ଗୋଟିଏ ଉତ୍ତପ୍ତ ଘରେ ବଢୁଥିବା ତରୁ
ଅସୁବିଧା ସତ୍ତେ୍ୱ, ପତିଆରାସମ୍ପନ୍ନ କଥାଗୁଡ଼ିକୁ ଅଲଜଜିରା ସଙ୍ଗଠନ ମୁକାବିଲା କରୁଛି
The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.
୨୩ ଜୁନ୍ ୨୦୧୭ଦିନ କ୍ୱାତାର ଉପରେ ଅର୍ଥନୈତିକ ଏବଂ କୂଟନୈତିକ କଟକଣା ଜାରି କରିବାପରେ ସାଉଦୀ ଆରବର ନେତୃତ୍ୱରେ ପରି•ଳିତ ଦେଶମାନେ ଯେଉଁ ୧୩ଟି ଦାବୀ କ୍ୱାତାର ସାମ୍ନାରେ ରଖିଥିଲେ, ସେ ଭିତରୁ ଗୋଟିଏ ହେଉଛି ଅଲ୍ଜଜିରା ଗଣମାଧ୍ୟମକୁ ବନ୍ଦ କରିଦେବା । ଏଥିରେ ଆଶ୍ଚର୍ଯ୍ୟ ହେଲାଭଳି କିଛି ନାହିଁ । ୧୯୯୬ରେ ଆରମ୍ଭ ହେବା ଦିନଠାରୁ ‘ଆରବ ଦୁନିଆର ସର୍ବପ୍ରଥମ’ ସ୍ୱାଧୀନ ଚ୍ୟାନେଲ କୁହାଯାଉଥିବା ଏଇ ଟେଲିଭିଜନ ନେଟ୍ୱାର୍କଟି ଅଧିକାଂଶ ରାଜା ଓ ଏକଛତ୍ରବାଦୀଙ୍କ ପାଇଁ ଗୋଟିଏ କଂଟା ହୋଇଯାଇଛି । ଯଦିଓ ୨୦୧୬ରେ ଆମେରିକାର ଫ୍ରିଡ଼ମ ହାଉସ୍ ଦ୍ୱାରା ‘ମୁକ୍ତ ନୁହଁ’ କୁହାଯାଉଥିବା କ୍ୱାତାରରୁ ଏହି ଟିଭି ଚ୍ୟାନେଲ କାମ କରି ଆସୁଛନ୍ତି, ତେବେ ଏହି ଅଞ୍ଚଳର ଅନ୍ୟାନ୍ୟ ଟିଭି ନେଟ୍ୱାର୍କ ତୁଳନାରେ ଅଲ୍ଜଜିରା ଅପେକ୍ଷାକୃତ ମୁକ୍ତ ରହି ଆସିଛି । ବିଡ଼ମ୍ବନାର କଥା ଯେ ସାଉଦୀ ଆରବର ଅବ୍ୟବସ୍ଥିତ ଉଦାରତା ଯୋଗୁଁ ଅଲଜଜିରା ଆରବିକ୍ ଜନ୍ମ ନେଇଥିଲା, ଯେତେବେଳେ ସେମାନେ ବିବିସି ଆରବିକ୍ ଭାଷାର ପ୍ରସାରଣକୁ ବନ୍ଦ କରିଦେଲେ ଏବଂ ପ୍ରାୟ ୧୫୦ଜଣ ଉପଯୁକ୍ତ ଭାବେ ତାଲିମପ୍ରାପ୍ତ ସାମ୍ବାଦିକଙ୍କୁ ଅଲଜଜିରା ଚ୍ୟାନେଲ୍ରେ ଯୋଗ ଦେବାପାଇଁ ମୁକ୍ତ କରିଦେଲେ ।
ଯେତେବେଳେ ପେଶାଦାରପଣିଆ ଓ ବିଶ୍ୱସନୀୟତାରେ ଈର୍ଷା କଲା ଭଳି ଖ୍ୟାତି ପାଇଥିବା ଏବଂ ପାଶ୍ଚାତ୍ୟକୈନ୍ଦ୍ରୀକ ଅନ୍ତଃରାଷ୍ଟ୍ରୀୟ ଟି.ଭି. ଚ୍ୟାନେଲମାନଙ୍କ ତୁଳନାରେ ଅଧିକ ସତେଜ ଓ ଆରବ ଦୁନିଆ ତଥା ଉତ୍ତର ଆଫ୍ରିକାର ଘଟଣା ପ୍ରବାହକୁ ନେଇ ଗଭୀର ଦୃଷ୍ଟିଭଙ୍ଗୀ ଆଣିପାରୁଥିବା ଅଲ୍ଜଜିରା ଇଂଲିଶ୍ ଚ୍ୟାନେଲକୁ ଦୁନିଆ ଦେଖୁଛି, ସେତେବେଳେ ଆରବ ଦୁନିଆର ଅଧିକାଂଶ ସ୍ୱେଚ୍ଛା•ରୀ ଶାସକମାନଙ୍କ ନିଦ ହଜାଇ ଦେଇଛି ଅଲଜଜିରାର ଆରବିକ୍ ଭାଷାର ଚ୍ୟାନେଲ । ଏହି ଚ୍ୟାନେଲଟି ସେମାନଙ୍କ ସ୍ୱରକୁ ସାମ୍ନାକୁ ଆଣିଛି ଯେଉଁମାନଙ୍କ ସ୍ୱର ଗଣମାଧ୍ୟମକୁ ନିୟନ୍ତ୍ରଣ କରି ରଖିଥିବା ଦେଶମାନଙ୍କରେ ଶୁଣିବାକୁ ମିଳନ୍ତା ନାହିଁ । ଇଜିପ୍ଟ ଓ ଟ୍ୟୁନିସିଆର ତଥାକଥିତ ‘ଆରବ ବସନ୍ତ’କୁ ବ୍ୟାପକ ପ୍ରସାରଣ କରିବା ତଥା ସିଧାସଳଖ ଦେଖାଇବାରେ ଏହି ଅଲଜଜିରା ଆରବିକ୍ ଚ୍ୟାନେଲ୍ର ମୁଖ୍ୟ ଭୂମିକା ଥିଲା । ଏହି ଚ୍ୟାନେଲ୍ଟି ଏକମାତ୍ର ଚ୍ୟାନେଲ୍ ଥିଲା ଯିଏ ୯/୧୧ ଘଟଣା ପରେ ଓସାମା ବିନ୍ ଲାଦେନ୍ଙ୍କ ସାକ୍ଷାତକାର ପାଇପାରିଥିଲା । ଏଭଳି ପ୍ରସାରଣ ଯଦିଓ ଅଲଜଜିରାର ଦର୍ଶକ ସଂଖ୍ୟା ବହୁଗୁଣ ବଢ଼ାଇ ଦେଇଛି, ତେବେ ଅଲଜଜିରାଙ୍କୁ ପ୍ରୋତ୍ସାହିତ କରିଥିବା ହେତୁ ଏବଂ ଆଂଶିକ ଭାବେ ଏହାର ମାଲିକାନା କ୍ୱାତାରର ରାଜ ପରିବାର ହାତରେ ଥିବାରୁ କ୍ୱାତାରର ପଡ଼ୋଶୀମାନେ ସନ୍ଦେହୀ ହୋଇଯାଇଛନ୍ତି । ଅନ୍ୟ ଉଗ୍ର ଗୋଷ୍ଠୀ ସମେତ ମୁସଲିମ୍ ବ୍ରଦର୍ହୁଡ଼ମାନଙ୍କ ପ୍ରତି ନରମ ରହିବା ଏବଂ କାଇରୋର ତହରିର ସ୍କୋୟାରରେ ପ୍ରତିରୋଧକାରୀଙ୍କୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଏହି ଗଣମାଧ୍ୟମ ସଙ୍ଗଠନକୁ ସମାଲୋଚନା କରାଯାଉଛି, ଯଦିଓ ଏଭଳି ଅଭିଯୋଗକୁ ସେମାନେ ଦୃଢ଼ଭାବେ ଖଣ୍ଡନ କରିଆସିଛନ୍ତି । ସେମାନେ ଯୁକ୍ତି ବାଢ଼ନ୍ତି ଯେ ଉଗ୍ର ଇସଲାମ ଗୋଷ୍ଠୀମାନଙ୍କ ସ୍ୱରକୁ ସ୍ଥାନ ଦେବା ମଧ୍ୟ ସେମାନଙ୍କର ପେଶାଦାର ଦାୟିତ୍ୱ । ଏହି କଥାଟିକୁ ସାଉଦୀ ଆରବ ନେତୃତ୍ୱାଧୀନ ଗୋଷ୍ଠି ମାନିବା ପାଇଁ ନାରାଜ ଏବଂ ସେମାନଙ୍କ ମତରେ ଏଭଳି ଏକ କାର୍ଯ୍ୟ କରି ଜାଣିଶୁଣି ଉସୁକା ଯାଉଛି ।
ଇଜିପ୍ଟ ରାଷ୍ଟ୍ରପତି ଆବ୍ଜେଲ ଫତା ଏସିସିଙ୍କ ପ୍ରତି କଠୋର ଆଭିମୁଖ୍ୟ ନେଇଥିବା ଅଭିଯୋଗରେ ୨୦୧୩ ମସିହାରେ ଅଲଜଜିରାର କାଇରୋ କାର୍ଯ୍ୟାଳୟ ଲାଇଭ୍ ଇଜିପ୍ଟକୁ ବନ୍ଦ କରି ଦିଆଯାଇଥିଲା । ଯଦିଓ ଦୋହାରୁ ଏହାର ପ୍ରସାରଣ ଜାରି ରହିଲା ତେବେ ୨୦୧୪ ମସିହାରେ ଇଜିପ୍ଟ ସରକାରଙ୍କ ଚାପରେ କ୍ୱାତାର ସରକାର ଏହି ପ୍ରସାରଣ ବନ୍ଦ କରିଦେଇଥିଲେ । ତେଣୁ ଯେତେବେଳେ ତଥାକଥିତ ‘ସ୍ୱାଧୀନ’ ସମ୍ବାଦ ଚ୍ୟାନେଲ କଥା ଉଠୁଛି, କ୍ୱାତାର ସରକାରଙ୍କ ହାତ ସମ୍ପୂର୍ଣ୍ଣ ଭାବେ ନିର୍ମଳ ନୁହେଁ । ଯଦିଓ କ୍ୱାତାର ସମ୍ବିଧାନର ଧାରା ୧୭ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରଦାନ କରୁଛି ଯାହା ‘ପରିସ୍ଥିତି ଏବଂ ଅବସ୍ଥା’ ଅନୁସାରେ ସାବ୍ୟସ୍ତ ହୋଇପାରିବ, ‘ସେଠି ଅବସ୍ଥା ଭିତରେ କ୍ୱାତାରର ଅବସ୍ଥା ଏବଂ ରାଜାଙ୍କ ସମାଲୋଚନା ମଧ୍ୟ ଅନ୍ତର୍ଭୁକ୍ତ । ୨୦୧୩ରେ ଦୋହାସ୍ଥିତ ଦୋହା ସେଂଟର ଫର୍ ମିଡ଼ିଆ ଫ୍ରିଡ଼ମ୍ ନିର୍ଦ୍ଦେଶକ ଜାନ୍ କେଭଲାନ୍ଙ୍କୁ ବରଖାସ୍ତ କରିଦିଆଗଲା । ଏଇଥିପାଇଁ କି ଯେ ଏହି କେନ୍ଦ୍ରଟି ୬ଟି ଗଲ୍ଫ କୋଅପରେସନ୍ ଦେଶର ସଦସ୍ୟ ରାଷ୍ଟ୍ରର ଦମନଶୀଳ ଗଣମାଧ୍ୟମ ଆଇନ ଥିବା କଥା କହିଥିଲେ ଏବଂ କ୍ୱାତାରରେ ଅଧିକ ସ୍ୱାଧୀନତା ଦାବୀ କରିଥିଲେ । ଦକ୍ଷିଣ ଏସିଆର ଦାଦନ ପାଇଁ ଯାଇଥିବା ଶ୍ରମିକ ଯେଉଁମାନେ କ୍ୱାତାରର ଶ୍ରମଶକ୍ତିର ଶତକଡ଼ା ୯୪ ପ୍ରତିଶତ ହେବେ, ସେମାନଙ୍କର ଅବସ୍ଥା ଉପରେ ପ୍ରସାରଣକୁ କ୍ୱାତାର ବରଦାସ୍ତ କରିପାରେନି ।
ଏହି ଅଞ୍ଚଳରେ ଅଲ୍ଜଜିରା ପ୍ରଥମ ଟିଭି ନେଟୱର୍କ ନୁହେଁ ଯିଏକି ନିଜର ଭିତ୍ତିଥିବା ଦେଶ ବାହାରର ଅନ୍ୟ ଏକ ଦେଶ ଚାପ ଭିତରକୁ ଆସିଯାଇଛି । ୨୦୦୭ରେ ୨ଟି ପାକିସ୍ଥାନ ଚ୍ୟାନେଲ୍ ଜିଓ ଏବଂ ଆରି ୱାନ୍ ୱାର୍ଲଡ଼ ଦୁବାଇର ମିଡ଼ିଆ ସିଟିରୁ କାମ କରୁଥିଲେ, ଯେଉଁଠି ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ସମ୍ବାଦର ବିଷୟକୁ ନେଇ ସରକାରଙ୍କର କୌଣସି ହସ୍ତକ୍ଷେପ ରହିବ ନାହିଁ । ତଥା ୟୁ.ଏ.ଇ ଶାସନ ପାକିସ୍ଥାନ ରାଷ୍ଟ୍ରପତି ପରଭେଜ୍ ମୁଶାରଫଙ୍କ ଦାବୀ ଆଗରେ ମୁଣ୍ଡ ନୁଅାଁଇ ସେମାନଙ୍କୁ ବନ୍ଦ କରାଇଦେଲେ । ଶେଷରେ ଗୋଟିଏ ପ୍ରକାର ସାଲିସ କରାଗଲା ଏବଂ ସମ୍ବାଦ ନୁହେଁ, କେବଳ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ସେମାନଙ୍କୁ ଅନୁମତି ଦିଆଗଲା ।
ଅଲଜଜିରା ଇଂଲିସ୍ ଦୁନିଆସାରା ବିଭିନ୍ନ ସାମ୍ବାଦିକ ସଂଗଠନମାନଙ୍କ ସମର୍ଥନ ପାଇଥିଲେ ବି ଏହି ଟି.ଭି. ନେଟ୍ୱାର୍କକୁ ବନ୍ଦ କରିଦେବା କଥାଟିକୁ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଏକ ଆକ୍ରମଣ ବୋଲି ସରଳଭାବେ କହିହେବନି । ଗୋଟିଏ ଉତପ୍ତ ଘରର ତରୁଭଳି ଗୋଟିଏ ଅଂଚଳରେ ଯେଉଁଠି ଅଭିବ୍ୟକ୍ତିର ସ୍ୱାଧୀନତା ବା ଗଣମାଧ୍ୟମର ସ୍ୱାଧୀନତା ନାହିଁ, ସେଠି ଅଲ୍ଜଜିରାକୁ ଜନ୍ମ ଦେଇ ଏଯାବତ୍ ତିଷ୍ଠି ରହିବାପାଇଁ ଦିଆଯାଇଥିଲା । ଏହି ଅଂଚଳର ପ୍ରତିଟି ଦେଶ ସ୍ୱେଚ୍ଛା•ରୀ ବା ସମ୍ପୂର୍ଣ୍ଣ ଭାବେ ରାଜତନ୍ତ୍ର ଅଧୀନରେ । ଅଧିକାଂଶ ସରକାରମାନଙ୍କ ପାଇଁ ଗଣମାଧ୍ୟମ ହାତ ପହଂଚରେ ଥିବା ପ୍ରଚାରର ଏକ ଅସ୍ତ୍ର ଯିଏକି ସ୍ପଷ୍ଟଭାବେ ନିର୍ଦ୍ଧାରିତ ସୀମାରେଖା ଭିତରେ କାମ କରେ । ଆଉ ଯଦି କୌଣସି ସାମ୍ବାଦିକ ସେହି ସୀମା ବାହାରକୁ •ଲିଯାଏ, ତାକୁ ଭୟଭୀତ କରାଯାଏ ବା ବନ୍ଦୀ କରାଯାଏ । ଅଲଜଜିରା କ୍ୱାତାର ରାଜତନ୍ତ୍ରର ପୃଷ୍ଠପୋଷକତା ପାଇଆସିଛି, ଏଇଥିପାଇଁ କି ଯେ ସେ ଦେଶର ଘଟଣା ପ୍ରବାହ ଉପରେ ଖବର ପ୍ରସାରଣବେଳେ ସେମାନେ ସୀମା ବାହାରକୁ ଯାଇନଥାନ୍ତି ।
ଏଯାଏଁ ସାଉଦୀ ନେତୃୃତ୍ୱରେ ପରି•ଳିତ ଗୋଷ୍ଠିର ଦାବୀଗୁଡ଼ିକୁ କ୍ୱାତାର ମାନିନେବାଭଳି ଜଣା ପଡ଼ୁନାହିଁ । ଯଦି ସାଲିସଟିଏ କରି ଅଲଜଜିରାକୁ ବନ୍ଦ କରିବାପାଇଁ ବା ତାହାର ପ୍ରସାରଣକୁ ହ୍ରାସ କରିବାପାଇଁ କ୍ୱାତାର ରାଜି ହୋଇଯାଏ, ତେବେ କଥାଟି ଦାରୁଣ ମନେ ହେବ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏପରି ଯଦି ହୁଏ ଏହି ଅଞ୍ଚଳ ଏବଂ ବିଶ୍ୱପାଇଁ ଏକ ବଡ଼ଧରଣର କ୍ଷତି ଘଟିବ ଯେହେତୁ ଅନେକ ପ୍ରତିବନ୍ଧକ ଥିବା ସତ୍ତେ୍ୱ ମତାମତର ବିବିଧତା ଆଣିବା ଏବଂ ପ୍ରତିଷ୍ଠିତ କାହାଣୀଗୁଡ଼ିକୁ ମୁକାବିଲା କରିବା କଥାଟିରେ ଅଲଜଜିରା ଟିଭି ଫଳପ୍ରଦ ପ୍ରଦର୍ଶନ କରିଆସିଛି ।