ଜଣେ ନରମ ରାଷ୍ଟ୍ରପତି ହେବେ?
ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ କ୍ଷମତା କେନ୍ଦ୍ରୀକରଣ କରିବାର ପ୍ରବଣତାକୁ ପୁନଃ ସଂସ୍ଥାପିତ କରିପାରେ
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ଭାଜପା ନେତୃତ୍ୱରେ ପରି•ଳିତ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟର ରାଷ୍ଟ୍ରପତି ପ୍ରାର୍ଥୀଭାବେ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ପାର୍ଥୀ ଭାବେ ଚୟନ କରି, ଶାସକଦଳ ଦଳିତମାନଙ୍କ ସ୍ୱାର୍ଥର ସୁରକ୍ଷା କ୍ଷେତ୍ରରେ ଲୋକଦେଖାଣିଆ ପ୍ରୀତି ଦେଖାଇବାପାଇଁ ସୁଯୋଗଟିଏ ପାଇବା ସହ, ଜାରି ରଖି ଆସିଥିବା କ୍ଷମତାର କେନ୍ଦ୍ରୀକରଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାପାଇଁ ମଧ୍ୟ ଅବସର ପାଇଛନ୍ତି । ଜୁଲାଇ ୧୭ ନିର୍ବାଚନର ଫଳାଫଳ କ’ଣ ହେବ, ତାହା ନିଶ୍ଚିତ । କୋବିନ୍ଦ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଉତ୍ତରାଧିକାରୀ ହେବେ ଯେହେତୁ ଏନ୍.ଡ଼ି.ଏ. ସହ ନଥିବା ଅନେକ ଦଳ ଯଥା ବିଜୁ ଜନତା ଦଳ, ସଂଯୁକ୍ତ ଜନତା ଦଳ ଏବଂ ତେଲେଙ୍ଗାନା ରାଷ୍ଟ୍ରସମିତି ତାଙ୍କ ପ୍ରତି ସମର୍ଥନ ଜଣାଇ ସାରିଛନ୍ତି । ସେ ନିର୍ବାଚନୀ କଲେଜ୍ର ୫୫ପ୍ରତିଶତ ଭୋଟ ପାଇବାର ସମ୍ଭାବନା ଅଛି । ତାଙ୍କର ପ୍ରାର୍ଥିତ୍ୱ ଘୋଷଣା କରିବାକୁ ଯାଇ ଏନ୍.ଡ଼ି.ଏ. ଅଧ୍ୟକ୍ଷ ତଥା ଭାଜପା ସଭାପତି ଅମିତ ଶାହା କୋବିନ୍ଦଙ୍କ ପୃଷ୍ଠଭୂମି ଉପରେ ଗୁରୁତ୍ୱ ଦେଇ ବର୍ଣ୍ଣନା କରିଛନ୍ତି ଯେ, “ଗରିବ ଦଳିତ ଘରେ ଜନ୍ମ ନେଇଥିବା ଏବଂ କଠିନ ପରିଶ୍ରମ କରି ଉପରକୁ ଯାଇଥିବା” ଜଣେ ବ୍ୟକ୍ତି । କୋବିନ୍ଦଙ୍କ ପରିଚୟ ପୂର୍ବରୁ ତାଙ୍କୁ ଦଳିତ କହିବା ଆଶାନୁରୂପକ ଅନେକ ଆକର୍ଷଣ ଆଣିପାରିଛି । ଏହି ଘୋଷଣାର କିଛିଦିନ ଭିତରେ ହିଁ ଅଧିକାଂଶ ବିରୋଧ ଦଳମାନଙ୍କ ତରଫରୁ ମୀରା କୁମାରଙ୍କ ପ୍ରାର୍ଥିତ୍ୱ ଘୋଷଣା କରାଯାଇଛି । ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ପ୍ରାର୍ଥୀ କରାଇବା ବିଚାରଟିକୁ ନେଇ ବିଳମ୍ବ ହୋଇଯାଇଥିଲା । ଯାହା ଜଣାପଡ଼ୁଛି ରାଷ୍ଟ୍ର ମୁଖ୍ୟ ଏବଂ ସର୍ବୋଚ୍ଚ ସେନାପତି ପଦପାଇଁ ଜଣେ ଦଳିତ ପୁରୁଷ ଓ ଜଣେ ଦଳିତ ମହିଳାଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା କରାଇବାପାଇଁ କଂଗ୍ରେସ ବାଟ କଢ଼ାଇଲା ।
ପ୍ରାର୍ଥୀ ମନୋନୟନ ଏବଂ ତା ପରବର୍ତ୍ତୀ ଘଟଣା ଗୁଡ଼ିକରେ ଜାତି ସମ୍ପର୍କିତ ଅନେକ କାରଣ କାମ କରିଛି । ନିକଟ ଅତୀତର କେତୋଟି ଜାତି ସମ୍ପର୍କିତ ଘଟଣାରେ ନିଷ୍କ୍ରିୟତା ଯୋଗୁଁ ନରେନ୍ଦ୍ର ମୋଦୀ ସରକାର ସମାଲୋଚନା ଭିତରେ ରହି ଆସିଥିଲେ । ଯେମିତି କି ହାଇଦ୍ରାବାଦ୍ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ୍ ଭେମୁଲାଙ୍କ ଅସ୍ୱାଭାବିକ ମୃତ୍ୟୁ, ଗୁଜୁରାଟର ଊନାଠାରେ ୪ଜଣ ଦଳିତଙ୍କୁ ଗୋ ରକ୍ଷକମାନଙ୍କ ଦ୍ୱାରା ଆକ୍ରମଣ ଏବଂ ଉତ୍ତରପ୍ରଦେଶର ଶାହାରାନ୍ପୁରଠାରେ ଦଳିତମାନଙ୍କ ଉପରେ ବହୁବାର ଆକ୍ରମଣ । କୋବିନ୍ଦଙ୍କ ଚୟନ ଏସବୁ ଘଟଣାଗୁଡ଼ିକ ଉପରେ ଆବରଣଟିଏ ଟାଣିଦେବା ପାଇଁ ଭାଜପାର ଏକ ସଂକୀର୍ଣ୍ଣ ପ୍ରୟାସ କୁହାଯିବ । କୋବିନ୍ଦଙ୍କ ମନୋନୟନ ଭାଜପା ଓ ସଂଘ ପରିବାର’ର ଅନେକ ଦୀର୍ଘକାଳୀନ ପ୍ରକଳ୍ପ ପାଇଁ ସହାୟକ ହେବ । ସେ ଭିତରେ ଅଛି ଦଳିତମାନଙ୍କ ଅଧିକାର ପାଇଁ ଦାବୀ ଉପସ୍ଥାପନ ପ୍ରକ୍ରିୟାକୁ ଅଣରାଜନୈତିକ କରାଇବା ଏବଂ ସେମାନଙ୍କୁ ସଂଘର ହିନ୍ଦୁତ୍ୱବାଦୀ ହିନ୍ଦୁଧର୍ମ ଆଡ଼କୁ ଟାଣିନେବା ଯେଉଁ ଧର୍ମ ସଂଘମାର୍କା ହିନ୍ଦୁଧର୍ମ ଯଥା ବ୍ରାହ୍ମଣବାଦର, ଜାତି ବ୍ୟବସ୍ଥାର ଚତୁରତାର ସହ ଉତ୍ସବ ମନାଏ ଏବଂ ଯେ ସଂଖ୍ୟାଲଘୁମାନଙ୍କୁ ହିଂସ୍ରଭାବେ ବିରୋଧ କରେ, ଯେ ଆମ୍ବେଦକରଙ୍କ ବିଚାରଧାରାକୁ ଉଦରସ୍ଥ କରି ଅନ୍ୟ ଦଳମାନଙ୍କଠାରୁ ମୁହଁ ଫେରାଇ ନେବାପାଇଁ ଉତ୍ତର ଭାରତରେ ଦଳିତ ଓ ଅନ୍ୟ ପଛୁଆବର୍ଗଙ୍କୁ ବିଭାଜିତ କରାଏ ଇତ୍ୟାଦି । କୋବିନ୍ଦଙ୍କ ଚୟନ ବିରୋଧୀମାନଙ୍କ ଭିତରେ ଥିବା ଫାଟଟିକୁ ସ୍ପଷ୍ଟ ଦେଖାଇ ଦେଇଛି ଏବଂ ପଦାରେ ପକାଇ ଦେଇଛି ସେମାନଙ୍କ ଅସଫଳ ରାଜନୈତିକ ରଣକୌଶଳ ଯେତେବେଳେ ସେମାନେ ଏନ୍.ଡ଼ି.ଏ. ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲାପରେ ହିଁ ନିଜର ପ୍ରତିକ୍ରିୟାଟି ରଖିଲେ । ଯଦିଓ ଅନେକ କୋବିନ୍ଦଙ୍କ ପ୍ରାର୍ଥୀତ୍ୱରେ ଅସ୍ମିତାଭିତ୍ତିକ ରାଜନୀତି ତଥା ମାକିଆଭେଲିୟ ବାସ୍ତବ ରାଜନୀତିର ଛାପ ଦେଖିପାରିଲେ ଓ ମନ୍ତବ୍ୟ ରଖିଲେ କିନ୍ତୁ ଯାହାର ସମୀକ୍ଷାର ବେଶି ଆବଶ୍ୟକତା ଅଛି, ତାହା ହେଲା କୋବିନ୍ଦଙ୍କ ଆଶାତୀତ ବିଜୟର ଦୀର୍ଘମିଆଦୀ ପରିମାଣ କ’ଣ ହେବ।
୧୯୭୭ରେ ଜନତା ପାର୍ଟି ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସେ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥିଲେ । ୧୯୮୦ରେ ଯେତେବେଳେ ଇନ୍ଦିରାଗାନ୍ଧୀ କ୍ଷମତାକୁ ଫେରି ଆସିଥିଲେ, ତାଙ୍କୁ ଉଚ୍ଚତ୍ତମ ନ୍ୟାୟାଳୟରେ କେନ୍ଦ୍ର ସରକାରଙ୍କ ଓକିଲ ହିସାବରେ ପଦବୀ ରଖିବାପାଇଁ ସୁଯୋଗ ଦିଆଯାଇଥିଲା । ଭାଜପାରେ ୧୯୯୧ରେ ଯୋଗଦେବା ପରେ ସେ ପ୍ରଥମେ ଯେଉଁ ଦଳିତମାନେ ଏହି ଦଳରେ ଯୋଗ ଦେଇଥିଲେ ସେମାନଙ୍କ ଭିତରେ ସାମିଲ୍ ହୋଇଥିଲେ ଏବଂ ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଆସିଥିଲେ ଯେମିତିକି ଭାଜପାର ଉତ୍ତରପ୍ରଦେଶ ୟୁନିଟ୍ର ଯୁଗ୍ମ ସଚିବ, ଅନୁସୂଚିତ ଜାତିମୋର୍ଚ୍ଚାର ମୁଖ୍ୟ ଏବଂ ଜାତୀୟ ପ୍ରବକ୍ତା । ୧୯୯୧ରେ ସେ ଲୋକସଭା ପାଇଁ ଉତ୍ତରପ୍ରଦେଶରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ । କୁହାଯାଏ ଯେ ସେ ରାଜ୍ୟର ଥାକୁର ଗୋଷ୍ଠିର ଭଲ ବନ୍ଧୁ ନଥିଲେ । ଭାଜପା ତାଙ୍କୁ ୧୯୯୪ ଏବଂ ୨୦୦୬ରେ ଦୁଇଥର ରାଜ୍ୟସଭାକୁ ପଠାଇଥିଲା ଯେଉଁ ସମୟକାଳରେ ସେ ବିଭିନ୍ନ ସଂସଦୀୟ କମିଟିର ଦାୟିତ୍ୱ ତୁଲାଇଥିଲେ । ଅଟଳବିହାରୀ ବାଜପେୟୀଙ୍କ ଶାସନକାଳରେ ସେ ସଂଯୁକ୍ତ ରାଷ୍ଟ୍ରରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ୨୦୧୫ ମସିହାରୁ ସେ ବିହାର ରାଜ୍ୟପାଳ ରହି ଆସିଥିଲେ ।
ଭାରତ ବିଭିନ୍ନ କିସମର ରାଷ୍ଟ୍ରପତି ଦେଖି ଆସିଛି । ଫକ୍ରୁଦ୍ଦିନ ଅଲ୍ଲି ଅହମ୍ମଦ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି ଘୋଷଣା ନିଷ୍ପତ୍ତିକୁ କୁଖ୍ୟାତ ସ୍ୱୀକୃତି ଦେଇଥିଲେ । ସମ୍ବିଧାନକୁ ମଧ୍ୟ ସାମୟିକ ଭାବେ ଅକାମୀ କରାଯାଇଥିଲା । ଜ୍ଞାନୀ ଜୈଲ ସିଂହଙ୍କୁ ଜଣେ ନରମ ରାଷ୍ଟ୍ରପତି ଭାବେ ଧରି ନିଆଯାଇଥିଲା କିନ୍ତୁ ‘ସେ ବିଭିନ୍ନ ସମୟରେ ରାଜୀବ ଗାନ୍ଧୀଙ୍କ ପ୍ରତିରୋଧ କରିଆସିଥିଲେ । ଏମିତିକି ସରକାର ସମସ୍ତଙ୍କ ଉପରେ ନଜର ରଖୁଥିବା ପ୍ରସଙ୍ଗ ଉପରେ ‘ସେ ରାଜୀବ ଗାନ୍ଧୀଙ୍କୁ ବରଖାସ୍ତ କରିବା ପାଇଁ ନାଟକୀୟଭାବେ ଧମକ ଦେଇଥିଲେ । ସ୍ୱାଧୀନ ଭାରତର ବିଫଳତାଗୁଡ଼ିକ ଉପରେ ତର୍ଜମା କରିଥିଲେ ଏବଂ ସମ୍ବିଧାନ ପ୍ରତି ଆମ୍ବେଦକରଙ୍କ ଥିବା ଅବଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଅତୀତର ଦୁଇଜଣ ରାଷ୍ଟ୍ରପତି ପ୍ରତିଭା ଦେବୀସିଂ ପାଟିଲ ଏବଂ ପ୍ରଣବ ମୁଖାର୍ଜୀ ସେମାନଙ୍କ ଶୈଳୀ ଓ ରାଜନୈତିକ ପୃଷ୍ଠଭୂମି ଦୃଷ୍ଟିରୁ ପରସ୍ପରଠାରୁ ଭିନ୍ନ ଥିଲେ କିନ୍ତୁ କେବେ ବି ସରକାରଙ୍କ ସହ ମୁକାବିଲା କରିନଥିଲେ । ମୁଖାର୍ଜୀ ବେଳେବେଳେ ଯଦିଓ ଧର୍ମନିରପେକ୍ଷତା ଓ ସ୍ୱାଧୀନତା ଉପରେ ମନ୍ତବ୍ୟ ରଖନ୍ତି କିନ୍ତୁ ସେ ସରକାରଙ୍କର ପ୍ରତିଟି ଆଦେଶକୁ ସ୍ୱୀକୃତି ଦେଇଛନ୍ତି ଏବଂ ଜମି ଅଧିଗ୍ରହଣ ଆଇନ ଭଳି କେତେକ ବିବାଦୀୟ ଅଧ୍ୟାଦେଶ ଜାରି କରିଛନ୍ତି ।
କୋବିନ୍ଦଙ୍କ କାମ ରାଇସିନା ହିଲସ୍ ଉପରେ ପ୍ରଭାବ ରଖି ଆସୁଥିବା ଲୋକମାନଙ୍କ ପାଖରେ ନମନୀୟ ରହିବେ? ଯଦିଓ ସମୟ ହିଁ କହିବ ସଠିକ ଉତ୍ତର କଣ । ତେବେ ସରକାରଙ୍କଠାରୁ ତାଙ୍କ ନୀତି ଅଲଗା ରହିବ ବୋଲି ବିଶ୍ୱାସ କରିବାପାଇଁ କୌଣସି କାରଣ ନାହିଁ । ଏଭଳି ଏକ ପୃଷ୍ଠଭୂମିରେ ୩୨୦ ଏକର ଜମି ଉପରେ ୩୪୦ଟି କୋଠରୀ ଥିବା ବିଶ୍ୱର ସବୁଠାରୁ ଦୀର୍ଘ ବାସଗୃହ “ରାଷ୍ଟ୍ରପତି ଭବନ’ରେ କୋବିନ୍ଦଙ୍କ ରହଣୀକୁ ଦେଖିବାକୁ ପଡ଼ିବ । ବର୍ତ୍ତମାନ ସୁଦ୍ଧା ସେ ଜଣେ ଆକ୍ରମକ ଯୋଦ୍ଧା ହିସାବରେ ପରିଚିତ । ମୋଦୀ ସରକାରଙ୍କର ଗଣତାନ୍ତ୍ରିକ ଅନୁଷ୍ଠାନ ପ୍ରତି ସେଭଳି କିଛି ମହାନ ପ୍ରୀତି ନାହିଁ । ପ୍ରଧାନମନ୍ତ୍ରୀଙ୍କର ଅନୁରକ୍ତ ଓ ଆଜ୍ଞା ସେବକମାନଙ୍କ ପ୍ରତି ଥିବା ପସନ୍ଦକୁ ନେଇ କାହାର ବି ଚକିତ ହେବାର ନାହିଁ । ସରକାର ଏବେ ଯେତେକ ନିଯୁକ୍ତି ଦେଇଛନ୍ତି ତାକୁ ଦେଖିଲେ ସ୍ପଷ୍ଟ ବାରିହେଉଛି ।
କୋବିନ୍ଦ କିଭଳି ରାଷ୍ଟପ୍ରତିଟିଏ ହେବେ? ସମ୍ବିଧାନ ପ୍ରତି ଥିବା ତାଙ୍କର ବି•ର ନିର୍ବାଚନ ଅଭିଯାନରେ ସେ ଦେଇଥିବା କିଛି ଟିପ୍ପଣୀରୁ ଜଣାପଡ଼ୁଛି । ସେ ଯାହା କହିଛନ୍ତି ବୋଲି କୁହାଯାଉଛି ତାହା ହେଲା- “ଜଣେ ରାଷ୍ଟ୍ରପତି ପାଇଁ ସମ୍ବିଧାନ ସବୁରି ଉପରେ । ଏହା ହେଉଛି ଗୀତା, ରାମାୟଣ, କୋରାନ୍ ଏବଂ ବାଇବେଲ୍” । ଧର୍ମଗ୍ରନ୍ଥଗୁଡ଼ିକ ପ୍ରତି ତାଙ୍କର ଦୃଢ଼ ଅନୁରକ୍ତି ଏକ ଉଦବେଗର କାରଣ । ଈଶ୍ୱର ଆମକୁ ସମ୍ବିଧାନ ଦେଇନାହାନ୍ତି । ଗୋଟିଏ ସାଧାରଣ ଗଣତନ୍ତ୍ରରେ ଅନବରତ ଆଲୋଚନା ଓ ବିର୍ମଷ ଭିତରେ ପ୍ରସ୍ତୁତ ହେଉଥିବା ନୈତିକତା, ନ୍ୟାୟ, ସ୍ୱାଧୀନତା, ସମାନତା ଓ ମାନବିକ ଅଧିକାର ସମ୍ବନ୍ଧିତ ନୀତିଗୁଡ଼କର ସମ୍ବିଧାନ ହେଉଛି ଏକ ଜୀବନ୍ତ ଦସ୍ତାବିଜ । ଗୋଟିଏ ଗଣତନ୍ତ୍ରରେ ସମ୍ବିଧାନର ଭୂମିକାକୁ ନେଇ କୋବିନ୍ଦଙ୍କ ମତ କୌଣସି ପ୍ରକାରେ ରାଷ୍ଟ୍ରରେ ସଂଖ୍ୟାଗରିଷ୍ଠବାଦକୁ ସମର୍ଥନ କରୁଛି କି? କୋବିନ୍ଦଙ୍କର ଯାତ୍ରାପଥର ପଂଜିକାଟି କହୁନାହିଁ ଯେ ତାଙ୍କର ଦକ୍ଷତା ବା ଅଭିଳାଷ ଅଛି କ୍ଷମତା କେନ୍ଦ୍ରୀକରଣକୁ ସେ ବିରୋଧ କରିବେ ବା ଗଣତନ୍ତ୍ର ବିରୋଧି କାର୍ଯ୍ୟକଳାପର ସେ ପ୍ରତିରୋଧ କରିବେ।