ISSN (Print) - 0012-9976 | ISSN (Online) - 2349-8846

ଭାରତ, ଇସ୍ରାଏଲ ଏବଂ ବାଦ୍ ଦେବାର ରାଜନୀତି

Sukumar Muralidharan (sukumar.md@gmail.com) teaches at the Jindal School of Journalism and Communication, OP Jindal Global University, Sonipat.

ଇସ୍ରାଏଲ ଦ୍ାରା ପାଲେଷ୍ଟାଇନର ସାମରିକ ଦଖଲ ପାଇଁ ଉଦ୍ଦିଷ୍ଟ ବିଷାକ୍ତ ନୀତିଗୁଡ଼ିକୁ ଆମଦାନୀ କରିବାର ଏକ ଛଦ୍ମରୂପ?

ସୁକୁମାର ମୂରଲୀଧରନ୍ ଲେଖନ୍ତି :

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବୋମିନ୍ ନେତାନ୍ୟାହୁଙ୍କ ଅଭ୍ୟାସ ଯେ ସେ ସର୍ବସାଧାରଣରେ ବାଇବେଲ ରଖାଯାଉଥିବା ଟେବୁଲ ବ୍ୟବହାର କରି ପ୍ରତ୍ୟେକ ଲୋକଙ୍କୁ ଭର୍ତ୍ସନା କରିବା, ଯେଉଁମାନେ ତାଙ୍କର ନୈତିକତା ଏବଂ ଜ୍ଞାନ ଉପରେ ପ୍ରଶ୍ନ ଚିହ୍ନ ଉଠାନ୍ତି । ନିକଟ ଅତୀତରେ ଆୟାରଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ଇସ୍ରାଏଲ୍ ସରକାରଙ୍କ ଦ୍ୱାରା ‘ଗାଜା'ରେ ଅବରୋଧ ହୋଇଥିବା ଲୋକମାନଙ୍କୁ ସହଯୋଗ କରିବାର ‘ପାପ' କରିଥିବାରୁ, ତାଙ୍କୁ ଇସ୍ରାଏଲ ଠାରୁ ବିରକ୍ତିକର ଶିକ୍ଷାପ୍ରଦ ଉପଦେଶ ମିଳିଥିଲା । ପୂର୍ବରୁ ଅନ୍ୟ ଘଟଣାରେ ସେ ଜର୍ମାନୀର ବୈଦେଶିକ ମନ୍ତ୍ରୀଙ୍କୁ ମଧ୍ୟ ଭେଟିବାକୁ ଦୃଢ଼ ଭାବେ ମନା କରିଦେଇଥିଲେ ଯିଏ ନିଜର ଇସ୍ରାଏଲ ଗସ୍ତବେଳେ ଇସ୍ରାଏଲ ଦ୍ୱାରା ଦଖଲରେ ଥିବା ପାଲେଷ୍ଟାଇନ୍ ଇଲାକାରେ ଚାଲିଥିବା ଅସରନ୍ତି ଅପରାଧ ଗୁଡ଼ିକର ତାଲିକା ପ୍ରସ୍ତୁତ କରିଥିବା, ‘ବ୍ରେକିଂ ଦ ସାଇଲେନ୍ସ' ନାମରେ ପରିଚିତ ଇସ୍ରାଏଲ କିଛି ସାମରିକ କର୍ମଚାରୀଙ୍କୁ ଭେଟିବାପାଇଁ ଜିଦ୍ କରିଥିଲେ ।

ଏହିଭଳି ସବୁକଥା ଶିଖିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ମାସର ପ୍ରାରମ୍ଭରେ ଇସ୍ରାଏଲ ଗସ୍ତରେ ଯିବାର କିଛି ଆବଶ୍ୟକତା ନଥିଲା । ତେଲ୍ ଆଭିଭର ବେନ୍ ଗୁରିଆନ ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ଯେଉଁ ପ୍ରଥମ ଆଲିଙ୍ଗନ ହୋଇଥିଲା, ସେହି ସମୟଠାରୁ ଉଭୟ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ସୁସଙ୍ଗତି ବଜାୟ ରଖିଥିଲେ । ପରେ ପରେ ଯେଉଁ ଆଡ଼ମ୍ବରପୂର୍ଣ୍ଣ ଭୋଜିର ଆୟୋଜନ ହୋଇଥିଲା ସେଠି ପାଲେଷ୍ଟାଇନ୍ର କଥା ଉଲ୍ଲେଖ ହୋଇଥିବାର କିଛି ବି ନଜିର ନଥିଲା । ୱେଷ୍ଟବ୍ୟାଙ୍କ କିମ୍ବା ଗାଜା ଆଡ଼କୁ ଆଡ଼ଦୃଷ୍ଟିରେ ଦେଖିବାର ବି ଦୃଷ୍ଟାନ୍ତ ନଥିଲା । ଉଭୟଙ୍କ ମିଳିତ ଇସ୍ତାହାରରେ ଯାହା ପ୍ରକାଶ ପାଇଲା, ସେଥିରେ ସମୁଦାୟ ୨୨ଟି ଅନୁଚ୍ଛେଦ ଭିତରୁ କେବଳ ବିଂଶତମ ଅନୁଚ୍ଛେଦରେ ପାଲେଷ୍ଟାଇନ୍ ବିଷୟରେ ଧାଡ଼ିଟିଏ ତୀର୍ଯ୍ୟକଭାବେ ଉଲ୍ଲେଖ କରାଯାଇଥିଲା ।

ଭାରତ ପାଖରେ ପରିସ୍ଥିତିକୁ ହାଲକା କଲାଭଳି ଯୁକ୍ତିର ଅଭାବନାହିଁ । ମେ' ମାସରେ ଭାରତ ପାଲେଷ୍ଟାଇନ୍ର କ୍ଷମତାପ୍ରାପ୍ତ ଅଧିକାରୀ (ଚଇ) ରାଷ୍ଟ୍ରପତି ମହମ୍ମଦ ଆବାସଙ୍କୁ ଆପ୍ୟାୟିତ କରିଥିଲା । ସେତେବେଳେ ପାଲେଷ୍ଟାଇନ୍ର ପ୍ରତ୍ୟାର୍ପଣ/କ୍ଷତିପୂରଣ ବହୁଦିନରୁ ରହିଥିବା ଅଧିକାରକୁ ପୁନର୍ବାର ବିଶ୍ୱାସ ବା ଆସ୍ଥା ଦେବା କାର୍ଯ୍ୟସୂଚୀର ଏକ ଅବିଚ୍ଛେଦ୍ୟ ଅଂଶବିଶେଷ ଥିଲା । ଭାରତରୁ ବିଦାୟ ନେଲାବେଳେ ଆବାସ ସନ୍ତୁଷ୍ଟ ଥିଲେ । ଆବାସ ପାଲେଷ୍ଟାଇନ୍ ଫେରିଲାବେଳକୁ ତାଙ୍କୁ ସ୍ୱାଗତ କରିବାପାଇଁ ଖବରଟିଏ ଥିଲା ଯେ ୱେଷ୍ଟବ୍ୟାଙ୍କ ଇଲାକାରେ ଇହୁଦୀମାନଙ୍କର ସବୁଠାରୁ ଦୀର୍ଘତମ ଅବୈଧ ବସତି ସ୍ଥାପନ ପାଇଁ ଇସ୍ରାଏଲ ଉଦ୍ୟମ ଚଳାଇଛି । ସେ ଯଦିଓ କ୍ଷୁବ୍ଧ ଥିଲେ, ଅତି ବିଚିତ୍ର ଭାବେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ପାଲେଷ୍ଟାଇନ୍ ଆଉ ‘ଗାଜା'ର ବିଦ୍ୟୁତ ଦେୟ କେବେ ଭରଣା କରିବ ନାହିଁ । ଇସ୍ରାଏଲ ଅତି ଶୀଘ୍ର ବିଦ୍ୟୁତ ବିତରଣ ବନ୍ଦ କରିଦେଲା । ଆଗରୁ ସଙ୍ଗତରେ ଥିବା ଏହି ସଂକୀର୍ଣ୍ଣ ଭୂ-ଭାଗ ଅଞ୍ଚଳରେ ଏହା ଏକ ଭୟଙ୍କର ସ୍ଥିତି ଉତ୍ପନ୍ନ କଲା ଯାହାକୁ ମାନବିକତା ଦୃଷ୍ଟିକୋଣରୁ ପୁନଃଶ୍ଚ ନ ଫେରିବାର ଏକ ଉଦ୍ୟମ ବୋଲି ବର୍ଣ୍ଣନା କରାଯାଇଛି ।

ପାଲେଷ୍ଟାଇନ୍ ପ୍ରସଙ୍ଗଟିକୁ ନିଶ୍ଚିହ୍ନ କରିଦେଇ ମୋଦିଙ୍କ ଗସ୍ତ ପରେ ଯେଉଁ ମିଳିତ ବକ୍ତବ୍ୟଟି ରଖାଗଲା ତାହାର ଉଲ୍ଲେଖନୀୟ ଦିଗଟି ହେଲାଯେ ବକ୍ତବ୍ୟର ପ୍ରଥମ ପାରାରେ ହିଁ ଘୋଷଣା କରାଯାଇଛି ଯେ ଉଭୟ ଦେଶ ଭିତରେ ଥବବା ଦ୍ୱିପାକ୍ଷିକ ସମ୍ପର୍କକୁ ଏବେ ‘ରଣକୌଶଳଭିତ୍ତିକ ସହଭାଗିତା'କୁ ଉନ୍ନୀତ କରାଯାଇଛି । କେତୋଟି ସୂତ୍ରରୁ ଜଣାପଡ଼ିଛି ଯେ ସେଦିନ ସକାଳେ ଭାରତ ଏବଂ ଇସ୍ରାଏଲ ଦ୍ୱାରା ପ୍ରସାରିତ ଚିଠାଗୁଡ଼ିକ ଏକାପ୍ରକାର ନଥିଲା ଯେଉଁଠି ଭାରତ କହିଥିବା କଥାଗୁଡ଼ିକ ଇସ୍ରାଏଲର ବକ୍ତବ୍ୟରେ ନଥିଲା । ସମାଧାନ ହେବାପୂର୍ବରୁ ଏକ କ୍ଷୁଦ୍ର ଦୋଳାୟମାନ ସ୍ଥିତି ଉତ୍ପନ୍ନ ହେଲା ଯାହା ପ୍ରତିପାଦିତ କଲା ଯେ, ‘କୌଶଳପୂର୍ଣ୍ଣ ସହଭାଗିତା' ହେଉଛି ଭାରତର ଚିନ୍ତାଧାରା ।

ସାମରିକ ଯନ୍ତ୍ରାଂଶ କ୍ରୟକରି କୌଶଳପୂର୍ଣ୍ଣ ଭାଗିଦାରିତାକୁ ଉପଯୁକ୍ତ ସମ୍ପର୍କ ସହ ଆଗେଇ ନେବାପାଇଁ ଉଭୟ ପକ୍ଷ ନିଜର ଭୌଗୋଳିକ ଏବଂ ରାଜନୈତିକ ଉଦ୍ଦେଶ୍ୟଗୁଡ଼ିକ ପରସ୍ପର ସହ ବାଣ୍ଟିବାର ଇଚ୍ଛାଶକ୍ତି ରହିବା ଦରକାର । ଭାରତ ଏବଂ ଇସ୍ରାଏଲ ମଧ୍ୟରେ କ'ଣ ସମାନତା ଅଛି ତାହା ସ୍ପଷ୍ଟ ନୁହେଁ । ଏହା ଏଥିପାଇଁ ଯେ ଇସ୍ରାଏଲ ତା'ର କୌଶଳପୂର୍ଣ୍ଣ ସୁବିଧା ହାତେଇବା ପାଇଁ ଆଞ୍ଚଳିକ ଛିଦ୍ରଗୁଡ଼କୁ ବୃଦ୍ଧି କରିବାରେ ଲାଗିଛି । ଇସ୍ରାଏଲ ତା'ର ବିସ୍ମୃତ କୌଶଳପୂର୍ଣ୍ଣ ସୀମାବର୍ତ୍ତୀ ଅଞ୍ଚଳର ସମ୍ପୂର୍ଣ୍ଣ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ଇଚ୍ଛାଧିନ ବିଷୟ ଉପସ୍ଥାପନ କରିଥିଲା । ଭାରତ ଏହାକୁ ଗ୍ରହଣ କରି କାର୍ଯ୍ୟକାରୀ କଲେ ଅପରିଣାମଦର୍ଶିତାର ପରିଚୟ ଦେବ ।

ଭାରତର ଇସ୍ରାଏଲ ସହ କୌଶଳପୂର୍ଣ୍ଣ ଭାଗିଦାରିତା ହେଉଛି ଇସ୍ରାଏଲର ବିଷାକ୍ତ ନୀତିକୁ ଆପଣେଇ ନେବା ଯେଉଁ ଶକ୍ତି ବଳରେ ଇସ୍ରାଏଲ ପାଲେଷ୍ଟାଇନ୍କୁ ନିଜ ଆୟତ୍ତକୁ ଆଣିଥିଲା । ଇସ୍ରାଏଲର ଉଦ୍ଦେଶ୍ୟ ତାଙ୍କ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପାଲେଷ୍ଟାଇନ୍ ବାସୀଙ୍କର ସମଗ୍ର ଇତିହାସ ଇହୁଦୀମାନଙ୍କ କାଳ୍ପନିକ ଅତୀତର ଗୌରବମୟ ଅଧ୍ୟାୟ ଏବଂ ବର୍ତ୍ତମାନ ସେମାନଙ୍କ ଦଖଲରେ ଥିବା ଅଞ୍ଚଳର ବାସ୍ତବତା ଭିତରେ ଆବଦ୍ଧ ହୋଇଯାଇଛି । ଏହି ଅବହେଳିତ ଲୋକମାନଙ୍କର ଇତିହାସକୁ ସାମ୍ନାକୁ ଆଣିବାକୁ ପଡ଼ିବ ତାଙ୍କମାଟି ଉପରେ ଇହୁଦିମାନଙ୍କର ଆଧିପତ୍ୟ ପ୍ରତିଷ୍ଠିତ ହେବାପୂର୍ବରୁ ।

ଏହିଭଳି ବିଷୟବସ୍ତୁ ହିନ୍ଦୁ ଆଦର୍ଶବାଦରୁ ମିଳିଥାଏ, ଯାହା ଭାରତରେ ରାଜୁତି କରୁଛି । ଆହୁରି ନିର୍ଦ୍ଦିଷ୍ଟ ଭାବରେ କହିବାକୁ ଗଲେ ଏହି ବିପଦଜନକ କାଳ୍ପନିକ କାହାଣୀଗୁଡ଼ିକ ଗୋଟିଏ ଶତାବ୍ଦୀର ଏକ ଚତୁର୍ଥାଂଶ ଧରି କାଶ୍ମୀରରେ ଅନୁପ୍ରବେଶକୁ ନେଇ ଭାରତର ରଣ କୌଶଳକୁ ପ୍ରଭାବିତ କରିଆସିଛି । ମିଳିଥିବା ବିଭିନ୍ନ ମତାମତ ଅନୁସାରେ ‘ଡାଭୋଲ ଦସ୍ତାବିଜ୍' ଯାହା ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡାଭୋଲଙ୍କ ନାମ ଅନୁସାରେ ନାମିତ ହୋଇଛି ଏବଂ ଏହା ଏକ ଉଗ୍ର କଠିନ କାର୍ଯ୍ୟ ସମାଧାନର ପନ୍ଥା ଯେଉଁଥିରେ କାଶ୍ମୀର ବିଷୟରେ ରାଜନୈତିକ ସ୍ତରରେ ଆଲୋଚନା କରିବାକୁ ନିଷେଧ କରାଯାଇଛି । ଉତ୍ପୀଡ଼କ ବଳ ପ୍ରୟୋଗ କରି ଭୟଭୀତ କରିବା ଏବଂ ସମସ୍ତ ବିରୋଧାଭାସକୁ ଦମନ କରିବା ପାଇଁ ସେହି ଦସ୍ତାବିଜ୍ରେ ସୁପାରିଶ କରାଯାଇଛି ।

୨୦୧୦ ମସିହାରେ ଅନୁସନ୍ଧାନକାରୀ ସଂସ୍ଥାରୁ ଅବସର ନେବାର ଅବ୍ୟବହିତ ପୂର୍ବରୁ ହାଇଦ୍ରାବାଦର ଏକ ସମ୍ମିଳନୀରେ କାଶ୍ମୀର ପଣ୍ଡିତମାନଙ୍କ ଉଦ୍ଦେଶ୍ୟରେ ସେ ଟିପ୍ପଣୀ ଦେଇଥିଲେ ଯେ, ‘ସେମାନେ ସଭ୍ୟତା ଏବଂ ଐତିହ୍ୟର ଅଧିକାରୀ' । କାଶ୍ମୀରରେ ରହୁଥିବା ଜନମାନସର ଚିନ୍ତାଧାରା ସ୍ୱତନ୍ତ୍ର ଭାବରେ କ୍ଷତିକାରକ । ସେ ମତାମତ ଦେଇଥିଲେ ପାକିସ୍ଥାନକୁ ନିଃଶେଷ କରିହେବ ଯାହା ଭାରତ ଯେକୌଣସି ମୁହୂର୍ତ୍ତରେ ସ୍ଥିର କରିପାରିବ । ତାଙ୍କ ସହ ବୁଝାମଣା ଫଳପ୍ରଦ ନୁହେଁ । ଯଦି ଏହା ନିଧାର୍ଯ୍ୟ ତେବେ କାଶ୍ମୀର ପଣ୍ଡିତମାନଙ୍କୁ ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ ସମସ୍ତ ବୁଝାମଣା ପାଇଁ ରଖିବାକୁ ହେବ ।

ଯଦିଓ ଗଣତନ୍ତ୍ରକୁ ଉଭୟ ଦେଶ ସମ୍ମାନ ଦେଇଥିଲେ କିନ୍ତୁ ମୋଦୀଙ୍କର ଇସ୍ରାଏଲ ଗ୍ରସ୍ତବେଳେ ଯେଉଁ ମୂଲ୍ୟବୋଧକୁ ସ୍ପଷ୍ଟତାର ସହିତ ଉଭୟ ଦେଶ ସ୍ୱୀକାର କରିଥିଲେ ତାହା ସୂଚାଇଦେଉଛି ଯେ ସାମରିକ ଶକ୍ତିର ନିଷ୍ଠୁର ପ୍ରଶାସନ ରାଜନୀତିର ସ୍ଥାନ ନେଉଛି ଏବଂ ଅଧିକାରରୁ ବାଦ୍ ଦେବା ବା ବାସନ୍ଦ କରିବା ଯେମିତି ଗୋଟିଏ ନିୟମ ହୋଇଯାଇଛି ।

 

 

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top