ISSN (Print) - 0012-9976 | ISSN (Online) - 2349-8846

ନ୍ୟାୟ ନାମରେ

ଭାରତୀୟ ପରିବାରକୁ ‘ରକ୍ଷା’ କରିବା ପରିବର୍ତ୍ତେ ନ୍ୟାୟାଳୟଗୁଡ଼ିକ ଭାଙ୍ଗିପଡ଼ିଥିବା ନ୍ୟାୟିକ ବ୍ୟବସ୍ଥାକୁ ସଜାଡ଼ିବା ଉଚିତ ।

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ସର୍ବୋଚ୍ଚ ନ୍ୟାୟାଳୟ ଭାରତୀୟ ମହିଳାମାନଙ୍କୁ କିଛି ଅନୁଗ୍ରହ କରିନାହାନ୍ତି । ଓଲଟି କାନୁନ୍ର ‘ଅପବ୍ୟବହାର’କୁ ନିର୍ଦ୍ଧାରଣ କରିବାକୁ ଚେଷ୍ଟା କରି ନ୍ୟାୟାଳୟ ବରଂ ନିଶ୍ଚିତ କରିଦେଇଛନ୍ତି ଯେ, ଏପରିକି ମହିଳାମାନେ ଅସୁବିଧାର ସମ୍ମୁଖୀନ ହୋଇ ତାଙ୍କର ଦ୍ୱାରସ୍ଥ ହେବାକୁ ହେଲେ ଦ୍ୱିତୀୟବାର ଚିନ୍ତା କରିବେ । ଜୁଲାଇ ୨୭ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ପୁନଶ୍ଚ ଭାରତୀୟ ଦଣ୍ଡବିଧାନ ନିୟମାବଳୀ (ଆଇ.ପି.ସି)ର ଧାରା ୪୯୮(କ)କୁ କୋହଳ କରିଛନ୍ତି । ୧୯୮୩ ମସିହାରେ ଆଗତ ହୋଇଥିବା ଏହି ଆଇନଟି ଏଥିପାଇଁ ଆସିଥିଲା, କାରଣ ଯୌତୁକ ନିଷେଧକାରୀ ଆଇନ ୧୯୬୧ ଏତେ ଶକ୍ତିଶାଳୀ ନଥିଲା, ବିଶେଷ କରି ନିର୍ଯାତନା, ଯୌତୁକଜନିତ ହତ୍ୟା ଏବଂ ଏଥିସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା କ୍ଷେତ୍ରରେ ଯାହାକି ବିବାହିତା ଯୁବତୀଙ୍କୁ ମୃତ୍ୟୁମୁଖକୁ ଟାଣି ନେଉଥିଲା । ଦୁର୍ଭାଗ୍ୟବଶତଃ ଅଦାଲତ ଭାରତୀୟ ପରିବାରଙ୍କୁ ରକ୍ଷା କରିବା ଏବଂ କାନୁନବ୍ୟବସ୍ଥାର ଅପବ୍ୟବହାରକୁ ବନ୍ଦ କରିବା ଉଦ୍ଦେଶ୍ୟରେ କେତେକ ଗୋଷ୍ଠୀଙ୍କର ଦାବୀ ସମ୍ଭବତଃ ଗ୍ରହଣ କରିଥିଲେ । ଏହି ଗୋଷ୍ଠୀର ମହିଳାମାନେ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ଘଟଣାକୁ ପ୍ରଚାର କରିଥିଲେ ଯାହା ଜଣେ ମହିଳା ‘ମିଛ’ ବୋଲି ସାବ୍ୟସ୍ତ କରିପାରିନଥିଲେ ।

ରାଜେଶ ଶର୍ମା ଏବଂ ଅନ୍ୟମାନେ ବନାମ ୟୁପି ଏବଂ ଅନ୍ୟାନ୍ୟ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ପ୍ରତୀତ ହେଉଥିବା ଧାରା ୪୯୮-କ ଅପବ୍ୟବହାରକୁ ବିଚାର ପାଇଁ ରଖିଥିଲେ ।

୨୦୧୨ ମସିହାର ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲାରେ ଅପରାଧୀଙ୍କ ସଂଖ୍ୟା ୧୪.୪%(ଅନ୍ୟାନ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ସଂଖ୍ୟା ତୁଳନାରେ ଅସ୍ୱାଭାବିକ ନୁହେଁ) । ଏହି ଦୃଷ୍ଟିରୁ ଅଦାଲତ ସମ୍ଭବତଃ ଏଗୁଡ଼ିକ ‘ମିଥ୍ୟା’ ମାମଲା ବୋଲି ନିଷ୍ପତ୍ତି ନେଇଥିଲେ । ପ୍ରତିକାର ପାଇଁ ଅଦାଲତ ତିନିଜଣିଆ ସଦସ୍ୟ ଥିବା ପରିବାର ମଙ୍ଗଳ ସମିତି ଜିଲ୍ଲାସ୍ତରରେ ଗଠନ କରିବାପାଇଁ ଅନୁମତି ଦେଇଥିଲେ ଯାହା କୌଣସି ମହିଳାଙ୍କୁ ୪୯୮(କ) ଧାରା ଅନୁସାରେ ସେ ଚାହୁଁଥିବା ତାଙ୍କ ପରିବାର ସଦସ୍ୟମାନଙ୍କ ବିରୋଧରେ ଅପରାଧୀକ ଅଭିଯୋଗ କରିବା ପାଇଁ ପ୍ରଥମ ଦ୍ୱାର ଭାବେ କାମ କରିବ । ଏହି ‘ନାଗରିକ ସମାଜ’ କମିଟି ଆଇନ ସମ୍ବନ୍ଧୀୟ ଜ୍ଞାନ ଥିବା ସ୍ୱେଚ୍ଛାସେବୀ/ସାମାଜିକ କର୍ମକର୍ତ୍ତା/ ଅବସରପ୍ରାପ୍ତ ବ୍ୟକ୍ତିବିଶେଷ/ ପଦସ୍ଥ ଅଧିକାରୀଙ୍କ ସ୍ତ୍ରୀ/ ଅନ୍ୟାନ୍ୟ ନାଗରିକ)ମାନଙ୍କୁ ନେଇ ଗଠିତ ହୋଇଥିବ; ସେମାନେ ପ୍ରଥମେ ଏହି ଅଭିଯୋଗକୁ ଆଲୋଚନା କରିବେ ଏବଂ ଏକ ମାସ ଭିତରେ ସେମାନେ ତାଙ୍କର ବିବରଣୀ ପୋଲିସକୁ ଦେବେ ଏବଂ କେବଳ ଏହା ପରେ ପୋଲିସ ଏ ସମ୍ବନ୍ଧରେ ଅଗ୍ରସର ହୋଇପାରିବ । ପ୍ରାୟତଃ ସମାଧାନ ସୂତ୍ର ସ୍ପଷ୍ଟ ପ୍ରକାଶ କରିବା ସମୟକାଳ ମଧ୍ୟରେ ଅଭିଯୋଗକାରିଣୀ ମହିଳାଜଣକ ଇତିମଧ୍ୟରେ କେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଥାଇ ପାରେ, ତାହା ଅଦାଲତ ପ୍ରାୟତଃ ବିଚାରକୁ ନେଇ ନଥାନ୍ତି । ଘରୋଇ ହିଂସାରୁ ମୁକ୍ତି ପାଇଁ ସେ କେଉଁ ଆଡ଼େ ଯିବ? ଆହୁରି ମଧ୍ୟ ଆମେ କିପରି ଚିନ୍ତା କରିବା ଯେ, ଏହି ‘ନାଗରିକ ସମାଜ’ କମିଟି ପକ୍ଷପାତିତା ଠାରୁ ଦୂରରେ–ଲାଂଚଞ୍ଚନେବେନାହିଁ ଏବଂ ଅପରାଧୀଙ୍କ ସପକ୍ଷରେ ତାଙ୍କର ମତ ଦେବେ ନାହିଁ?

ଯଦିଓ ଅଦାଲତ ଏହାର ପୁନଃ ମୂଲ୍ୟାୟନ ପାଇଁ ୬ମାସ ସମୟ ଦେଇଛନ୍ତି ତଥାପି ଏହି ଧାରଣା ଯାହା ଉପରେ ଅଦାଲତ ନିର୍ଦ୍ଦେଶନାମା ନିର୍ଭର କରୁଚି, ତାହା ଭ୍ରମାତ୍ମକ କାରଣ ଏହା ଏକ ଚିନ୍ତାଧାରା ଉପରେ ପର୍ଯ୍ୟବସିତ, ଯାହା କହେ ମହିଳାଙ୍କ ଅଭିଯୋଗ ସବୁ ଭ୍ରମାତ୍ମକ ଏବଂ ଏହାର ଆହୁରି ଛାନ୍ଭିନ୍ ଆବଶ୍ୟକ ।

ମହିଳାମାନଙ୍କ ବିରୋଧରେ ହିଂସା ଆଚରଣର ମୁଖ୍ୟ କାରଣ ହେଉଛି ଯେ, ବିବାହ ପରେ କେତୋଟି ବର୍ଷ ଯୌତୁକଜନିତ ଦାବୀ ସହ ଏହା ଜଡ଼ିତ । ଯୌତୁକ ନିରୋଧ ନିୟମ ସତ୍ତେ୍ୱ ଯୌତୁକ ଦେବା ଏବଂ ନେବା ଲୁପ୍ତ ହୋଇନାହିଁ । ବିଭିନ୍ନ ବାଟରେ ଉପଭୋକ୍ତା ଅର୍ଥନୀତି ବୃଦ୍ଧି ହେବାଫଳରେ ଏହା ପର୍ଯ୍ୟାୟକ୍ରମେ ବୃଦ୍ଧି ହେଉଛି । କେତେକ ଘଟଣା କ୍ରମରେ ଏହା ସ୍ପଷ୍ଟ ହେଉଛି ଯେ, ନିୟମିତ ଦୁଃଖଦ ସ୍ଥିତିରେ ବିବାହିତା ଯୁବତୀ ରହିଛନ୍ତି ଯେଉଁମାନେ ଆତ୍ମହତ୍ୟା କରୁଛନ୍ତି କିମ୍ବା ଯୌତୁକ ଦାବୀରେ ସେମାନଙ୍କୁ ହତ୍ୟା କରାଯାଉଛି । ୧୯୮୩ ମସିହାରେ ଧାରା ୪୯୮(କ) ପ୍ରଚଳନ କରାଗଲା ଏହି ସମସ୍ୟାକୁ ସ୍ୱତନ୍ତ୍ର ଭାବେ ସମାଧାନ କରିବା ପାଇଁ । ଏଥିରେ କୁହାଯାଇଛି : ‘ଯିଏ ବି ହୁଅନ୍ତୁ, ସେ ମହିଳାଙ୍କ ସ୍ୱାମୀ ହୁଅନ୍ତୁ ଅଥବା ସ୍ୱାମୀଙ୍କ ସମ୍ପର୍କୀୟ ହୁଅନ୍ତୁ, ଯଦି ସେ ସମ୍ପୃକ୍ତ ମହିଳାଙ୍କୁ ନିର୍ଯାତନା ଦେଉଥାନ୍ତି ତାହାହେଲେ ସେ ଜେଲ୍ ଦଣ୍ଡ ଭୋଗିବେ ଯାହାର ଅବଧି ତିନିବର୍ଷ ପର୍ଯ୍ୟନ୍ତ ହୋଇପାରେ ଏବଂ ଏଥିସହିତ ଅର୍ଥଦଣ୍ଡ ମଧ୍ୟ ହୋଇପାରେ ।

୪୯୮(କ) ଧାରା ଏକ କାରଣଯୋଗୁଁ ବିବଦମାନ ହେଲା ଯେ, ପୋଲିସ ହାତରେ ଏହି କ୍ଷମତା ଅର୍ପଣ କରାଗଲା । ଅଭିଯୋଗକାରିଣୀଙ୍କ ପରିବାର ସଦସ୍ୟମାନଙ୍କୁ ସେ ବନ୍ଦୀ କରିପାରିବେ । ଅନେକ ସ୍ଥଳରେ ସ୍ୱାମୀ, ତାଙ୍କର ପରିବାରବର୍ଗ ଏବଂ ଏପରିକି ତାଙ୍କ ଭାଇ, ଭଉଣୀମାନଙ୍କ ବିରୋଧରେ ଅଭିଯୋଗ ହେଲା ସେମାନଙ୍କୁ ବନ୍ଦୀ କରାଗଲା । କିନ୍ତୁ ଇତି ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ଏହି କ୍ଷମତା ଉପରେ ଆଦେଶ ଦେଇ ଅଙ୍କୁଶ ଲଗାଇ ଦେଇଛନ୍ତି । ୨୦୧୪ ମସିହାରେ ଅନ୍ୟ ଏକ ମକଦ୍ଦମାରେ ଅଦାଲତ କେତେକ ନିର୍ଦ୍ଦେଶିତ ନିୟମାବଳୀ ଅନୁସାରେ ୪୯୮ (କ) ଧାରା ଅନୁସାରେ ବନ୍ଦୀ କରିବା ପାଇଁ ପୋଲିସର କ୍ଷମତା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ଉଲ୍ଲିଖିତ ଥିଲା ଯେ, ପୋଲିସର ଏହି କ୍ଷମତା ‘ଅନେକ କ୍ଷମତାମାନଙ୍କ ମଧ୍ୟରେ ଏକ ଲୋଭନୀୟ ଦୁର୍ନୀତିମୁକ୍ତ କ୍ଷମତା ଥିଲା ।’

କ୍ଷମତା ଯେଉଁଭଳି ଭାବେ ବ୍ୟବହାର କରାଯାଉଛି, ଆଇ.ପି.ସି.ର ଅନ୍ୟାନ୍ୟ ଅନେକ ଧାରା ଅନୁସାରେ ଏହା ଥିଲା ବିନା ବ୍ୟତିକ୍ରମରେ ଅଦାଲତର ପର୍ଯ୍ୟବେକ୍ଷଣ । ତାଙ୍କର ନିର୍ଦ୍ଦେଶ ଥିଲା ଯେ ୪୯୮ (କ) ଧାରା ଅନୁସାରେ ଯଦି ପୋଲିସ ମାଜିଷ୍ଟ୍ରେଟ୍ଙ୍କୁ ସନ୍ତୁଷ୍ଟ କରିପାରିବେ ତେବେ ସେ ସ୍ଥଳରେ ବନ୍ଦୀ କରିପାରିବେ । ଏହି ନିର୍ଦ୍ଦେଶନାମା ପରେ ପରେ କେନ୍ଦ୍ର ସରକାରଙ୍କର ଘରୋଇ ବ୍ୟାପାର ବିଭାଗ ସମସ୍ତ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇ ଅବଗତ କରାଇଲେ ଯେ, ଅନ୍ୟାନ୍ୟ ଧାରାମାନଙ୍କ ଭିତରେ ୪୯୮(କ) ଏକ ସନ୍ଦିଗ୍ଧ ଧାରା ‘ଯାହା ବିବାହିତା ମହିଳାମାନଙ୍କର ରକ୍ଷାକବଚ ପରିବର୍ତ୍ତେ ହତାଶା ଏବଂ ଅସନ୍ତୁଷ୍ଟ ସ୍ତ୍ରୀମାନଙ୍କର ହତିଆର’ ରୂପେ କାର୍ଯ୍ୟ କଲା । ଫଳସ୍ୱରୂପ, ଯେହେତୁ ବନ୍ଦୀ କରିବା କ୍ଷମତାରେ ଅଙ୍କୁଶ ଲାଗିଲା ଏବଂ ଜନଶ୍ରୁତି ହେଲା ଯେ, ଅସନ୍ତୁଷ୍ଟ ବିବାହିତା ମହିଳାମାନେ ମୋକଦ୍ଦମା କରୁଛନ୍ତି, ତେଣୁ ସେହି ଧାରାକୁ ଫଳପ୍ରଦ ନକରିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ପାରିବନାହିଁ । ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ବିଳମ୍ବିତ ଭାବରେ ଶେଷରେ ଏହା ହୋଇପାରିଲା ।

ହିଂସାରେ କ୍ଷତିଗ୍ରସ୍ତ/ଆଘାତପ୍ରାପ୍ତ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କରିବାର ପ୍ରକୃତ ଆହ୍ୱାନ ଆଇନରେ ଅପୂର୍ଣ୍ଣତା ନୁହେଁ ମାତ୍ର ଏକ ଭୁଷୁଡ଼ି ପଡ଼ିଥିବା ନ୍ୟାୟିକ ବ୍ୟବସ୍ଥା । ଏହା ଧର୍ଷଣ କିମ୍ବା ଯୌତୁକଜନିତ ହୋଇଥାଉ, ଯେଉଁ ମହିଳାମାନେ ପୋଲିସର ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି ସେମାନେ ବାରମ୍ବାର ନିରାଶ ହେଉଛନ୍ତି । ଦୁର୍ବଳ ତଦନ୍ତ ପ୍ରକ୍ରିୟାଠାରୁ ଆରମ୍ଭ କରି ଦୁଷ୍କର୍ମ, ଅବୋଧ୍ୟ ଯୁକ୍ତି, ଦଣ୍ଡବିଧାନକାରୀ ଅଦାଲତ, ଦୋଷ ପ୍ରମାଣ କରିବାର ସମ୍ଭାବ୍ୟ ସ୍ଥିତି ପ୍ରାୟତଃ ଏକ ଅଲଂଘନୀୟ ଆହ୍ୱାନ । ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ, ଅନେକ ମହିଳା ଆଶା ପରିତ୍ୟାଗ କରୁଛନ୍ତି । ଯେତେବେଳେ ସେମାନଙ୍କୁ ମିଥ୍ୟା ମୋକଦ୍ଦମା ବିଷୟରେ ଆରୋପ କରାଯାଉଛି କିମ୍ବା ଧାରା ୪୯୮(କ) ଅନୁସାରେ ସେମାନେ ମିଳାମିଶା ପାଇଁ ବାଧ୍ୟ ହେଉଛନ୍ତି ତାଙ୍କର ପରିବାରକୁ ‘ରକ୍ଷା’ କରିବା ଏବଂ ପରିବାରର ଉନ୍ନତି କରିବା ପାଇଁ ।

‘ଭାରତୀୟ ପରିବାର’କୁ କେବେ ରକ୍ଷା କରିବାର ଆବଶ୍ୟକତା ନଥାଏ, ଏହି ପରିବାରରୁ ଭାରତୀୟ ମହିଳାଙ୍କୁ ରକ୍ଷା କରିବାର ଆବଶ୍ୟକତା ଥାଏ, ତାଙ୍କ ସ୍ୱାର୍ଥ ବିରୁଦ୍ଧରେ କାମ କରୁଥିବା ଏକ ନ୍ୟାୟିକ ବ୍ୟବସ୍ଥାରୁ ମୁକ୍ତି ।

Back to Top