ISSN (Print) - 0012-9976 | ISSN (Online) - 2349-8846

ନାଗାଲାଣ୍ଡରେ ମ୍ୟୁଜିକାଲ ଚେୟାର୍

Pradip Phanjoubam (phanjoubam@gmail.com) is the editor of Imphal Free Press.

ରାଜ୍ୟପାଳଙ୍କର କାର୍ଯ୍ୟାନୁଷ୍ଠାନ ସତ୍ତେ୍ରାଜନୈତିକ ନାଟକର ଅନ୍ତ ନାହିଁ 

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

(ପ୍ରଦୀପ ଫାନ୍ଯୋଉବାମ୍)

ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଟି.ଆର୍ ଜେକି ଅନେକ ଆଶ୍ଚର୍ଯ୍ୟଜନକ ଘଟଣାବଳୀ ପରେ ୧୯ ଜୁଲାଇରେ ଶପଥ ଗ୍ରହଣ କଲେ, ନୂତନ ବିଧାୟକମାନଙ୍କୁ ଖୁସି ରଖିବାପାଇଁ ନୂଆ ମାନକ ସ୍ଥାପନ କରିଛନ୍ତି । ରାଜ୍ୟ ବିଧାନସଭାରେ ୨୧ ଜୁଲାଇରେ ବହୁମତ ସାବ୍ୟସ୍ତ ହୋଇସାରିଲାପରେ ସେ ୧୧ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଲେ । ଏଥି ମଧ୍ୟରୁ ୨ଜଣ ହେଲେ ଭାରତୀୟ ଜନତା ପାର୍ଟି (ଭାଜପା)ର ୪ଜଣ ସଦସ୍ୟଙ୍କ ମଧ୍ୟରୁ ଶାସକ ନାଗା ପିପୁଲସ ପ୍ରଂଟଣ୍ଟ(ଘ.ଚ.ୠ)ର ୪୭ଜଣ ବିଧାୟକ ତାଙ୍କୁ ସମର୍ଥନ କରିଥିବା ବିଦ୍ରୋହୀଙ୍କ ମଧ୍ୟରୁ । ତାଙ୍କୁ ଆହୁରି ୩୫ଜଣଙ୍କୁ ସନ୍ତୁଷ୍ଟ କରିବାର ଥିଲା । ୨୫ ଜୁଲାଇରେ ସେମାନଙ୍କ ମଧ୍ୟରୁ ୨୬ଜଣଙ୍କୁ ସଂସଦୀୟ ସଚିବ ପଦରେ ନିଯୁକ୍ତ କଲେ । ଏହା ଏକ କ୍ୟାବିନେଟ୍ ପାହ୍ୟାର ପଦବୀ ଅଟେ । ବାକି ୯ ଜଣଙ୍କୁ କ୍ୟାବିନେଟ୍ ପାହ୍ୟାର ଅନ୍ୟ ଏକ ପଦ, ଉପଦେଷ୍ଟା ଭାବରେ ନିଯୁକ୍ତି କରାଗଲା । ଏହାଫଳରେ ୬୦ଜଣ ସଦସ୍ୟ ବିଶିଷ୍ଟ ବିଧାନସଭାର ଯେଉଁ ୪୭ଜଣ ବିଦ୍ରୋହୀ ୨୧ଜୁଲାଇରେ ଜେଲିଆଙ୍ଗ୍ଙ୍କ ସମର୍ଥନରେ ଆସ୍ଥାଭୋଟରେ ମତ ଦେଇଥିଲେ; ସେମାନେ ସମସ୍ତେ ବର୍ତ୍ତମାନ କ୍ୟାବିନେଟ୍ ପାହ୍ୟାର ଅଧିକାରୀ ।

ଏକ କାକତାଳୀୟ ବ୍ୟାପାରରେ ଏବଂ ଜେଲିଆଙ୍ଗଙ୍କ ପାଇଁ ଦୁର୍ଭାଗ୍ୟବଶତଃ, ସର୍ବୋଚ୍ଚ ନ୍ୟାୟାଳୟ ୨୬ ଜୁଲାଇରେ ଗୋଟିଏ ଭିନ୍ନ ମାମଲାରେ ଏହି ରାୟ ଦେଲେ ଯେ ଆସାମ ସଂସଦୀୟ ସଚିବ ଆଇନ ୨୦୦୪, ଯାହା ରାଜ୍ୟ ବିଧାନସଭା ମାନଙ୍କରେ ସଂସଦୀୟ ସଚିବ ନିଯୁକ୍ତି କରିବାପାଇଁ ପ୍ରାସ୍ତାବନା କରାଇଥିଲେ, ତାହା ଅସାମ୍ବିଧାନିକ ଅଟେ । ଏହି ରାୟର ଜେଲିଆଙ୍ଗର ତକ୍ରାଳୀନ ସନ୍ତୁଷ୍ଟିକରଣର ସପକ୍ଷବାଦୀଙ୍କ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ମାତ୍ର ସେ ନାନାଦି କଳା କୌଶଳ ବ୍ୟବହାର କରି ଏଥିରୁ ଉଧାରିବାର ବାଟ ତିଆରି ପାରନ୍ତି ।

ଜେଲିଆଙ୍ଗଙ୍କର କ୍ଷମତା ଯାତ୍ରା ନାଟକୀୟ ତଥା ବିବାଦାସ୍ପଦ । ସେ’ ଏହି ଫେବୃୟାରୀରୁ ନଗରାଞ୍ଚଳ ମାନଙ୍କରେ ସ୍ୱାୟତ ଶାସନ ନିର୍ବାଚନରେ ଜାତୀୟ ସ୍ତରରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ୩୩% ଭାଗ ସ୍ଥାନ ସଂରକ୍ଷଣ ଲାଗୁକରିବାକୁ ଚେଷ୍ଟା କଲେ । ଏହାଫଳରେ ବହୁ ଜାଗାରେ ହିଂସ୍ର ଜନପ୍ରତିରୋଧ ଦେଖାଗଲା । ଫଳତଃ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଓହ୍ଲାଇବାକୁ ପଡ଼ିଲା । ଏହାପରେ ଗ.ଚ.ୠ ଦଳ ବରିଷ୍ଠ ୮୧ବର୍ଷିୟ ନେତା ସୁର୍ହୋଜେଲି ଲାଇଜାଇସୁଙ୍କୁ ସର୍ବସମ୍ମତ ପ୍ରାର୍ଥୀରୂପେ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ କଲେ । ଏହି ସମୟରେ ଲାଇଜାଇସୁ ବିଧାନସଭାର ସଦସ୍ୟ ନଥିଲେ । ତାଙ୍କର ନିଜ ପଦ ଖାଲି କରିଥିବା ଆସନରେ ସେ ୨୯ଜୁଲାଇରେ ନିର୍ବାଚନ ଲଢ଼ିଥାନ୍ତେ । ମାତ୍ର ଉପ ନିର୍ବାଚନର କିଛି ସପ୍ତାହ ପୂର୍ବରୁ ଜେଲିଆଙ୍ଗ୍ ନିଜର ଗୋଟି •ଳନା କଲେ ।

ଏହି ବ୍ୟାପାରରେ ନାଗାଲାଣ୍ଡର ରାଜ୍ୟପାଳଙ୍କର ଭୂମିକା ସମାନ ପରିମାଣରେ ବିବାଦାସ୍ପଦ । ଏହି ଭଦ୍ରବ୍ୟକ୍ତି ଜଣଙ୍କ ଏହା ପୂର୍ବରୁ ଭାଜପାର ଉତ୍ତର ପୂର୍ବ ଭାରତର ପ୍ରଭାରୀ ଥିଲେ । ୧୯ଜୁଲାଇରେ ମୁଖ୍ୟମନ୍ତ୍ରୀ ସୁରହୋଜେଲି ଲାଇଜାଇସୁ ଆସ୍ଥା ଭୋଟ୍ ପାଇଁ ବିଧାନସଭାକୁ ଆସିଲେ ନାହିଁ । ଏହାପରେ ଭଦ୍ରବ୍ୟକ୍ତି ଶ୍ରୀଯୁକ୍ତ ଆ•ର୍ଯ୍ୟ ତରବରିଆ ଭାବରେ ଜେଲିଆଙ୍ଗଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରାଇଲେ । ଲାଇଜାଇସୁ ଏହା ତର୍କ କଲେଯେ ଗ.ଚ.ୠ.ର ବିଦ୍ରୋହ ଦଳର ଏକ ଅନ୍ତରୀଣ ବ୍ୟାପାର ଏଣୁ ଏହାର ସମାଧାନ ଦଳ ଦ୍ୱାରା ହେବ ନାକି ବିଧାନସଭାର । ଅବଶ୍ୟ ସାଧାରଣ ଅବସ୍ଥାରେ ଶାସକ ଦଳରେ ବିଭାଜନ ହୋଇ ସାମ୍ବିଧାନିକ ଅଚଳାବସ୍ଥା ସୃଷ୍ଟି ନହେଲେ, ଏପ୍ରକାରର ଦଳୀୟ କନ୍ଦଳର ସମାଧାନ ଦଳର ଆଭ୍ୟନ୍ତରୀଣ ବିବାଦଭଞ୍ଜନ ପ୍ରଣାଳୀ ଦ୍ୱାରା ହିଁ ହେବାକଥା । ନେତୃତ୍ୱ ପରିବର୍ତ୍ତନ ତଥା ସରକାରଙ୍କ ପାଇଁ ଆସ୍ଥା ଭୋଟ ସମୟର ଦଳୀୟ ଆଦେଶର ଉଲଘଂନ କରି ଗଣ କ୍ରସ୍ଭୋଟିଂ ସତ୍ତେ୍ୱ, ଘ.ଚ.ୠ.ରେ ବିଭାଜନ ଏ ପର୍ଯ୍ୟନ୍ତ ସୁକୃତ ନୁହେଁ ।

ଜେଲିଆଙ୍ଗଙ୍କର ଉଆସ ବିଦ୍ରୋହ ସତ୍ତେ୍ୱ ଲାଇଜାଇସୁ ପଦ ତ୍ୟାଗ କଲେ ନାହିଁ । ଏହାପରେ ରାଜ୍ୟପାଳ ଲାଇଜାଇସୁଙ୍କୁ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଲେ । ସେ ଏହି ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟପାଳଙ୍କ ଏହି ଆଦେଶକୁ ଗୌହାଟି ଉଚ୍ଚ ନ୍ୟାୟାଳୟର କୋହିମା ଖଣ୍ଡପୀଠରେ ଅପିଲ୍ କଲେ । ତାଙ୍କର ତତ୍ତ୍ୱ ଥିଲା ଯେ ଏହା ଦଳର ଏକ ଅନ୍ତରୀଣ ବ୍ୟାପାର ନ୍ୟାୟାଳୟ ଭିନ୍ନମତ ପୋଷଣ କରି ଲାଇଜାଇସୁଙ୍କର ଯାଚିକାକୁ ଖାରଜ କଲେ । ନ୍ୟାୟାଳୟଙ୍କର ରାୟ ଏହିଥିଲା ଯେ, ନିଷ୍ପତ୍ତିଟି ରାଜ୍ୟ ରାଜ୍ୟପାଳଙ୍କ ଉପରେ ଛାଡ଼ି ଦିଆଯାଉଛି ସେ ଉପଯୁକ୍ତ ଭାବରେ ନିଜର ବୁଦ୍ଧି ପ୍ରୟୋଗକରି ଏ ବିଷୟରେ ନିଷ୍ପତି ନେବେ ।” ନିଜର ପ୍ରତ୍ୟୁତ୍ପନମତି ପାଇଁ ଜଣାଶୁଣା ଲାଇଜାଇସୁ ପରେ ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣିଲେ ଯେ ରାଜ୍ୟପାଳ ମହୋଦୟ ନିଜର ବୁଦ୍ଧି ଠିକ୍ଭାବରେ ପ୍ରୟୋଗ କରିପାରି ନାହାନ୍ତି ।

ତିକ୍ତ ଲାଇଜାଇସୁ ନିଜର ବିରୋଧି ଜେଲିଆଙ୍ଗଙ୍କ (ହେରାକାଟୋକା) ବୋଲି ଚିତ୍ରିତ କଲେ । ସେ ଯେ ରାଜ୍ୟପାଳଙ୍କ ସହିତ ମିଶି ନାଗାଲାଣ୍ଡରେ ବିଜେପିକୁ କ୍ଷମତାକୁ ଆଣିବାପାଇଁ ଟାଣି ନେଇଛନ୍ତି, ତାହାର ଅଭିଯୋଗ ମଧ୍ୟ କଲେ । ଜେଲିଆଙ୍ଗ ନାଗା ଜନଜାତିମାନଙ୍କର ଜେଲିଆଙ୍ଗଙ୍କ ଗୋଷ୍ଠିର ସଦସ୍ୟ  । ଏହି ଗୋଷ୍ଠି ନାଗାଲାଣ୍ଡ, ମଣିପୁର ଓ ଆସାମ ରାଜ୍ୟରେ ବସବାସ କରନ୍ତି । ଏମାନେ ସର୍ବଶେଷରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକାଂଶ ଏପର୍ଯ୍ୟନ୍ତ ହେରାକା ନାମକ ସ୍ଥାନୀୟ ପ୍ରାକ୍ ଖୀରସ୍ତାନୀ ଧର୍ମମତର ଅନୁଗାମୀ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟର ଜଣେ ପ୍ରସିଦ୍ଧ ଧାର୍ମିକ ବିଦ୍ରୋହୀ ରାଣୀ ଗାଇଦିନ୍ଲିଉ ଏହି ଧର୍ମ ମତ ପାଳନ କରିଥିଲେ । ଗାଇଦିନ୍ଲିଉ କେବଳ ବ୍ରିଟିଶ୍ ପ୍ରଶାସନର ପ୍ରତିରୋଧ କରିଥିଲେ ତାହା ନୁହେଁ, ସେ ନାଗା ସାର୍ବଭୌମିକ ପାଇଁ ଲଢ଼ୁଥିବା ଏ.ଜେଡ଼୍, ଫିଜୋଙ୍କର ନାଗା ଜାତୀୟ ପରିଷଦର ମଧ୍ୟ ପ୍ରତିରୋଧ କରିଥିଲେ । ସ୍ୱାଧୀନତା ପରେ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ତାଙ୍କୁ ଏକ ବ୍ରିଟିଶ୍ ଜେଲ୍ରେ ଆବିଷ୍କାର କଲେ । ତାଙ୍କର ପ୍ରତିରୋଧର କାହାଣୀକୁ ସେ ଭଲ ପାଇ ତାଙ୍କୁ ରାଣୀର ପଦବୀ ତଥା ପରେ ପଦ୍ମଭୂଷଣ ମଧ୍ୟ ପ୍ରଦାନ କରିଥିଲେ । ମଣିପୁରରେ ଯଦିଓ ଗାଇଦିନ୍ଲିଉ ପୂଜ୍ୟା, ନାଗାଲାଣ୍ଡରେ ତାଙ୍କ ନାମରେ ଏକ ସ୍ମୃତିପୀଠରେ ନିର୍ମାଣକୁ ଘୋର ବିରୋଧ କରାଗଲା । ଏବେ ବିଶ୍ୱସ୍ତ ସୂତ୍ରର ପ୍ରକାଶ ଯେ ଭାଜପା ନିଜ ଦଳରେ ହେରାକାମାନଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ଚେଷ୍ଟା କରୁଅଛି । ଜେଲିଆଙ୍ଗ୍ଙ୍କର କ୍ଷମତାକୁ ପ୍ରତ୍ୟାବର୍ତ୍ତନକୁ ନେଇ ବିବାଦର ଅନ୍ତ ଘଟିନାହିଁ । ଲେଇଜାଇସୁ ଏବଂ ଘ.ଚ.ୠ. ତାଙ୍କର ସମର୍ଥକମାନେ ବର୍ତ୍ତମାନ ଦଳର ନିର୍ଦ୍ଦେଶ ବିରୋଧରେ ଭୋଟ୍ ଦେଇଥିବା ଘ.ଚ.ୠ. ବିଧାନସଭା ସଦସ୍ୟମାନଙ୍କର ସଦସ୍ୟତା ଖାରଜ କରିବାକୁ ମାମଲା ରୁଜୁ କରିବାକୁ ଉଦ୍ୟତ । ଯଦି ସେମାନେ ଏଥିରେ ସଫଳ ହୁଅନ୍ତି ତେବେ ସଦସ୍ୟତା ଖାରଜ ହେବାରୁ ନିଜକୁ ବଞ୍ଚାଇବାକୁ ବିଧାନସଭାରେ ଆଉ ଗୋଟେ ଦଳରେ ଯୋଗ ଦେବାପାଇଁ ବାଧ୍ୟ ହୋଇପାରନ୍ତି । ଏହା ବର୍ତ୍ତମାନ କଳ୍ପନା ଜଳ୍ପନାର ବିଷୟ ମାତ୍ର । ହେଲେ ସେମାନେ ଯେଉଁ ଦଳ ସହିତ ଯୋଗଦେବେ, ବୋଧହୁଏ ତାହା ହେବ ସେମାନଙ୍କର ବିଦ୍ରୋହରେ ସହଭାଗୀ ହୋଇଥିବା ଭାଜପା । ମାତ୍ର ଏପରି ଏକ ଫଳାଫଳ ଦ୍ୱାରା ଘ.ଚ.ୠ. ସମର୍ଥନର ଭିତ୍ତି ହ୍ରାସ ପାଇବ । ଏବଂ ଏହି ପରିସ୍ଥିତିରେ ଲାଭ ଆଉଥରେ ହେବ ଭାଜପାର ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top