ISSN (Print) - 0012-9976 | ISSN (Online) - 2349-8846

ଇ.ପି.ଡ଼ବ୍ଲ୍ୟୁର ସଙ୍କଟକାଳ - ଏକ ‘କ୍ଷୀଣ ସ୍ୱର’

.

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଇକୋନମିକ ଏଣ୍ଡ ପଲିଟିକାଲ ୱିକ୍ଲିକୁ ୫୧ବର୍ଷ ପୁରିଗଲାଣି  । ଗତ ବର୍ଷ କିନ୍ତୁ କେତୋଟି ଗୋଳମାଳ ଦେଖିବାକୁ ମିଳିଲା ଓ ବାଧ୍ୟ ହୋଇ କିଛି ପରିବର୍ତ୍ତନ ଅଣାଗଲା  । ପାଠକ ମହଲରେ, ବିଶେଷ କରି ଗତ ମାସର ଘଟଣାବଳୀକୁ କେନ୍ଦ୍ରକରି ଇ.ପି.ଡ଼ବ୍ଲ୍ୟୁ ପତ୍ରିକା ଓ ଏହାର ଭବିଷ୍ୟତକୁ ନେଇ କେତେକ ପ୍ରଶ୍ନ ଉଠିଛି  । ପତ୍ରିକାଟିର ଅତୀତକୁ ମନେପକାଇôାକୁ ତଥା ଏହାର ଭବିଷ୍ୟତ ପନ୍ଥା କ’ଣ ହେବା ଉଚିତ ଚିନ୍ତନ କରିବାପାଇଁ ଏହା ଏକ ମନ୍ଦ ସମୟ ନୁହେଁ  । ଏଥିପାଇଁ ଆମକୁ ବୃହତ୍ତର ଇ.ପି.ଡ଼ବ୍ଲ୍ୟୁ ଗୋଷ୍ଠୀର ଯୋଗଦାନ ଆବଶ୍ୟକ  ।

ଏକ କାଳ୍ପନିକ ବାର୍ତ୍ତାଳାପ ମାଧ୍ୟମରେ ଏଠାରେ ଲେଖକ ବର୍ଣ୍ଣାଡ଼ ଡ଼ିମେଲୋ କେତୋଟି ଚିନ୍ତାଜନକ ବିଷୟ ଉପରେ ଆଲୋକପାତ କରୁଛନ୍ତି  ।

ଇ.ପି.ଡ଼ବ୍ଲ୍ୟୁ ଓ ଇ.ପି.ଡ଼ବ୍ଲ୍ୟୁକୁ ଭଲ ପାଉଥିବା ଲୋକଙ୍କ ସମୂହ ମଧ୍ୟରେ ଯେଉଁ ଆନ୍ତରିକତା ଓ ସାନ୍ନିଧ୍ୟ ରହିଛି ତାହାରି ପାଇଁ ହିଁ ପତ୍ରିକାଟି ଏତେ ଦିନ ହେଲାଣି ତିଷ୍ଠି ରହିଛି  । ଜେମସ୍ କାମେରୋନଙ୍କ ମହାନ ଚଳଚ୍ଚିତ୍ରର ଦୁଇ ମୁଖ୍ୟ ଚରିତ୍ରର ନାମ ହେଲା ରୋଜ୍ ଓ ଜାକ୍  । ଇ.ପି.ଡ଼ବ୍ଲ୍ୟୁର ନାମ ହେଉ ରୋଜ୍ ଓ ଇ.ପି.ଡ଼ବ୍ଲ୍ୟୁକୁ ଭଲ ପାଉଥିବା ଲୋକଙ୍କ ସମୂହକୁ ଡ଼ାକିବା ଜାକ୍  ।

ରୋଜ୍ର ଭାବିସ୍ୱାମୀ କାଲ୍ ଜଣେ ରବର ବ୍ୟାରନ ସଦୃଶ ଅଭିଜାତ ପ୍ରଦର୍ଶନ କଲାବେଳେ ତା’ ବିଧବା ମାଆ ରୁଥ୍ ସମ୍ଭ୍ରାନ୍ତ ସମାଜର ମର୍ଯ୍ୟାଦାକୁ ଅତ୍ୟଧିକ ସଚେତନ  । ସେ ଦୁହେଁ ଚାହାନ୍ତି ରୋଜ୍ ମଧ୍ୟ ତାଙ୍କ ଭଳି ଜୀବନଯାପନ କରୁ  । ଏହାକୁ ନେଇ ରୋଜ୍ ଖୁବ୍ ବିରକ୍ତ ହୋଇ ଜାହାଜର ପଛ ଭାଗରେ ଛିଡ଼ା ହୋଇ ସମୁଦ୍ରକୁ ଲମ୍ଫ ଦେବାପାଇଁ ଉଦ୍ୟତ  । ଏତିିକିବେଳେ ହସ୍ତକ୍ଷେକ କରୁଛି ଜାକ୍ “ନା, ତମେ ସେମିତି କିଛି କରିବ ନାହିଁ  ।” ଜାକ୍କୁ ଉପେକ୍ଷା କରି ରୋଜ୍ ପ୍ରତ୍ୟୁତ୍ତର ଦେଉଛି “ମୁଁ କ’ଣ କରିବି ନକରିବି ସେ ବି•ର କରିବାପାଇଁ ତମର ଭାବିବାର ଅଧିକାର ନାହିଁ  । ଗତ ପନ୍ଦର ମାସ ଧରି ମୁଁ ଯେତେବେଳେ ଗଭୀର ବିଷାଦରେ ଥିଲି ସେତେବେଳେ ତମେ କେଉଁଠି ଥିଲ ? ଦୂର ହୁଅ ଏଠୁଁ  ।”

ଜାକ୍ : ମୁଁ ବି ଏଥିରେ ଏବେ ସାମିଲ୍ ହେଲିଣି  । ମୋ ପାଖରେ ଅନ୍ୟ ଉପାୟ ନାହିଁ  । ମୋର ଆଶା ତମେ ରେଲିଂ ଡ଼େଇଁ ଏ ପଟକୁ •ଲି ଆସିବ ଓ ମୋତେ ଏ ଦ୍ୱନ୍ଦରୁ ମୁକ୍ତି ଦେବ... ଏବେ •ଲି ଆସ  । ଆସ  । ତୁମ ହାତ ବଢ଼ାଅ  । ତମକୁ ଏହି ବରଫସମ ଶୀତଳ ପାଣିକୁ ଡ଼େଇଁବାକୁ କେବେ ଭଲ ଲାଗିବନି  ।”

ରେଲିଂ ଅତିକ୍ରମ କରି ଜାହାଜ ପୃଷ୍ଠକୁ ଫେରିଆସିବାକୁ ଜାକ୍ ରୋଜ୍ର ସହାୟତା କରେ  । ରୋଜ୍ : “ମୁଁ ଜାଣେ  । ତମେ ଭାବୁଥିବ ମୁଁ କୌଣସି ବଡ଼ଲୋକିଆ ଘରେ ଅତି ଗେହ୍ଲାରେ ପାଳିତ ଏକ ଉଦ୍ଧତ ପିଲା  ।”

ଜାକ୍ : “ନା, ନା, ଆଦୌ ନୁହେଁ  । ପ୍ରକୃତରେ ମୁଁ ଭାବୁଥିଲି ତୁମ ସହିତ କ’ଣ ଏମିତି ହେଲା ଯେ ତୁମକୁ ଏହାଛଡ଼ା ଅନ୍ୟ କୌଣସି ବାଟ ଦିଶିଲା ନାହିଁ  ।”

ରୋଜ୍ : “ଗତ ବର୍ଷ ଜାନୁୟାରୀରୁ ମୁଁ କ’ଣ ସବୁ ଭୋଗିଲିଣି ତମେ ଅବା ସେ ବିଷୟରେ କେମିତି ଜାଣିବ  । ମୁଁ ଏମିତି ଏକ ସ୍ଥିତିରେ ଆସି ପହଞ୍ôଚଗଲି ଯେଉଁଠି ମୋର ମନେହେଲା ଲୋକେ ମୋତେ ସଚେତନ କରାଇଦେବାକୁ ସଦା ତତ୍ପର ଯେ ମୁଁ ଅସଲି ନକଲି, ବିବେକ ଅବିବେକ ଭିତରେ ପାର୍ଥକ୍ୟ କରିବାକୁ ଅକ୍ଷମ  । ମୋ ବ୍ୟକ୍ତିତ୍ୱ ଅପମାନିତ ହେଉଥିଲା  । ଆଉ ମୁଁ ନିମ୍ନମାନ ପସନ୍ଦ କରେନା  । ତା’ପରେ, ଏକ ବଡ଼ ବ୍ୟବସାୟୀ ଘରୁ ସେ ଲିଗାଲ ନୋଟିସଟି ଆସିଲା  । ତା’ପରେ ଯାହାସବୁ ହେଲା... ଜାକ୍ ମୋ ସମ୍ମାନ କ୍ଷୁର୍ଣ୍ଣ ହୋଇଛି  ।”

ଜାକ୍ : “ନିଶ୍ଚିତ ଭାବରେ ଏସବୁ ଭାରି ଯନ୍ତ୍ରଣାଦାୟକ କଥା  । ଆଉ ଜାନୁୟାରୀ ୨୦୧୬ରୁ ଜଣେ ପରେ ଜଣେ ତୁମର ଦୁଇ ଜଣ ସମ୍ପାଦକଙ୍କୁ ଇସ୍ତଫା ଦେବାପାଇଁ ବାଧ୍ୟ କରିଦିଆଗଲଶ  । ରୋଜ୍, ତୁମର ଜାଣିରଖିବା ଉଚିତ ଯେ ମୋ ଜାଣିବାରେ ତୁମେ ହେଉଛ ସବୁଠାରୁ ଅଦ୍ଭୁତ, ଆଶ୍ଚର୍ଯ୍ୟଜନକ ଓ ଚମକପ୍ରଦ ମହିଳା  । ତୁମର ସବୁକିଛି ଠିକ ହୋଇଯିବ ବୋଲି ନିଶ୍ଚିତ ନହେଲା ଯାଏଁ ମୁଁ ଫେରିପାରିବି ନାହିଁ  । ରୋଜ୍, ତୁମେ ଫସିଯାଇଛ  । ସେ ଫାସରୁ ମୁକୁଳି ନପାରିଲେ ତୁମେ ମରିଯିବ  । ହୋଇପାରେ ଏହିକ୍ଷଣି ନୁହେଁ କାରଣ ତୁମେ ଏବେବି ସବଳ; କିନ୍ତୁ ରୋଜ୍, ଦିନେ ନା ଦିନେ ତୁମ ଭିତରର ବହ୍ନି ଲିଭିଯିବ ଯେଉଁ ବହ୍ନି ମୋର ଅତି ଆଦରଣୀୟ...  ।”

ରୋଜ୍ : “ଜାକ୍, ମୋତେ ନେଇ ଏତେ ପାଗଳ ହୁଅନା  । ମୋ ବିଫଳତାଗୁଡ଼ିକରୁ ମୁଁ ଯାହା କିଛି ଶିଖିପାରିଛି ମୁଁ କେବଳ ସେତିକିର ସମାହାର  । ମୋ ସମ୍ପାଦକମାନେ - ସଚିନ ଚୌଧୁରୀଙ୍କ ଠାରୁ ସି ରାମମୋନହୋର ରେଡ୍ଡିଙ୍କ ପର୍ଯ୍ୟନ୍ତ ଓ ଲେଖକମାନେ ମୋ ଭିତରେ ଯାହାସବୁ ଭରିଯାଇଛନ୍ତି ସେଥିରୁ ଅନେକ କିଛି ମୁଁ ସମ୍ଭାଳି ରଖିଛି  । ଆଉ ମୁଁ ମୋ ସୀମା ସମ୍ବନ୍ଧରେ ମଧ୍ୟ ଭଲଭାବରେ ସଚେତନ ଅଛି  । କଥା ତ କେବଳ ଏତିକି ଯେ ମୋ ସମ୍ପାଦକ ଓ ଲେଖକମାନଙ୍କର ଅମାପ ଉଦ୍ୟମର ଫଳସ୍ୱରୂପ ମୁଁ ଆଜି ଏକ ‘ଜ୍ଞାନର ବଟବୃକ୍ଷ’ରେ ପରିଣତ ହୋଇଛି  । କିନ୍ତୁ ମୋର ସବୁଠାରୁ ବେଶୀ ସମର୍ପିତ ସମ୍ପାଦକ - କ୍ରିଷ୍ଣ ରାଜଙ୍କ ପରି ମୁଁ ମଧ୍ୟ ନିଜକୁ ନଗଣ୍ୟ ମନେକରେ  ।”

ଜାକ୍ : ତଦନ୍ତମୂଳକ (ଅନୁସନ୍ଧାୟୀ ?) ସାମ୍ବାଦିକତା ଦିଗକୁ ମୁହେଁଇବାକୁ ନେଇ ତୁମେ କ’ଣ ଖୁସି ଥିଲ ?

ରୋଜ୍ : “ଏ ବିଷୟକୁ ନେଇ ମୁଁ ଉତ୍ସାହିତ ଥିଲି  । ବିଗତ ଶତାବ୍ଦୀର ଆରମ୍ଭ ବେଳକୁ ଯୁକ୍ତରାଷ୍ଟ୍ର ଆମେରିକାର କଥା ମୁଁ ଯାହା କିଛି ପଢ଼ିବାକୁ ପାଇଛି ମୋତେ ମନେପକାଇବାକୁ ଦିଅ  । ୧୮୭୦ ରୁ ୧୯୦୦ ଭିତରେ ସେ ଦେଶର ଧନ ଅଳ୍ପ କେତେ ଜଣଙ୍କ ଠାରେ ଠୁଳ ହୋଇ ସମାଜରେ ବୈଷମ୍ୟତା ଏକ ବିକଟ ରୂପ ଧାରଣ କରିଥିଲା  । ସରକାରୀ ସମର୍ଥନ ପାଉଥିବାରୁ ଓ ଏକଷ୍ଟ୍ରାଲିଗାଲ ଉପାୟରେ ବହୁଳ ଧନ ଠୁଳ କରିପାରିବା ହେତୁ ଅସମାନତା ଆହୁରି ବିଭତ୍ସ ଦିଶୁଥିଲଶ  । ଏପରି ଉପାୟରେ ଯେଉଁମାନେ ନିଜ ଧନ ବହୁୁଗୁଣିତ କରିପାରିଲେ ସେମାନଙ୍କୁ ରବର ବ୍ୟାରନ ବୋଲି ଆଖ୍ୟାୟିତ କରାଗଲା  । ତାଙ୍କରି ଦୁଷ୍କୃତିମାନ ପଦାରେ ପକାଇବାପାଇଁ ଏକ ନୁଆ ଢ଼ଙ୍ଗର ସାମ୍ବାଦିକତାର ଆରମ୍ଭ ହେଲଶ  । ଏହି ଗୋଷ୍ଠୀର ସାମ୍ବାଦିକମାନେ ସେତେବେଳେ ଯାହା ସବୁ ଘଟୁଥିଲା ସବୁଥିରେ ନାକ ପୁରାଇଲେ ଓ ତାଙ୍କର ଅନୁସନ୍ଧାନର ଫଳାଫଳକୁ ସାଧାରଣ ପାଠକଙ୍କୁ ପରିବେଷଣ କରୁଥିଲେ  । କର୍ପୋରେଟ ମାନଙ୍କର ଠକାମୀ କେମିତି ରାଜନୈତିକ ଭ୍ରଷ୍ଟା•ର ସହ ଜଡ଼ିତ ତାହା ସେମାନଙ୍କ ଅନୁସନ୍ଧାନର କେନ୍ଦ୍ରବିନ୍ଦୁ ଥିଲା  । ସେହି ସାମ୍ବାଦିକମାନେ ବିଶ୍ୱାସ କରୁଥିଲେ ଯେ ସେମାନେ ପ୍ରଘଟ କରୁଥିବା ସାମାଜିକ ବ୍ୟାଧିଗୁଡ଼ିକର ଉପ•ର କରିବାପାଇଁ ଜାଗ୍ରତ ଜନତା ପଦକ୍ଷେପ ନେବ  । ୧୯୯୦ ପରଠାରୁ ଭାରତକୁ ଏହାର ରବର ବ୍ୟାରନ ଓ ଶକ୍ତିଶାଳୀ, ଦୁର୍ନୀତିଗ୍ରସ୍ତ ରାଜନେତାମାନେ ମିଶି କବଳିତ କରିଛନ୍ତି  । ଆଜି ନହେଲେ କାଲି ଭାରତକୁ ଅନୁସନ୍ଧାନମୂଳକ ସାମ୍ବାଦିକତା ଆସିବାର ତ ଥିଲା  । ଏଣୁ ମୁଁ ମୋର ସ୍ତମ୍ଭଗୁଡ଼ିକରେ ଏ ପ୍ରକାର ସାମ୍ବାଦିକତାର ସବୁଠାରୁ ବିଶୁଦ୍ଧ ଓ ବିଶ୍ୱସନୀୟ ପରିଣାମମାନ ପ୍ରକାଶକରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଗଭର ହେଲି  ।”

ଜାକ୍ : “କିନ୍ତୁ ରୋଜ୍, କିଛି ଗୋଟାଏ ଭୁଲ ରହିଗଲା ପରି ମନେ ହେଉଛି  । ତା’ପରେ, ତୁମେ ତୁମର ମୂଳ ସାମର୍ଥ୍ୟରୁ ଦୂରେଇ ଯାଉଥିଲ  ।”

ରୋଜ୍ : “ନା, ନା ଜାକ୍  । ମାନେଜମେଜାକ୍ : “ରୋଜ୍, ଭାରତରେ ନାଗରିକଙ୍କ ସ୍ୱାଧୀନତା ଓ ଗଣତାନ୍ତ୍ରିକ ଅଧିକାର କ୍ଷେତ୍ରରେ କାମ କରୁଥିବା ସଂସ୍ଥାଗୁଡ଼ିକ ଅନେକ ଅନୁସନ୍ଧାନମୂଳକ କାମ ସ୍ୱାଧୀନ ଭାବରେ କରନ୍ତି  । ଭାରତୀୟ ରାଷ୍ଟ୍ରଦ୍ୱାରା ସଂଘଯିତ ବ୍ୟାପକ, ବ୍ୟବସ୍ଥିତ ମାନବାଧିକାର ଉଲ୍ଲଂଘନ ମାମଲା ଗୁଡ଼ିକରେ ‘ମୌଳିକ ଗବେଷଣା’ କରନ୍ତି, ବିଶେଷକରି ସେଇ ସବୁ ମାମଲାରେ ଯେଉଁଠି ଆଇନ ବ୍ୟବସ୍ଥା ଅନ୍ୟାୟର ପତ୍ରିକାର କରିପାରେ ନାହିଁ, ଆଉ ଯେତେବେଳେ ରାଷ୍ଟ୍ର ନିଜେ ହିଁ ଅତ୍ୟା•ର କରିଥାଏ  । ଏସବୁ ଅନୁସନ୍ଧାନ ଭାରତୀୟ ରାଷ୍ଟ୍ରର ବ୍ୟଭି•ର ବିରୋଧରେ ବିବେକର ସ୍ୱର ହେବାପାଇଁ ଉଦ୍ୟମ କରେ  । ଉଦାହରଣ ସ୍ୱରୂପ, ପିପୁଲସ୍ ୟୁନିଅନ ଫର ଡ଼େମୋକ୍ରାଟିକ ରାଇଟସ୍ ଓ ପିପୁଲସ୍ ୟୁନିଅନ ଫର ସିଭିଲ୍ ଲିବର୍ଟିଜ୍ ଦ୍ୱାରା ମିଳିତଭାବେ ପ୍ରସ୍ତୁତ ରିପୋର୍ଟ ‘ହୁ ଆର୍ ଦ ଗିଲଟି ?’ ଏକ ବିଶୁଦ୍ଧ ଅନୁସନ୍ଧାନର ଫଳଶ୍ରୁତି  । ୧୯୮୪ ନଭେମ୍ବରରେ ଦିଲ୍ଲୀଠାରେ ଶିଖ ସମ୍ପ୍ରଦାୟର ଲୋକଙ୍କ ଉପରେ ଯେଉଁ ଅତ୍ୟା•ର ହୋଇଥିଲା, ଯେଉଁଥିରେ ସରକାରଙ୍କର ମଧ୍ୟ ସହାୟତା ଥିଲା, ଏହି ରିପୋର୍ଟ ସେହି ଘଟଣାର ଆଲୋଚନା କରେ  । ଏ ରିପୋର୍ଟର ଏକ ପ୍ରାରୂପ ତୁମ ସ୍ତମ୍ଭରେ ସ୍ଥାନ ପାଇଥିଲା  । ମୁଁ ଆଶା କରୁଛି ଯେ ଏପରି ଶକ୍ତିଶାଳୀ ଉନ୍ମୋଚନ ଗୁଡ଼ିପକାଇଁ ତୁମେ ସବୁଦିନ ଦ୍ୱାର ଉନ୍ମୁକ୍ତ ରଖିବ  । ପର୍ଯ୍ୟାପ୍ତ ତଥ୍ୟ ଓ ଯୁକ୍ତିଯୁକ୍ତ ତର୍କ ଯୋଗୁଁ ସେ ରିପୋର୍ଟ ନିଶ୍ଚିତ ରୂପେ ଏକ ଉତ୍ତମ ଅନୁସନ୍ଧାନମୂଳକ ବିବରଣୀ  ।”

ରୋଜ୍ : “ହଁ ଜାକ୍  । ଆମେ ନିଶ୍ଚିତରୂପେ ଆମ ଦ୍ୱାର ଖୋଲା ରଖିବୁ  । ମୋର ସୌଭାଗ୍ୟ ଯେ ମୋର ଲେଖକମାନେ ସରକାରୀ ନିତିଗୁଡ଼ିକୁ ତଉଲିବାପାଇଁ ଦେଶର ଜନସଂଖ୍ୟାର ଏକ ବଡ଼ଭାଗ ଉପରେ ସେଗୁଡ଼ିକର କ’ଣ ପ୍ରଭାବ ରହିଛି ପରଖିଛନ୍ତି  । ଅଳ୍ପ କେତେଜଣ ବଡ଼ ଲୋକଙ୍କର ଓ ବଡ଼ ବ୍ୟବସାୟୀଙ୍କର ସ୍ୱାର୍ଥସାଧନରେ ସରକାରୀ ନୀତି କେତେ ସହାୟକ ହୋଇଛି ତାହା ନୀତି ମୂଲ୍ୟାୟନର ମାପକାଠି ହୋଇନାହିଁ  । କିନ୍ତୁ ଆଜିର ନବଉଦାରବାଦୀ ସମୟରେ ସ୍ୱାସ୍ଥ୍ୟ ବୀମା ନଥିବାର ମାନେ କ’ଣ, ରହିବାପାଇଁ ଉପଯୁକ୍ତ ଆବାସଟିଏ ନଥିବାର ମାନେ କ’ଣ, ସବୁଠାରୁ ଖରାପ ବିଦ୍ୟାଳୟକୁ ନିଜ ପିଲାଙ୍କୁ ପେଇଠବାକୁ ବାଧ୍ୟ ହେଲେ କେମିତି ଲାଗେ କିମ୍ବା ଅନବରତ ଭାବେ ଦାରିଦ୍ର୍ୟ, ଅଭାବ ଅନଟନର ଭୟ ସହ ବଞ୍ôଚବାର ମାନେ କ’ଣ - ଏସବୁ ବିଷୟରେ ବୁଝିବାପାଇଁ ଆମକୁ ଅର୍ଥନୈତିକ ନୃତତ୍ତ୍ୱବିଦ୍ମାନଙ୍କର ଗବେଷଣା ପ୍ରସୂତ ଲେଖା ଆବଶ୍ୟକ  । ଏ ପ୍ରକାରର ସବୁ ଦୁର୍ଦ୍ଦଶାର ମୂଳରେ ରହିଥାଏ ସାମାଜିକ ସମ୍ପର୍କରେ ଶୋଷଣ ଓ ଉତ୍ପୀଡ଼ନ  ।

ଜାକ୍ : “ରୋଜ୍, ସାପ୍ତାହିକଟିର ଗୋଟିଏ ଭାଗ ସମ୍ବାଦିକତା  । ସେ ବିଷୟରେ ଆମେ ଆଲୋଚନା କରୁଛୁ  । ଅନ୍ୟ ଭାଗଟି ଶୈକ୍ଷିକ (ଆକାଡ଼େମିକ)  । ସେ ଭାଗଟିକୁ ଆମେ ସେମିତି ଧ୍ୟାନ ଦେବା ଦରକାର, ନୁହେଁ କି ?”

ରୋଜ୍ : “ହଁ, ଯେ କୌଣସି ସମ୍ପାଦକ ପାଇଁ ଏହା ଏକ ଆହ୍ୱାନ, ସେ ଅନୁସନ୍ଧାନମୂଳକ ସାମ୍ବାଦିକତାର ଅଭିଜ୍ଞତା ଅର୍ଜନ କରିଥିବା ସମ୍ପାଦକ ହୁଅନ୍ତୁ ବା ଆଉ କେହି  । ପ୍ରକୃତ କଥା ହେଲା ଯଦି ଜଣେ ବିଶ୍ୱବିଦ୍ୟାଳୟର ଅର୍ଥନୈତିଜ୍ଞ ଆସି ସମ୍ପାଦକ ହୁଅନ୍ତି, ସେ ମଧ୍ୟ ଇତିହାସ, ସମାଜଶାସ୍ତ୍ର, ରାଜନୀତି ବିଜ୍ଞାନପରି ବିଷୟର ଭିନ୍ନ ଭିନ୍ନ ଆବଶ୍ୟକତା ମେଜୋକ୍ : “ରୋଜ୍, ତୁମେ ତୁମର ଆଗାମୀ ସମ୍ପାଦକଙ୍କଠାରୁ କ’ଣ ଆଶା କରୁଛ ?”

ରୋଜ୍ : “ଅତି କମରେ ସେ ଜଣେ ଉଦାରବାଦୀ ହୋଇଥିବେ  । କିନ୍ତୁ ତା’ର ଅର୍ଥ ନୁହେଁ ଯେ ସେ ସମଜାର ସମ୍ଭ୍ରାନ୍ତ ବର୍ଗର ବାମପନ୍ଥୀ ମତବାଦ ହିଁ ପୋଷଣ କରୁଥିବେ  । ଉଦାରବାଦୀ ସମ୍ପାଦକ ତାହାଙ୍କୁ କହିବା ଯିଏ ଭୟ ବା ଅନୁଗ୍ରହଠୁ ଦୂରରେ ଥାଇ ସତ୍ୟ ଅନ୍ୱେଷଣରେ ବ୍ରତୀ ହେବେ  । ତାଙ୍କ ସତ୍ୟ ଅନ୍ୱେଷଣ ପଛରେ ଥିବା ବିଶ୍ୱସନୀୟ ଐତିହାସିକ, ଜ୍ଞାନ, ବୈଜ୍ଞାନିକ ପଦ୍ଧତି ଓ ଦୁନିଆ ପ୍ରତି ଏକ ପ୍ରଶ୍ନିଳ, ସମୀକ୍ଷାତ୍ମକ ଦୃଷ୍ଟିଭଙ୍ଗୀ  । ମୋର ପ୍ରତିଷ୍ଠାତା ସମ୍ପାଦକ - ସଚିନ ଚୌଧୁରୀଙ୍କ କଥା ଏଇଠି ମନେପଡ଼ୁଛି  । ଦ୍ୱିତୀୟତଃ ଆଗାମୀ ସମ୍ପାଦକ ନିଜେ ବିବେକ ଅନୁଯାୟୀ ପରି•ଳିତ ହେଉଥିବେ କିନ୍ତୁ ତାଙ୍କ କାମ ତାଙ୍କ ସହଥିବା ଅନ୍ୟ ଲୋକଙ୍କୁ କିପରି ପ୍ରଭାବିତ କରିବ ସେ ବିଷୟରେ ଜାଗରୁକ ରହୁଥିବେ  । ମୋଟାମୋଟି ଭାବେ କହିଲେ, ସେସବୁ ବ୍ୟକ୍ତିଙ୍କୁ ମହତ୍ତ୍ୱପୂର୍ଣ୍ଣ ମଣୁଥିବେ  । ଏମିତି ହିଁ ଜଣେ ବ୍ୟକ୍ତି ଆମର ଗଣତାନ୍ତ୍ରିକ ଓ ସମତାବାଦୀ କାର୍ଯ୍ୟ ସଂସ୍କୃତି ଫେରେଇ ଆଣିପାରିବେ  । ଏପରି କାର୍ଯ୍ୟ ସଂସ୍କୃତି ପ୍ରତିଷ୍ଠା କରିବାପାଇଁ କ୍ରିଷ୍ଣରାଜ ଓ ରଜନୀ ଦେଶାଇ ଅନେକ ଚେଷ୍ଟା କରିଥିଲେ ଓ ସି ରାମମନୋହର ରେଡ୍ଡି ଏହାକୁ ବଞ୍ଚାଇ ରଖିଥିଲେ  । ଦୀର୍ଘକାଳୀନ ଦୃଷ୍ଟିଭଙ୍ଗୀରେ •ହିଁଲେ ଦେଖାଯିବ ଯେ ମୁଁ ଏକ ଅପେକ୍ଷାକୃତ ବଡ଼ ସଂସ୍ଥାରେ ପରିଣତ ହେଲିଣି  । ପଦ ଅନୁକ୍ରମ ବଢ଼ିଛି, ଅସମାନତା ବଢ଼ିଛି  । ଏସବୁ ପରିବର୍ତ୍ତନ ସତ୍ତେ୍ୱ ଗଣତାନ୍ତ୍ରିକ କାର୍ଯ୍ୟ ସଂସ୍କୃତିକୁ ରାମମନୋହର ଜୀବନ୍ତ ରଖିଥିଲେ  । ଜଣେ ଆଜ୍ଞାନୁବର୍ତ୍ତିତା ଦାବି କରୁଥିବା ଆତ୍ମକୈନ୍ଦ୍ରିକ ବ୍ୟକ୍ତି ନେତୃତ୍ୱରେ ରହିଲେ ହିଁ ଏହି ସଂସ୍କୃତିକୁ ଧ୍ୱଂସ ହେବ  । ତୃତୀୟତଃ, ଇ.ପି.ଡ଼ବ୍ଲ୍ୟୁର ‘ଇକୋନମିକ’ ବା ଅର୍ଥନୈତିକ ଭାଗଟି ଏହା ରାଜନୈତିକ ଓ ସମାଜଶାସ୍ତ୍ରୀୟ ଭାଗ ପାଖରେ ମଳିନ ପଢ଼ିଯାଇଛି ବୋଲି ମନେ ହେଉଛି  । ସେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ  । ସେଥିପାଇଁ ଜଣେ ହେଟେରୋଡ଼କ୍ସ ଅର୍ଥଶାସ୍ତ୍ରୀ (ଅର୍ଥନୀତିର ନିଓକ୍ଲାସିକାଲ ଧାରାରୁ ଭିନ୍ନ ମତ ପୋଷଣ କରୁଥିବା ବ୍ୟକ୍ତି) ସମ୍ପାଦକ ହେବା ଆବଶ୍ୟକ  । ଉରୁଗୁଏର ଲେଖକ ଏଡ଼ୁୱାର୍ଡ଼ୋ ଗାଲେନୋ, ଯିଏ ‘ଓପନ ଭେନ୍ସ ଅଫ ଲାଟିନ ଆମେରିକା’ ନାମକ ବହିଟି ଲେଖିଛନ୍ତି, ଏକଦା କହିଥିଲେ ‘ମୁଖ୍ୟ କଥା ହେଉଛି ସଚ୍ଚୋଟତାର ସହ ଲେଖିବା  । ଆମେ କହୁଥିବା ଶବ୍ଦଗୁଡ଼ିକ ଦେଇ ଆମେ ପରସ୍ପରକୁ ଚିହ୍ନୁ  । ମୁଁ ହେଉଛି ମୁଁ କହୁଥିବା ଶବ୍ଦମାନ  । ଆଉ ମୁଁ ତୁମକୁ କିଛି କଥା କହିବାର ଅର୍ଥ ମୁଁ ନିଜଠୁଁ ତୁମକୁ ସମର୍ପି ଦେଲି  ।”

ଜାକ୍ : “ଖୁବ୍ ଭଲ କଥା ରୋଜ୍  । ତମେ ନିଜର ପୂର୍ବାବସ୍ଥା ଫେରେଇଆଣିବା ଉଚିତ  । ତମେ ଏମିତି ଆଗକୁ ବଢ଼ୁଥାଅ  । ମୁଁ ଜାଣେ, ଏପରି ଅନ୍ଧାର ବେଳାରେ ତମେ ମରିବ ନାହିଁ  । ମୋତେ ଭଲ ଲାଗିଲା ଯେତେବେଳେ ତମେ ମୋତେ ପାଖକୁ ଆସିବାକୁ ଡ଼ାକିଲ  । ସେଥିପାଇଁ ମୁଁ ଧନ୍ୟବାଦ ଦେଉଛି  ।”

ରୋଜ୍ : “ଜାକ୍, ସେ ଅଭିଶପ୍ତ ବରଫ ପାହାଡ଼ଟି ଯାହା ବିଷୟରେ ପୂର୍ବରୁ ସୂଚନା ମିଳିଥିଲେ ହେଁ ଆମେ ଧ୍ୟାନ ଦେଇ ନଥିଲୁ, ସେଇଟା ସମୟକ୍ରମେ ମୋର ମୂଳ ଆବାସଟିକୁ, ମୋର ମୌଳିକ ଢ଼ାଞ୍ଚାକୁ ଭାଙ୍ଗିବା ଆରମ୍ଭ କରିଦେଇଛି ଯାହା ମୋତେ ଏତେ ଦିନ ଧରି ବଞ୍ଚାଇ ରଖିଥିଲା  । ମୋର ସମ୍ପାଦକମଣ୍ଡଳୀ ଓ ତୁମର ସାହାଯ୍ୟ ବିନା ମୁଁ ସବୁକିଛି ହରାଇ ଦେଇଥାନ୍ତି  ।”

ଜାକ୍ : “ହଁ, ନିଶ୍ଚୟ  । କିନ୍ତୁ ମୋତେ କଥା ଦିଅ ଯେ ତମେ ବଞ୍ôଚ ରହିବ  । ତମେ ଚେଷ୍ଟା ଜାରି ରଖିଥିବ, ତେଣିକି ଯାହା ହେଉ ନା କାହିଁକି, ଯେତେ ନୈରାଶ୍ୟ ଆସୁ ପଛକେ  ।”

ରୋଜ୍ : “ମୁଁ ଚେଷ୍ଟା ଚଳେଇଥିବି ଜାକ୍  । ମୁଁ କଥା ଦେଉଛି  ।”

(ଟାଇଟାନିକର ପଟ୍ଟକଥାର କିଛି ଅଂଶ ମୁଁ ଏ ଲେଖାରେ ବ୍ୟବହାର କରିଛି  । କିନ୍ତୁ ଚଳଚ୍ଚିତ୍ରର କଥା ଆବଶ୍ୟକତା ଠାରୁ ବେଶୀ ଆହରିତ ହୋଇନାହିଁ)

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top