ISSN (Print) - 0012-9976 | ISSN (Online) - 2349-8846

ଅଧାଜୀବନ

ଦୁର୍ବଳ କରୁଥିବା ଡାଇବେଟିସ ଦରିଦ୍ରମାନଙ୍କ ଭିତରେ ଦ୍ରୁତଗତିରେ ବଢ଼ିଚାଲିଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଗୋଟିଏ ରୋଗ ଯାହା ଦିନେ ଧନୀ ଲୋକମାନଙ୍କୁ ହିଁ ହେଉଥିଲା, ଆଜି ସେହି ରୋଗଟି ଗରିବମାନଙ୍କୁ ପିଡ଼ିତ କରିଚାଲିଛି । ଭାରତୀୟ ଭେଷଜ ଗବେଷଣା ପରିଷଦର ଏହା ହେଉଛି ଏକ ବିବ୍ରତକାରୀ ଅନୁଧ୍ୟାନ । ମାତ୍ର କିଛିବର୍ଷ ତଳେ ଡାଇବେଟିସ ମେଲିଟସ୍କୁ ଜୀବନଶୈଳୀ ସହ ସମ୍ବନ୍ଧିତ ଏକ ରୋଗ ବୋଲି କୁହାଯାଉଥିଲା । ଏହି ରୋଗ ସମାଜର ଉନ୍ନତ ଆର୍ଥିକ ଓ ସାମାଜିକ ଅବସ୍ଥାରେ ଥିବା ଲୋକମାନଙ୍କୁ ହେଉଥିଲା । ଏସିଆର ଏକ ବୃହତ୍ ଭାଗକୁ ମହାମାରୀ ଭଳି ଗ୍ରାସ କରିଥିବା ଏହି ରୋଗଟି ଅଧିକ ସ୍ନେହସାର ଏବଂ ଚିନିଯୁକ୍ତ ଖାଦ୍ୟ ଖାଉଥିବା ଲୋକ, ଅଧିକ ଓଜନ ଥିବା ଏବଂ ଜୀବନଧାରଣରେ ନିୟନ୍ତ୍ରଣ ରଖୁନଥିବା ଲୋକମାନଙ୍କୁ ଗ୍ରାସ କରୁଥିଲା । ନିକଟରେ କରାଯାଇଥିବା ଏକ ଅନୁଧ୍ୟାନରୁ କିନ୍ତୁ ଜଣାପଡ଼ୁଛି ଯେ, ଉନ୍ନତ ଓ ବିକାଶଶୀଳ ଉଭୟ ଦେଶମାନଙ୍କର ଗରିବ ସହରିଆମାନଙ୍କ ଭିତରେ ଡାଇବେଟିସ ବଢ଼ୁଛି । ଭାରତ ମଧ୍ୟ ସେହି ଦିଶାରେ ଚାଲିଛି ଯାହାକୁ ଏବେ ବିଶ୍ୱର ଡାଇବେଟିସ ରାଜଧାନୀ କୁହାଯାଉଛି । ଭାରତୀୟ ଭେଷଜ ଗବେଷଣା ପରିଷଦ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଏକ ଦୀର୍ଘ ଜାତୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ ଅଧିକ ଅର୍ଥନୈତିକ ଅଗ୍ରସର ରାଜ୍ୟମାନଙ୍କ ସହରରେ ଧନୀ ଲୋକମାନଙ୍କ ତୁଳନାରେ ଗରିବ ଲୋକମାନଙ୍କ ଭିତରେ ଡାଇବେଟିସ ରୋଗୀ ଅଧିକ ଅଛନ୍ତି । କିନ୍ତୁ ସେ ସବୁ ରାଜ୍ୟର ଗ୍ରାମାଂଚଳରେ ଏହି ରୋଗଟି ଭଲ ଆର୍ଥିକ ସ୍ଥିତିରେ ଥିବା ଲୋକମାନଙ୍କ ଭିତରେ ଅଧିକ ଦେଖାଯାଉଛି । ଏହି ଅଧ୍ୟୟନର ଉପଲବ୍ôଧଗୁଡ଼ିକ ସୂଚାଇ ଦେଉଛି ଯେ ମୋଟାମୋଟି ଭାବେ ଡାଇବେଟିସ ରୋଗଟି ଏଯାବତ୍ ଆକ୍ରାନ୍ତ ହୋଇନଥିବା ବା କମ୍ ଆକ୍ରାନ୍ତ ହେଇଥିବା ବର୍ଗମାନଙ୍କ ଭିତରେ ବଢ଼ିଚାଲିଛି ଯଥା ସହରାଂଚଳର ଗରିବ ଏବଂ ଗ୍ରାମାଂଚଳର ଭଲ ସ୍ଥିତିରେ ଥିବା ଲୋକମାନଙ୍କ ଭିତରେ ।

ଏହା କେବଳ ଏକ ଉଦ୍ବେଗ ସୃଷ୍ଟି କଲାଭଳି କାରଣ ନୁହେଁ ବରଂ ଏହା ଏକ ସତର୍କ ଘଣ୍ଟି । ଡାଇବେଟିସ ଯାହା ହୃଦୟ, ବୃକକ୍ ଏବଂ ଆଖି ଇତ୍ୟାଦିକୁ ବ୍ୟାପକ କ୍ଷତି ପହଞ୍ଚାଏ ତାକୁ ନିୟନ୍ତ୍ରଣରେ ରଖିବା ପାଇଁ ବହୁତ କିଛି କରିବାକୁ ପଡ଼େ ଏବଂ ଯଦି ଠିକରେ ରୋଗଟିକୁ ନିୟନ୍ତ୍ରଣ କରାନଯାଏ ଅଙ୍ଗପ୍ରତ୍ୟଙ୍ଗ ହରାଇବାର ବିପଦ ମଧ୍ୟ ଥାଏ । ଏ ଦେଶର ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେଉଁ ଅବସ୍ଥାରେ ଅଛି ଏବଂ ଯେହେତୁ ଗରିବମାନଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି, ଏହି ଅଧ୍ୟୟନର ଅନୁଧ୍ୟାନଗୁଡ଼ିକୁ ଦୁଃସ୍ଥତାର ସଙ୍କେତ ହିସାବରେ ଗୁରୁତ୍ୱର ସହ ବିଚାର କରିବାକୁ ପଡ଼ିବ । ଭେଷଦ ଗବେଷଣା ପରିଷଦର ଅଧ୍ୟୟନ ମୁତାବକ ଡାଇବେଟିସର ସ୍ଥିତି ୧୫ଟି ରାଜ୍ୟରେ ଶତକଡ଼ା ୭.୩ ଥିଲା ଯଦିଓ ସେମାନଙ୍କ ଭିତରେ ଏହି ଅନୁପାତର ତାରତମ୍ୟ ମଧ୍ୟ ଥିଲା ଯେମିତିକି ବିହାରରେ ଏହି ସଂଖ୍ୟାଟି ଶତକଡ଼ା ୪.୩ ଥିଲାବେଳେ ପଞ୍ଜାବରେ ଡାଇବେଟିସ ପୀଡ଼ିତଙ୍କ ସଂଖ୍ୟା ଶତକଡ଼ା ୧୦ ଥିଲା । ୬୦,୦୦୦ ଲୋକଙ୍କୁ ନେଇ କରାଯାଇଥିବା ସର୍ବେକ୍ଷଣରେ ଦେଖାଯାଇଥିଲା ଯେ ଯେହେତୁ ଶତକଡ଼ା ୭୦ଭାଗ ଜନସଂଖ୍ୟା ଗ୍ରାମାଂଚଳରେ ରହୁଛନ୍ତି ଶତକଡ଼ା ହାରରେ ସାମାନ୍ୟ ବୃଦ୍ଧି ହେଲେ ବି ସେମାନଙ୍କ ସଂଖ୍ୟାଟି ବହୁଗୁଣ ବଢ଼ିଯିବ ଯେଉଁମାନଙ୍କୁ ଅନବରତ ଡାକ୍ତରୀ ଚିକିତ୍ସା ଦରକାର ପଡ଼ିବ । କିନ୍ତୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଅବସ୍ଥା ବହୁତ ଖରାପ ।

ଏମିତିକି ବିଭବଶାଳୀ ରାଜ୍ୟ ଯଥା ଗୁଜୁରାଟ, ମହାରାଷ୍ଟ୍ର ଏବଂ ତାଲିମନାଡ଼ୁରେ ସହରାଂଚଳର ଅନୁନ୍ନତ ବର୍ଗ ଭିତରେ ଏହି ରୋଗର ପ୍ରକୋପ ଅଧିକ । ଏହି ଅଧ୍ୟୟନଟି ଭଲ ଅର୍ଥନୈତିକ ସ୍ଥିତିରେ ଥିବା ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ କାମ କରିବ । ଏମାନଙ୍କ ପାଖରେ ରୋଗର ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚ କରିବାର କ୍ଷମତା ଅଛି ।

ପୁଷ୍ଟିସାର ବିଶାରଦମାନେ ସହରମାନଙ୍କରେ ସୁଲଭ ଦରରେ ମିଳୁଥିବା ‘ଜଙ୍କ ଫୁଡ଼୍’ ବା ଉଚ୍ଚ ସ୍ନେହସାର ଯୁକ୍ତ ଖାଦ୍ୟକୁ ସମାଜରେ ନିମ୍ନ ଅର୍ଥନୈତିକ ସ୍ଥିତିରେ ଥିବା ଲୋକମାନଙ୍କ ଭିତରେ ଡାଇବେଟିସ କାରଣ ବୋଲି ଯଦିଓ କୁହନ୍ତି, ତେବେ ଅନ୍ୟ କାରଣଗୁଡ଼ିକୁ ମଧ୍ୟ ବିଚାରକୁ ନେବାକୁ ପଡ଼ିବ । ସହରରେ ଅଧିକାଂଶ ଗରିବ ଲୋକଙ୍କ ପାଇଁ ପୁଷ୍ଟିସାର ସନ୍ତୁଳିତ ଖାଦ୍ୟ ମିଳିବା ସେମାନଙ୍କ ସାଧ୍ୟ ଭିତରେ ନଥାଏ । ସେଥିପାଇଁ ଜଙ୍କ ଫୁଡ଼ ଖାଇବାଟା ପସନ୍ଦର କଥା ବା ସ୍ୱାଦର କଥା ନୁହେଁ । ବରଂ ଏହି ଅଧ୍ୟୟନରେ ଉଚ୍ଚ ଆୟର ସ୍ତର, ଶାରୀରିକ ପରିଶ୍ରମ ନଥିବା କାମ, ଯାତାୟତ ପାଇଁ ଗାଡ଼ିମଟର ଉପରେ ଅଧିକ ନିର୍ଭରଶୀଳତା ଓ ଘରକରଣା ସାମଗ୍ରୀ ସହରିଆଙ୍କ ଭିତରେ ଏଭଳି ଏକ ରୋଗ ବୃଦ୍ଧିର କାରଣ ବୋଲି କୁହାଯାଇଛି । ଦୂରରେ ଥିବା କର୍ମସ୍ଥଳୀକୁ ଯିବାପାଇଁ ଗାଡ଼ିମଟର ବ୍ୟବହାର କରିବା ଏକ ପସନ୍ଦର କଥା ହୋଇ ରହିନାହିଁ । ସବୁ ସମସ୍ୟାଯୋଗୁଁ ଲୋକଟି ଉପରେ ଚାପ ବଢ଼ିଥାଏ ଯାହାକି ଏହି ରୋଗର ଏକ କାରଣ । ଅନ୍ୟ ଜନସଂଖ୍ୟା ତୁଳନାରେ ଦକ୍ଷିଣ ଏସିଆର ଟାଇପ୍ ୨ ଡାଇବେଟିସ ବହୁତ କମ୍ ବୟସର ଲୋକମାନଙ୍କୁ ହେଇଥାଏ ଯାହାଫଳରେ ସ୍ୱାସ୍ଥ୍ୟସେବା ଉପରେ ଅଧିକ ବୋଝ ପଡ଼ିଥାଏ । ଏହି ଅଧ୍ୟୟନରେ ଆଉ ଏକ ପରିଚିତ ତଥ୍ୟ କଥା ଉଲ୍ଲେଖ କରାଯାଉଛି: ଏସିଆର ଅନ୍ୟ ଜନସମୁଦାୟ ତୁଳନାରେ ଭାରତୀୟମାନଙ୍କ ଭିତରେ ଏହି ରୋଗଟି ଡାଇବେଟିସ ପୂର୍ବାବସ୍ଥାକୁ ଖୁବ୍ ଶୀଘ୍ର ଅତିକ୍ରମ କରିଥାଏ । ଅନ୍ୟ ଲୋକମାନଙ୍କ ଭଳି ଭାରତରେ ମଧ୍ୟ ଅନ୍ୟ ସମୟରେ ଶାରୀରିକ ପରିଶ୍ରମ ନହେଉଥିବା ଯୋଗୁଁ ଡାଇବେଟିସ ଦ୍ରୁତ ଗତିରେ ବଢ଼ିଥାଏ , ବିଶେଷକରି ସବୁ ବର୍ଗର ମହିଳାମାନଙ୍କ କ୍ଷେତ୍ରରେ ।

ପୂର୍ବରୁ ଛୋଟ ଛୋଟ ଅଧ୍ୟୟନରୁ ମିଳିଥିବା ଉପଲବ୍ôଧଗୁଡ଼ିକୁ ଏହି ଅଧ୍ୟୟନରେ ତଥ୍ୟ ସହିତ ବଳିଷ୍ଠ କରାଯାଇଛି । ଉଦାହରଣସ୍ୱରୂପ କ୍ୟାନସର, ଡାଇବେଟିସ, ହୃଦ୍ରୋଗ, ହୃଦ୍ଘାତର ନିରାକରଣ ପାଇଁ ଥିବା ଜାତୀୟ କାର୍ଯ୍ୟକ୍ରମ ୨୦୧୦ରୁ ସକ୍ରିୟ ରହିଆସିଛି । କିନ୍ତୁ ଭାରତୀୟ ଭେଷଜ ଗବେଷଣା ପରିଷଦର ଅନୁଧ୍ୟାନ ଡାକରା ଦେଇଛି ତକ୍ରାଳୀନ ଏବଂ ଦୀର୍ଘକାଳୀନ ହସ୍ତକ୍ଷେପ ପାଇଁ । ସରକାର, ବେସରକାରୀ ସଙ୍ଗଠନ, ଡାକ୍ତରୀଗୋଷ୍ଠୀ ଓ ଡାଇବେଟିସ ବିଶାରଦମାନେ ଏକାଠି ହାତ ମିଳାଇ ଜନସମୁଦାୟଙ୍କୁ ଏଥିରେ ସାମିଲ କରାଇବା କାମଟିକୁ ନିଶ୍ଚିତ କରିବାକୁ ପଡ଼ିବ । ପୁଷ୍ଟିକର ଖାଦ୍ୟର ଉପଲବ୍ôଧ ସହ ଶାରୀରିକ କାର୍ଯ୍ୟ ପାଇଁ ସୁବିଧା ସୃଷ୍ଟି କରିବା ଏବଂ ରୋଗ ସମ୍ପର୍କରେ ଅବିରତ ସଚେତନତା ସୃଷ୍ଟି କରିବା ଭଳି କାମ କରିବାକୁ ପଡ଼ିବ । ଏହା ସହ ଦୀର୍ଘକାଳୀନ ନୀତିଗତ ହସ୍ତକ୍ଷେପ ଦରକାର ଯାହାକି ଫାଷ୍ଟଫୁଡ଼ର ପ୍ରଚାର ବା ବିଜ୍ଞାପନର ବାହାରକୁ ଯାଇ କାମ କରିବ ।

ବିକାଶଶୀଳ ଦେଶମାନଙ୍କରେ ସଂକ୍ରାମକ ରୋଗ ଉଦ୍ବେଗର କାରଣ ହେଇଆସିଛି । କିନ୍ତୁ ଅଣସଂକ୍ରମଣ ରୋଗ ଯେମିତିକି ଡାଇବେଟିସ (ଯାହାକୁ ନୀରବ ଘାତକ ବୋଲି ଠିକ୍ରେ କୁହାଯାଇଥାଏ) ଭୟଙ୍କର ଗତିରେ ଆଗକୁ ମାଡ଼ିଚାଲିଛି । ୧୯୨୧ରେ ଇନ୍ସୁଲିନ ଆସିବା ପୂର୍ବରୁ ଡାଇବେଟିସକୁ ମୃତ୍ୟୁଦଣ୍ଡ ବୋଲି କୁହାଯାଉଥିଲା, ଯାହାକି ତା ପରେ ମଧ୍ୟ କିଛି ଦଶନ୍ଧି ଧରି ଚାଲିଲା । ସେତେବେଳେ ବଞ୍ôଚବାର ଶତକଡ଼ା ୫୦ଭାଗ ଆଶା ରହୁଥିଲା । ଏକବିଂଶ ଶତାବ୍ଦୀରେ ଆମେ ଯଦି ଆମ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କୁ ଅଧା ଜୀବନ ଜିଇଁବା ପାଇଁ ଦଣ୍ଡିତ କରିବା ପାଇଁ ଚାହୁଁନାହାନ୍ତି ତେବେ ଆମକୁ ଖୁବ୍ ଶୀଘ୍ର ହସ୍ତକ୍ଷେପ କରିବାକୁ ପଡ଼ିବ ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top