦାୟ ବା ରୁଣକୁ ବିଭିନ୍ନ ରୂପ ଦେବାର ଉଦ୍ୟମ ମଧ୍ୟ କରିଥାଆନ୍ତି ଅନେକ ଘଟଣାରେ ସମୟବଦ୍ଧ ଭାବେ ଦେବାଳିଆ ନିୟମ-୨୦୧୬ (ଇନସଲଭେନ୍ସୀ ଆଣ୍ଟ ବ୍ୟାଙ୍କରୁପସୀ କୋର୍ଡ-୨୦୧୬)କୁ ମଧ୍ୟ କାର୍ଯ୍ୟରେ ଲଗାଇବାର ଉଦ୍ୟମ ମଧ୍ୟ ହେଉଛିି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କେତେକ ନିଦ୍ଦିଷ୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ କରିବାର ଉପଦେଶ ଦିଆଯିବା ପରେ କିଛି ପରିମାଣରେ ରୁଣ ଆଦାୟ ହୋଇ ପାରିଛି କିନ୍ତୁ ଏହି ପ୍ରକ୍ରିୟା ଦୀର୍ଘକାଳୀକ ହୋଇଥାଏ କାଳେ ବ୍ୟାଙ୍କ ସେମାନଙ୍କ କମ୍ପାନୀର ସମ୍ପଦକୁ କୋରଖି କରିଦେବ ତେଣୁ କେତେକ ରୁଣ ନେଇଥିବା କମ୍ପାନୀ ଏଥିରୁ ବଞ୍ôଚବା ପାଇଁ ନ୍ୟୟାଳୟର ଆଶ୍ରୟ ନେଇଥାନ୍ତି ସରକାରଙ୍କ ପାଖରେ ବ୍ୟାଙ୍କ ଗୁଡିକୁ ଚଳାଇ ରଖିବା ପାଇଁ କେବଳ ଅଧିକ ଅର୍ଥ ବ୍ୟବସ୍ଥା କରିବା ବ୍ୟତୀତ ଆଉ କିଛି ଉପାୟ ନ ଥାଏ

ଏଭଳି ସମସ୍ୟାରୁ ମୁକୁଳିବାକୁ ସରକାର ଏ ପର୍ଯ୍ୟନ୍ତ କରିଛନ୍ତି କ? ମାର୍ଚ୍ଚ ୨୦୧୪ରେ ଖରାପ ରୁଣ ବା ଜିଏନପିର ପରିମାଣ ମୋଟ ରୁଣର ୪ ପ୍ରତିଶତ ଥିଲା ବେଳେ ଚଳିତ ବର୍ଷ ମାର୍ଚ୍ଚ ମାସ ବେଳକୁ ତାହା ୯.୫ ପ୍ରତିଶତ ବା ୭.୨୮ ଲକ୍ଷ କୋଟି ଟଙ୍କାରେ ପହଞ୍ôଚ ଯାଇଛି ଅଗଷ୍ଟ ୨୦୧୫ରେ ନରେନ୍ଦ୍ର ମୋଦି ସରକାର ମିଶନ ଇନ୍ଦ୍ରଧନୂଷ କାର୍ଯ୍ୟକ୍ରମର ଘୋଷଣା କଲେ ୧୯୭୦ ମସିହାରେ ବ୍ୟାଙ୍କ ଜାତୀୟକରଣ ପରେ ପରେ ଏହା ବ୍ୟାଙ୍କ କ୍ଷେତ୍ରପାଇଁ ସବୁଠୁ ଭଲ ବ୍ୟବସ୍ଥା ବୋଲି ବିଚାର କରାଯାଇଥିଲା ତେଣୁ ଆଶା କରାଯାଉଥିଲା ଏଥିରେ ଅବସ୍ଥା କିଛି ପରିମାଣରେ ସୁଧୁରିବ କିନ୍ତୁ ଦୁଇବର୍ଷ ପରେ ବି ଅବସ୍ଥାରେ ସେପରି କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଇନାହିଁ ଏଥିରେ ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ଥିଲା ବ୍ୟାଙ୍କଗୁଡିକୁ ଅଧିକ ପୁଞ୍ଜି ପହୁଞ୍ଚାଇବା ଏବଂ ବ୍ୟାଙ୍କ ଗୁଡିକର ପରିଚାଳନା ବୋର୍ଡ ନିଯୁକ୍ତିକୁ ଅଧିକରୁ ଅଧିକ ସ୍ୱାଧୀନତା ଦେବା ଆରମ୍ଭରୁ ଯେପରି ଆଶଙ୍କା କରାଯାଉଥିଲା ଗତ ଚାରିବର୍ଷ ମଧ୍ୟରେ ବ୍ୟାଙ୍କମାନଙ୍କୁ ଦିଆଯାଇଥିବା ୭୦ହଜାର କୋଟି ଟଙ୍କା ପର୍ଯ୍ୟାପ୍ତ ହୋଇ ପାରି ନାହିଁ ଅର୍ଥ ମନ୍ତ୍ରଣାଳୟ ଅଧିକ ଅର୍ଥ ଇନ୍ଦ୍ରଧନୂଷ ୨.୦ ନାଁରେ ଦେବା ପାଇଁ ଚିନ୍ତା କରୁଛନ୍ତି ବ୍ୟାଙ୍କ ଗୁଡିକର ଆବଶ୍ୟକତା ମେଣ୍ଟାଇବାପାଇଁ ୧୦ ହଜାର କୋଟି ଦିଆଯିବାର ବ୍ୟବସ୍ଥା ହେଉଛି ସରକାର ଯେଉଁ ଭାବୁଛନ୍ତି ଯେ ଯଦି ବ୍ୟାଙ୍କ ଗୁଡିକୁ ଅଧିକ ଟଙ୍କା ଦେଇ ସମସ୍ୟାର ସମାଧାନ ହୋଇ ପାରିବ ତେବେ ସରକାର ଏକଥା ମଧ୍ୟ ଭାବିବା ଦରକାର ଯେ କେତେବେଳେ ଏହା କରାଯିବା ଆବଶ୍ୟକ   ଉତ୍ତର ହେଉଛି ସେ ସମୟ ବର୍ତ୍ତମାନ ଉପନୀତ ହୋଇ ସାରିଛି

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top