ISSN (Print) - 0012-9976 | ISSN (Online) - 2349-8846

ମାଙ୍କ ନାଁ’ରେ

ମାତୃତ୍ୱର ସୁବିଧା ସୁଯୋଗ ସମ୍ପର୍କିତ ସରକାରଙ୍କର ଦୁଇଟି ଭିନ୍ନ ଭିନ୍ନ ନିଷ୍ପତି ଭେଦଭାବର ଆଭାସ ଦେଉଛି

The translations of EPW Editorials have been made possible by a generous grant from the H T Parekh Foundation, Mumbai. The translations of English-language Editorials into other languages spoken in India is an attempt to engage with a wider, more diverse audience. In case of any discrepancy in the translation, the English-language original will prevail.

ଯେଉଁ ସମୟରେ ଶ୍ରମ ଆଇନରେ ସଂଶୋଧନ ଆଣି ମନଇଚ୍ଛା ଶ୍ରମିକମାନଙ୍କ ଅଧିକାର ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକର କାଟଛାଂଟ କରାଯାଉଛି, ବର୍ଷ ଆରମ୍ଭରୁ ମାତୃତ୍ୱ ସୁବିଧା ( ସଂଶୋଧନ) ଆଇନ,୨୦୧୭ ପାରିତ ହେବା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ୧୯୬୧ର ମାତୃତ୍ୱର ସୁବିଧା ଆଇନରେ ଅଣାଯାଇଥିବା ସଂଶୋଧନଗୁଡ଼ିକ ଯାହା ଲୋକସଭାରେ ଗୃହୀତ ହୋଇଯାଇଛି, ତା ଭିତରେ ଅଛି ଯେ ଏଣିକି ଦୁଇଟି ସନ୍ତାନଯାଏଁ ୨୬ ସପ୍ତାହର ପୂର୍ଣ୍ଣ ଦରମାପ୍ରାପ୍ତ ଛୁଟି ମିଳିବ ଯାହା ପୂର୍ବରୁ ୧୨ ସପ୍ତାହ ଥିଲା । ନିଃସନ୍ଦେହ ଏମିତି କିଛି ସଂଶୋଧନ ପ୍ରଶଂସନୀୟ । ଯେଉଁ କଥାଟି / ସମସ୍ୟାଟି ରହିଛି ତାହା ହେଲା ଯେ ଏଭଳି ସୁବିଧା ଯେଉଁ ମହିଳା ବା ପରିବାରଗୁଡ଼ିକ ପାଇଁ ବେଶୀ ଦରକାର, ସେମାନଙ୍କର ପାଖରେ ପହଂଚିବା ପାଇଁ ସେଭଳି ସୁଦୂରପ୍ରସାରୀ ଅବା ବିସ୍ତୃତ ପରିବର୍ତନ ଅଣାଯାଇପାରି ନାହିଁ । ସବୁ ବାପା ମାଙ୍କୁ ସମାନସ୍ତରରେ ରଖିପାଇଁ ବାଟ ବାହାର କରିବା ପାଇଁ ପ୍ରୟାସ ମଧ୍ୟ କରାଯାଇନାହିଁ । ବିଡ଼ମ୍ବନାର କଥା ଯେ ଏହି ସଂଶୋଧିତ ଆଇନର ଭଲ ପରିଣାମ ପାଇବା ପୂର୍ବରୁ କେନ୍ଦ୍ର କ୍ୟାବିନେଟ ମାତୃତ୍ୱ ସୁବିଧା କାର୍ଯ୍ୟକ୍ରମର ( ଆଇନ ନୁହେଁ) ପରିବର୍ତନ ଆଣିଛନ୍ତି, ଯାହା ଏକ ବଡ଼ ସଂଖ୍ୟାର ଉପଭୋକ୍ତାମାନଙ୍କୁ ଏ ଭିତରୁ ବାଦ୍ ଦେଇଛି । ଏହି କାର୍ଯ୍ୟକ୍ରମରେ କିଛି କମ୍ ସୁବିଧା ଦିଆଯାଇଛି ତାହାନୁହେଁ, କିନ୍ତୁ ଏଠି ଗୋଟିଏ ହାତରେ ଦିଆଯାଇଥିବା ଜିନିଷକୁ ଆର ହାତରେ ନେଇ ନିଆଯାଉଛି । ସଦ୍ୟତମ ପରିବର୍ତନ ଗୁଡ଼ିକ ବିଭିନ୍ନ ବର୍ଗର ମହିଳା ଶ୍ରମିକମାନଙ୍କ ଭିତରେ ଭେଦଭାବ ସୃଷ୍ଟି କରୁଛି ।

ସଂଶୋଧିତ ମାତୃତ୍ୱ ସୁବିଧା ଆଇନ ( ଏମ୍.ବି.ଏ)ଟି ସଂଘଟିତ କ୍ଷେତ୍ରରେ ୧୮ ଲକ୍ଷ ମହିଳା ଶ୍ରମିକମାନଙ୍କୁ ଅନ୍ତର୍ଭୁକ୍ତି କରିବ ଏବଂ ଯେଉଁ ସବୁ ସଂସ୍ଥାରେ ୧୦ରୁ ଅଧିକ ଶ୍ରମିକ ନିଯୁକ୍ତ ଅଛନ୍ତି, ସେମାନଙ୍କୁ ଏହାର ପରିସରଭୁକ୍ତ କରାଇବା । ଯେଉଁ ସଂସ୍ଥାମାନେ ୩୦ ବା ୫୦ରୁ ଅଧିକ ମହିଳା ଶ୍ର୍ରମିକ ନିଯୁକ୍ତ କରାଉଛନ୍ତି, ସେମାନଙ୍କ ପାଇଁ ପିଲାମାନଙ୍କ ଆଶ୍ରୟସ୍ଥଳ ନିର୍ମାଣ ବାଧ୍ୟତାମୂଳକ ହେବ, ଯେଉଁ ସ୍ଥାନକୁ ଏହି ମହିଳା ଶ୍ରମିକମାନେ ୪ଥର ଯାଇ ନିଜ ପିଲାଙ୍କୁ ଦେଖି ଆସିବେ । ସେହି ଆଶ୍ରୟସ୍ଥଳ କର୍ମସ୍ଥାନ ଭିତରେ ରହିବ ବା ଏହାର ୫୦୦ ମିଟର ପରିଧି ଭିତରେ ରହିବ । ଯଦି କାମର ସ୍ୱଭାବ ସୁଯୋଗ ଦିଏ ଏବଂ ନିଯୁକ୍ତିଦାତା ରାଜି ହୁଅନ୍ତି, ତେବେ ‘ମଜୁରୀ ସହ ଛୁଟି’ ସରିବା ପରେ ସଦ୍ୟ ମାତୃତ୍ୱ ପାଇଥିବା ମହିଳା ଶ୍ରମିକଜଣକ ନିଜ ଘରୁ ମଧ୍ୟ କାମ କରିପାରିବେ । ନିଜ ଗର୍ଭକୁ ଭଡ଼ାରେ ଲଗାଇଥିବା ବା ତିନିମାସରୁ କମ୍ ଶିଶୁକୁ ପୋଷ୍ୟ ସନ୍ତାନ ହିସାବରେ ଗ୍ରହଣ କରିଥିବା ମା’ମାନଙ୍କୁ ମଧ୍ୟ ମଜୁରୀ ସହ ୧୨ ସପ୍ତାହର ଛୁଟି ମିଳିବ । ଦୁନିଆସାରା ଗବେଷଣା ଓ ଅନୁଭୂତିରୁ ଜଣାପଡ଼ୁଛି ଯେ ମାତୃତ୍ୱ ପାଇଁ ଦିଆଯାଇଥିବା ଛୁଟି ଯୋଗୁଁ ଏବଂ ମାଙ୍କ ପାଖରୁ ସ୍ତନ୍ୟପାନ୍ୟ କରିବାରେ ସଂଖ୍ୟା ବୃଦ୍ଧିଯୋଗୁଁ ଶିଶୁମାନଙ୍କର ପୁଷ୍ଟିରେ ଭଲ ବୃଦ୍ଧି ଘଟିଛି । ମା’ମାନଙ୍କ ଉପରେ ପଡ଼ୁଥିବା ଚାପ ହଟେଇବା ପାଇଁ ଏହ ଛୁଟି ମଧ୍ୟ ସାହାଯ୍ୟ କରେ ।

କିନ୍ତୁ ଭାରତରେ ମହିଳାମାନଙ୍କ ନିଯୁକ୍ତିକୁ ନେଇ ଯେଉଁ ସାମାଜିକ-ଅର୍ଥନୈତିକ ପ୍ରସଙ୍ଗଗୁଡ଼ିକ ରହିଛି, ପ୍ରାୟ ପ୍ରତିଟି କଲ୍ୟାଣକାରୀ ଯୋଜନା ଭିତରେ ଗୋଟିଏ ଆଶଙ୍କା ଆପେ ଆସିଯାଇଥାଏ ଯେ ନିଯୁକ୍ତିଦାତାମାନେ ନିଜର ଖର୍ଚ୍ଚର ହିସାବ କରିବେ ଏବଂ ମହିଳାମାନଙ୍କୁ ନିଯୁକ୍ତି ଦେବା ବନ୍ଦ କରିଦେବେ । ଏମ୍ବିଏ ଏକ ବ୍ୟତିକ୍ରମ ହୋଇପାରିବ ନାହିଁ । ଯାହା ସାଧାରଣତଃ ଘଟିଥାଏ, ତାହା ହେଲା ଯେ ଯେଉଁ କଲ୍ୟାଣକାରୀ ଯୋଜନାର ଅର୍ଥ ସମ୍ପୂର୍ଣ୍ଣ ଭାବେ ବା ଏମିତିକି ଆଂଶିକ ଭାବେ ମଧ୍ୟ ଆସିନଥାଏ ଏବଂ ଯଦି ଘରୋଇକ୍ଷେତ୍ରର ନିଯୁକ୍ତିଦାତାମାନେ ଆର୍ଥିକ ‘ବୋଝ’ଟିକୁ ଏକାକୀ ବୁଝିବାକୁ ପଡ଼େ, ସେଠି ମାତୃତ୍ୱ ସୁବିଧା ଆଇନର କାର୍ଯ୍ୟକ୍ରମ କରିବା କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେବ ବା କ୍ଷୁଦ୍ର ଓ ମଧ୍ୟମ କ୍ଷେତ୍ରର ମାଲିକମାନେ ମହିଳାମାନଙ୍କୁ ନିଯୁକ୍ତି ଦେବେ ନାହିଁ । ଏହି କଥାଟିକୁ ଅନ୍ତଃରାଷ୍ଟ୍ରୀୟ ଶ୍ରମ ସଂଗଠନ ( ଆଇଏଲ୍ଓ)ର ୨୦୦୫ରୁ ମିଳିଆସିଥିବା ତଥ୍ୟ ଭିତିରେ ଦେଖିବାକୁ ପଡ଼ିବ, ଯେଉଁଠି ଭାରତୀୟ ଶ୍ରମ ବାହିନୀରେ କାମ କରିପାରିବା ବୟସର ମହିଳାମାନଙ୍କ ସଂଖ୍ୟାରେ ଶତକଡ଼ା ୧୦ ଭାଗ ହ୍ରାସ ଘଟିଛି । ଆଶାବାଦୀମାନେ କିନ୍ତୁ ଭାବନ୍ତି ଯେ ଶିଶୁ ଆଶ୍ରୟସ୍ଥଳର ସୁବିଧା ଏବଂ ମଜୁରୀଥାଇ ମାତୃତ୍ୱ ଛୁଟିର ବୃଦ୍ଧି ସଂଘଟିତ କ୍ଷେତ୍ରର କନିଷ୍ଠ ଓ ମଧ୍ୟମ ସ୍ତରରେ କାମ କରୁଥବା ମହିଳାମାନଙ୍କୁ ଶ୍ରମ ବାହିନୀ ଛାଡ଼ି ଯିବା ପାଇଁ ନିରୁତ୍ସାହିତ କରିବ ।

ଅନ୍ୟପଟେ ଏହି ମାତୃତ୍ୱ ସୁବିଧା ଆଇନଟି ଘରୋଇ କାମରେ ନିଯୁକ୍ତ ଶ୍ରମିକ, କୃଷି ଶ୍ରମିକ ଏବଂ ଘରୁ କରାଯାଉଥିବା କାମରେ ନିଯୁକ୍ତ ଶ୍ରମିକମାନଙ୍କ ଭଳି ଅଣ ସଂଘଟିତ କ୍ଷେତ୍ରରେ ମହିଳାମାନେ ଯେଉଁମାନଙ୍କ ସଂଖ୍ୟା ସମଗ୍ର ମହିଳା ଶ୍ରମିକମାନଙ୍କ ଭିତରୁ ଶତକଡ଼ା ୯୦ରୁ ୯୭ଭାଗ, ସେମାନଙ୍କୁ ସ୍ପର୍ଶ କରିବ ନାହିଁ । କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଯେଉଁ ୧୫ ଦିନର ପିତୃତ୍ୱ ଛୁଟି ପାଉଛନ୍ତି ଏବଂ ଯେଉଁ କଥାଟି ଧିରେ ଧିରେ ଘରୋଇ କ୍ଷେତ୍ରର ମଧ୍ୟ ବଢ଼ି ଚାଲିଛି, ସେହି କଥାଟିକୁ ଏହି ସଂଶୋଧନ ଅଣଦେଖା କରୁଛି । ଯେଉଁ ପୁରୁଷକୈନ୍ଦ୍ରୀକ ବିଶ୍ୱାସ ଆମର ରହି ଆସିଛି ଯେ, ଶିଶୁର ଯତ୍ନ ନେବା କେବଳ ମା’ମାନଙ୍କ କାମ, ତାକୁ ଏହା ସୁଦୃଢ଼ କରୁଛି ।

ଏହି ମାତୃତ୍ୱ ସୁବିଧା ଆଇନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୧, ୨୦୧୬ ଦିନ ଘୋଷଣା କଲେ ଯେ ଗର୍ଭବତୀ ମହିଳା ଏବଂ ପିଲା କ୍ଷୀର ଖାଉଥିବା ମା’ମାନଙ୍କୁ ଦିଆଯାଉଥିବା ରାଶିକୁ ବଢ଼ାଇ ୬ହଜାର ଟଙ୍କା କରାଯିବ । କିନ୍ତୁ ନିକଟରେ କେନ୍ଦ୍ର କ୍ୟାବିନେଟ ଏହି କାର୍ଯ୍ୟକ୍ରମରେ ଦିଆଯାଉଥିବା ଅର୍ଥରେ ଖର୍ଚ୍ଚକାଟ କରି କେବଳ ପ୍ରଥମ ଜୀବନ୍ତ ଶିଶୁ ଜନ୍ମ ହେଉଥିବା ମା’ମାନଙ୍କ ପାଇଁ ସୀମିତ ରଖିଛନ୍ତି । ଏମିତିରେ ବି ଏହି ଯୋଜନାଟି ୨୦୧୦ ମସିହାରୁ ଇନ୍ଦିରା ଗାନ୍ଧୀ ମାତୃତ୍ୱ ସହଯୋଗ ଯୋଜନା ନାମରେ ୫୦ରୁ ଅଧିକ ଜିଲ୍ଳାରେ କାମ କରିଆସିଛି । ଯେମିତିକି ସାମାଜିକ କର୍ମୀମାନେ କହି ଆସିଛନ୍ତି ମାତୃତ୍ୱ ବିକାଶ ଆଇନ ୨୦୧୭ ବିଚାରକୁ ନେଲେ ମାତୃତ୍ୱ ସୁବିଧା କାର୍ଯ୍ୟକ୍ରମ ଭେଦଭାବପୂର୍ଣ୍ଣ ଜଣାପଡ଼ୁଛି । କେନ୍ଦ୍ର କ୍ୟାବିନେଟ ଏହି କଥାଟିକୁ ମଧ୍ୟ ଶୁଣିନାହାନ୍ତି ଯେ ଇନ୍ଦିରା ଗାନ୍ଧୀ ମାତୃତ୍ୱ ସହଯୋଗ ଯୋଜନାରେ ଥିବା ଦୁଇଟି ସନ୍ତାନ କଟକଣା ଏବଂ ବିବାହ ସମୟର ବୟସକୁ ଉଠାଇ ଦିଆଯିବା ଦରକାର । ଯେତେବେଳେ ମାତୃତ୍ୱର ହକ୍ ଅଧିକାର ତଥା ସୁବିଧାଗୁଡ଼ିକୁ ଅଣସଂଗଠିତ କ୍ଷେତ୍ରର ମହିଳା ଶ୍ରମିକମାନଙ୍କୁ ମଧ୍ୟ ଯୋଗାଇ ଦେବାପାଇଁ । ଯେଜନାଗୁଡ଼ିକୁ ସର୍ବବ୍ୟାପୀ ଓ ସର୍ତବିହୀନ କରାଯାଉ ବୋଲି ଦାବୀ ହେଉଛି । ସେତେବେଳେ ମାତୃତ୍ୱସୁବିଧା କାର୍ଯ୍ୟକ୍ରମଟିକୁ ସୀମିତ କରାଇବା ଏକ ପଛୁଆ ପଦକ୍ଷେପ ହିସାବରେ ବିଚାର କରାଯିବ ।

ଭାରତ କାହିଁକି, ଏମିତିକି ଆଗୁଆ ଅର୍ଥନୀତି ମାନକରେ ମଧ୍ୟ ମହିଳାମାନଙ୍କର ମାତୃତ୍ୱ ସୁବିଧା ଯୋଗାଇଦେବା ଦୁଇପଟୁ ଧାରଥିବା ଗୋଟିଏ ଖଣ୍ଡା ସଦୃଶ, ଯଦି ନିଯୁକ୍ତି ତଥା ଶ୍ରମ ବାହିନୀରେ ମହିଳାମାନଙ୍କ ଅଂଶଗ୍ରହଣକୁ ହିସାବକୁ ନିଆଯାଏ । ବ୍ୟବସ୍ଥିତ କ୍ଷେତ୍ରରେ ମହିଳାମାନଙ୍କୁ ଦିଆଯାଉଥିବା ସ୍ୱତନ୍ତ୍ର ସୁବିଧାଗୁଡ଼ିକ ସହ ସେହିଭଳି ପଦକ୍ଷେପ ରହିବା ଦରକାର ଯାହା ନିଶ୍ଚତ କରାଇବ ଯେ ନିଯୁକ୍ତି ଆଶାୟୀ ଥିବା ମହିଳାମାନଙ୍କୁ ଦଣ୍ଡବିଧାନ ପାଇଁ ଯେମିତି ଏଭଳି ବ୍ୟବସ୍ଥାର ପ୍ରୟୋଗ ନହୁଏ । ମାତୃତ୍ୱ ସୁବିଧାଗୁଡ଼ିକ ଅବ୍ୟବସ୍ଥିତ/ଅଣ-ସଂଘଟିତ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କୁ ମଧ୍ୟ ଉପଲବ୍ଧ ହେବା ଦରକାର ।

Comments

(-) Hide

EPW looks forward to your comments. Please note that comments are moderated as per our comments policy. They may take some time to appear. A comment, if suitable, may be selected for publication in the Letters pages of EPW.

Back to Top