ଚାଇନା ସହ ପାଗଳ ଶତ୍ରୁତା
ଆମେରିକୀୟ ସହଯୋଗର କୌଣସି ଆଶା ନଥାଇ, ମୋଦୀ କଣ ଚୁପ୍ଚାପ୍ ଭାରତୀୟ ସୈନିକମାନଙ୍କୁ ପ୍ରତ୍ୟାହାର କରିନେବେ?
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
ଯେଉଁଦିନ ଭାରତୀୟ ସେନା ସିକିମ୍ ପ୍ରଦେଶରେ ଚାଇନା ସହ ଥିବା ସୀମା ଲଂଘି ଚାଇନା ପଟକୁ ଯାଇ ଡ଼ୋକଲାମ୍ ତଥା ଡ଼େକାଲାଙ୍ଗ ସମତଳ ଅଂଚଳରେ •ଲିଥିବା ରାସ୍ତା ନିର୍ମାଣର ପଥ ରୋଧ କରିବାପାଇଁ ଚେଷ୍ଟା କଲେ, ସେଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାସିଂଟନ୍ରେ ଥିଲେ ଏବଂ ଡ଼ୋନାଲଡ଼୍ ଟ୍ରମ୍ପ ପ୍ରଶାସନ ‘ପ୍ରଥମେ ଆମେରିକା’ ନୀତି ସହ ଥିବା ଭାରତର ମତଭେଦକୁ ଗୁରୁତ୍ୱ ନଦେବାଭଳି ଅନୁଭବ କରୁଥିଲେ । କେବଳ ମୋଦୀ ବା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡ଼ାଭୋଲ୍ ନୁହନ୍ତି, ଏମିତିକି ଭାରତର ବଡ଼ ବଡ଼ ଗଣମାଧ୍ୟମମାନେ ମଧ୍ୟ ଭାରତ-ଆମେରିକା ସାମରିକ ସହଯୋଗର ଅବମୂଲ୍ୟାୟନ ହେବାର ଆଶଙ୍କାରେ ଥିଲେ । ଗୋଟିଏ ବିଶ୍ୱସ୍ତରୀୟ ‘ରଣନୀତିରେ ଭାଗିଦାରିତା’- ଭାରତ ଏକ ବୃହତ୍ ଶକ୍ତିରେ ପରିଣତ ହେବାର ଆକାଂକ୍ଷାକୁ ପୂରଣ କରିପାରିବ ବୋଲି ଭାରତର ସମ୍ଭ୍ରାନ୍ତ ବର୍ଗ ଆଶା କରି ଆସୁଥିଲେ । ପ୍ରଧାନମନ୍ତ୍ରୀଙ୍କର ଦକ୍ଷିଣ ହାତ କୁହାଯାଉଥିବା ଲୋକମାନଙ୍କର ମସ୍ତିଷ୍କରୁ ବାହାରିଥିବା ଏହି ଯୋଜନାଟି ଚାଇନା ସହ ଥିବା ଆମର ସୀମାରେ ସଂଘର୍ଷର ତୃତୀୟ ବିନ୍ଦୁଟିଏ ଖୋଲିବାର ପ୍ରୟାସ କରୁଛି । ପୂର୍ବରୁ ଯେଉଁ ଦୁଇଟି ବିନ୍ଦୁଥିଲା ସେଥିରେ ଅଛି ଉତ୍ତର ପୂର୍ବରେ ଥିବା ମ୍ୟାକମୋହନ୍ ଲାଇନ୍ ଏବଂ ଉତ୍ତର ପଶ୍ଚିମରେ ଆକସାଇ୍ ଚୀନରେ ଭାରତ ଦାବୀ କରୁଥିବା କ୍ଷେତ୍ର । ଆମେରିକୀୟ ସାମ୍ରାଜ୍ୟବାଦ ସହ ଚୀନ୍ବିରୋଧି ମେଂଟକୁ ସହଜ କରିବାପାଇଁ ଯେମିତିକି ଏବେ ପ୍ରୟାସ •ଲିଛି । କିନ୍ତୁ ଏଭଳି ଏକ ଚତୁର କାର୍ଯ୍ୟଧାରା କଣ କାମ କରିବ?
୨୦୧୪ର ମଧ୍ୟଭାଗରୁ, ଯେବେଠାରୁ ମୋଦୀ ସରକାର କ୍ଷମତାସୀନ ହେଇଛନ୍ତି, ଓବାମା ସରକାର ଭାରତୀୟ ଜନତା ପାର୍ଟିର ଚୀନ ପ୍ରତି ଥିବା ବି•ରଗତ ବିଦ୍ୱେଷର ପୁରା ଲାଭନେଇ ଆମେରିକାର ଚୀନ ସହ ମୁକାବିଲା ବେଳେ ଭାରତକୁ ଏକ ଛାମୁଆ ଦେଶ ହିସାବରେ ବ୍ୟବହାର କରିବାର ପ୍ରବଣତା ଦେଖାଇ ଆସିଛନ୍ତି । ଆମେରିକା ଭାରତକୁ ଏକ ‘ବୃହତ୍ ପ୍ରତିରକ୍ଷା ସାଥୀ’ ହିସାବରେ ମାନ୍ୟତା ଦେଇଛି, ଯାହାଫଳରେ ଭାରତ ଆମେରିକାର ଅନ୍ୟ ବନ୍ଧୁମାନଙ୍କ ସହ ସମତୁଲ୍ୟ ମାନ୍ୟତା ପାଇବ । ଆମେରିକା ଏଇ କାମ ପ୍ରତିବଦଳରେ କରିଛି, ଭାରତ ଆମେରିକାପାଇଁ ଦେଖାଇଥିବା ଅନୁଗ୍ରହ ଯୋଗୁଁ । ଲଜିଷ୍ଟିକସ୍ ଏକ୍ସଚେଞ୍ଜ ମେମୋରଗ୍ରାମ ଅଫ ଏଗ୍ରିମେଂଟ ନାଁରେ ଭାରତ ଆମେରିକା ସହ ଚୁକ୍ତିବଦ୍ଧ ହୋଇଛି ଯେ ଆମ ଦେଶର ସାମରିକ ଭିତ୍ତିଭୂମିକୁ ଆମେରିକା ନିଜର ସାମରିକ କାର୍ଯ୍ୟକଳାପ ପାଇଁ କାମ କରିବା ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ । ଏହାଦ୍ୱାରା ଆମେରିକା ନିଜର ଅଭିଳାଷ ପୂରଣ କରିବାପାଇଁ ଭାରତକୁ ସାଥିରେ ନେଇପାରିଛି । ଡ଼ିସେମ୍ବର ୨୦୧୬ରେ ଯେତେବେଳେ ନବ ନିର୍ବାଚିତ ରାଷ୍ଟ୍ରପତି ଡ଼ୋନାଲଡ଼୍ ଟ୍ରମ୍ପ ଇଙ୍ଗିତ କଲେ ଯେ ସେ ‘ଗୋଟିଏ ଚାଇନା’ ନୀତି ଦ୍ୱାରା ଆବଦ୍ଧ ହୋଇରହିବେ ନାହିଁ, ତାହା ୪୫ବର୍ଷ ଧରି ଆମେରିକାର ଚୀନ୍ ସହ ଥିବା କୂଟନୈତିକ ସମ୍ପର୍କର ଭିତିଟିକୁ ଏପଟ ସେପଟ କରିଦେଲା । ସେ ଆହୁରି ବି ସୂଚନା ଦେଇଥିଲେ ଯେ ଏଭଳି ଏକ ‘ଗୋଟିଏ ଚାଇନା’ ନୀତିକୁ ମାନିବାକଥାଟି ଚାଇନାର ଅନେକ ବିବାଦୀୟ ଦ୍ୱିପାକ୍ଷିକ ପ୍ରସଙ୍ଗରେ କଣ ଆଭିମୁଖ୍ୟ ରହୁଛି ତାହା ଉପରେ ନିର୍ଭର କରିବ । ଟ୍ରମ୍ପ୍ଙ୍କ ଏଭଳି ଏକ ମନ୍ତବ୍ୟ ମୋଦୀଙ୍କ ଉପଦେଷ୍ଟାମାନଙ୍କ ମନରେ ଆଶା ସଂ•ର କରିଥିଲା ଏବଂ ସେମାନେ ଭାବିନେଲେ ଚାଇନା ସହ ଭାରତର ଯେଉଁ ସୀମା ବିବାଦ ରହିଆସିଛି, ସେଥିରେ ଆମେରିକା ଭାରତକୁ ସାହାଯ୍ୟ କରିବ ।
ଦୁଇଟି ସୀମାବିବାଦ ପ୍ରସଙ୍ଗରେ ଭାରତ ଚାଇନା ସହ “କଥାବାର୍ତା” ଚଳାଇଛନ୍ତି, କିନ୍ତୁ ମୂଲଚାଲ କରିବାପାଇଁ ଭାରତ ପ୍ରସ୍ତୁତ ନୁହଁ ଯାହା ଭାରତ ସମଗ୍ର ଅକସାଇ ଚୀନ ଉପରେ କରିଆସୁଥିବା ଦାବୀରୁ ପଛକୁ ହଟିବାକୁ ପଡ଼ନ୍ତା ଏବଂ ମ୍ୟାକମୋହନ୍ ଲାଇନର ବୈଧତା ନେଇ ଯେଉଁ ଔଦ୍ଧତ୍ୟପୂର୍ଣ୍ଣ ଦାବୀ ରଖିଆସିଛି ଭାରତ ସେଥିରୁ ନିବୃତ୍ତ ହେବାକୁ ପଡ଼ନ୍ତା । •ଇନା ସହ ଯେଉଁସବୁ ଦେଶମାନଙ୍କର ସୀମା ବିବାଦ ଥିଲା , ସେମାନେ ତାକୁ ସୌହାର୍ଦ୍ଧ୍ୟପୂର୍ଣ୍ଣ ଭାବେ ତୁଟାଇ ସାରିଲେଣି । ଯେଉଁ ଦୁଇଟି ଦେଶ ସହ ବିବାଦ ଲାଗି ରହିଛି ସେ ଭିତରେ ଅଛି ଭାରତ ଓ ଭାରତର ସୁରକ୍ଷାରେ ଥିବା ଭୁଟାନ । ପ୍ରକୃତପକ୍ଷେ ଚାଇନା ପ୍ରସ୍ତୁତ ଥିଲାଭଳି ଲାଗୁଛି ଇତିହାସ କାଳରୁ ଛଡ଼ା ଯାଇଥିବା ସୀମାକୁ ନିଜର ସୀମା ହିସାବରେ ମାନିନେବା ପାଇଁ । ସୁତରାଂ ଯଦି ବୁଝାମଣାଭିତ୍ତିକ ଆଲୋଚନା ହୁଏ ଭାରତ ତଥାକଥିତ ମ୍ୟାକମୋହନ ଲାଇନ୍ ଯାଏଁ ସୀମାଟିକୁ ପାଇଯାଇପାରିବ । ଯଦିଓ ଚାଇନାବାସୀ ଜାଣନ୍ତି ବ୍ରିଟିଶ୍ମାନଙ୍କର ସାମ୍ରାଜ୍ୟ ସମ୍ପ୍ରସାରଣର ଶେଷ ଚରଣରେ ତାହାର ଅନେକ ଅଂଚଳ ଚାଲିଯାଇଛି । ଭାରତ ତାହାହେଲେ କ’ଣପାଇଁ ଚାଇନାକୁ ଶତ୍ରୁରୂପେ ଦର୍ଶାଇଁ ଝଗଡ଼ା ପାଇଁ ଉସୁକାଇ ଚାଲିଛି? ଏ ଭିତରେ ଆମ ସେନାଧ୍ୟକ୍ଷ ବିପିନ୍ ରାୱତ ଦାୟିତ୍ୱହୀନ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତ ଏକାବେଳେ ଚାଇନା, ପାକିସ୍ଥାନ ଏବଂ ଆଭ୍ୟନ୍ତରୀଣ ବିଦ୍ରୋହୀମାନଙ୍କ ବିରୁଦ୍ଧରେ ଅଢ଼େଇଟି ଯୁଦ୍ଧ କରିପାରିବ । ଉଭୟେ ଭାରତର ପ୍ରତିରକ୍ଷା ପ୍ରଶାସନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଭାରତର ବଡ଼ ବଡ଼ ଗଣମାଧ୍ୟମ ଏବଂ ଆତ୍ମଘୋଷିତ ନିରାପତ୍ତା ବିଶାରଦମାନେ କହୁଛନ୍ତି ଯେ ଚାଇନା ଯେମିତି ଭାରତ-ଭୂଟାନ ସୀମାଟିକୁ ଦକ୍ଷିଣ ଆଡ଼କୁ ଠେଲି •ଲିଛି, ଯାହାଫଳରେ ଯଦି ଯୁଦ୍ଧ ହୁଏ ସେ ସିଲଗୁରୀ କରିଡ଼ରଟିକୁ ଦଖଲ୍ କରିବାପାଇଁ ସୁବିଧା ହେବ । ଏହି ସିଲ୍ଗୁରୀ କରିଡ଼ରକୁ କୁକୁଡ଼ାର ବେକ ବୋଲି କୁହାଯାଉଛି ଯାହା ପଶ୍ଚିମବଙ୍ଗ ଏବଂ ଭାରତ ସହ ୩ଟି ଉତ୍ତରପୂର୍ବ ରାଜ୍ୟକୁ ଦୁଇଭାଗରେ ଯୋଡ଼ିକି ରଖୁଛି । ଚାଇନା କୁଆଡ଼େ ଆମର ସେହି ଆଭ୍ୟନ୍ତରୀଣ ଯୋଗାଯୋଗର ବାଟଟିକୁ ବନ୍ଦ କରିଦେବାପାଇଁ ଚାହିଁଛି । ଏଭଳି ଏକ ସୁଦୂର ଆଶଙ୍କା ହେତୁ ଚାଇନାର ନିଜ ଦଖଲରେ ଥିବା ଅଞ୍ଚଳକୁ ଭାରତ ପ୍ରବେଶ କରୁଛି, ଯାହା ଗତ ତିନିବର୍ଷ ହେଲାଣି ଚାଇନା ପ୍ରତି ଯେଉଁ ବିରୋଧ କରି•ଲିଛି ତାକୁ ପ୍ରତିଫଳିତ କରୁଛି । ଏହାଦ୍ୱାରା ମଧ୍ୟ ୱାଶିଂଟନ୍ ସହ “ବିଶ୍ୱ ରଣକୌଶଳଭିତ୍ତିକ ସହଭାଗିତା”ରେ ଯେଉଁ ସ୍ୱାୟତତା ବଜାୟ ରଖିଥିଲା, ତାକୁ ପରିତ୍ୟାଗ କଲାଭଳି ମନେ ହେଉଛି ।
ମୋଦୀଙ୍କ ପରାମର୍ଶଦାତାଙ୍କୁ ନିରାଶ କରିଛି, ଟ୍ରମ୍ପଙ୍କ ପରିବର୍ତ୍ତିତ ଆଭିମୁଖ୍ୟ । ଚାଇନାସହ ଉଦାର ନୀତି ଆପଣେଇ ଟ୍ରମ୍ପ୍ ପ୍ରୟାସ କରୁଛନ୍ତି କେମିତି ଚାଇନା ତାଙ୍କ ଦେଶ ସହ ଥିବା ବଳକା ବାଣିଜ୍ୟ ବା ତାଙ୍କ ଦେଶରେ ଲଦି ଆସୁଥିବା ଦରବଗୁଡ଼ିକୁ ଯେମିତି ହ୍ରାସ କରିବ ଓ ଆଣବିକ ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ର ରଖିବା ବାବଦରେ ଉତ୍ତର କୋରିଆକୁ ଦେଇଥିବା ଆମେରିକୀୟ ଦାବୀଗୁଡ଼ିକ ପୂରଣ ଦିଗରେ ସହଯୋଗ କରିବ । ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଯେ ଆମେରିକା ବା ଜାପାନ ବି ଭାରତ ତିଆରି କରିଥିବା ତୃତୀୟ ସୀମାବିବାଦ ବିନ୍ଦୁକୁ ସମର୍ଥନ କରି କିଛି କହିନାହାନ୍ତି । ଆମେରିକାର ସମର୍ଥନର ଆଶା କ୍ଷୀଣଥିବା ଦୃଷ୍ଟିରୁ ଚାଇନାର ଡୋକଲାମ ଅଂଚଳରେ ଭାରତୀୟ ସେନାକୁ ଚୁପ୍ଚାପ୍ ପ୍ରତ୍ୟାହାର କରିଅରାଯିବ କି?